ବସ୍‌ଷ୍ଟାଣ୍ଡରେ ପରିବା ବେପାର

ଚମ୍ପୁଆ,୩୦ା୧୨(ଡି.ଏନ.ଏ): ଦୈନିକ ପରିବା ବଜାର ଥାଉ ଥାଉ ବେପାରୀଙ୍କର କିଣାବିକାର ଆଡ଼ା ପାଲଟିଛି ଚମ୍ପୁଆ ବସ୍‌ଷ୍ଟାଣ୍ଡ। ବେପାରୀମାନେ ବସ୍‌ଷ୍ଟାଣ୍ଡ ଭିତରେ ଚାଷୀଙ୍କଠୁ କାରବାର କରୁଛନ୍ତି। ଏପରିକି ବସ୍‌ ରହୁଥିବା ସ୍ଥାନ ଗୁଡିକ ମଧ୍ୟ ସକାଳ ସମୟରେ ବେପାରୀମାନଙ୍କ କବ୍‌ଜାରେ ରହୁଛି। ଏଠାରେ ଦିନକୁ ଦିନ ବେପାରୀଙ୍କର ପାର୍ଦୃଭାବ ବୃଦ୍ଧି ପାଉଥିଲେ ମଧ୍ୟ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ କୌଣସି ଅଙ୍କୁଷ ଲଗାଯାଉ ନାହିଁ। ପରିବା କିଣାବିକା ଦ୍ୱାରା ଦୈନିକ ବସ୍‌ଯୋଗେ ଯାତ୍ରା କରୁଥିବା ଯାତ୍ରୀମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ସୂଚନାଯୋଗ୍ୟ, କେନ୍ଦୁଝର ଜିଲା ଚମ୍ପୁଆ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଚମ୍ପୁଆ ଦୈନିକ ପରିବା ହାଟ ଖୋଲାଯାଇଛି। କିଣାବିକା ପାଇଁ ପିଣ୍ଡିମାନ ନିର୍ମାଣ କରାଯିବା ସହିତ ପରିବା ବିକ୍ରେତାମାନଙ୍କ ପାଇଁ ବ୍ୟବସ୍ଥା କରାଯାଇଛି। ଦୈନିକ ନିୟନ୍ତ୍ରିତ ବଜାର କମିଟିର କର୍ମଚାରୀମାନେ ଏଠାରେ ପରିବା ବିକ୍ରେତାଙ୍କଠାରୁ ଧାର୍ଯ୍ୟ ମହାସୁଲ ଆଦାୟ କରୁଛନ୍ତି। କିନ୍ତୁ ବେପାରୀମାନେ ଉକ୍ତ ପରିବା ବଜାରରେ ନ ରହି ବସ୍‌ଷ୍ଟାଣ୍ଡ ଭିତରେ ଚାଷୀଙ୍କଠାରୁ ପରିବା କିଣାବିକା କରୁଛନ୍ତି। କେତେକ ବେପାରୀ ଚାଷୀଙ୍କୁ ମିଛସତ କହି କମ ଦରରେ ପରିବା କିଣିବା ନିମନ୍ତେ ବସ୍‌ଷ୍ଟାଣ୍ଡର ମୁଖ୍ୟ ଫାଟକଠାରେ ଜଗି ରହୁଛନ୍ତି। ଏନେଇ ବିରୋଧ କଲେ କେତେକ ବେପାରୀ ବସ୍‌ରେ ମାଲ ପରିବହନ କରିବୁ କହି ଭୂଅଁା ବୁଲାଉଛନ୍ତି। ମାତ୍ର ମହାସୁଲ ଆଦାୟକାରୀ ତାଙ୍କୁ ତାଗିଦ୍‌ କରିବା ବଦଳରେ ତାଙ୍କଠାରୁ ଯାଇ ମହାସୁଲ ଆଦାୟ କରିବା ଦେଖିବାକୁ ମିଳିଛି। ଏ ନେଇ ବସ୍‌ଷ୍ଟାଣ୍ଡ ଦାୟିତ୍ୱରେ ଥିବା ସୁପରଭାଇଜର ବିଶ୍ୱମ୍ବର ସାହୁଙ୍କୁ ପଚାରିବାରୁ କହିଛନ୍ତି, ବାରମ୍ବାର ମନା କଲା ପରେ ବି ବେପାରୀମାନେ କଥା ଶୁଣୁନାହାନ୍ତି। ବିଭିନ୍ନ ଆଳ ଦେଖାଉଛନ୍ତି। ଏପରିକି ଅନେକ ସମୟରେ ସେମାନେ ଗାଳିଗୁଲଜ କରୁଥିବା ମଧ୍ୟ ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri