ଭେଙ୍କି ରାମକୃଷ୍ଣନଙ୍କୁ ‘ଅର୍ଡର ଅଫ୍‌ ମେରିଟ’ ସମ୍ମାନ, ୨୦୦୯ରେ ମିଳିଥିଲା ନୋବେଲ…

ଲଣ୍ଡନ,୧୨।୧୧ : ନୋବେଲ ବିଜେତା ପ୍ରଫେସର ଭେଙ୍କି ରାମକୃଷ୍ଣନଙ୍କୁ ବ୍ରିଟେନର ସମ୍ମାନଜନକ ‘ଅର୍ଡର ଅଫ ମେରିଟ’ ଦମ୍ମାନରେ ସମ୍ମାନୀତ କରାଯାଇଛି। ବିଜ୍ଞାନ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ମୂଳ ଭାରତୀୟ ରାମକୃଷ୍ଣନଙ୍କୁ ରାଜା ଚାର୍ଲସ ତୃତୀୟା ଏହି ସମ୍ମାନ ପ୍ରଦାନ କରିଛନ୍ତି।

ସେପ୍ଟେମ୍ବରରେ ମୃତ୍ୟୁ ପୂର୍ବରୁ ରାଣୀ ଏଲିଜାବେଥଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ୫ ଜଣ ଖ୍ୟତି ସମ୍ପନ୍ନ ବ୍ୟକ୍ତି ବିଶେଷଙ୍କ ତାଲିକାମଧ୍ୟରେ ମଲିକୁଲାର ଜୈବ ବିଜ୍ଞାନୀ ୭୦ ବର୍ଷ ବୟସ୍କ ରାମକୃଷ୍ଣନଙ୍କ ନାମ ରହିଥିଲା। ଏହି ବିଶେଷ ସମ୍ମାନ ବ୍ରିଟେନର ରାଣୀ କିମ୍ବା ମହାରାଜା ପ୍ରଦାନ କରିଥାନ୍ତି।

ବକିଙ୍ଗହମ ପ୍ୟାଲେସ ଏକ ବିବୃତ୍ତିରେ କହିଛି ଯେ ମହାରାଜା ୬ ଜଣଙ୍କୁ ‘ଅର୍ଡର ଅଫ ମେରିଟ’ ପ୍ରଦାନ କରି ଖୁସି ଅଛନ୍ତି। ସଶସ୍ତ୍ର ବାହିନୀ, ବିଜ୍ଞାନ, କଳା, ସାହିତ୍ୟ କିମ୍ବା ସଂସ୍କୃତିର ପ୍ରଚାରରେ ଯେଉଁମାନେ ମହତ୍ତ୍ୱପୂର୍ଣ ଅବଦାନ ପ୍ରଦାନ କରିଛନ୍ତି ସେମାନଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଏହାସହ ଏଥିରେ ଉଲ୍ଲେଖ କରାଯାଇଛି ଯେ ସେପ୍ଟେମ୍ବର ଆରମ୍ଭରେ ଏହି ବ୍ୟକ୍ତିମାନଙ୍କୁ ଚୟନ କରାଯାଇଥିଲା।

ରାମକୃଷ୍ଣନ ଦକ୍ଷିଣ ଭାରତୀୟ ତାମିଲନାଡୁର ଚିଦାମ୍ବରମରେ ଜନ୍ମଗ୍ରହଣ କରିଥିଲେ। ବ୍ରିଟେନ ଯିବା ପୂର୍ବରୁ ସେ ଆମେରିକାରେ ବିଜ୍ଞାନ ଅଧ୍ୟୟନ କରିଥିଲେ। ତାଙ୍କୁ ୨୦୦୯ରେ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା।

ସୂଚନାଯୋଗ୍ୟ, ୧୯୦୨ମସିହାରେ କିଙ୍ଗ ଏଡୱାର୍ଡ ସପ୍ତମଙ୍କ ଦ୍ୱାରା ଅର୍ଡର ଅଫ ମେରିଟ ଆୱାର୍ଡ ପ୍ରତିଷ୍ଠା କରାଯାଇଥିଲା। ସଶସ୍ତ୍ର ବାହିନୀ, ବିଜ୍ଞାନ, କଳା ଏବଂ ସାହିତ୍ୟ, ସଂସ୍କୃତି ଇତ୍ୟାଦିକୁ ପ୍ରୋତ୍ସାହିତ କରିବା ପାଇଁ ମହାରାଜା କିମ୍ବା ରାଣୀ ଏହି ସମ୍ମାନ ପ୍ରଦାନ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରପଞ୍ଚଙ୍କ ଗାଁ ରାସ୍ତା ଶୋଚନୀୟ: ପାଦ ଚଲା ରାସ୍ତା ପାଇଁ ବି ନୁହେଁ ଉପଯୋଗୀ

ଗଞ୍ଜାମ,୨।୯(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତର ବିଭିନ୍ନ ଗ୍ରାମଗୁଡିକ ଅବହେଳିତ ଅବସ୍ଥାରେ ଥିବାବେଳେ ଖୋଦ ସରପଞ୍ଚଙ୍କ ଗାଁ ନୀଳାଦ୍ରିପୁର ରାସ୍ତା ଶୋଚନୀୟ ହୋଇପଡ଼ିଥିବା ଅଭିଯୋଗ ହୋଇଛି…

ଫାଇନ୍‌ରେ ଟ୍ରାଫିକ ନିୟନ୍ତ୍ରଣ, ହେଉନି ସ୍ଥାୟୀ ପ୍ରତିକାର

ବରଗଡ଼,୨।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହର ସମେତ ଜିଲାରେ ଟ୍ରାଫିକ ସମସ୍ୟା ଚରମସୀମାରେ ପହଞ୍ଚତ୍ଛି। ସହରସ୍ଥିତ ଯେଉଁ ରାସ୍ତାକୁ ଦେଖିଲେ ଏହା ଜଳଜଳ ହୋଇ ଦିଶୁଛି। କେଉଁଠି ବେଆଇନ ପାର୍କିଂ…

ଲୁଟିବା ଥୟ

ଖଣି ଓ ଖଣିଜ (ବିକାଶ ଓ ନିୟନ୍ତ୍ରଣ) ବା ଏମ୍‌ଏମ୍‌ଡିଆର୍‌ ଆଇନ-୧୯୫୭କୁ ୨୦୨୬ ଅଗଷ୍ଟରେ କେନ୍ଦ୍ର ସରକାର ସଂଶୋଧନ କରିଛନ୍ତି। ସଂସଦରେ ଗୃହୀତ ଏହି ଆଇନ ଦେଶର…

ଦାଦନ ଖଟିବାକୁ ପୁଣେ ଯାଇଥିଲେ ରୂପଧର: ହଠାତ୍‌ ଘଟିଲା…

ନୂଆପଡ଼ା,୨ା୯ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ଥାନା ତରବୋଡ ଗଁାର ଜଣେ ଶ୍ରମିକ ମହାରାଷ୍ଟ୍ରର ପୁଣେକୁ ଦାଦନ ଖଟିବାକୁ ଯାଇଥିବାବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ସେ…

ଫେମ୍‌ ଇଣ୍ଡିଆର ଟପ୍‌ ୨୫ରେ ଝାରସୁଗୁଡ଼ା ଏସ୍‌ପି: ଓଡ଼ିଶା ପୋଲିସ ପାଇଁ ଆଣିଲେ ଗୌରବ

ଝାରସୁଗୁଡ଼ା,୨ା୯(ଆଶିଷ ରଞ୍ଜନ ଦାଶ):ଫେମ୍‌ ଇଣ୍ଡିଆ ଏସିଆ ପୋଷ୍ଟ ପକ୍ଷରୁ ପ୍ରକାଶିତ ଦେଶର ୨୫ ଜଣ ପ୍ରମୁଖ ପୋଲିସ ଅଧିକାରୀଙ୍କ ତାଲିକାରେ ଝାରସୁଗୁଡ଼ା ଏସ୍‌ପି ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ରଙ୍କ…

ଟିମ ଇଣ୍ଡିଆରେ ହେଲା ବଡ଼ ଓଲଟପାଲଟ: ବୈଭବଙ୍କୁ ମିଳିଲା ସ୍ଥାନ, ୩ ବଡ଼ ଖେଳାଳି ପଡିଲେ ବାଦ୍‌

ନୂଆଦିଲ୍ଲୀ,୨।୯: ଆଫଗାନିସ୍ତାନ ବିପକ୍ଷରେ ହେବାକୁ ଥିବା ଟି-୨୦ ସିରିଜ ପାଇଁ ବିସିସିଆଇ ମଙ୍ଗଳବାର ଭାରତୀୟ ଦଳ ଘୋଷଣା କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱରେ ୧୫ ଜଣିଆ ଦଳରେ…

ତଳେ ଘଣ୍ଟାଏ ଜଗିରହିଲା ଦନ୍ତା: ଗଛରେ ଚଢ଼ି ଜୀବନ ବଞ୍ଚାଇଲେ ବନ କର୍ମଚାରୀ

ଛେଣ୍ଡିପଦା,୨ା୯(ଅଜିତ ଧଳ):ଗଁାରେ ପଶିଥିବା ହାତୀ ଘଉଡ଼ାଇବାକୁ ଯାଇଥିବା ହାତୀ ସ୍କ୍ବାଡ୍‌ଙ୍କୁ ମାରି ଗୋଡ଼ାଇଲା ଦନ୍ତା। ଏପରି କି ଜୀବନ ବଞ୍ଚାଇବାକୁ ସ୍କ୍ବାଡ୍‌ର ଜଣେ ସଦସ୍ୟ ଆମ୍ବ ଗଛ…

ଛାତରୁ ଝରୁଛି ପାଣି, ଖସୁଛି ପ୍ଲାଷ୍ଟର: ଅବ୍ୟବସ୍ଥା ମଧ୍ୟରେ ବଡ଼ଛତ୍ରଙ୍ଗ ହାଇସ୍କୁଲ

ଥୁଆମୂଳ ରାମପୁର,୨ା୯ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ବଡ଼ଛତ୍ରଙ୍ଗ ହାଇସ୍କୁଲ ସମ୍ପ୍ରତି ଘୋର ଅବ୍ୟବସ୍ଥା ମଧ୍ୟରେ ଗତିକରୁଛି। ୧୯୬୬ ମସିହାରେ ସ୍ଥାପିତ ଏହି ପୁରାତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri