Advertisement

ଖୁବ୍‌ଶୀଘ୍ର ବାପା ହେବେ ବରୁଣ!

ଅଭିନେତା ବରୁଣ ଧାୱନ ଏବଂ କ୍ରିତି ସାନନଙ୍କ ଅଭିନୀତ କମେଡି ଫିଲ୍ମ ‘ଭେଡିଆ’ ନଭେମ୍ବର ୨୫ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ଦୀର୍ଘ ଦିନ ଧରି ଫିଲ୍ମକୁ ନେଇ ଦର୍ଶକ ବହୁତ ଉତ୍ସାହିତ ଥିଲେ। ଏଥିସହିତ କ୍ରିତିଙ୍କ ସହ ବରୁଣ ତାଙ୍କ ଫିଲ୍ମକୁ ବକ୍ସ ଅଫିସରେ ହିଟ କରିବା ପାଇଁ କୌଣସି ସୁଯୋଗ ହାତଛଡା କରୁ ନାହାଁନ୍ତି। ନିକଟରେ ଦୁହେଁ ଫିଲ୍ମର ପ୍ରମୋଶନ ପାଇଁ ସଲମାନ ଖାନଙ୍କ ହୋଷ୍ଟ ଶୋ ‘ବିଗ ବସ ୧୬’ର ସେଟ୍‌ରେ ପହଞ୍ଚିଥିଲେ। ଏଠାରେ ଦୁହେଁ ଶୋ’ର ପ୍ରତିଯୋଗୀମାନଙ୍କ ସହିତ ଦୁହେଁ ବହୁତ ମଜା କରିଥିଲେ। ଶୋ’ରେ ସଲମାନ ବରୁଣଙ୍କ ପିତା ହେବାର ସୂଚନା ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ।
ବରୁଣ ଧାୱନ କ୍ରିତିଙ୍କ ସହ ‘ବିଗ ବସ ୧୬’ର ସେଟରେ ପହଞ୍ଚିଥିଲେ। ସଲମାନ ଉଭୟଙ୍କୁ ଜୋରଦାର ସ୍ବାଗତ କରିଥିଲେ। ଏହା ପରେ ସଲମାନ ବରୁଣ ଧାୱନଙ୍କ ସହ ଏକ ଗେମ୍‌ ଖେଳନ୍ତି। ଏକ ଟାଇଗର ଖେଳନା ଦେଖି ସଲମାନ ସଲମାନ କୁହନ୍ତି, ଏହା ବରୁଣଙ୍କ ପିଲାଙ୍କ ପାଇଁ। ବରୁଣ ତୁରନ୍ତ ଉତ୍ତର ଦେଇ କୁହନ୍ତି, ପିଲାଟି ଏପର୍ଯ୍ୟନ୍ତ ଜନ୍ମ ହୋଇନାହିଁ। ଜବାବରେ ସଲମାନ କୁହନ୍ତି, ଖୁବ୍‌ଶୀଘ୍ର ଆସିଯିବ।
ଯଦିଓ ସଲମାନ ଶୋ’ରେ ଏହାକୁ ଏକ ମଜାଳିଆ ଢଙ୍ଗରେ କହିଥିଲେ, କିନ୍ତୁ ସୋସିଆଲ ମିଡିଆରେ ଭାଇଜାନଙ୍କ ଏହି ବଡ଼ ସୂଚନା ପାଇଁ ବରୁଣଙ୍କ ପ୍ରଶଂସକମାନେ ବହୁତ ଉତ୍ସାହିତ ଅଛନ୍ତି। ଆଲିଆ ଭଟ୍ଟ, ବିପାଶା ବସୁ, ସୋନମ କପୁରଙ୍କ ପରେ ପ୍ରଶଂସକମାନେ ଅନୁମାନ କରୁଛନ୍ତି ଯେ ବରୁଣ ଧାୱନଙ୍କ ସ୍ତ୍ରୀ ନତାଶା ମଧ୍ୟ ଖୁସି ଖବର ଦେବାକୁ ଯାଉଛନ୍ତି। ଏଥିରେ କେତେ ସତ୍ୟ ଅଛି, ସମୟ ଆସିଲେ ହିଁ ଜଣା ପଡିବ
୨୪ ଜାନୁୟାରୀ ୨୦୨୧ରେ ବରୁଣ ଧାୱନ ତାଙ୍କର ଦୀର୍ଘ ଦିନର ଗର୍ଲଫ୍ରେଣ୍ଡ ନତାଶା ଦଲାଲଙ୍କୁ ବିବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଚକଦା ଏକ୍ସପ୍ରେସ’କୁ ନେଇ ଏଭଳି କହିଲେ ଅନୁଷ୍କା

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା। ବହୁ ଦିନର ବ୍ୟବଧାନ ପରେ ପରଦାକୁ ଫେରୁଛନ୍ତି। ସେ ଭାରତୀୟ କ୍ରିକେଟର ଝୁଲଣ ଗୋସ୍ବୀମୀଙ୍କ ବାୟୋପିକ୍‌ରେ ନଜର ଆସିବେ। ତେବେ...

ମାତ୍ର ୧୨ ଦିନରେ ଭାଙ୍ଗିଗଲା ପାମେଲାଙ୍କ ବୈବାହିକ ଜୀବନ

ଓ୍ବାଶିଂଟନ,୨।୨: ଜଣାଶୁଣା ଅଭିନେତ୍ରୀ ତଥା ମଡେଲ ପାମେଲା ଆଣ୍ଡରସନଙ୍କ ବୈବାହିକ ଜୀବନ ମାତ୍ର ୧୨ ଦିନ ପରେ ଭାଙ୍ଗି ଯାଇଛି। ମୋଗୁଲ ଜନ ପିଟର୍ସଙ୍କ ସହ...

ବାସ୍ତବ ଜୀବନରେ କୌଣସି ସୁପରହିରୋଙ୍କଠାରୁ କମ୍‌ ନୁହନ୍ତି ବଲିଉଡ୍‌ର ଏହି ‘ସିଙ୍ଗଲ ଫାଦର୍ସ’

ମୁମ୍ବାଇ: ଚଳଚ୍ଚିତ୍ରରେ ବିଭିନ୍ନ ଚରିତ୍ରରେ ଅଭିନୟ କରିବା ହେଉ ଅଥବା ନିର୍ଦ୍ଦେଶନା, ପ୍ରଯୋଜନା କ୍ଷେତ୍ରକୁ ଓହ୍ଲାଇଥିବା ବଲିଉଡ୍‌ କଳାକାରମାନେ ବାସ୍ତବ ଜୀବନରେ କେତେ ସଫଳ ତାହା...

ରିଲିଜ୍ ହେଲା ଇମ୍ରାନ ହାସମିଙ୍କ ଫିଲ୍ମର ଟ୍ରେଲର୍‌

ମୁମ୍ବାଇ: କିଛି ଦିନର ବିରତି ପରେ ଏବେ ପୁଣିଥରେ ବଡ ପରଦାକୁ ଫେରୁଛନ୍ତି ଇମ୍ରାନ ହାସମି । ଏଥର ସେ ତାଙ୍କ ଫିଲ୍ମ “ହରାମି”ରେ ନଜର...

ନିଜଠୁ ୧୧ ବର୍ଷ ବଡ ଗର୍ଲଫ୍ରେଣ୍ଡ୍‌ଙ୍କ ପାଇଁ ଭାବପ୍ରବଣ ହେଲେ ଏହି ଅଭିନେତା

ବଲିଉଡରରେ ଏବେ ଅଭିନେତା ଅର୍ଜୁନ କପୁର ଏବଂ ମଲାଇକା ଆରୋରାଙ୍କ ପ୍ରେମ ସମ୍ପର୍କକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି। ଉଭୟ ସେମାନଙ୍କ ସମ୍ପର୍କକୁ ନେଇ ଖୁଲାସା...

ଆଡଭାନୀଙ୍କ ସହ ଫଟୋ ଶେୟାର କଲେ ‘ରାମାୟଣ’ର ସୀତା

ରମାନନ୍ଦ ସାଗରଙ୍କ ବହୁଚର୍ଚ୍ଚିତ ଧାରାବାହିକ ରାମାୟଣରେ ଦେବୀ ସୀତାଙ୍କ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ଦୀପିକା ଚିଖଲିଆଙ୍କୁ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ ଥାନ୍ତି। ନିଜ ବିଷୟରେ...

ହ୍ରିତିକ୍‌ଙ୍କୁ ମିଳିଗଲା ନୂଆ ପ୍ରେମିକା

ବଲିଉଡର ପ୍ରସିଦ୍ଧ ନିର୍ମାତା ତଥା ନିର୍ଦ୍ଦେଶକ କରଣ ଜୋହର ୫୦ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ସେ ଏକ ଗ୍ରାଣ୍ଡ ପାର୍ଟିର ଆୟୋଜନ କରିଥିଲେ।...

ବିବାହ ସମୟରେ ୮ ଥର ସ୍ତ୍ରୀଙ୍କ ପାଦ ଛୁଇଁଥିଲେ ରିତେଶ ଦେଶମୁଖ, କାରଣ ଜାଣିଲେ…

ଡ୍ୟାନ୍ସ ରିଆଲିଟି ଶୋ’ ସୁପର ଡ୍ୟାନ୍ସର ୪ରେ ଏହି ଓ୍ବିକେଣ୍ଡରେ ଗେଷ୍ଟ ଜଜ୍‌ ଭାବେ ଅଭିନେତା ରିତେଶ ଦେଶମୁଖ ଏବଂ ଅଭିନେତ୍ରୀ ଜେନେଲିଆ ଡିସୋଜା ନଜର...

Advertisement
Archives

Model This Week