ଶାକାହାର ବନାମ ମାଂସାହାର

ମାନେକା ଗାନ୍ଧୀ

ବ୍ରିଟେନ୍‌ର ବୃହତ୍ତମ ବେକରି ଗ୍ରେଗ୍‌ସ ବଜାରକୁ ଏକ ଭିଗନ୍‌(ଶୁଦ୍ଧ ଶାକାହାର) ସସେଜ୍‌ ରୋଲ୍‌ ଆଣିବାବେଳେ ତାହାକୁ ଜଣେ ବରିଷ୍ଠ ରିପୋର୍ଟର ତୀବ୍ର ବିରୋଧ କରିଥିଲେ। ଭିଗନ୍‌ ରୋଲ୍‌ ଆଣିବାର ବେକରିର ଏଭଳି ଚିନ୍ତାଧାରାକୁ ସେ ‘ଘୃଣାଉପତ୍ନ୍ନକାରୀ’ ବୋଲି ଅଭିହିତ କରିଥିଲେ। ଭାରତରେ ଆମର ଏଭଳି ସମସ୍ୟା କେବେ ବି ଦେଖାଯାଏନି । କାରଣ ସମାଜ, ଗଣମାଧ୍ୟମ, ସରକାର, ଖେଳ ଏବଂ ଚଳଚ୍ଚିତ୍ରର ଶୀର୍ଷରେ ଥିବା ପ୍ରାୟ ସମସ୍ତେ ଶାକାହାରୀ। କିନ୍ତୁ ସାରା ବିଶ୍ୱରେ ହଜାର ହଜାର ଶୁଦ୍ଧ ଶାକାହାରୀ କିମ୍ବା ଶାକାହାରୀ ତୁମକୁ ପରିବର୍ତ୍ତନ ବିରୋଧୀ ବା ରୁଢ଼ିବାଦୀ ବ୍ୟକ୍ତିଙ୍କ ପ୍ରତିକ୍ରିୟା ସମ୍ପର୍କିତ ଭୟଙ୍କର କାହାଣୀ କହିବେ। ଶାକାହାରୀମାନଙ୍କ ମଧ୍ୟରୁ ଅଧାରୁ ଅଧିକ ଭେଦଭାବର ଶିକାର ହେଉଥିବାର ଅନୁଭବ କରୁଥିବା ଏକ ଅନୁଧ୍ୟାନରୁ ଜଣାପଡ଼ିଥିତ୍ଲା। ୧୦% ଶାକାହାରୀ କହିଥିଲେ ଯେ, ସେମାନେ ମାଂସ ଖାଉ ନ ଥିବାରୁ ସେମାନଙ୍କ ପରିବାରରେ ତୀବ୍ର ପ୍ରତିିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା। ପାଖାପାଖି ସମାନ ପ୍ରତିଶତ ପ୍ରକାଶ କରିଥିଲେ , ଖାଦ୍ୟ ଯୋଗୁ ସେମାନେ ଚାକିରି ପାେଇବାକୁ ସକ୍ଷମ ହୋଇ ପାରି ନ ଥିତ୍ଲେ। ଶୁଦ୍ଧ ଶାକାହାରବାଦ ବଢ଼ିବା ଯୋଗୁ ମାଂସାହାରୀମାନେ ଏତେ ଭୟଭୀତ ହୋଇପଡୁଛନ୍ତି କାହିଁକି? ମଁୁ ଭାବୁଛି, ସମାଜରେ ପ୍ରତ୍ୟେକ ଜୀବଙ୍କ ପ୍ରତି ରହିଥିବା ଏମାନଙ୍କର ଦୟାଳୁ ଦୃଷ୍ଟିକୋଣ, ଉତ୍ତମ ପରିବେଶ ଓ ସ୍ବାସ୍ଥ୍ୟ ଲାଗି ସେମାନଙ୍କ ଅଭିଯାନ ସମସ୍ତଙ୍କୁ ଭଲ ଲାଗୁଥିବାରୁ ମାଂସାହାରୀମାନେ ଭୟଭୀତ ହେଉଛନ୍ତି। କିନ୍ତୁ ସ୍ପଷ୍ଟତଃ ତାହା ଘଟୁୁନାହଁି। ଯେଉଁମାନେ ପ୍ରତିଦିନ ମାଂସ ଖାଉଛନ୍ତି,ସେମାନେ ଶାକାହାରୀମାନଙ୍କର ମନୋଭାବକୁ ବାସ୍ତବରେ ଗ୍ରହଣ କରିବାକୁ ଅନିଚ୍ଛୁକ। ଏବେ ସମାଜରେ ବାସ୍ତବରେ ଏଭଳି ପରିବର୍ତ୍ତନ ଆସିଛି। ୨୦୧୯ରେ ଏକ ଭିଗନ୍‌ ମାର୍କେଟରେ ଆନ୍ଦୋଳନକାରୀମାନେ ହଠାତ ଶୁଦ୍ଧଶାକାହାରବାଦକୁ ବିରୋଧ କରିବା ସହ ସେମାନେ ମୃତ ଗୁଣ୍ଡୁଚି ମୂଷାର କଞ୍ଚା ମାଂସ ଖାଇବା ଆରମ୍ଭ କରିଥିଲେ। ଯେଉଁମାନେ ମାଂସ ଖାଉ ନ ଥିଲେ ,ସେମାନଙ୍କୁ ଅପମାନିତ କରିବା ଲାଗି ଆନ୍ଦୋଳନକାରୀମାନେ ଏଭଳି କରିଥିଲେ। ମାଂସ ଖାଇବା କି ନ ଖାଇବା ଏହାକୁ ନେଇ ଏବେ ଏକ ବିତର୍କ ମୁଣ୍ଡ ଟେକିଛି। ରୁଢ଼ିବାଦୀ ମାଂସାହାରୀ ଏବଂ ଏକ ନୂଆ ବିଶ୍ୱଶାନ୍ତି, ସମସ୍ତଙ୍କ ପାଇଁ ସ୍ବାସ୍ଥ୍ୟ ଉପରେ ସାହସିକ କାର୍ଯ୍ୟ କରୁଥିବା ଶାକାହାରୀମାନଙ୍କ ମଧ୍ୟରେ ଏହି ବିତର୍କ ଏକ ରଣକ୍ଷେତ୍ର ପାଲଟିଛି। ଆଶ୍ରୟସ୍ଥଳୀରୁ ଘୁଷୁରି ଚୋରି କରିବାଠାରୁ ଆରମ୍ଭ କରି ଭିଗନ୍‌ମାନଙ୍କ ଘରକୁ ହରିଣ ଗୋଡ଼ ଫିଙ୍ଗିବାଯାଏ କାର୍ଯ୍ୟରେ ମାଂସାହାରୀମାନେ ଲିପ୍ତ ରହୁଛନ୍ତି। ଶୁଦ୍ଧ ଶାକାହାରକୁ ଭୟ କରୁଥିବା ବ୍ୟକ୍ତିମାନେ ଶୁଦ୍ଧ ଶାକାହାରୀମାନଙ୍କୁ ତସ୍କର, କପଟୀ, ମାନସିକ ବିକୃତ ବୋଲି କହନ୍ତି। ଯଦି ଜଣେ ଶୁଦ୍ଧ ଶାକାହାରୀ କିଛି କହନ୍ତି ତାଙ୍କୁ ବିଶ୍ୱାସକୁ ନିଅନ୍ତି ନାହିଁ। କିଛି ଉପଦେଶ ଦେବେ ତେବେ କେହି ଶୁଣିବେ ନାହିଁ, ବରଂ କହିବେ ସେ ଜଣେ ପାଗଳ।
ଶୁଦ୍ଧ ଶାକାହାରୀମାନେ କ୍ରୋଧୀ ବୋଲି ଲୋକମାନେ ଅଭିଯୋଗ କରନ୍ତି। ଗବେଷଣାରୁ ଜଣାପଡିଛି, କେବଳ ନିଶାସକ୍ତମାନେ ଏଭଳି ଘୃୃଣିତ କଥା କହିବାକୁ ଉତ୍ସାହିତ ହୋଇଥାଆନ୍ତି। ମନୋବିଜ୍ଞାନୀମାନଙ୍କ ଅନୁଯାୟୀ, ଶାକାହାରୀମାନଙ୍କ ଉପସ୍ଥିତିରେ କେତେକ ମାଂସାହାରୀ ସେମାନଙ୍କ ମାଂସ ଖାଇବା ଅନୈତିକ ବୋଲି ଅନୁଭବ କରନ୍ତି ।
ସେମାନଙ୍କର ସକାରାମତ୍କ ଭାବମୂର୍ତ୍ତି ରକ୍ଷା କରିବାକୂୁ ଯାଇ ସେମାନେ ଶାକାହାରୀମାନଙ୍କୁ ତୀବ୍ର ନିନ୍ଦା କରନ୍ତି। ରାଜନୈତିକ ରକ୍ଷଣଶୀଳ ବ୍ୟକ୍ତିମାନେ ଏହାକୁ ସେମାନଙ୍କର ସ୍ଥିତିର ଏକ ଭିନ୍ନ ବିଷୟ ଭାବେ ବିଚାର କରନ୍ତି। ଯାହାଦ୍ୱାରା ସେମାନେ ପ୍ରାଣୀ ମାଂସ ଖାଆନ୍ତିି ଓ ପ୍ରାଣିଜ ଉପତ୍ାଦ ବ୍ୟବହାର କରିଥାଆନ୍ତି। ଶାକାହାରୀମାନଙ୍କୁ ସାମାଜିକ ପରମ୍ପରା ବିରୋଧୀ ଭାବେ ଦେଖାଯାଉଛି ଏବଂ ସେମାନେ ସାମାଜିକ କିମ୍ବା ରାଜନୈତିକ ସ୍ତରରୁ ତୀବ୍ର ପ୍ରତିକ୍ରିୟାର ସମ୍ମୁଖୀନ ହେଉଛନ୍ତି। କିନ୍ତୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପରିବର୍ତ୍ତନ ବିମୁଖ ବା ରୁଢ଼ିବାଦୀମାନଙ୍କର ସାମାଜିକ ପ୍ରଭାବ ବୃଦ୍ଧି କରିବାରେ ଆଗ୍ରହ ରହିଥିବାର ଗବେଷଣାରୁ ଜଣାପଡିଛି। ଅର୍ଥାତ୍‌, ନିର୍ଦ୍ଦିଷ୍ଟ ଗ୍ରୁପରେ ଅର୍ଥନୈତିକ ଓ ରାଜନୈତିକ ଶ୍ରେଷ୍ଠତା ପ୍ରତିପାଦନ କରିବାରେ ବିଶ୍ୱାସ ରଖନ୍ତି। ସେମାନେ ଭାବନ୍ତି ଯେ, ମାନବ ଏକ ସାମାଜିକ ପ୍ରାଣୀ ଓ ଏମାନେ ଅନ୍ୟ ପ୍ରାଣୀମାନଙ୍କଠାରୁ ଶ୍ରେଷ୍ଠ। ପ୍ରାଣୀମାନେ ଅଧିକରୁ ଅଧିକ ଖାଦ୍ୟ, ମନୋରଞ୍ଜନ ଏବଂ ବ୍ୟବହାର୍ଯ୍ୟ ଜିନିଷ ଯୋଗାଉଥିବାରୁ ସେମାନଙ୍କର ଗୁରୁତ୍ୱ ରହିଛି। ଯେଉଁମାନେ ଏମାନଙ୍କ କଥାରେ ବିଶ୍ୱାସ କରନ୍ତି,ସେମାନେ ପ୍ରାଣୀ ଶିକାର ଏବଂ ପ୍ରାଣୀଙ୍କ ଉପରେ ପରୀକ୍ଷା ଓ ସର୍କସରେ ପ୍ରାଣୀଙ୍କ କଳା ପ୍ରଦର୍ଶନକୁ ସମର୍ଥନ କରନ୍ତି। ସେମାନେ କୁକୁରଙ୍କୁ ଉଦ୍ଧାର ନ କରି କିଣିବାକୁ ପସନ୍ଦ କରନ୍ତି ଓ ସେମାନଙ୍କୁ ଗୋଡତଳେ ବସାଇ ଗୃହସ୍ବାମୀ ଓ ପ୍ରଭୁତ୍ୱର ପରିଚୟ ପ୍ରଦାନ କରିଥାଆନ୍ତି। ଶାକାହାରୀ ମାନେ ଏଭଳି ଚିନ୍ତାଧାରାର ବିରୋଧୀ ହୋଇଥିତ୍ବା ଲକ୍ଷ୍ୟ କରାଯାଏ। ସେମାନେ ପ୍ରାଣୀ ଓ ମଣିଷଙ୍କୁ ସମାନ ଭାବେ ଦେଖିତ୍ଥାଆନ୍ତି। ସେମାନଙ୍କ ବିଚାରରେ ପ୍ରାଣୀଙ୍କ ସ୍ଥାନ ବି ବହୁ ଉଚ୍ଚରେ। କଳାଲୋକ ଏବଂ ମହିଳାମାନଙ୍କୁ ଯେଭଳି ବ୍ୟବହାର କରାଯାଉଛି ଶାକାହାରୀ ଏବଂ ଶୁଦ୍ଧ ଶାକାହାରୀମାନେ ଏବେ ସେଭଳି ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତିି। ସର୍ବୋପରି ସେମାନଙ୍କୁ ଏକ ନିକୃଷ୍ଟ ଜୀବ ଭାବେ ଦେଖାଯାଉଛି। ମାନବଙ୍କ ପ୍ରତି ଯେଉଁମାନେ କଠୋର ବା ଧର୍ମାନ୍ଧ ହୋଇଯାଇଛନ୍ତି. ସେମାନେ ପ୍ରାଣୀମାନଙ୍କ ପ୍ରତି ବି କଠୋର ହୋଇଯାଇଛନ୍ତି। ସେମାନେ ସେହି ରୁଢ଼ିିବାଦୀ ଯେଉଁମାନେ ପରିବେଶବିତ, ଏନଜିଓ ଏବଂ ଗରିବଙ୍କ ପାଇଁ କରାଯାଉଥିବା ସାମାଜିକ କଲ୍ୟାଣ କାର୍ଯ୍ୟଗୁଡ଼ିକୁ ମଧ୍ୟ ସମାଲୋଚନା କରିବାକୁ ପଛାଉ ନାହାନ୍ତି। ସାମାଜିକ ମନୋବିଜ୍ଞାନୀମାନେ ଏହାକୁ ମାଂସାହାରୀଙ୍କର ନୈତିକ ଅଧୋପତନ ତଥା ଏକ ପ୍ରକାର ମାନସିକ ବିକାରଗ୍ରସ୍ତ ଅବସ୍ଥା ଭାବେ ବିବେଚନା କରନ୍ତି।
ମାଂସ ଖାଇବା ଦ୍ୱାରା କ’ଣ କ୍ଷତି ହେଉଛି ଓ ଏହାକୁ ଖାଇବା ଖରାପ ଏ ସମ୍ପର୍କରେ ଅଧିକରୁ ଅଧିକ ପ୍ରମାଣ ପାଶ୍ଚାତ୍ୟ ଦେଶଗୁଡ଼ିକରେ ରହିଛି। ଲଗାତର ମାଂସ ଖାଇବା ପାଇଁ ଖୁବ୍‌ ମାନସିକ କସରତ କରିବାକୁ ପଡ଼େ। ଭାଗ୍ୟବଶତଃ, ଆମ ମସ୍ତିଷ୍କ ଆମେ ସମ୍ମୁଖୀନ ହେବାକୁ ଚାହଁୁ ନ ଥିତ୍ବା ବାସ୍ତବତାରୁ ଆମକୁ ରକ୍ଷା କରିବାରେ ବହୁତ ଭଲକାର୍ଯ୍ୟ କରେ । ଏଥିତ୍ରୁ ରକ୍ଷା ପାଇବା ଲାଗି ଅନେକ ମନସ୍ତାତ୍ତ୍ୱିକ କୌଶଳ ରହିଛି। ଏଣୁ ପ୍ରଥମ କଥା ହେଉଛି, ମାଂସ ଭକ୍ଷଣକୁ ମାଂସାହାରୀମାନେ ଏକ ସିଦ୍ଧାନ୍ତ ଭାବେ ବିଚାର କରୁନାହାନ୍ତି। ତା’ପରେ ସେମାନେ ବିଶ୍ୱାସ କରୁଛନ୍ତି ଯେ, ମାଂସର ପ୍ରାଣୀମାନଙ୍କ ସହ କୌଣସି ସମ୍ପର୍କ ନାହିଁ ଓ ଭାବୁଛନ୍ତି ଯେ, ସେମାନେ କମ୍‌ ମାଂସ ଖାଉଛନ୍ତି। ଧାରଣା ରହିଛି ,ଯେ, କେବଳ ମଣିଷ ଦ୍ୱାରା ଫାର୍ମରେ ଆବଦ୍ଧ କରି ପାଳନ କରାଯାଉଥିବା ପ୍ରାଣୀମାନଙ୍କୁ ସେମାନେ ଖାଉଛନ୍ତି। ଦୁର୍ଭାଗ୍ୟବଶତଃ, ମାଂସାହାରୀଙ୍କର ଏଭଳି ଅଧିତ୍କାଂଶ ବାହାନା ଏବଂ ଅଣଦେଖା ମନୋଭାବ ଶୁଦ୍ଧ ଶାକାହାରୀଙ୍କ ଉପସ୍ଥିତି ଯୋଗୁ ବାଧାପ୍ରାପ୍ତ ହୋଇଛି। ଏବେ ହଠାତ ମାଂସାହାରୀମାନେ ଏକ ସିଦ୍ଧାନ୍ତର ସାମ୍ନା କରିଛନ୍ତି, ଯେଉଁଥିତ୍ତ୍ରେ ସେମାନଙ୍କୁ ବାହାନା ବନ୍ଦ କରିବାକୁ ହେବ। ସେମାନଙ୍କ କମ୍‌ ଉପସ୍ଥିତିରେ ଶୁଦ୍ଧ ଶାକହାରୀମାନେ ଲୋକମାନଙ୍କୁ ସେମାନଙ୍କ ମାନସିକ ବିକାର ଅବସ୍ଥାକୁ ବିରୋଧ କରିବାକୁ ଚାପ ପକାଉଛନ୍ତି ଏବଂ ଏହାଦ୍ୱାରା ସେମାନେ କ୍ରୋଧ ପ୍ରକାଶ କରୁଛନ୍ତିି। ଏଥିପାଇଁ ସେମାନଙ୍କ ଦୃଷ୍ଟିରେ ଶୁଦ୍ଧ ଶାକାହାରୀମାନେ ଖରାପ।
ୟୁନିଭର୍ସିଟି ଅଫ୍‌ ପେନ୍‌ସିଲଭାନିଆ ଏବଂ ଷ୍ଟାନଫୋର୍ଡ ୟୁନିଭର୍ସିଟି ଦ୍ୱାରା କରାଯାଇଥିତ୍ବା ଏକ ଗବେଷଣାରେ ଶୁଦ୍ଧ ଶାକାହାରୀମାନଙ୍କ ପ୍ରତି ମାଂସାହାରୀମାନଙ୍କ ମନୋଭାବ ଉପରେ ଅନୁଧ୍ୟାନ କରାଯାଇଥିଲା। ଶୁଦ୍ଧ ଶାକାହାରୀମାନଙ୍କ ଉପରେ ସେମାନେ ଚିନ୍ତା କରୁଥିବା ୩ଟି ଶବ୍ଦ ଭାବିବା ପାଇଁ ସେମାନଙ୍କୁ କୁୁହାଯାଇଥିତ୍ଲା। ସେମାନେ ଅଦ୍ଭୁତ ବା ବିଚିତ୍ର, ଅହଂକାରୀ, ପ୍ରବଚକ, ସନ୍ତ୍ରାସବାଦୀ, ଚାପଗ୍ରସ୍ତ,ବୋକା ଓ ପରପୀଡକ ଶବ୍ଦ ପ୍ରକାଶ କରିଥିଲେ। ତେବେ ଶାକାହାରୀମାନଙ୍କୁ ଗ୍ରହଣ ନ କରିବା ଏବଂ ନୀଚ ଦୃଷ୍ଟିରେ ଦେଖିବା ବାସ୍ତବରେ ଅଦ୍ଭୁତ ଲାଗେ। କିନ୍ତୁ ମନୋବିଜ୍ଞାନୀମାନେ ଏହି ଗ୍ରୁପ ଉପରେ ଗଭୀର ଅନୁଧ୍ୟାନ କରିବା ପରେ ଜାଣିପାରିଲେ ଯେ, ଶାକାହାରୀମାନେ ଯେଉଁ ମାଂସାହାରୀଙ୍କ ଉପରେ ମତ ରଖିଥିଲେ ତାଙ୍କୁ ନେଇ ସେମାନଙ୍କ ମନରେ ଏକ ଭୟ ରହିଥିଲା । ଏହି ଭୟ ଯୋଗୁ କୌଣସି ଦୃଢ଼ ନୈତିକତା ପାଇଁ ଯେଉଁ ସମ୍ମାନ ରହିବା କଥା ତାହା ବହୁ ଦୂରକୁ ଚାଲିଯାଇଥିଲା। ସେମାନେ ଶାକାହାରୀମାନଙ୍କୁ ଲକ୍ଷ୍ୟ କରି କଠୋର ନକାରାମତ୍କ ଶବ୍ଦ ପ୍ରୟୋଗ କରିଥିଲେ। ସ୍ବାସ୍ଥ୍ୟଗତ କାରଣ ଲାଗି ଜୀବନଶୈଳୀ ଆପଣାଉଥିବା ସର୍ବହାରୀମାନଙ୍କ ପାଇଁ ଶାକାହାରୀମାନେ ଅଧିକ ବିରକ୍ତିକର ତା’ମଧ୍ୟ ଏହି ଗବେଷଣାରୁ ଜଣାପଡ଼ିଛି। ଏକ ଯୁଗର ଶେଷ ଏବଂ ଜୀବନଶୈଳୀ ସଦାସର୍ବଦା ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି। ଏବଂ ନୂଆ ଯୁଗରେ ଯେଉଁଠି ଶୁଦ୍ଧଶାକାହାରବାଦ ହେଉଛି ସବୁଠୁ ଭଲ ତଥା ଆକର୍ଷକ। ଏହା ଅପୂର୍ଣ୍ଣତା ଅନୁଭବ କରୁଥିବା ମାଂସାହାରୀଙ୍କ ଠାରୁ ଶୁଦ୍ଧ ଶାକାହାରୀଙ୍କ ପ୍ରତି ଏଭଳି ପ୍ରତିକ୍ରିୟା ପ୍ରକାଶ ପାଇବା ସ୍ବାଭାବିକ ।
Email: gandhim@nic.in


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri