Posted inଫୁରସତ

୧୦ ଥର ବିବାହ କରିସାରିଲେଣି ଏହି ମହିଳା, ଏବେ ବି ଖୋଜୁଛନ୍ତି ନୂଆ ଜୀବନସାଥୀ; କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ବିବାହ କରିବାକୁ ସମସ୍ତେ ଉତ୍ତମ ଜୀବନସାଥୀଟିଏ ଚାହିଁଥାନ୍ତି। ଯାହା ସହିତ ସାରା ଜୀବନ ଭଲରେ କଟିବ। ମାତ୍ର ଆମେରିକାର ଜଣେ ମହିଳା ଗୋଟିଏ ପରେ ଗୋଟିଏ ସ୍ବାମୀ ବଦଳାଇ ଚାଲିଛନ୍ତି। ଆଶ୍ଚର୍ଯ୍ୟ ହେଲେ ମଧ୍ୟ ସତ। ଭଲ ସ୍ବାମୀଟିଏ ପାଇବା ପାଇଁ ମହିଳା ଜଣଙ୍କ ଥରେ କି ୨ ଥର ନୁହେଁ ୧୦ଥର ବିବାହ କରିସାରିଲେଣି। ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା ଏଥିପ୍ରତି ତାଙ୍କର ଟିକେ ବି ଖାତିର ନାହିଁ ଯେ, ସେ ଏତେଥର ବିବାହ କରିସାରିଲେଣି। ଏବେବି ସେ ଭଲ ସ୍ବାମୀ ସନ୍ଧାନରେ ଅଛନ୍ତି। ଏହି ମହିଳାଙ୍କ ନାମି କ୍ୟାସି।
ଆମେରିକାର ନ୍ୟୁୟର୍କ ସହରରେ ରହୁଥିବା କ୍ୟାସି ଏକ ଟିଭି ଶୋ’ Dr. Phil Showରେ ଏହାର ରହସ୍ୟ ଖୋଲିଛନ୍ତି। ଏହି ଶୋ’ରେ ସଫଳ ବ୍ୟବସାୟୀ କ୍ୟାସି ଭାଗ ନେଇ ନିଜର ବ୍ୟକ୍ତିଗତ ଜୀବନ ସମ୍ପର୍କରେ କଥାବାର୍ତ୍ତା କରିଥିଲେ। ୫୬ ବର୍ଷୀୟା କ୍ୟାସି କୁହନ୍ତି, ସେ ୧୦ ଥର ବିବାହ କରିସାରିଲେଣି। ସେ କୌଣସି ସାଥୀଙ୍କ ସହ ଭଲରେ ସମୟ ବିତାଇ ପାରିଲେନି। ତେଣୁ ସେ ଆଶା ରଖିଛନ୍ତି ଦିନେ ନା ଦିନେ ତାଙ୍କୁ ଭଲ ଜୀବନସାଥୀଟିଏ ମିଳିଯିବେ। ସେଥିପାଇଁ ଆଜି ବି ସେ ମିଷ୍ଟର ରାଇଟ୍‌ ଖୋଜୁଛନ୍ତି। କ୍ୟାସି କୁହନ୍ତି, ଦୀର୍ଘ ୮ ବର୍ଷ ଧରି ଜଣେ ଜୀବନସାଥୀଙ୍କ ସହ ବୈବାହିକ ଜୀବନ କଟାଇଥିବା ବେଳେ ଜଣଙ୍କ ସହ ମାତ୍ର ୬ ମାସ ରହିଥିଲେ। କ୍ୟାସିଙ୍କର ଯେଉଁ ସ୍ବାମୀଙ୍କ ସହ ପଡ଼େ ନାହିଁ ସେ ସିଧା ତାଙ୍କୁ କହିଦିଅନ୍ତି ମୋତେ ଛାଡ଼ପତ୍ର ଦିଅ। ପରେ ପୁଣି ଆଉ ଏକ ଜୀବନସାଥୀ ଖୋଜି ବସନ୍ତି। ଏହିପରି ଭାବେ ସେ ୧୦ ଥର ବିବାହ କରିସାରିଲେଣି। ତଥାପି ନୂଆ ସାଥୀ ସନ୍ଧାନରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହୋମୱାର୍କ ପାଇଁ ଚାପୁଡ଼ା ମାରିଲେ କ୍ଲାସ୍ ଟିଚର: ଅଚେତ ହୋଇ ଟଳି ପଡ଼ିଲା ୬ ବର୍ଷର ଶିଶୁ, ଡାକ୍ତରଖାନାରେ ମୃତ୍ୟୁ

ବିଶାଖାପାଟଣା, ୨୦।୮: ଆନ୍ଧ୍ରପ୍ରଦେଶର ବିଶାଖାପାଟଣାସ୍ଥିତ ଏକ ଘରୋଇ ସ୍କୁଲରେ ଜଣେ ୬ ବର୍ଷର କୋମଳମତି ଶିଶୁର ସନ୍ଦେହଜନକ ମୃତ୍ୟୁ ଘଟିଛି। ହୋମୱାର୍କ ପୂରା କରି ନ ଥିବା…

