ଶିକ୍ଷାର ମାନ ରହୁ

ସୁବାସ କୁମାର ତାରଣିଆଁ

 

ଶିକ୍ଷା ହେଉଛି ପ୍ରତ୍ୟେକ ବ୍ୟକ୍ତିର ମୌଳିକ ଅଧିକାର। ଶିକ୍ଷା ଗୋଟିଏ ଏଭଳି ଜିନିଷ, ଯାହାକୁ ଶିଶୁଠାରୁ ଆରମ୍ଭ କରି ବୃଦ୍ଧବ୍ୟକ୍ତିଙ୍କ ପର୍ଯ୍ୟନ୍ତ ଅଧ୍ୟୟନ କଲେ ବି ସରେ ନାହିଁ। ଶିକ୍ଷାକୁ ଟଙ୍କା ପଇସା ଦେଇ କିଣାଯାଇ ପାରେନା, ନିଜର ଅନ୍ତର୍ନିହିତ ଜ୍ଞାନ ବଳରେ ଶିକ୍ଷାକୁ ଆହରଣ କରିହୁଏ। ଶିକ୍ଷା ମାନବ ଜୀବନର ନୂତନ ଦିଗ୍‌ଦର୍ଶନର ଏକ ବଳିଷ୍ଠ ମାଧ୍ୟମ। ଅନ୍ଧକାରମୟ ପରିଧି ମଧ୍ୟରୁ ଆଲୋକ ବର୍ତ୍ତିକା ଦେଖାଇଥାଏ ଶିକ୍ଷା। ଶିକ୍ଷା ଏକ ଧାରାରେ ରୋଜଗାରକ୍ଷମ କରାଇଥାଏ ଓ ଚରିତ୍ର ଗଠନରେ ମଧ୍ୟ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ଶିକ୍ଷା ମଧ୍ୟ ଦେଶର ଭବିଷ୍ୟତ ଗଠନରେ ମୁଖ୍ୟ କର୍ଣ୍ଣଧାର ସାଜିଥାଏ। ସମାଜରେ ଶୃଙ୍ଖଳିତ ଭାବେ ଜୀବନଯାପନ କରିବାକୁ ହେଲେ ଶିକ୍ଷା ହିଁି ଅପରିହାର୍ଯ୍ୟ। ଜଣେ ବ୍ୟକ୍ତି ଭଲ ପାଠ ପଢ଼ିଲେ ତାକୁ ମେଧାବୀ କୁହାଯିବ, ତାହା ଭାବିବା ଭୁଲ୍‌, ଜଣେ ମେଧାବୀ ଛାତ୍ର ନିକଟରେ ଅନ୍ତର୍ନିହିତ ଜ୍ଞାନ ସହିତ ନିଜ ଭିତରେ ଦକ୍ଷତାକୁ ପରିପ୍ରକାଶ କରିବା ଦରକାର। ପ୍ରତ୍ୟେକ ପିତାମାତା ଚାହାନ୍ତି, ସେମାନଙ୍କ ସନ୍ତାନସନ୍ତତି ଭଲ ପାଠ ପଢୁ, ଭଲ ମଣିଷ ହେଉ, ବାପା ମାଆଙ୍କ ନାଁ ରଖୁ, ଏଥିପାଇଁ ଯେତେ କଷ୍ଟ ହେଲେ ବି ସେ କଷ୍ଟକୁ ନିଜ ପିଲାମାନଙ୍କ ଆଗରେ ପରିପ୍ରକାଶ କରନ୍ତି ନାହିଁ।
ସମୟ ଥିଲା ଶିଶୁମାନେ ନିଜର ପ୍ରଥମ ପାଠପଢ଼ା ଗାଁ ଚାଟଶାଳୀରୁ ଆରମ୍ଭ କରୁଥିଲେ। ନୂଆ ଡ୍ରେସ୍‌ ପିନ୍ଧି, ଖଡ଼ି, ସିଲଟ ଧରି ଅବଧାନଙ୍କ ପାଖରେ ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ତିନୋଟି ଶୂନ ଜରିଆରେ ନିଜର ପ୍ରଥମ ଲେଖା ଆରମ୍ଭ କରୁଥିଲେ। ପରେ ଅ, ଆ, କ, ଖ ଇତ୍ୟାଦି ପାଠ ପଢ଼ି, ବର୍ଣ୍ଣ ପରିଚୟ, ସଂଖ୍ୟା ଲିଖନ ଆଦି ଶିଶୁମାନଙ୍କୁ ଶିଖାଯାଉଥିଲା। ଶିଶୁଟିକୁ ୫ବର୍ଷ ହୋଇଗଲା ପରେ ଗାଁ ସ୍କୁଲ୍‌ରେ ତା’ର ନାମ ଲେଖାଯାଉଥିଲା। ଗାଁ ସ୍କୁଲରୁ ଶିଶୁଟି ପାଠପଢ଼ା ଆରମ୍ଭ କରି ଶେଷରେ ବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ଆଦି କେଉଁଠି ନା କେଉଁଠି ପହଞ୍ଚତ୍ ପାରୁଥିଲା। ସେ ସମୟରେ ଗୋଟିଏ ଗାଁରେ ଜନ୍ମହୋଇ, ଗୋଟିଏ ଜାଗାରେ ଏକାଠି ଖେଳୁଥିଲେ ମଧ୍ୟ ଧନୀ ଘରର ପିଲାମାନେ ପାଠ ପଢୁଥିବା ବେଳେ, ଗରିବ ଓ ଆର୍ଥତ୍କ ଅନଗ୍ରସର ତଳେ ଥିବା ପିଲାମାନେ ପ୍ରାୟତଃ ଶିକ୍ଷାଲାଭରୁ ବଞ୍ଚତ୍ତ ହେଉଥିଲେ। ଏସବୁକୁ ଦୃଷ୍ଟିରେ ରଖି, ସବୁ ପିଲା କିପରି ସ୍କୁଲ୍‌ ଯିବେ, ପାଠ ପଢିବେ, ସେଥିପାଇଁ ଆଇନ ମଧ୍ୟ ପ୍ରଣୟନ କରାଗଲା। ପ୍ରତ୍ୟେକ ଛାତ୍ରୀଛାତ୍ର କିପରି ଗୁଣାମତ୍କ ଶିକ୍ଷା ପାଇପାରିବେ, ସେଥିପାଇଁ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ଏହାପରେ ସ୍କୁଲ୍‌ରେ ଛାତ୍ରୀଛାତ୍ରଙ୍କ ଉପସ୍ଥାନ ବଢ଼ିବା ତଥା ପ୍ରତ୍ୟେକ ପିଲା ଯେପରି ପାଠ ପଢ଼ିବା ପାଇଁ ଆଗ୍ରହ ପ୍ରକାଶ କରିବେ ସେଥିପାଇଁ ଆରମ୍ଭ ହେଲା ମଧ୍ୟାହ୍ନଭୋଜନ। ସରକାର ମୋ ସ୍କୁଲ ଅଭିଯାନ, ଛାତ୍ରୀଛାତ୍ରମାନଙ୍କୁ ମାଗଣାରେ ବହି, ଖାତା ପ୍ରଦାନ, ଲାପଟପ, ଡ୍ରେସ୍‌ ଇତ୍ୟାଦିର ବ୍ୟବସ୍ଥା କଲେ।
ଆମ ମାତୃଭାଷା ଓଡ଼ିଆ। ମାତୃଭାଷାର ମହତ୍ତ୍ୱକୁ ଉପଲବ୍ଧି କରି ଶିକ୍ଷାବିତ୍‌ମାନେ ମାତୃଭାଷା ଶିକ୍ଷାଦାନର ମାଧ୍ୟମ ହେବା ଉଚିତ ବୋଲି ମତବ୍ୟକ୍ତ କରିଛନ୍ତି। କାରଣ ମାତୃଭାଷା ପିଲାଙ୍କ ମନୋବଳକୁ ଉଦ୍ରେକ କରିବା ସହିତ ଶିକ୍ଷା ପ୍ରତି ସାମଗ୍ରିକ ବିକାଶ ହେବା ସହ ପିଲାଙ୍କର ସୃଜନଶୀଳତାର ବିକାଶ ଘଟାଇଥାଏ। ସେହିପରି ଓଡ଼ିଆ ଭାଷାକୁ ଆହୁରି ବ୍ୟାପକ ପ୍ରସାର ଓ ପ୍ରଚାର କରିବା ତଥା ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାରକୁ ବ୍ୟାପକ କରିବା ପାଇଁ ସରକାରୀ ତଥା ବେସରକାରୀ, ସବୁ ପ୍ରତିଷ୍ଠାନ ଓ ବ୍ୟବସାୟିକ ସଂସ୍ଥାରେ ଓଡ଼ିଆରେ ନାମଫଳକ ଲେଖିବାକୁ ବାଧ୍ୟତାମୂଳକ ବୋଲି ୨୦୧୮ରେ ବିଧାନସଭାରେ ଗୃହୀତ ହୋଇଥିଲା। ଆଇନ୍‌ର ଖିଲାପ ହେଲେ ଦଣ୍ଡବିଧାନର ବ୍ୟବସ୍ଥା ମଧ୍ୟ ରହିଲା। ଆଇନ କାର୍ଯ୍ୟକାରୀ ହେଲା, ବିଭିନ୍ନ ପ୍ରତିଷ୍ଠାନରେ ଓଡ଼ିଆ ଭାଷାରେ ଫଳକମାନ ଲେଖାଗଲା ଓ କିଛିଦିନ ପରେ ଓଡ଼ିଆ ନାମଫଳକରୁ ନଜର ହଟିଗଲା। ଗତ ଫେବୃୟାରୀ ୨୧ ତାରିଖ ଦିନ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ ଅବସରରେ ମାତୃଭାଷାର ବ୍ୟବହାର ଓ ସୁରକ୍ଷା ପାଇଁ ସଂକଳ୍ପ ନେବା ସହିତ ‘ଉଚ୍ଚ ହେବା ପାଇଁ କର ଯେବେ ଆଶା, ଉଚ୍ଚ କର ଆଗେ ନିଜ ମାତୃଭାଷା’ ଉକ୍ତିଟିକୁ ଅକ୍ଷରେ ଅକ୍ଷରେ ପାଳନ କରିବା ପାଇଁ ପ୍ରତିଶ୍ରୁତି ମିଳିଥିଲା।
ବର୍ତ୍ତମାନ ସାରା ରାଜ୍ୟରେ ଛତୁ ଫୁଟିଲା ଭଳି ବିଭିନ୍ନ ଘରୋଇ ବା ବେସରକାରୀ ଶିକ୍ଷାନୁଷ୍ଠାନ ଗଢ଼ି ଉଠିଛି ଏବଂ ଶିକ୍ଷାଦାନକୁ ନେଇ ଏହି ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟରେ ଏକ ପ୍ରକାର ପ୍ରତିଯୋଗିତା ଚାଲିଛି। ଏଥିରେ ପ୍ରଭାବିତ ହୋଇ ପ୍ରତ୍ୟେକ ମାତାପିତା ସେମାନଙ୍କ ପିଲାଙ୍କୁ ଉଚ୍ଚଶିକ୍ଷା ଆଶାରେ ସରକାରୀ ସ୍କୁଲ୍‌ରେ ନ ପଢ଼ାଇ ବିପୁଳ ପରିମାଣର ଅର୍ଥ ଖର୍ଚ୍ଚ କରି ଘରୋଇ ଇଂଲିଶ ମାଧ୍ୟମ ସ୍କୁଲ୍‌ରେ ପଢ଼ାଉଛନ୍ତି। ଏବେ ପ୍ରତ୍ୟେକ ମାତାପିତା ନିଜର ଶିଶୁକୁ ୨ ବର୍ଷ ହୋଇଗଲା ପରେ ତା’ର ଶିକ୍ଷା ପ୍ରତି ବ୍ୟଗ୍ର ହୋଇପଡ଼ୁଛନ୍ତି। ୨ରୁ ୩ ବର୍ଷର ଶିଶୁକୁ ପ୍ରଥମେ ପ୍ଲେ ସ୍କୁଲ୍‌ରେ ଓ ପରେ ଏଲ୍‌କେଜି, ୟୁକେଜିରେ ନାମ ଲେଖାଉଛନ୍ତି। ଫଳରେ ଶିଶୁଟି ‘ଅ, ଆ, କ, ଖ’ ବଦଳରେ ‘ଏ ଫର୍‌ ଆପୁଲ୍‌, ବି ଫର ବଲ୍‌, ସି ଫର କ୍ୟାଟ୍‌’ ଇତ୍ୟାଦି ପଢ଼ିବା ଆରମ୍ଭ କଲା। ଇଂଲିଶ ପଢ଼ିବା ଫଳରେ ଶିଶୁମାନଙ୍କ ମାତୃଭାଷା ପ୍ରତି ଦୁର୍ବଳତା ବଢ଼ିଚାଲିଲା। ଏବେକାର ପିଲାମାନେ ବାପା, ମାଆ ଡାକିବା ବଦଳରେ ମମି, ଡାଡି ଡାକିବା, ଶିକ୍ଷକମାନଙ୍କୁ ଦେଖିଲେ ମୁଣ୍ଡିଆ ମାରିବା ବଦଳରେ ଗୁଡମର୍ନିଂ ସାର୍‌, ଗୁଡମର୍ନିଂ ମାମ୍‌ ଆଦି ସମ୍ବୋଧନ କରି ପାଶ୍ଚାତ୍ୟ ସଭ୍ୟତାକୁ ଆପଣାଇ ନେଇଛନ୍ତି। ପ୍ରତ୍ୟେକ ମାତାପିତାଙ୍କ ଧାରଣା, ବେସରକାରୀ ଶିକ୍ଷାନୁଷ୍ଠାନରେ ପାଠ ପଢ଼ିଲେ ଆମତ୍ନିଯୁକ୍ତି କ୍ଷେତ୍ରରେ ସେମାନଙ୍କର ପିଲାମାନେ ଅଗ୍ରାଧିକାର ଭିତ୍ତିରେ ସୁଯୋଗ ପାଇପାରିବେ। ବାସ୍ତବରେ ଏହା ଆଦୌ ଗ୍ରହଣୀୟ ନୁହେଁ, କାରଣ ସରକାରୀ ସ୍କୁଲ୍‌ରେ ପାଠ ପଢ଼ି ଅନେକ ପିଲା ବୈଜ୍ଞାନିକ, ଡାକ୍ତର, ଇଞ୍ଜିନିୟର, ଓ.ଏ.ଏସ୍‌. ଓ ଆଇ.ଏ.ଏସ୍‌.ର ଅଧିକାରୀ ହୋଇପାରିଛନ୍ତି। ଏବେ ସମୟ ବଳଦି ଯାଇଛି, ସେ ଗାଁ ଚାଟଶାଳୀ ନାହିଁ କି ଅବଧାନ ମଧ୍ୟ ନାହାନ୍ତି। ବେସରକାରୀ ଶିକ୍ଷାନୁଷ୍ଠାନ ଗଢ଼ିଉଠିବା ଫଳରେ ଏହିସବୁ ଶିକ୍ଷାନୁଷ୍ଠାନରେ ଉପସ୍ଥାନ ସଂଖ୍ୟା ବଢ଼ିବାରେ ଲାଗିଲା ଓ ପିଲାମାନେ ସରକାରୀ ସ୍କୁଲଗୁଡ଼ିକରୁ ମୁହଁ ଫେରାଇ ନେଉଛନ୍ତି। ଫଳରେ ଧୀରେ ଧୀରେ ସରକାରୀ ସ୍କୁଲ୍‌ ବନ୍ଦ ହେବାକୁ ବସିଲାଣି। ଗତବର୍ଷ ମାର୍ଚ୍ଚ ମାସରୁ ମହାମାରୀ କରୋନା ଯୋଗୁ ଶିକ୍ଷା ବ୍ୟବସ୍ଥା ଏକପ୍ରକାର ଭୁଶୁଡ଼ି ପଡ଼ିଛି କହିଲେ ଅତ୍ୟୁକ୍ତି ହେବ ନାହିଁ।
ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ରାଷ୍ଟ୍ରୀୟ ଶିକ୍ଷାନୀତି ପ୍ରଚଳନ କରାଯାଇଛି; ଯାହା ଏକବିଂଶ ଶତାବ୍ଦୀର ଶିକ୍ଷା ଆବଶ୍ୟକତାକୁ ପୂରଣ କରିପାରିବ ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରକାଶ କରିଛନ୍ତି। ଘୋଷିବା ଦ୍ୱାରା ନିଜ ଅନ୍ତର୍ନିହିତ ଜ୍ଞାନର ବିକାଶ ହୁଏ ନାହିଁ, ଏଥିପାଇଁ ଦରକାର ପ୍ରାଥମିକ ଶିକ୍ଷା ଓ ମାତୃଭାଷାର ଆବଶ୍ୟକତା ଓ ସୃଜନଶୀଳତାର ବିକାଶ। କିନ୍ତୁ ମାତାପିତାମାନେ ମାତୃଭାଷା ପ୍ରତି ଗୁରୁତ୍ୱ ନ ଦେବା ଫଳରେ ସେମାନଙ୍କ ପିଲାମାନେ କେତେଦୂର ସଫଳ ହୋଇପାରିବେ ତାହା ଦେଖିବାର କଥା।
କଣ୍ଟି, ବାହାରଣା, ବାଲିକୁଦା, ଜଗତ୍‌ସିଂହପୁର, ମୋ: ୮୩୨୮୮୪୦୨୧୪


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?