ଘରେ ଝାଡୁ କରିବା ଓ ରଖିବା ସମୟରେ କରନ୍ତୁ ନାହିଁ ଏପରି ଭୁଲ: ମାଡ଼ି ଆସିବ ଦରିଦ୍ରତା

ପ୍ରତ୍ୟେହ ସକାଳେ ଏବଂ ଅପରାହ୍ନରେ ଘର ଝାଡ଼ୁ କରାଯାଏ। ଏହି ଝାଡ଼ୁକୁ ନେଇ ଅନେକ ବାସ୍ତୁଗତ ସମସ୍ୟା ରହିଛି। ଯେପରିକି ଝାଡ଼ୁକୁ ଓଲଟା ରଖିବା ଠିକ୍‌ ନୁହେଁ, ଝାଡ଼ୁରେ ଗୋଡ ମାରିବା ଦ୍ୱାରା ମା’ ଲକ୍ଷ୍ମୀ ରାଗିଯାଇଥାନ୍ତି। ଏହାକୁ ନେଇ ବାସ୍ତୁଶାସ୍ତ୍ରରେ ଅନେକ ନିୟମ ଉଲ୍ଲେଖ ରହିଛି। ଜାଣନ୍ତୁ ସେସବୁ..

-ପୌରାଣିକ ଗ୍ରନ୍ଥରେ କୁହାଯାଇଛି ଯେ ଅନ୍ଧାର ହେବା ପରେ ଝାଡ଼ୁ ଲଗାଇବା ଅଶୁଭ। ଏହାଛଡ଼ା ଯଦି ଘରର କେହି ସଦସ୍ୟ ଘରୁ ବାହାରକୁ ଯାଆନ୍ତି ତେବେ ତୁରନ୍ତ ଝାଡ଼ୁ ଲଗାଇବା ଅଶୁଭ ହୋଇଥାଏ। ଏଣୁ ସେ ଯିବାର ୧ ରୁ ୨ ଘଣ୍ଟା ପରେ ଘର ସଫା କରନ୍ତୁ।

-ଝାଡ଼ୁରେ ଗୋଡ଼ ରଖିବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ଲକ୍ଷ୍ମୀ କୋପ କରନ୍ତି। ଏଣୁ ଝାଡ଼ୁର ଆଦର କରିବା ଦ୍ୱାରା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ବୋଲି କୁହାଯାଏ।

-ଘରେ କେବେହେଲେ ଓଲଟା ଝାଡ଼ୁ ରଖନ୍ତି ନାହିଁ। ଏହାଦ୍ୱାରା କଳିଝଗଡ଼ା ବଢ଼େ।

-ଝାଡ଼ୁକୁ କେବେ ହେଲେ ଘର ବାହାରେ ଅଥବା ଛାତ ଉପରେ ରଖିବା ଉଚିତ ନୁହେଁ। ଏହାଦ୍ୱାରା ଘରେ ଚୋରି ହେବାର ଭୟ ରହିଥାଏ।

-ଝାଡ଼ୁକୁ ସର୍ବଦା ଏପରି ସ୍ଥାନରେ ରଖିବା ଉଚିତ ଯେଉଁଠୁ ଘର ଅଥବା ବାହାର ସଦସ୍ୟ ତାକୁ ଦେଖି ପାରିବେ ନାହିଁ।

-ଯଦି ଘରର କୌଣସି ଶିଶୁ ହଠାତ୍‌ ଝାଡ଼ୁ ଲଗାଇବାକୁ କୁହନ୍ତି ତେବେ ଘରକୁ ଅତିଥି ଆସିପାରନ୍ତି ବୋଲି କୁହାଯାଏ।

-ନୂଆ ଘର କରିବା ପରେ ସେଠାରେ ପୁରୁଣା ଝାଡ଼ୁ ନେଇକରି ଯିବା ଅଶୁଭ।

-ସ୍ବପ୍ନରେ ଯଦି କିଏ ନୂଆ ଝାଡ଼ୁ ନେଇ ଛିଡ଼ା ହୋଇଥିବା ଦେଖ, ତେବେ ଏହା ସୌଭାଗ୍ୟ ପ୍ରାପ୍ତିର ପ୍ରତିକ ବୋଲି କୁହାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଜଳାତଙ୍କର ଯନ୍ତ୍ରଣା

”ଭୂତାଣୁମାନେ ସଂକ୍ରମିତ ପ୍ରାଣୀର ଲାଳରେ ରହିଥିବା ଯୋଗୁ ଏମାନେ କାମୁଡିବା ଦ୍ୱାରା ରୋଗ ହେବା ସ୍ବାଭାବିକ। ସଂକ୍ରମିତ ପ୍ରାଣୀ କାମୁଡି ଦେଲେ କିମ୍ବା ଚାଟି ପକାଇଲେ...

ଚକୋଲେଟ୍‌ କେକ୍‌

ଆବଶ୍ୟକ ସାମଗ୍ରୀ ମଇଦା -୨୦୦ ଗ୍ରାମ୍‌, ମିଲ୍କ ମେଡ୍‌-୨୦୦ ଗ୍ରାମ୍‌, କ୍ଷୀର -୨୦୦ ମିଲି, ମଖନ୍‌ -୧୦୦ ଗ୍ରାମ୍‌, ପେଷାଯାଇଥିବା ଚିନି – ୧୦୦ ଗ୍ରାମ୍‌,...

ଅଧିକ ହଳଦୀ କ୍ଷତିକାରକ

ହଳଦୀ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ବୋଲି ସମସ୍ତଙ୍କୁ ଜଣା। ସେଥିପାଇଁ ତାକୁ ରୋଷେଇ ଘରର ଭଲ ମସଲା ବୋଲି କୁହାଯାଏ। ହେଲେ ଏବେ ଗବେଷକମାନେ କହିଛନ୍ତି...

ଖାଇବା ସଙ୍ଗେ ସଙ୍ଗେ ପାଣି ପିଉଛନ୍ତି କି? ହୋଇପାରେ ଏହି ରୋଗ

ଖାଦ୍ୟ ଖାଇବା ସଙ୍ଗେ ସଙ୍ଗେ ଅଧିକାଂଶ ଲୋକଙ୍କ ପାଣି ପିଇବାର ଅଭ୍ୟାସ ରହିଥାଏ। ଆୟୁର୍ବେଦ ଡାକ୍ତରଙ୍କ ଅନୁସାରେ, ଖାଦ୍ୟ ଖାଇବା ପରେ ପାଣି ପିଇବା ଉଚିତ୍‌...

ଡାଇବେଟିସ୍‌ରୁ ଦୂରେଇ ରହିବା ପାଇଁ ସପ୍ତାହରେ ୩ ଥର ଖାଆନ୍ତୁ ଏହି ଗୁଣ୍ଡ…

ନୂଆଦିଲ୍ଲୀ: ପରିବର୍ତ୍ତିତ ଜୀବନ ଶୈଳୀ ତଥା ଖାଦ୍ୟପେୟରେ ଅନିୟମିତତା ଯୋଗୁ କେତେକଙ୍କଠାରେ ଡାଇବେଟିସ୍‌ ସମସ୍ୟା ଦେଖାଦେଇଥାଏ। ତେବେ ସପ୍ତାହରେ ୩ ଥର ମେଥିଗୁଣ୍ଡ ଉଷୁମ ପାଣିରେ...

ଥଣ୍ଡା ପାଇଁ ଘରୋଇ ଚିକିତ୍ସା

ଥଣ୍ଡା ପାଇଁ ଅଧିକାଂଶ ଲୋକେ ଏଲୋପାଥି ଔଷଧ ବ୍ୟବହାର କରିଥାନ୍ତି। ବେଳେବେଳେ ଯେତେ ଔଷଧ ଖାଇଲେ ମଧ୍ୟ ଥଣ୍ଡା ଭଲ ହୋଇ ନ ଥାଏ। ଅଦିନିଆ...

ଘରର ଷ୍ଟୋର ରୁମ୍‌ ସୃଷ୍ଟି କରେ ସମସ୍ୟା, ଜାଣନ୍ତୁ କେଉଁ ଦିଗରେ ରହିବା ଉଚିତ୍‌

ଘରେ ସଠିକ୍‌ ଦିଗରେ ଷ୍ଟୋର ରୁମ ନ ରହିଲେ ଏହା ଅନେକ ସମସ୍ୟା ସୃଷ୍ଟି କରିଥାଏ। ଭୁଲ୍‌ ଦିଗରେ ଥିବା ଷ୍ଟୋର ରୁମ ବ୍ୟକ୍ତିଙ୍କ ଜୀବନରେ...

ଅର୍ଶରୋଗୀ ଭୁଲ୍‌ରେ ବି ଖାଆନ୍ତୁ ନାହିଁ ଏସବୁ

ପାଚନତନ୍ତ୍ରରେ ହେଉଥିବା ସମସ୍ୟା ନେଇ ବିଭିନ୍ନ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଯାଉ ଥିବା ବେଳେ କୋଷ୍ଠକାଠିନ୍ୟ ବା ମଳତ୍ୟାଗ ସମୟରେ କଷ୍ଟ ହୋଇଥାଏ। ଏ ନେଇ ଅର୍ଶ...

Advertisement


Archives

Model This Week