ସୁଡ଼ଙ୍ଗ ଭିତରେ ୨ ଟ୍ରକ୍‌ ମୁହାଁମୁହିଁ ଧକ୍କା: ୪ମୃତ, ୭ ଆହତ

ଚଣ୍ଡିଗଡ଼, ୨୦।୮: କିରାତପୁର-ମନାଲି ଜାତୀୟ ରାଜପଥ ଦାଓ୍ବାଡ଼ା ସୁଡ଼ଙ୍ଗ ଭିତରେ ଦୁଇଟି ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ ହୋଇଛି ଏବଂ…

ଶୁକ୍ରବାରଠୁ ସପ୍ତାହେ ଯାଏ ବର୍ଷା, ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୨୦ା୮(ବନ୍ଦନା ସେଠୀ) – ରାଜ୍ୟରେ ଏବେ ବର୍ଷା ଓ ବନ୍ୟା ଦୁର୍ଦ୍ଦଶା ଜାରି ରହିଥିବା ବେଳେ ଆସୁଛି ଆଉ ଏକ ଲଘୁଚାପ। ତିନିଦିନ ହେବ ଶୁଖିଲା…

ଇନଷ୍ଟାଗ୍ରାମରୁ ପ୍ରେମ ସମ୍ପର୍କ ଯୋଡ଼ି ଅପହରଣ କରି ନେଇଥିଲେ, ଭୁବନେଶ୍ୱରରୁ ନାବାଳିକାଙ୍କୁ ଉଦ୍ଧାର, ଅଭିଯୁକ୍ତଙ୍କୁ ଗିରଫ କରି…

ଦିଗପହଣ୍ଡି,୨୦।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁରୁ ଜଣେ ୧୫ ବର୍ଷୀୟା ନାବାଳିକାଙ୍କୁ ଅପହରଣ କରାଯାଇଥିବା ନେଇ କେ.ନୂଆଗାଁ ଥାନାରେ ଅଭିଯୋଗ…

ସିମ୍‌ କାର୍ଡକୁ ନେଇ ନୂଆ ନିୟମ! ଆଉ ୪ଦିନ ପରେ ଏମାନଙ୍କର କଟିଯିବ କନେକ୍ସନ…

ନୂଆଦିଲ୍ଲୀ,୨୦ା୮: ଭାରତରେ ଜଣେ ବ୍ୟକ୍ତିଙ୍କ ନାମରେ ଥିବା ମୋବାଇଲ୍ କନେକ୍ସନ୍‌ର ସୀମାକୁ ସରକାର କଡ଼ାକଡ଼ି ଭାବେ ଲାଗୁ କରିବାକୁ ଯାଉଛନ୍ତି। ଅଗଷ୍ଟ ୨୪ ରୁ ଟେଲିକମ୍ ଅପରେଟରମାନଙ୍କୁ…

ବଙ୍ଗୋପସାଗରରେ ହେଲାଣି ହଲଚଲ; ଓଡ଼ିଶାରେ ଆସିବ ବଡ଼ ଭୂମିକମ୍ପ! ଥରିବ ଏସବୁ ଜିଲା…

ଭୁବନେଶ୍ୱର, ୨୦।୮: ସମ୍ପ୍ରତି ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଓଡ଼ିଶାରେ ନିକଟ ଭବିଷ୍ୟତରେ ଭୂକମ୍ପ ଆସିବାର ସମ୍ଭାବନା ନେଇ ଭୂବିଜ୍ଞାନୀ ଏବଂ ବିଶେଷଜ୍ଞମାନେ ସତର୍କତା ଜାରି କରିଛନ୍ତି। ପୃଥିବୀ…

କିଭ୍‌ରେ ବଡ଼ଧରଣର ଆକ୍ରମଣ: ୧୬ ମୃତ, ଜେଲେନସ୍କି କହିଲେ…

କିଭ୍‌, ୨୦।୮: ରୁଷିଆ ଗୁରୁବାର ୟୁକ୍ରେନ୍‌ର ରାଜଧାନୀ କିଭ୍‌ ଏବଂ ଏହାର ଆଖପାଖ ଅଞ୍ଚଳରେ ଭୀଷଣ କ୍ଷେପଣାସ୍ତ୍ର ଏବଂ ଡ୍ରୋନ ଆକ୍ରମଣ କରିଛି। ଘଣ୍ଟା ଘଣ୍ଟା ଧରି…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଜେଲ କର୍ମଚାରୀଙ୍କ ପୋଷାକ ଭତ୍ତା ୨ ଗୁଣା ବୃଦ୍ଧି

ଭୁବନେଶ୍ୱର,୨୦।୮: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ଏକ ବଡ଼ ଘୋଷଣା କରିଛନ୍ତି। ଜେଲ କର୍ମଚାରୀ ଏବଂ ଅଧିକାରୀଙ୍କ ବାର୍ଷିକ ପୋଷାକ ଭତ୍ତାକୁ ୨ ଗୁଣା ବୃଦ୍ଧି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri