ଗଣତନ୍ତ୍ରର ମୂଲ୍ୟବୋଧ ଓ ଆଜିର ଗଣତନ୍ତ୍ର

ପରାଧୀନ ରାଷ୍ଟ୍ରଟି ସ୍ବାଧୀନ ହେବା ଏବଂ ଶାସନ ବ୍ୟବସ୍ଥାରେ ଭିତ୍ତିପ୍ରସ୍ତର ସ୍ଥାପନରେ ଯେଉଁମାନଙ୍କ ତ୍ୟାଗ ଓ ବଳିଦାନ ଆମକୁ ସ୍ବାଧୀନତାର ସ୍ବାଦ ଚଖାଇଛି ସେମାନଙ୍କୁ ଯେତେ ପ୍ରଶଂସା କଲେ ମଧ୍ୟ ଶବ୍ଦକୋଷରେ ଶବ୍ଦର ଅଭାବ ପଡ଼ିବ। ସେହି ମହାମନୀଷୀମାନଙ୍କ ଅଦମ୍ୟ ସାହସ, ନିର୍ଭୀକତା, ମନ ଭିତରେ ଉଙ୍କିମାରୁଥିବା ‘ପରାଧୀନ ଜର୍ଜରିତ ଦୁଃଖରୁ ବର୍ତ୍ତିବା’ର ପଣ, ଶେଷରେ ଇଂରେଜମାନଙ୍କୁ ଦେଶ ଛାଡ଼ିବାକୁ ବାଧ୍ୟ କରିଥିଲା, ସେଦିନ ଥିଲା ୧୯୪୭ ଅଗଷ୍ଟ ୧୪ର ମଧ୍ୟରାତ୍ରି। ପରଦିନ ଅର୍ଥାତ୍‌ ୧୫ ତାରିଖ ସକାଳୁ ସମସ୍ତ ଭାରତୀୟ ଖୁସିରେ ଆତ୍ମହରା ହୋଇ ସ୍ବତଃ ଗାଇଲେ ‘ଆମେ ଚଳାଇବା ଦେଶ ଆମରି, ଆମରି ନାଆରେ ଆମେ ନାଉରି’। ଯେଉଁଥିପାଇଁ ଭାରତୀୟଙ୍କ ଛାତି ଆଜି ଗର୍ବରେ ଫାଟିପଡୁଛି କେବଳ ସ୍ବାଧୀନ ଭାରତର ନାଗରିକ ବୋଲି। ଏହି ମହାସଂଗ୍ରାମକୁ ଜିତିବାକୁ ଯାହାକୁ ମୁଖ୍ୟ ଆୟୁଧ କାରାଯାଇଥିଲା ତାହା ହେଉଛି ‘ଅହିଂସା’। ଯେଉଁ ଅହିଂସା ନୀତି ପାଇଁ ଆଜି ସେ ସମସ୍ତ ଭାରତୀୟଙ୍କ ହୃଦୟରେ ଚିରଞ୍ଜୀବୀ ଓ ଜାତିର ପିତା ରୂପେ ସର୍ବପୂଜିତ, ସେ ହେଉଛନ୍ତି ‘ମହାତ୍ମା ଗାନ୍ଧୀ’। ଦେଶର ଏକତା ଓ ଅଖଣ୍ଡତାକୁ ବଜାୟ ରଖିବା ଓ ଲୋକଙ୍କ ମଧ୍ୟରେ ସମ୍ପର୍କ ସୁଦୃଢ଼ ସହିତ ଶୃଙ୍ଖଳା ବଜାୟ ରଖିବା ପାଇଁ ଏକ ଅନୁଶାସନର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସମ୍ବିଧାନ ପ୍ରଣୟନ କରାଯାଇଥିଲା, ଯାହାର ମୁଖ୍ୟ ପୁରୋଧା ଥିଲେ ଡ. ବି ଆର୍‌ ଆମ୍ବେଡକର। ଦେଶ ସ୍ବାଧୀନ ପରେ ଯଦିଓ ସମ୍ବିଧାନ ପ୍ରସ୍ତୁତ ହୋଇଥିଲା, ପ୍ରକୃତରେ ଏହାର କାର୍ଯ୍ୟକାରୀ ଦିବସଟି ଥିଲା ୧୯୫୦ ଜାନୁଆରୀ ୨୬, ଯାହାକୁ ଆମେ ପ୍ରତିବର୍ଷ ସାଧାରଣତନ୍ତ୍ର, ଗଣତନ୍ତ୍ର ବା ଜନରାଜ୍ୟ ଦିବସ ବୋଲି ପାଳନ କରିଆସୁଛୁ। ଚଳିତ ବର୍ଷ ଗଣତନ୍ତ୍ର ଦିବସ ପରେଡ୍‌ରେ ପ୍ରଥମ ଥର ପାଇଁ ତିନି ସେନାରେ ମହିଳା ଅଗ୍ନିବୀର, ସୀମା ସୁରକ୍ଷା ବଳ ଓ ସଶସ୍ତ୍ର ବଳ ଚିକିତ୍ସା ସେବାରେ ମହିଳା ଦଳ ସାମିଲ ହେବା ଭାରତ ଇତିହାସରେ ଯୋଡ଼ିବ ଏକ ସ୍ବର୍ଣ୍ଣିମ ଅଧ୍ୟାୟ, ଯାହା ନାରୀଶକ୍ତିକୁ ଇଙ୍ଗିତ କରିବ।
ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତ ଆଜି ତା’ର ୭୫ ତମ ଜନରାଜ୍ୟ ଦିବସ ପାଳନ କରୁଛି। ସମସ୍ତଙ୍କୁ ଆଦରେଇନେବାର ମହାମନ୍ତ୍ର ବସୁଧୈବ କୁଟୁମ୍ବକମ୍‌ ଯାହା ବିବିଧତା ମଧ୍ୟରେ ଏକତା ଭଳି କଠିନ କାର୍ଯ୍ୟକୁ ସାମ୍ବିଧାନିକ ବ୍ୟବସ୍ଥାରେ ସାମିଲ କରି ତାହାକୁ ନିରବଚ୍ଛିନ୍ନ ଭାବରେ ସମ୍ପାଦନ କରିଆସୁଛି, ଯାହା ବିଶ୍ୱର କୌଣସି ଦେଶରେ ସମ୍ଭବ ହୋଇନାହିଁ। ଏହି ଶାସନ ବ୍ୟବସ୍ଥା ଭାରତୀୟ ଗଣତନ୍ତ୍ରରେ ଅଖଣ୍ଡତା ବଜାୟ ରଖି ଦୀର୍ଘ ୭୫ ବର୍ଷ ହେଲା ସାମ୍ବିଧାନିକ ମର୍ଯାଦାକୁ ବିଶ୍ୱ ଦରବାରରେ ଏକ ପରିଚିତ ରାଷ୍ଟ୍ରର ମାନ୍ୟତା ପାଇବାର ହକ ବନିବା ସହିତ ଅନେକ ପ୍ରଗତିଶୀଳ ରାଷ୍ଟ୍ରଙ୍କ ସହ ସମକକ୍ଷ ହେବାରେ ସାହସ ଜୁଟାଇଛି। ଗଣତନ୍ତ୍ର ଶାସନର ମୂଳ ଉଦ୍ଦେଶ୍ୟ ହେଲା ଭାରତ ଭଳି ବୃହତ୍‌ ଦେଶକୁ ଏକ ସାର୍ବଭୌମ, ସମାଜବାଦ, ଧର୍ମନିରପେକ୍ଷ, ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ କରିବା ସହ ସମସ୍ତ ମୌଳିକ ସୁବିଧାକୁ ସାଧାରଣ ଜନତାଙ୍କ ପାଖରେ ପହଞ୍ଚାଇବା ପାଇଁ ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯାଇଛି। ପ୍ରତ୍ୟକ୍ଷ ନିର୍ବାଚିତ ପ୍ରତିନିଧି ଦେଶ ପାଇଁ ସଂସଦକୁ ପରିଚାଳନା କରୁଥିବା ବେଳେ ରାଜ୍ୟ ପାଇଁ ବିଧାନସଭାକୁ ପରିଚାଳନା କରନ୍ତି। ଦେଖାଯାଇଛି ସମ୍ବିଧାନର ଦୁଇଟି ମର୍ଯାଦାପୂର୍ଣ୍ଣ ଗୃହ, ଉଭୟ ସଂସଦ ଓ ବିଧାନସଭାର ଗରିମା ରକ୍ଷା ଓ ଗଣତାନ୍ତ୍ରିକ ରାଷ୍ଟ୍ରର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ବର୍ତ୍ତମାନର ରାଜନେତାଙ୍କ ଭୂମିକା ଦିନକୁ ଦିନ ସଙ୍କଟ ଆଡକୁ ଟାଣି ନେଉଛି। ଆଇନ କାନୁନ ପ୍ରଣୟନର ଅନ୍ତୁଡ଼ିଶାଳ କୁହାଯାଉଥିବା ‘ସଂସଦ ଓ ବିଧାନସଭା’ ଗୃହରେ ସାଂସଦ ଓ ବିଧାୟକଙ୍କ କାରନାମା ସ୍ବାଧୀନତା ସଂଗ୍ରାମୀଙ୍କ ବଳିଦାନ ପ୍ରତି ଉପହାସ ବୋଲି ମନେକରାଯାଉଛି। ସଂସଦ ଓ ବିଧାନସଭାକୁ ପୂରା ସମୟ ଚଳାଇ ନ ଦେବା, ବିନା ପ୍ରସଙ୍ଗରେ ହୋହଲ୍ଲା ଦ୍ୱାରା ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରି ଗୃହକୁ ଅଚଳ କରିଦେବା ସହ ସଂସଦୀୟ, ଗରିମାକୁ କ୍ଷୁଣ୍ଣ କରିବା,ଏବେ ରାଜନୈତିକ ଦଳଙ୍କର ଏକ ରୀତିମତ ଅଭ୍ୟାସରେ ପରିଣତ ହେଉଛି, ଯାହା ଗଣତନ୍ତ୍ର ପ୍ରତି ମହାବିପଦ ଆଣିଦେବ।
ବର୍ତ୍ତମାନ ଜନପ୍ରତିନିଧି ଓ ପ୍ରଶାସକଙ୍କ ମଧ୍ୟରେ ସମନ୍ବୟ ଅଭାବ ପରିଲକ୍ଷିତ ହେଉଛି, ଯେଉଁଥିପାଇଁ ଅନେକ ସୁବିଧା ସୁଯୋଗ ଲୋକଙ୍କ ପାଖରେ ଏବେ ବି ଅପହଞ୍ଚ। ଶାସନ ବ୍ୟବସ୍ଥାରେ ଉଭୟ ପ୍ରଶାସକ ଏବଂ ରାଜନେତାଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପାଦନ ଲାଗି ସମ୍ବିଧାନରେ ବିଧିବଦ୍ଧ ବ୍ୟବସ୍ଥା ଥିଲେ ମଧ୍ୟ ଏହାକୁ ଭ୍ରୂକ୍ଷେପ ନ କରିବା ଏକ ଗଣତନ୍ତ୍ର ବିରୋଧୀ। ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ସଫଳତା ଆମକୁ ଚନ୍ଦ୍ର ପୃଷ୍ଠରେ ଅବତରଣ ସହିତ ସୂର୍ଯ୍ୟର ନିକଟତର ହେବାପାଇଁ ବାଟ କଢ଼ାଉଛି। ମାତ୍ର ବର୍ତ୍ତମାନ ଉଗ୍ର ଆଧୁନିକ କବଳିତ ସାମାଜିକ ସ୍ଥିତି ସହ ଲୋକଙ୍କ ପ୍ରବୃତ୍ତି ଦିନକୁ ଦିନ ବିଗିଡିବାରେ ଲାଗିଛି। ଏହାକୁ ସଜାଡିବାକୁ ହେଲେ ନୈତିକ ଶିକ୍ଷା ସହ ବୌଦ୍ଧିକ ଜ୍ଞାନ ହିଁ ଏକ ମାତ୍ର ରାସ୍ତା। ଦୀର୍ଘ ୭୭ ବର୍ଷର ସ୍ବାଧୀନ ନାଗରିକ ହିସାବରେ ନିଜର ଆଚରଣ, ବ୍ୟବହାର ଓ ସମାଜ ପ୍ରତି ଦାୟିତ୍ୱ ଓ କର୍ତ୍ତବ୍ୟ ତୁଲାଇବାରେ କେତେ ସକ୍ଷମ ତାହାକୁ ଆତ୍ମସମୀକ୍ଷା କରିବା ସହିତ ବିଗିଡ଼ିଥିବା ପରିସ୍ଥିତିରେ ସୁଧାର ଆଣିବା ହିଁ ହେବ ପ୍ରକୃତ ଦେଶପ୍ରେମ।
-ଡ. ଅଜୟ କୁମାର ନନ୍ଦ
ସହକାରୀ ପ୍ରାଧ୍ୟାପକ ଓ ଉପ ବିତ୍ତ ଅଧିକାରୀ,
କିସ୍‌ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?