ପୁଣି ବଡ ପରଦାରେ ନଜର ଆସିବେ କପିଲ ଶର୍ମା

ମୁମ୍ବାଇ: ନିଜ କମେଡିଇରେ ସମସ୍ତଙ୍କୁ ହସାଇ ହସାଇ ବେଦମ କରୁଥିବା କପିଲ ଶର୍ମା ପୁଣିଥରେ ସିଲଭର ସ୍କ୍ରିନକୁ କମବ୍ୟାକ କରୁଛନ୍ତି । ସୂଚନାଯୋଗ୍ୟ, କପିଲ ଶର୍ମା ଖୁବଶୀଘ୍ର ନନ୍ଦିତା ଦାସଙ୍କ ଅପକମିଂ ମୁଭି ‘ଜ୍ୱିଗାଟୋ’ରେ ନିଜ ଅଭିନୟକୁ ନେଇ ଦର୍ଶକଙ୍କୁ ଗୁଦଗୁଦି କରିବାକୁ ଆସୁଛନ୍ତି । ନନ୍ଦିତା ଦାସଙ୍କ ଦ୍ୱାରା ନିର୍ଦ୍ଦେଶିତ ଓ ଅପ୍ଲାଁଜ ଏଣ୍ଟରଟେନମେଣ୍ଟ ଦ୍ୱାରା ନିର୍ମିତ ଫିଲ୍ମକୁ ନିକଟରେ ଟରଂଣ୍ଟୋ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ସାମିଲ କରାଯାଇଥିଲା । କପିଲଙ୍କ ପ୍ରଶଂସକଙ୍କ ପାଇଁ ଫିଲ୍ମକୁ ନେଇ ଖୁସି ଖବର ଦିଆଯାଇଛି । ଫିଲ୍ମର ରିଲିଜ୍ ଡେଟ୍ ଆଉଟ ହୋଇଛି । ଜଣେ ଫୁଡ ଡେଲିଭରୀ ବୟର କାହାଣୀ ହେଉଛି ‘ଜ୍ୱିଗାଟୋ’ ।
କପିଲ ଶର୍ମାଙ୍କ ମୋଷ୍ଟ ଆୱେଟେଡ ମୁଭି ‘ଜ୍ୱିଗାଟୋ’ର ରିଲିଜ୍ ଡେଟ ଜାରି କରାଯାଇଛି । ଚଳିତ ବର୍ଷ ୧୭ ମାର୍ଚ୍ଚରେ ଏହା ବଡ ପରଦାରେ ରିଲିଜ୍ ହେବ । ଅପ୍ଲାଁଜ ଏଣ୍ଟରଟେନମେଣ୍ଟର ଅଫିସିୟାଲ ହାଣ୍ଡେଲରେ ଇନଷ୍ଟାଗ୍ରମାରେ ବାଇକରେ ଥିବା କପିଲ ଶର୍ମାଙ୍କ କ୍ୟାରେକ୍ଟରର ଏକ ମୋଶନ ପୋଷ୍ଟର ଶେୟାର କରାଯାଇଛି. କ୍ୟାପଶନରେ ଲେଖାଯାଇଛି, ବର୍ଷର ସବୁଠାରୁ ମୋଷ୍ଟ୍ର ଆୱେଟେଡ ଅର୍ଡର ଆଖିରକାର ଆ ରହା ହୈ!
ବୁସାନ ଫିଲ୍ମ ଫେଷ୍ଟିଭାଲରେ ଏହାର ସ୍କ୍ରିନିଂ ପୂର୍ବରୁ କପିଲ ଶର୍ମା ଇନଷ୍ଟାଗ୍ରାମରେ ‘ଜ୍ୱିଗାଟୋ’ର ଟ୍ରେଲର ଶେୟାର କରିଥିଲେ । ପ୍ରମୋର ଆରମ୍ଭ କପିଲ ଶର୍ମାଙ୍କ ଅର୍ଡର ଦେବା ପାଇଁ ଡେଷ୍ଟିନେଶନରେ ପହଞ୍ଚିବା ପରେ ହେଉଛି । ସେଠାରେ ସେ ଏକ ନୋଟିସ ଦେଖିବା ପରେ ତାଙ୍କୁ ସିଡ଼ି ଚଢିବାକୁ ବାଧ୍ୟ ହେବାକୁ ପଡୁଛି, ଯେଉଁଥିରେ ଲେଖାଅଛି, ଡେଲିଭରୀ ବୟଙ୍କୁ ଲିପ୍ଟ ବ୍ୟବହାର କରିବାକୁ ଅନୁମତି ନାହିଁ । ଏହି ମୁଭିରେ ଶାହନାନା ଗୋସ୍ୱାମୀ କପିଲଙ୍କ ପତ୍ନୀ ଭୂମିକାରେ ନଜର ଆସିଛନ୍ତି । ସେ ତାଙ୍କ ଆବଶ୍ୟକତାକୁ ପୂରଣ କରିବାକୁ ସଂଘର୍ଷ କରୁଥିବା ଦେଖାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ବିଲକୁ ଯାଇଥିବାବେଳେ ଅତର୍କିତ ଆକ୍ରମଣ କଲା ଭାଲୁ, ୨ ଜଣ…

ନୀଳଗିରି, ୧୩।୮ (ପ୍ରଶାନ୍ତ କୁମାର ବିଶ୍ବାଳ): ଗୁରୁବାର ସକାଳେ ବିଲକୁ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ୨ ଗୁରୁତର ହୋଇଛନ୍ତି। ନୀଳଗିରି ଉପଖଣ୍ଡ ଶ୍ୟାମସୁନ୍ଦରପୁର ପଞ୍ଚାୟତର ଦ୍ବାରିକା…

କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପାଣ୍ଠିରେ ନୀଳଗିରି ମେଡିକାଲର ହେବ ଉନ୍ନତି, ଖର୍ଚ୍ଚ ହେବ ଏତିକି କୋଟି…

ନୀଳଗିରି,୧୩ା୮(ପ୍ରଶାନ୍ତ କୁମାର ବିଶ୍ୱାଳ): କେନ୍ଦ୍ରରେଳ, ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ତଥା ରାଜ୍ୟ ସଭା ଏମ୍‌ପି ଅଶ୍ୱିନୀ କୁମାର ବୈଷ୍ଣବ ମନ୍ତ୍ରିମଣ୍ଡଳର ଜଣେ ଦକ୍ଷ ଏବଂ ସଚ୍ଚୋଟ ମନ୍ତ୍ରୀଭାବେ ପ୍ରଧାନମନ୍ତ୍ରୀଙ୍କ…

ଖର୍ଗେଙ୍କ ମଞ୍ଚ ‘ଶୁଦ୍ଧିକରଣ’ ପ୍ରସଙ୍ଗକୁ ନେଇ ସଂସଦରେ ସରଗରମ ରାଜନୀତି, କଡ଼ା ଜବାବ ଦେଲେ ନଡ୍ଡା!

ନୂଆଦିଲ୍ଲୀ,୧୩।୮: ସଂସଦର ମୌସୁମୀ ଅଧିବେଶନର ଶେଷ ଦିନରେ ରାଜ୍ୟ ସଭାରେ ଏକ ବଡ଼ ଏବଂ ଗମ୍ଭୀର ପ୍ରସଙ୍ଗକୁ ନେଇ ଶାସକ ଓ ବିରୋଧୀ ଦଳ ମଧ୍ୟରେ ତୀବ୍ର…

ବିଡ଼ିଓର ପରିଚୟ କଲେ ଫୋନ୍‌, କଲେଜରେ ସୋଲାର ପ୍ରୋଜେକ୍ଟ ବସାଇବାର ସ୍ବପ୍ନ ଦେଖାଇ ଲୁଟିନେଲେ ଟଙ୍କା

ଉଦଳା, ୧୩।୮ (ସନ୍ତୋଷ ବାଛିନୀ): ନିଜକୁ ବିଡ଼ିଓର ପରିଚୟ ଦେଲେ ଆଉ କଲେଜରେ ସୋଲାର ପ୍ରୋଜେକ୍ଟ ବସାଇବାର ସ୍ବପ୍ନ ଦେଖାଇ ପ୍ରିନ୍ସିପାଲଙ୍କ ନିକଟରୁ ଟଙ୍କା ଲୁଟିନେଲେ ସାଇବର…

୧୭ ଅଗଷ୍ଟରେ ମଘା ନକ୍ଷତ୍ରରେ ପ୍ରବେଶ କରିବେ ସୂର୍ଯ୍ୟ, ମେଷ ସମେତ ୩ ରାଶିରେ ଧନବର୍ଷା

୧୭ ଅଗଷ୍ଟ ସକାଳେ ସୂର୍ଯ୍ୟ କେତୁଙ୍କ ଦ୍ୱାରା ଶାସିତ ମଘା ନକ୍ଷତ୍ରରେ ପ୍ରବେଶ କରିବେ। ସୂର୍ଯ୍ୟଙ୍କ ପାଇଁ ନକ୍ଷତ୍ରର ଏହି ପରିବର୍ତ୍ତନ ସକାଳ ୮:୦୩ ରେ ଘଟିବ।…

ତ୍ରିରଙ୍ଗା ଅଭିଯାନରେ ସାମିଲ ହେଲେ ଜିଲାପାଳ, ସ୍ବାଧୀନତା ସଂଗ୍ରାମୀ ତ୍ୟାଗ ଓ ବଳିଦାନକୁ ମନେ ପକାଇ…

ଛତ୍ରପୁର,୧୩ା୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ସ୍ବାଧୀନତା ଦିବସ ପୂର୍ବରୁ ଦେଶବ୍ୟାପୀ ‘ହର୍‌ଘର ତ୍ରିରଙ୍ଗା’ ଅଭିଯାନକୁ ସଫଳ କରିବା ଲକ୍ଷ୍ୟରେ ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନ ନିଜ ବାସଭବନରେ…

ଦାରିଙ୍ଗବାଡିରେ ହର୍‌ ଘର୍‌ ତ୍ରିରଙ୍ଗା: ଯୋଗଦେଲେ ଶହ ଶହ ଛାତ୍ରୀଛାତ୍ର

ଦାରିଙ୍ଗବାଡି, ୧୩।୮(ଅରୁଣ ସାହୁ): ଆଉ ମାତ୍ର ଗୋଟିଏ ଦିନ ପରେ ଦେଶ ପାଳିବ ସ୍ବାଧୀନତା ଦିବସ। ଏହି ଅବସରରେ ସାରା ଦେଶ ଉତ୍ସବ ମୁଖର ହୋଇଥିବାବେଳେ ଏଥିରେ…

ଜାତି ଅଲଗା, ମମତା ଗୋଟିଏ! ଗାଈର ବାଛୁରୀକୁ ନିଜ କ୍ଷୀର ପିଆଇଲା କୁକୁର, ଭିଡିଓ ଦେଖି ଭାବବିହ୍ବଳ ଲୋକେ

ସୋସିଆଲ ମିଡିଆରେ ଏହିଦିନଗୁଡ଼ିକରେ ଏକ ଅତ୍ୟନ୍ତ ଭାବବିହ୍ବଳ କରିଦେଉଥିବା ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି। ଭିଡିଓଟି ଦେଖି ଲୋକଙ୍କ ହୃଦୟ ତରଳି ଯାଉଛି। ଭିଡିଓରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri