ଆମ ସମ୍ବିଧାନ, ଆମ କଥା

ଆଜି ୭୫ତମ ସାଧାରଣତନ୍ତ୍ର ଦିବସ। ପିଲାମାନେ ଏହି ଦିବସଟିକୁ ଭଲ ଭାବେ ଜାଣିଛ ଆଉ ଆମେ ସମସ୍ତେ ଏହି ଦିନଟିକୁ ବିଦ୍ୟାଳୟରେ ଭାବ ଗମ୍ଭୀର ଓ ବଳିଦାନକୁ ସ୍ମରଣ ପୂର୍ବକ ପାଳନ କରିଥାଉ। ଦୀର୍ଘ ଦୁଇଶହ ବର୍ଷର ଇଂରେଜ ଶାସନର ଉପତ୍ୀଡ଼ନ ପରେ ଭାରତରେ ଉଦିତ ହେଲା ସ୍ବାଧୀନତାର ନବୀନ ସୂର୍ଯ୍ୟ। ୧୯୪୭ ଅଗଷ୍ଟ ୧୫ ତାରିଖରେ ଆମ ଦେଶ ସ୍ବାଧୀନ ହେବା ପରେ ଆମେ ଆମକୁ ଶାସନ କରିବାକୁ ଏକ ନିଜସ୍ବ ଖସଡ଼ା ପ୍ରସ୍ତୁତ କଲୁ। ତାକୁ ଆମ ଦେଶର ସମ୍ବିଧାନ ବୋଲି କୁହାଗଲା। ୧୯୫୦ମସିହା ଜାନୁଆରୀ ୨୬ ତାରିଖରେ ଆମ ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା। ଡ. ବି.ଆର୍‌. ଆମ୍ବେଡକର ଥିଲେ ଆମ ସମ୍ବିଧାନର ପ୍ରଣେତା। ଆଉ ଆଜି ୭୫ବର୍ଷ ପରେ ଗର୍ବର ସହିତ କହିପାରୁଛେ ଯେ, ଆମେ ଭାରତୀୟ। ଆମ ସାମ୍ବିଧାନିକ ବ୍ୟବସ୍ଥାରେ ଆମ ଅଧିକାରଠାରୁ ଆରମ୍ଭ କରି ଦେଶ ଶାସନ ପର୍ଯ୍ୟନ୍ତ ପ୍ରତ୍ୟେକ ବିଷୟ ଉଲ୍ଲେଖ ରହିଛି। ଆବଶ୍ୟକ ସ୍ଥଳେ ଜନଗଣ ଓ ଦେଶର ସ୍ବାର୍ଥ ଦୃଷ୍ଟିରୁ ଆମ ସମ୍ବିଧାନରେ ଅନେକ ସଂଶୋଧନ ମଧ୍ୟ ହୋଇଛି।
ସମ୍ବିଧାନରେ ସ୍ବାଧୀନ ଭାରତର ଜାତୀୟ ସଙ୍ଗୀତ ଭାବେ ‘ଜନ ଗଣ ମନ…’କୁ ବିବେଚନା କରାଯାଇଛି। ଏହାର ମୂଳ ଲେଖା ବଙ୍ଗଳାରେ ଲେଖାଯାଇଥିଲା ଏବଂ ଏହାକୁ ନୋବେଲ ବିଜେତା ରବୀନ୍ଦ୍ରନାଥ ଟାଗୋର ରଚନା କରିଥିଲେ। ତେବେ ଏହାକୁ ଗାନ କରିବାର ବିଧି ରହିଛି। ୫୨ ସେକେଣ୍ଡ ମଧ୍ୟରେ ଏହାକୁ ଶେଷ କରିବାକୁ ହେବ। ଏଥିରେ ତ୍ରୁଟି ହେଲେ ଭାରତୀୟ ସମ୍ବିଧାନରେ ଦଣ୍ଡ ବ୍ୟବସ୍ଥା ମଧ୍ୟ ଉଲ୍ଲେଖ ରହିଛି।
ସମ୍ବିଧାନ ଏପରି ଏକ ଶବ୍ଦ ଯେଉଁଠି ଅନ୍ୟ ଯେକୌଣସି ଶବ୍ଦର ଗୁରୁତ୍ୱ ମଧ୍ୟ ଫିକା ପଡ଼ିଯାଇଥାଏ। ସବୁକିଛି ଉପରେ ସମ୍ବିଧାନକୁ ସ୍ଥାନ ଦିଆଯାଇଛି। ସମ୍ବିଧାନ କହିଲେ କେତେକ ଆବଶ୍ୟକ ତଥା ଗୁରୁତ୍ୱପୂର୍ଣ୍ଣ ନିୟମାବଳୀ, ଯେଉଁଥିରେ ସମ୍ପୂର୍ଣ୍ଣ ଦେଶ ପରିଚାଳିତ ହୋଇଥାଏ। ଦେଶର ସମ୍ବିଧାନରେ ଉଲ୍ଲେଖ କରାଯାଇଥିବା ପ୍ରତ୍ୟେକ ନିୟମକୁ ସେହି ଦେଶର ବ୍ୟକ୍ତିବିଶେଷଙ୍କୁ ମାନିବାକୁ ହୋଇଥାଏ। ଦେଶର ସାଧାରଣଲୋକଙ୍କ ସୁରକ୍ଷା, ଅଧିକାର ଏବଂ କର୍ତ୍ତବ୍ୟ ପ୍ରତି ସେଠାକାର ସମ୍ବିଧାନ ସର୍ବଦା ଯତ୍ନବାନ ରହିଥାଏ। ସମ୍ପୂର୍ଣ୍ଣ ଗଣତନ୍ତ୍ର ପ୍ରକ୍ରିୟା ଏବଂ ଏହାର ୪ଟି ସ୍ତମ୍ଭ ମଧ୍ୟ ସମ୍ବିଧାନ ଅନ୍ତର୍ଗତ। ଇତିହାସ କହେ ଯେ ଯେଉଁ ଦେଶରେ ନିଜ ସମ୍ବିଧାନକୁ ଗୁରୁତ୍ୱ ଦିଆଯାଇ ଶାସନ ବ୍ୟବସ୍ଥା ପରିଚାଳିତ କରାଯାଇଛି ସେ ଦେଶ ସେତେ ବିକଶିତ ଓ ସଭ୍ୟ ରାଷ୍ଟ୍ର ଭାବେ ଖ୍ୟାତିଲାଭ କରିଛି। ସମ୍ବିଧାନ ନ ଥିଲେ ଦେଶର ସବୁଆଡ଼େ ଅରାଜକତା ବ୍ୟାପିଯିବ। ମାତ୍ର ସମ୍ବିଧାନ ଏହାକୁ ରୋକିବା ପାଇଁ ଗୋଟିଏ ମାତ୍ର ବାଟ। ସମ୍ବିଧାନ ଅନୁଯାୟୀ ପ୍ରତ୍ୟେକ ମଣିଷର ଏ ସମାଜରେ ନିଜ ହିସାବରେ ମୁଣ୍ଡ ଟେକି ବାଟ ଚାଲିବାର ଏବଂ ବଞ୍ଚତ୍ବାର ଅଧିକାର ରହିଛି। ପିଲାମାନେ ତୁମେ ତୁମ ଭାରତ ମାତାକୁ, ସମ୍ବିଧାନକୁ,ସମାଜକୁ ସର୍ବୋପରି ତୁମ ମାତାପିତା ଓ ବିଦ୍ୟାଳୟକୁ ଏହିପରି ଏକ ସ୍ମରଣୀୟ ଦିନରେ ମନେପକାଇବା ଜରୁରୀ।
ଦେଶରେ ଶାସନ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ହେଲେ ଏକ ବିଧିବଦ୍ଧ ଆଇନ ବ୍ୟବସ୍ଥା ତଥା ସମ୍ବିଧାନର ଆବଶ୍ୟକତା ରହିଛି ବୋଲି ମାନବେନ୍ଦ୍ରନାଥ ରୟ ସର୍ବ ପ୍ରଥମେ ଚିନ୍ତା କରିଥିଲେ। ୧୮୮୭ରେ କଲିକତାର ଆରବେଲିଆ ଅଞ୍ଚଳର ଏକ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିବା ମାନବେନ୍ଦ୍ରନାଥ ପ୍ରଥମେ କମ୍ୟୁନିଷ୍ଟ ଚିନ୍ତାଧାରାରେ ବିଶ୍ୱାସ ରଖୁଥିଲେ। ପରେ ସେ ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟ ଏବଂ ସ୍ବାମୀ ବିବେକାନନ୍ଦଙ୍କ ଲେଖାରେ ପ୍ରଭାବିତ ହୋଇଥିଲେ। ଦେଶରେ କିପରି ଏକ ସୁଶାସନ ବ୍ୟବସ୍ଥା ପ୍ରଚଳନ କରାଯିବ ସେ ନେଇ ଦିନ ରାତି ଭାବିବାକୁ ଲାଗିଲେ। ପରେ ଏହାକୁ ଏକ ଲିଖିତ ତଥା ଚରିତାର୍ଥ ରୂପ ଦେଇଥିଲେ ବି.ଆର. ଆମ୍ବେଡକର। ସେତେବେଳେ ଦେଶର ଜଣେ ଆଇନ ବିଶାରଦ ତଥା ଜଣେ ପ୍ରମୁଖ ଚିନ୍ତାଶୀଳ ବ୍ୟକ୍ତି ଭାବେ ବି.ଆର.ଆମ୍ବେଡକରଙ୍କ ଖ୍ୟାତି ଦେଶ ତଥା ଦେଶ ବାହାରେ ରହିଥିଲା। ୧୮୫୭ରୁ୧୯୪୭ ପର୍ଯ୍ୟନ୍ତ ଦେଶରେ ଚାଲିଥିବା ବ୍ରିଟିଶ ଶାସନ ଅମଳରେ ଯେଉଁ ଯେଉଁ ନିୟମରେ ଦେଶ ପରିଚାଳିତ ହେଉଥିଲା ଏସବୁକୁ ଆମ୍ବେଡକର ନିଜ ରଚିତ ସମ୍ବିଧାନରେ ସ୍ଥାନ ଦେଇଥିଲେ। କେବଳ ସେତିକି ନୁହେଁ ଯୁକ୍ତ ରାଷ୍ଟ୍ର ଆମେରିକା, ଅଷ୍ଟ୍ରେଲିଆ, ଫ୍ରାନ୍ସ, କାନାଡ଼ା, ସୋଭିଏଟ ୟୁନିଅନ ଆଦି ଦେଶର ନିୟମକୁ ମଧ୍ୟ ଭାରତୀୟ ସମ୍ବିଧାନରେ ସେ ପ୍ରଣୟନ କଲେ। ୧୯୪୯, ନଭେମ୍ବର୨୬ ତାରିଖରେ ଏହାକୁ ସ୍ବାଧୀନ ଭାରତର ସଂସଦରେ ଉପସ୍ଥାପନ କରାଯାଇଥିଲା। ଆଜିର ଦିନରେ ଭାରତର ସମ୍ବିଧାନ ବିଶ୍ୱର ସର୍ବଦୀର୍ଘ, ସର୍ବୋତ୍ତମ ଏବଂ ସର୍ବଶ୍ରେଷ୍ଠ ସମ୍ବିଧାନର ମାନ୍ୟତା ପାଇଛି। ୧୯୫୦ ଜାନୁଆରୀ ୨୬ ରେ ଏହାକୁ ଦେଶରେ କାର୍ଯ୍ୟକାରୀ କରାଯାଇଥିଲା। ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଏଥିରେ ଦସ୍ତଖତ କରି ଏହାକୁ ଗୃହୀତ କରିଥିଲେ।
ପିଲାମାନେ ସାଧାରଣତନ୍ତ୍ର ଦିବସକୁ କେବଳ ବିଦ୍ୟାଳୟରେ ପାଳନ କରାଯାଉଥିବା ଏକ ଦିନଟିଏ ବୋଲି ଭାବିବ ନାହିଁ। ଏହି ଦିନନେ ସମାଜ ପ୍ରତି ତୁମର ଉତ୍ତରଦାୟିତ୍ୱ ରହିଛି।
– ଯଶସ୍ବିନୀ ପଟ୍ଟନାୟକ
ଅଧ୍ୟକ୍ଷା, ନାଳନ୍ଦା ପବ୍ଲିକ ସ୍କୁଲ, ସେକ୍ଟର-୮, ସିଡିଏ, କଟକ


Enter your email to get our daily news in your inbox.

All Right Reserved By Dharitri.Com

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ଗୁରୁଦିବସରେ ଗୁରୁଙ୍କ ପ୍ରତିବାଦ: କଳା ବ୍ୟାଚ୍ ପିନ୍ଧି ‘କଳା ଦିବସ’ ପାଳିଲେ ଅଂଶୁପା ସ୍ନାତକ ମହାବିଦ୍ୟାଳୟ ଅଧ୍ୟାପକ

ବାଙ୍କୀ,୫।୯(ଶୁଭେନ୍ଦୁ ମହାପାତ୍ର): ଗୋଟିଏ ପଟେ ସାରା ରାଜ୍ୟରେ ଗୁରୁଦିବସ ପାଳିତ ହୋଇଯାଇଥିବା ବେଳେ ବାଙ୍କୀ ଉପଖଣ୍ଡ ଅଂଶୁପା ସ୍ନାତକ ମହାବିଦ୍ୟାଳୟଠାରେ ଦେଖିବାକୁ ମିଳିଛି ଭିନ୍ନ ଚିତ୍ର। ଓସ୍ନେଲିଆ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

‘ଆସନ୍ତା ମାର୍ଚ୍ଚ-ଏପ୍ରିଲରେ ପଞ୍ଚାୟତ ନିର୍ବାଚନ’

ଭୁବନେଶ୍ୱର,୫।୯ : ରାଜ୍ୟରେ ଆସନ୍ତା ମାର୍ଚ୍ଚ ମାସ ଶେଷ କିମ୍ବା ଏପ୍ରିଲ ପ୍ରଥମ ସପ୍ତାହରେ ପଞ୍ଚାୟତ ନିର୍ବାଚନ ହୋଇପାରେ। ଏନେଇ ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀ…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri