ପୁଣି ବଡ ପରଦାରେ ନଜର ଆସିବେ କପିଲ ଶର୍ମା

ମୁମ୍ବାଇ: ନିଜ କମେଡିଇରେ ସମସ୍ତଙ୍କୁ ହସାଇ ହସାଇ ବେଦମ କରୁଥିବା କପିଲ ଶର୍ମା ପୁଣିଥରେ ସିଲଭର ସ୍କ୍ରିନକୁ କମବ୍ୟାକ କରୁଛନ୍ତି । ସୂଚନାଯୋଗ୍ୟ, କପିଲ ଶର୍ମା ଖୁବଶୀଘ୍ର ନନ୍ଦିତା ଦାସଙ୍କ ଅପକମିଂ ମୁଭି ‘ଜ୍ୱିଗାଟୋ’ରେ ନିଜ ଅଭିନୟକୁ ନେଇ ଦର୍ଶକଙ୍କୁ ଗୁଦଗୁଦି କରିବାକୁ ଆସୁଛନ୍ତି । ନନ୍ଦିତା ଦାସଙ୍କ ଦ୍ୱାରା ନିର୍ଦ୍ଦେଶିତ ଓ ଅପ୍ଲାଁଜ ଏଣ୍ଟରଟେନମେଣ୍ଟ ଦ୍ୱାରା ନିର୍ମିତ ଫିଲ୍ମକୁ ନିକଟରେ ଟରଂଣ୍ଟୋ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ସାମିଲ କରାଯାଇଥିଲା । କପିଲଙ୍କ ପ୍ରଶଂସକଙ୍କ ପାଇଁ ଫିଲ୍ମକୁ ନେଇ ଖୁସି ଖବର ଦିଆଯାଇଛି । ଫିଲ୍ମର ରିଲିଜ୍ ଡେଟ୍ ଆଉଟ ହୋଇଛି । ଜଣେ ଫୁଡ ଡେଲିଭରୀ ବୟର କାହାଣୀ ହେଉଛି ‘ଜ୍ୱିଗାଟୋ’ ।
କପିଲ ଶର୍ମାଙ୍କ ମୋଷ୍ଟ ଆୱେଟେଡ ମୁଭି ‘ଜ୍ୱିଗାଟୋ’ର ରିଲିଜ୍ ଡେଟ ଜାରି କରାଯାଇଛି । ଚଳିତ ବର୍ଷ ୧୭ ମାର୍ଚ୍ଚରେ ଏହା ବଡ ପରଦାରେ ରିଲିଜ୍ ହେବ । ଅପ୍ଲାଁଜ ଏଣ୍ଟରଟେନମେଣ୍ଟର ଅଫିସିୟାଲ ହାଣ୍ଡେଲରେ ଇନଷ୍ଟାଗ୍ରମାରେ ବାଇକରେ ଥିବା କପିଲ ଶର୍ମାଙ୍କ କ୍ୟାରେକ୍ଟରର ଏକ ମୋଶନ ପୋଷ୍ଟର ଶେୟାର କରାଯାଇଛି. କ୍ୟାପଶନରେ ଲେଖାଯାଇଛି, ବର୍ଷର ସବୁଠାରୁ ମୋଷ୍ଟ୍ର ଆୱେଟେଡ ଅର୍ଡର ଆଖିରକାର ଆ ରହା ହୈ!
ବୁସାନ ଫିଲ୍ମ ଫେଷ୍ଟିଭାଲରେ ଏହାର ସ୍କ୍ରିନିଂ ପୂର୍ବରୁ କପିଲ ଶର୍ମା ଇନଷ୍ଟାଗ୍ରାମରେ ‘ଜ୍ୱିଗାଟୋ’ର ଟ୍ରେଲର ଶେୟାର କରିଥିଲେ । ପ୍ରମୋର ଆରମ୍ଭ କପିଲ ଶର୍ମାଙ୍କ ଅର୍ଡର ଦେବା ପାଇଁ ଡେଷ୍ଟିନେଶନରେ ପହଞ୍ଚିବା ପରେ ହେଉଛି । ସେଠାରେ ସେ ଏକ ନୋଟିସ ଦେଖିବା ପରେ ତାଙ୍କୁ ସିଡ଼ି ଚଢିବାକୁ ବାଧ୍ୟ ହେବାକୁ ପଡୁଛି, ଯେଉଁଥିରେ ଲେଖାଅଛି, ଡେଲିଭରୀ ବୟଙ୍କୁ ଲିପ୍ଟ ବ୍ୟବହାର କରିବାକୁ ଅନୁମତି ନାହିଁ । ଏହି ମୁଭିରେ ଶାହନାନା ଗୋସ୍ୱାମୀ କପିଲଙ୍କ ପତ୍ନୀ ଭୂମିକାରେ ନଜର ଆସିଛନ୍ତି । ସେ ତାଙ୍କ ଆବଶ୍ୟକତାକୁ ପୂରଣ କରିବାକୁ ସଂଘର୍ଷ କରୁଥିବା ଦେଖାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri