Posted inଜାତୀୟ

ହଙ୍ଗାମା କରିଥିବା ଏମ୍‌ପିଙ୍କ ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୧୩।୮: ମୌସୁମୀ ଅଧିବେଶନର ଶେଷ ଦିନ (ଅଗଷ୍ଟ ୧୧)ରେ ରାଜ୍ୟ ସଭାରେ ଜୋରଦାର ହଙ୍ଗାମା ହୋଇଥିଲା। ଯାହାକି ଗୃହର ଗାରିମାକୁ ଆଘାତ ଦେଇଛି ବୋଲି ସରକାର କହିଛନ୍ତି। ତେବେ ବିରୋଧୀ ଦଳ ଅଭିଯୋଗ କରିଛନ୍ତି ଯେ ମାର୍ଶାଲ ମାନେ ମହିଳା ଏମ୍‌ପିଙ୍କ ସହ ଅସଦାଚରଣ କରିଥିଲେ। ଏବେ ବିରୋଧ ଏମ୍‌ପିଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା ଉପରେ ଖୁବ ଶୀଘ୍ର ନିଷ୍ପତ୍ତି ହେବ। ସୂଚନାନୁସାରେ, ଏଥିପାଇଁ ପୁଙ୍ଖାନୁପୁଙ୍ଖ ଅଧ୍ୟୟନ କରାଯାଉଛି। ଏହି ମାମଲା ଅଧିକାର କମିଟିକୁ ପଠାଯାଇପାରେ କିମ୍ବା ଏକ ନୂତନ କମିଟି ମଧ୍ୟ ଗଠନ କରାଯାଇପାରେ।
ଅଧ୍ୟକ୍ଷ ଭେଷଙ୍କୟା ନାଇଡୁ କହିଛନ୍ତି ଯେ, ଗୃହରେ ଉଭୟ ପକ୍ଷଙ୍କୁ ସମାନ ସମ୍ମାନ ଦିଆଯାଉଛି। ମୁଁ ସବୁବେଳେ କହିଛି ଯେ ଗୃହର ସୁଗମ କାର୍ଯ୍ୟ ପାଇଁ ଉଭୟ ଦଳର ସାମୂହିକ ଦାୟିତ୍ୱ ରହିଛି।
ଅନ୍ତିମ ଦିନରେ ରାଜ୍ୟସଭାରେ ବିରୋଧୀ ସାଂସଦଙ୍କର ହୋ-ହାଲ୍ଲା କରିଥିଲେ। ଯାହାର ଭିଡିଓ ମଧ୍ୟ ଏବେ ସରକାର ଜାରି କରିଛନ୍ତି। ଏହି ଭିଡିଓରେ ଉଭୟ ପକ୍ଷ ମଧ୍ୟରେ ଯୁକ୍ତିତର୍କ ଚାଲିଥିଲା। ଯେଉଁଥିରେ ମାର୍ଶଲ ଏବଂ କଂଗ୍ରେସର ମହିଳା ସାଂସଦଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶକ୍ତିଶାଳୀ ମଣିଷକୁ ଭିତରୁ ଭାଙ୍ଗିଦିଏ ଏହି ୫ଟି ଜିନିଷ, ଆଚାର୍ଯ୍ୟ ଚାଣକ୍ୟଙ୍କ ଠାରୁ ଜାଣନ୍ତୁ କିପରି ରହିବେ ସାବଧାନ

ମଣିଷ ଜୀବନରେ ଏମିତି ଅନେକ ପରିସ୍ଥିତି ଆସିଥାଏ, ଯାହା ଯୋଗୁଁ ତାକୁ ନିରାଶ ଏବଂ ହତାଶ ହେବାକୁ ପଡ଼ିଥାଏ। ଜୀବନର ଏହି କଠିନ ସମୟ ଏବଂ ସମସ୍ୟା…

ନଅଙ୍କ ଦୁର୍ଭିକ୍ଷର ମୂକସାକ୍ଷୀ ଫରାସୀ ଭେଲଦା ପଣ୍ୟବାହୀ ଜାହାଜ

ମହାକାଳପଡ଼ା, ୩୦୮(ପ୍ରତାପ ଚନ୍ଦ୍ର ସ୍ବାଇଁ): ଓଡ଼ିଶାର ପୂର୍ବ ଉପକୂଳ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସାମୁଦ୍ରିକ ତଟଦେଶରେ ବତିଘର, ହୁକିଟୋଲା, ଜମ୍ବୁଲାଲ କୋଠା, କଟକ-ଜମ୍ବୁ ପର୍ଯ୍ୟନ୍ତ ବିଶାଳ…

ଆଜି ମହାସଂଯୋଗ: ୫ ରାଶିର ଭାଗ୍ୟ ବଦଳାଇବେ ୩ଗ୍ରହ; ଅଚାନକ ହେବେ ଧନୀ…

୩୦ ଅଗଷ୍ଟର ଦିନ ପଞ୍ଚାଙ୍ଗ ଏବଂ ଜ୍ୟୋତିଷୀୟ ଯୋଗ ଦୃଷ୍ଟିରୁ ଅତ୍ୟନ୍ତ ଖାସ ପ୍ରମାଣିତ ହୋଇପାରେ। ଏହି ଦିନ ଭାଦ୍ରବ ମାସ କୃଷ୍ଣ ପକ୍ଷ ଦ୍ୱିତୀୟା ତିଥି…

ଏଇ ଭାରତରେ

ଚେନ୍ନାଇର ଚିତଲାପକ୍କମ ନିକଟରେ ଥିବା ଚିତଲାପକ୍କମ ହ୍ରଦ ନିକଟବର୍ତ୍ତୀ ଅଞ୍ଚଳରେ ଖରାଦିନେ ନଳକୂପ ଶୁଖିଯାଏ। ବର୍ଷର ଅନ୍ୟ ସମୟରେ ବି ସେଗୁଡ଼ିକରୁ ଆବଶ୍ୟକ ପାଣି ବାହାରେ ନାହିଁ।…

ପ୍ରଶାସନିକ ସ୍ବଚ୍ଛତା ଏକ ପ୍ରଶ୍ନବାଚୀ

ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଓ ନିରପେକ୍ଷତା ଆଣିବା ଲାଗି ସରକାର ଯେତେ ଯାହା ପଦକ୍ଷେପ ଗ୍ରହଣ କଲେ ମଧ୍ୟ ତାହା ସଫଳ ହୋଇପାରୁନି। ବିଭିନ୍ନ କ୍ଷେତ୍ରରେ କିଭଳି…

ସମୟ ବ୍ୟାଙ୍କ୍‌ର ସେବାପୁଞ୍ଜି

ବ୍ୟାଙ୍କ୍‌ରେ ସଞ୍ଚତ୍ତ ସମସ୍ତ ଅର୍ଥ ଉଠାଇ ଆଣି ରାଜଧାନୀର ଏକ ପ୍ରମୁଖ ଇଞ୍ଜିନିୟରିଂ କଲେଜରେ ନିଜ ପୁଅର ନାମ ଲେଖାଉଥିବା ଜଣେ ମଧ୍ୟବର୍ଗୀୟ ପିତା ତାଙ୍କ ବନ୍ଧୁକୁ…

ବାରମ୍ବାର ଇଣ୍ଟରନାଲ ପରୀକ୍ଷା ଦେବେନି ଯୁକ୍ତ୨ ଏକ୍ସ-ରେଗୁଲାର ଛାତ୍ରୀଛାତ୍ର

ଭୁବନେଶ୍ୱର,୩୦।୮(ସୁଚିସ୍ମିତା ସାହୁ): ଯୁକ୍ତ୨ ଏକ୍ସ-ରେଗୁଲାର ଛାତ୍ରୀଛାତ୍ରଙ୍କ ଇଣ୍ଟରନାଲ ପରୀକ୍ଷାକୁ ନେଇ ରହିଥିବା ଦ୍ୱନ୍ଦ୍ୱ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପକ୍ଷରୁ ଦୂର କରାଯାଇଛି। ଯୁକ୍ତ୨ରେ ଅସଫଳ…

୨ କୋଠରିରେ ପଢ଼ୁଛନ୍ତି ୧୦୪ ଛାତ୍ରୀଛାତ୍ର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣି ବ୍ଲକ ଲାବାଣ୍ୟଗଡ଼ ପଞ୍ଚାୟତ ଅନ୍ତର୍ଗତ ମାରିଙ୍ଗିସ୍ଥିତ ସରକାରୀ ପ୍ରାଥମିକ ଆବାସିକ ବିଦ୍ୟାଳୟ ବହୁ ଅବ୍ୟବସ୍ଥାରେ ଚାଲିଛି। ୧୯୯୯ ମସିହାରେ ପ୍ରତିଷ୍ଠା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri