Posted inଖେଳ

ଭର୍ଷ୍ଟାପେନ୍‌ଙ୍କୁ ଅଷ୍ଟ୍ରିଆନ୍‌ ଗ୍ରାଁ ପ୍ରି

ସ୍ପିଲବର୍ଗ, ୩ା୭ (ଏପି): ଫର୍ମୁଲାଓ୍ବାନ ଚାମ୍ପିୟନ ରେଡ୍‌ବୁଲ୍‌ ଡ୍ରାଇଭର ମ୍ୟାକ୍ସ ଭର୍ଷ୍ଟାପେନ ରବିବାର ଅଷ୍ଟ୍ର୍ରିଆନ ଫର୍ମୁଲା ଓ୍ବାନ ଗ୍ରାଁ ପ୍ରି ମୋଟର ରେସ୍‌ ଜିତିଛନ୍ତି। ଏଥିସହିତ ସେ କ୍ରମାଗତ ତୃତୀୟ ବିଶ୍ୱକପ୍‌ ଟାଇଟଲ ଅଭିମୁଖେ ତାଙ୍କ ଯାତ୍ରା ଜାରି ରଖିଛନ୍ତି। ଭର୍ଷ୍ଟାପେନ କଅମାଗତ ୪ର୍ଥ ଥର ପୋଲ୍‌ ପୋଜିଶନର ତାଙ୍କର ରେସ୍‌ ଆରମ୍ଭ କରିଥିଲେ। ଚଳିତ ସିଜନରେ ଇତିମଧ୍ୟରେ ୯ଟି ରେସ୍‌ ଅନୁଷ୍ଠିତ ହୋଇସାରିଥିବା ବେଳେ ଭର୍ଷ୍ଟାପେନଙ୍କର ଏହା କ୍ରମାଗତ ୫ମ ଓ ମୋଟ ଉପରେ ୭ମ ବିଜୟ। ଚାମ୍ପିୟନଶିପ୍‌ ଟେବୁଲରେ ରେଡ୍‌ବୁଲ୍‌ ଟିମ୍‌ମେଟ୍‌ ସର୍ଗିଓ ପେରେଜ ଓ ତାଙ୍କ ମଧ୍ୟରେ ପଏଣ୍ଟ ବ୍ୟବଧାନ ୮୧କୁ ବୃଦ୍ଧି ପାଇଛି। ନେଦରଲାଣ୍ଡ୍ସର ଏହି ୨୫ ବର୍ଷୀୟ ଡ୍ରାଇଭରଙ୍କ ଏହା ହେଉଛି ଓଭର ଅଲ ୪୨ତମ ଫର୍ମୁଲା ଓ୍ବାନ ବିଜୟ। ଫର୍ମୁଲାଓ୍ବାନର ସର୍ବକାଳୀନ ବିଜେତା ତାଲିକାରେ ସେ ସ୍ବର୍ଗତ ଆଇର୍ଟନ ସେନାଙ୍କଠାରୁ ଗୋଟିଏ ସ୍ଥାନ ଉପରେ ୫ମ୍‌ ସ୍ଥାନରେ ଅଛନ୍ତି। ଏଠାରେ ଗତବର୍ଷର ବିଜେତା ଚାଲର୍‌ସ ଲେକ୍‌ରେକ୍‌ ଭର୍ଷ୍ଟାପେନ୍‌ଙ୍କଠାରୁ ୫.୨ ସେକେଣ୍ଡ ପଛରେ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ରେଡ୍‌ବୁଲ୍‌ର ସର୍ଗିଓ ପେରେଜ ୧୭.୨ ପଛରେ ତୃତୀୟ ହୋଇଥିଲେ। ପିଟ୍‌ ଷ୍ଟପ୍‌ ବିଳମ୍ବ ଯୋଗୁ ଭର୍ଷ୍ଟାପେନ୍‌ଙ୍କ ବିଜୟ ବ୍ୟବଧାନ କମି ଯାଇଥିଲା। ସ୍ପିଲବର୍ଗର ଘରୋଇ ଟ୍ରାକ୍‌ରେ ତାଙ୍କ ଟିମ୍‌ର ଏହାଥିଲା ଆଉ ଏକ ସହଜ ବିଜୟ।


Enter your email to get our daily news in your inbox.

All Right Reserved By Dharitri.Com

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ: ୨୩ ଆହତ, ଟୋକିଓରେ ବିଦ୍ୟୁତ୍ କାଟ୍, ଟ୍ରେନ୍ ଚଳାଚଳ ବ୍ୟାହତ

ଟୋକିଓ,୨୩ା୮: ପୂର୍ବ ଜାପାନର ବିଭିନ୍ନ ଅଞ୍ଚଳ ସମେତ ରାଜଧାନୀ ଟୋକିଓରେ ରବିବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ପ୍ରାରମ୍ଭିକ ତୀବ୍ରତା…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

‘ନାରୀ ଶକ୍ତି ହେଉଛି ଦେଶର ଶକ୍ତି’, ମଞ୍ଚରେ ଏମିତି କହି ରାହୁଲ…

ନୂଆଦିଲ୍ଲୀ,୨୨ା୮: କଂଗ୍ରେସ ନେତା ତଥା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମହାରାଷ୍ଟ୍ରର ପୁଣେରେ ‘ସ୍କୁଲ୍‌ସ ଇକୋ’ କାର୍ଯ୍ୟକ୍ରମରେ ଭାଷଣ ଦେବା ଅବସରରେ ନାରୀମାନଙ୍କୁ…

ନିଶାଦ୍ରବ୍ୟ ସେବନ ବିରୋଧରେ ଶପଥ, ପଥଭ୍ରଷ୍ଟ ଯୁବବର୍ଗଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ପାଇଁ…

ଦିଗପହଣ୍ଡି/ଚିକିଟି,୨୨ା୮(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଆମ ପୋଲିସ ସମିତି ପକ୍ଷରୁ ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୂଲ୍ୟରେ ଚିକିଟିଗଡ଼ ରାଜକବି ହାଇସ୍କୁଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri