କମ୍‌ ଦରମାକୁ ଋଣ ବଢ଼ୁଛି କି? ଶୁକ୍ରବାର ଦିନ କରନ୍ତୁ ଏହି ୫ କାମ; ଆପଣା ଛାଏଁ ଦୂର ହେବ ସମସ୍ୟା…

ମା’ ଲକ୍ଷ୍ମୀ ହେଉଛନ୍ତି ଧନର ଦେବୀ। ତାଙ୍କୁ ପୂଜା କରିବା ଦ୍ୱାରା ଆର୍ଥିକସ୍ତରରେ ସମସ୍ତ ଅସୁବିଧା ଦୂର ହୋଇଥାଏ। ଏହାଛଡ଼ା କୁବେର ଏବଂ ଶୁକ୍ର ଗ୍ରହରୁ ମଧ୍ୟ ଲାଭ ମିଳିଥାଏ। କୁହାଯାଏ ଶୁକ୍ରବାର ବିଶେଷ ଉପାୟ କରିବା ଦ୍ୱାରା ସହଜରେ ଧନ ଲାଭ ହୋଇଥାଏ। ଆସନ୍ତୁ ଜାଣିବା କେଉଁ ଚମତ୍କାର ଉପାୟ କରିବା ଦ୍ୱାରା ଧନ ସହ ଜଡ଼ିତ ସମସ୍ୟା ଦୂର ହୋଇଥାଏ।

-ଚାକିରିରେ କିଭଳି ଟଙ୍କା ବଢ଼ିବ: ଶୁକ୍ରବାର ଦିନ ଅଶ୍ୱତ୍ଥ ବୃକ୍ଷ ତଳେ ମିଠା ଏବଂ ପାଣି ରଖିଦିଅନ୍ତୁ। ଏହାପରେ ତିନି ଥର ଗଛର ପରିକ୍ରମା କରନ୍ତୁ। ଏଥିସହ ଚାକିରିରେ ଉନ୍ନତି ନେଇ ପ୍ରାର୍ଥନା କରନ୍ତୁ। ଯଦି କରିପାରିବେ କିଛି ଅଶ୍ୱତ୍ଥ ଗଛ ଚାରା ଲଗାନ୍ତୁ। ଏପରି କରିବା ଦ୍ୱାରା ଚାକିରିରେ ଆସୁଥିବା ସମସ୍ୟା ଦୂର ହେବ।

-କରଜ ସମସ୍ୟାରୁ ଲାଭ: ଯଦି ଆପଣ କରଜ ସହ ଜଡ଼ିତ ସମସ୍ୟା ଯୋଗୁ ଚିନ୍ତାରେ ଥାନ୍ତି ତେବେ ଶୁକ୍ରବାର ନିମ୍ବର ଏକ କାଠି ଘରକୁ ଆଣନ୍ତୁ। ତାକୁ ପାଣିରେ ଧୋଇ ସଫା କରନ୍ତୁ। ଏହାପରେ କାଚ ଗିନାରେ ଲୁଣ ମିଶା ପାଣି ଭିତରେ ଏହାକୁ ରଖନ୍ତୁ। ଏହାଦ୍ୱାରା କରଜ ସହ ଜଡ଼ିତ ସମସ୍ୟା ଆପଣା ଛାଏଁ ଦୂର ହୋଇଯିବ।

-କିଭଳି ମିଳିବ ସମ୍ପତ୍ତି: ଶୁକ୍ରବାର ମା’ ଲକ୍ଷ୍ମୀଙ୍କୁ ଗୋଲାପୀ ଫୁଲର ମାଳ ଅର୍ପଣ କରନ୍ତୁ। ଏହାପରେ ଘିଅ ଦୀପ ଲଗାଇ ଲକ୍ଷ୍ମୀଙ୍କ ଆରତୀ କରନ୍ତୁ। ଏହି ଦିନ ମଧ୍ୟ ବାଳିକାମାନଙ୍କୁ ଧଳା ମିଠା ଦାନ କରନ୍ତୁ। ଆପଣଙ୍କୁ ସମ୍ପତ୍ତିର ଅଂଶ ଆରାମରେ ମିଳିଯିବ।

-କାରୋବାରରେ ଧନ: ଶୁକ୍ରବାର ଦିନ ଗୋଲାପି ଫୁଲରେ ବସିଥିବା ଲକ୍ଷ୍ମୀଙ୍କ ଫଟୋ ସ୍ଥାପନ କରନ୍ତୁ। ଏହାପରେ ମା’ ଲକ୍ଷ୍ମୀଙ୍କୁ ଗୋଲାପ ଅତର ଅର୍ପଣ କରନ୍ତୁ। ଏହି ଅତରକୁ ନିୟମିତ ପ୍ରୟୋଗ କରି କାମରେ ଯାଆନ୍ତୁ। ଏହି ଉପାୟ କାରୋବାର ସହ ଜଡ଼ିତ ସମସ୍ୟାକୁ ଦୂର କରିବ। ବେପାର ସହ ଜଡ଼ିତ ଲୋକଙ୍କୁ ଗୋଲାପ ଫୁଲରେ ବସିଥିବା ଲକ୍ଷ୍ମୀଙ୍କ ଫଟୋ ଅଥବା ମୂର୍ତ୍ତି ନିଜ କାର୍ଯ୍ୟସ୍ଥଳରେ ରଖିବା ଉଚିତ।

-ଅଟକିଥିବା ଧନ କିଭଳି ଫେରି ପାଇବେ:ଶୁକ୍ରବାର ଦିନ ଗରିବଙ୍କ ମଧ୍ୟରେ ମିଠା ଏବଂ ପୋଷାକ ବାଣ୍ଟନ୍ତୁ। ଏହି ଦିନ ପାଣିରେ କିଛି କ୍ଷୀର ମିଶାଇ ଚନ୍ଦ୍ରଙ୍କୁ ଅର୍ଘ୍ୟ ଦିଅନ୍ତୁ। ଏହାପରେ ଅଟକିଥିବା ଧନ ଫେରି ପାଇବାର ପ୍ରାର୍ଥନା କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କ ମୋବାଇଲରେ ଏମିତି ଚାଟ୍‌ ଦେଖି ସ୍ବାମୀଙ୍କ ପାଦ ତଳୁ ଖସିଗଲା ମାଟି, ସିଧା ପହଞ୍ଚିଲେ ଥାନାରେ…

ନୂଆଦିଲ୍ଲୀ,୧୩।୮: ତେଲଙ୍ଗାନାର ମହବୁବାବାଦ ଜିଲାରୁ ସାମ୍ନାକୁ ଆସିଥିବା ଏକ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଜଣେ ବ୍ୟକ୍ତି ତାଙ୍କ ପତ୍ନୀ ଓ ତାଙ୍କର କଥିତ ପ୍ରେମିକଙ୍କ ବିରୋଧରେ…

ଚାର୍ଜ ବସାଇ ଶୁଣୁଥିଲେ ଗୀତ: ହଠାତ୍‌ ମାରିଲା ଘଡ଼ଘଡ଼ି, ଆଉ ତା’ପରେ…

ନନ୍ଦପୁର,୧୩।୮(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ରାତ୍ରଠାରୁ ପ୍ରବଳ ବର୍ଷା ଓ ବଜ୍ରପାତର ପ୍ରକୋପ ଦେଖିବାକୁ ମିଳିଛି। ବଜ୍ରପାତରେ ଜଣେ ନାବାଳକଙ୍କ ମୃତ୍ୟୁ…

ପ୍ରବଳ ବର୍ଷା: ଏହି ଜିଲାରେ ସମସ୍ତ ସ୍କୁଲ ବନ୍ଦ

ବାରିପଦା,୧୩।୮(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ଗତ ରାତିରୁ ଆରମ୍ଭ ହୋଇ ଏପର୍ଯ୍ୟନ୍ତ ଜାରି ରହିଥିବା ଭାରି ବର୍ଷାକୁ ନେଇ ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୟଙ୍କ ନିର୍ଦ୍ଦେଶକ୍ରମେ ଆଜି ଜିଲାର ସମସ୍ତ…

ଗ୍ରହଙ୍କ ଖାସ୍‌ ଖେଳରେ ୫ ରାଶିଙ୍କ ଚମକିବ ଭାଗ୍ୟ, ଖୋଲିଯିବ ଟଙ୍କା ଆସିବାର ରାସ୍ତା; ବଢିବ…

୧୩ ଅଗଷ୍ଟ, ୨୦୨୬ ରେ ଶ୍ରାବଣ ମାସର ଶୁକ୍ଳ ପକ୍ଷର ପ୍ରତିପଦା ତିଥି ଏବଂ ଦିନ ଗୁରୁବାର ଅଟେ। ଏହା ଚାତୁର୍ମାସର ୨୦ ତମ ଦିନ ଅଟେ।…

ଆସୁଛି ବଡ଼ ବର୍ଷା: ଅବପାତର ପରିଣତ ହେବ ଲଘୁଚାପ, ରେଡ୍‌ ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୧୩/୮:ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳର ଉତ୍ତର ବଙ୍ଗୋପସାଗର ଉପରେ ଲଘୁଚାପ ସୃଷ୍ଟି ହୋଇଛି। ଉତ୍ତର ବଙ୍ଗୋପସାଗର ଓ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ନିକଟରେ ସୃଷ୍ଟ ଲଘୁଚାପ ଅଧିକ…

ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦେହାନ୍ତ

ବେଜିଂ, ୧୩।୮: ଚାଇନାକୁ ଆଧୁନିକ ଅର୍ଥନୈତିକ ମହାଶକ୍ତି ଭାବରେ ଗଢ଼ିବାରେ ପ୍ରମୁଖ ଭୂମିକା ନେଇଥିବା ଏବଂ ଦେଶକୁ ବିଶ୍ୱ ବାଣିଜ୍ୟ ସଂଗଠନ(ଡବ୍ଲ୍ୟୁଟିଓ)ରେ ସାମିଲ କରାଇଥିବା ଚାଇନାର ପୂର୍ବତନ…

୨୪ ସପ୍ତାହ ପର୍ଯ୍ୟନ୍ତ ଗର୍ଭପାତ କରିପାରିବେ ବଳାତ୍କାର ପୀଡ଼ିତା: କୋର୍ଟ ଦେଲେ ବଡ଼ ରାୟ

ଇନ୍ଦୋର,୧୨ା୮(ପି.ଟି.):ବଳାତ୍କାର ପୀଡ଼ିତା ଗର୍ଭବତୀ ହୋଇଥିଲେ, ସେ ୨୪ ସପ୍ତାହ ମଧ୍ୟରେ ଗର୍ଭପାତ କରିବାକୁ ଚାହିଁଲେ ଏଥିପାଇଁ ଅଦାଲତଙ୍କ ଅନୁମତି ନେବାକୁ ପଡ଼ିବ ନାହଁି। ମଧ୍ୟପ୍ରଦେଶ ହାଇକୋର୍ଟ ଏକ…

ପୁରୁଷ ବନ୍ଧୁଙ୍କୁ ବାନ୍ଧି ଯୁବତୀଙ୍କୁ ଗଣବଳାତ୍କାର: ଭଙ୍ଗା ଘରେ ଜଣଙ୍କ ପରେ ଜଣେ…

ନିିଶ୍ଚିନ୍ତକୋଇଲି, ୧୩ା୮(ଅଶୋକ ମହାପାତ୍ର):କେନ୍ଦ୍ରାପଡ଼ା ଜିଲା କଳପଡ଼ା ଅଞ୍ଚଳର ଜଣେ ଯୁବତୀ ଭୁବନେଶ୍ୱରର ଏକ ମଲ୍‌ରେ କାର୍ଯ୍ୟ କରନ୍ତି। ସେଠାରେ ଗାଡ଼ିଚାଳକ ରୂପେ ରହି କାର୍ଯ୍ୟ କରୁଥିବା ନୟାଗଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri