Advertisement
Posted inଜାତୀୟ

କାଳ ଭୈରବଙ୍କ ଦର୍ଶନରୁ ଆରମ୍ଭ ହେଲା ନଡ୍ଡାଙ୍କ ମିଶନ ୨୦୨୪

ବାରାଣସୀ,୨୦।୧: ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ମିଶନ ୨୦୨୪ରେ ବାହାରିପଡ଼ିଛନ୍ତି। ଏହି କ୍ରମରେ ଗୁରୁବାର ସନ୍ଧ୍ୟାରେ ଜେ.ପି ନଡ୍ଡା ଉତ୍ତରପ୍ରଦେଶ ବାରାଣସୀରେ ପହଞ୍ଚିଛନ୍ତି। ଶୁକ୍ରବାର ସକାଳେ କାଶୀ ବିଶ୍ୱନାଥ ମନ୍ଦିର ଦର୍ଶନ ପୂର୍ବରୁ ସେ ପ୍ରଥମେ କାଶୀର କୋତଓ୍ବାଲ ବାବା କାଳ ଭୈରବଙ୍କ ଦର୍ଶନ ପାଇଁ ପହଞ୍ଚିଥିଲେ। କାଳ ଭୈରବ ମନ୍ଦିରରେ ନଡ୍ଡାଙ୍କ ସହ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ସାମିଲ ହୋଇଥିଲେ। ସେଠାରେ ନଡ୍ଡା ବିଧିବଧ ଭାବେ ପୂଜାର୍ଚ୍ଚନା କରିବା ସହ ଆଳତୀ କରିଥିଲେ। କାଳ ଭୈରବ ମନ୍ଦିର ଦର୍ଶନ ପରେ ନଡ୍ଡା ଯୋଗୀ ଆଦିତ୍ୟନାଥଙ୍କ ସହ ମନ୍ଦିର ବାହାରକୁ ଆସି ଏକ ଚା’ ଦୋକାନରେ ଚା’ ପିଇଥିଲେ। କେବଳ ନଡ୍ଡା ନୁହଁନ୍ତି ବରଂ ଆଦିତ୍ୟନାଥ ମଧ୍ୟ ସାଧାରଣ ବ୍ୟକ୍ତିଙ୍କ ଭଳି ଦୋକାନ ସମ୍ମୁଖରେ ଠିଆ ହୋଇ ଚା’ ପିଇଥିଲେ। ଏହି ସମୟର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏତିକିବେଳେ ଯୋଗୀ ସରକାରଙ୍କ ଅନେକ ମନ୍ତ୍ରୀ ମଧ୍ୟ ସେଠାରେ ଉପସ୍ଥିତ ରହିଥିଲେ। ଏହାପରେ ନଡ୍ଡା କାଶୀ ବିଶ୍ୱନାଥ ଦର୍ଶନ ପାଇଁ ବାହାରିଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଉଗ୍ର ରୂପ ନେଲା ‘ତାଉକ୍ତାଏ’: ଅନେକ ସ୍ଥାନରେ ଉପୁଡିଲା ଗଛ, ଭାଙ୍ଗିଲା ଘର

ଥିରୁଭାନନ୍ତପୁରମ୍‌,୧୬।୫: ଆରବ ମହାସାଗରରେ ସୃଷ୍ଟି ସାମୁଦ୍ରିକ ଝଡ଼ ‘ତାଉକ୍ତାଏ’ ଭେରି ସିଭିୟର ସାଇକ୍ଲୋନିକ ଷ୍ଚର୍ମରେ ପରିଣତ ହୋଇଛି। ଏବେ ଏହା କେରଳରେ ଏହାର ରୂପ ଦେଖାଇବା...

ଦେଶରେ ମୃତ୍ୟୁସଂଖ୍ୟା ୨ ଲକ୍ଷ ଟପିଲା: ଜାଣନ୍ତୁ ସାରା ବିଶ୍ୱରେ ଭାରତର ସ୍ଥିତି କେଉଁଠି

ନୂଆଦିଲ୍ଲୀ,୨୮।୪: ଭାରତରେ କରୋନାର ଦ୍ୱିତୀୟ ଲହର ବିପର୍ଯ୍ୟୟ ସୃଷ୍ଟି କରିଛି। ଏହାର ଫଳସସ୍ବରୂପ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢିବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି...

ଗାଈ ପେଟରୁ ୨୦ ଗ୍ରାମ୍‌ର ସୁନାଚେନ ବାହାର କରିବା ଲାଗି ହେଲା ଏପରି…

ବେଙ୍ଗାଲୁରୁ, ୧୬।୧୨: ଦୀପାବଳିରେ ଗାଈକୁ ପୂଜା କରିବା ସମୟରେ ଭୁଲରେ ଖାଦ୍ୟ ସହ ୨୦ ଗ୍ରାମର ସୁନା ଚେନ ପେଟକୁ ଚାଲିଯାଇଥିଲା। ଏଭଳି ଘଟଣା କର୍ନାଟକର...

ପଞ୍ଜାବକୁ ବୁଝି ନ ଥିବା ଲୋକ ହାତରେ ଟେକି ଦିଆଯାଉଛି ରାଜ୍ୟକୁ , ଏଥିରେ କେବଳ ପାକିସ୍ତାନ ଖୁସି ହେଉଛି: ତିୱାରି

ନୂଆଦିଲ୍ଲୀ,୨୯ ।୯: ପଞ୍ଜାବ କଂଗ୍ରେସରେ ଜାରି ରହିଥିବା ସଙ୍କଟ କମିବା ପରିବର୍ତ୍ତେ ବଢିବାରେ ଲାଗିଛି । ଏହାକୁ ନେଇ କଂଗ୍ରେସର ବରିଷ୍ଠ ନେତା ତଥା ଏମ୍‌ପି...

ମହାଗୁନ ବିଲଡର ଅଫିସରେ ଡକାୟତି, ୬ଶହ କେଜି ଟ୍ରେଜେରୀକୁ ଉଠାଇନେଲେ ଦୁର୍ବୃତ୍ତ

ନୂଆଦିଲ୍ଲୀ,୨୯।୪: ନୂଆଦିଲ୍ଲୀର ଗ୍ରେଟର ନୋଏଡା ସେକ୍ଟରରେ ଥିବା ମହାଗୁନ ବିଲଡର ଅଫିସରେ ଡକାୟତି ହୋଇଛି। ଶନିବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ କାନ୍ଥ ଡେଇଁ ଅଫିସ...

ଟି. ରାଜା ଭାଜପାରୁ ନିଲମ୍ବିତ, ୧୦ ଦିନ ମଧ୍ୟରେ ଦେବେ ଜବାବ…

ନୂଆଦିଲ୍ଲୀ, ୨୩।୮ : ମହାପୁରୁଷ ମହମ୍ମଦଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବା ମାମଲାରେ ଭାରତୀୟ ଜନତା ପାର୍ଟି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଦଳ ତେଲେଙ୍ଗାନା...

ଅସ୍ତ୍ରବିରତି ଉଲ୍ଲଂଘନରେ ଜଣେ ପାକିସ୍ତାନ ସେନା ନିହତ

ଶ୍ରୀନଗର,୨୧।୨: ପାକିସ୍ତାନ ସେନା ପକ୍ଷରୁ କରାଯାଇଥିବା ଅସ୍ତ୍ରବିରତି ଉଲ୍ଲଂଘନର କଡା ଜବାବ ଦେଇଛି ଭାରତୀୟ ସେନା। ଭାରତୀୟ ସେନାଙ୍କ ଗୁଳିରେ ଗୁରୁବାର ଜଣେ ପାକିସ୍ତାନ ସେନାଙ୍କ...

ଦୀପାବଳି ପରେ ଗୁଜୁରାଟ ନିର୍ବାଚନ ତାରିଖ ଘୋଷଣା

ନୂଆଦିଲ୍ଲୀ,୧୪।୧୦: ଦୀପାବଳି ଅର୍ଥାତ୍‌ ଆସନ୍ତା ୨୪ ତାରିଖ ପରେ ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଘୋଷଣା ହୋଇପାରେ। ଶୁକ୍ରବାର ଗୁଜୁରାଟ, ହିମାଚଳ ପ୍ରଦେଶର ନିର୍ବାଚନ...

Advertisement
Archives

Model This Week