ପ୍ରଶଂସିକାରୁ ଜୀବନସାଥୀ: ଶ୍ରୀତମ ଦାସ

ପ୍ରଶଂସିକାରୁ ଜୀବନସାଥୀ

– ଶ୍ରୀତମ ଦାସ (ଅଭିନେତା)

ପ୍ରଶଂସିକାରୁ ପ୍ରେମିକା ଏବଂ ପରେ ଜୀବନସାଥୀ। ବିବାହର ୬/୭ ବର୍ଷ ପୂର୍ବରୁ ଭୁବନେଶ୍ୱରରେ ମୋ ସହ ପୁନମ୍‌ଙ୍କର ଦେଖା ହୋଇଥିଲା। ପରେ ହଠାତ୍‌ ଦିନେ ପୁନମ୍‌ ମୋତେ ଫୋନ୍‌ କରିଥିଲେ। ଧୀରେ ଧୀରେ ଆମ ଭିତରେ ବନ୍ଧୁତା ସୃଷ୍ଟି ହେଲା। କଥା ହେବାର ୮ମାସ ପର୍ଯ୍ୟନ୍ତ ଆମେ କେହି କାହାକୁ ଦେଖି ନ ଥିଲୁ। ଏକ କାମରେ ରାୟଗଡ଼ା ଯାଇଥିବା ସମୟରେ ପୁନମ୍‌ ଓ ତାଙ୍କ ପରିବାର ସହ ଦେଖା ହୋଇଥିଲା। ସେତେବେଳେ ତାଙ୍କ ପରିବାର ଲୋକେ ମତେ ବହୁତ ସ୍ନେହ କରିଥିଲେ। କିଛିଦିନ ପରେ ମେଡିକାଲ କାମ ପାଇଁ ସେ ତାଙ୍କ ମା’ଙ୍କ ସହ କଟକ ଆସିଥିଲେ। ମୁଁ ଏ ସମ୍ପର୍କରେ ଜାଣିବା ପରେ ତାଙ୍କୁ ଆମ ଘରକୁ ଡାକିଥିଲି। ସେମାନେ ଆମ ଘରକୁ ଆସିବା ପରେ ମୋ ମା’ ତାଙ୍କ ମା’ଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ। ସେ ପର୍ଯ୍ୟନ୍ତ ଆମେ ଭଲ ବନ୍ଧୁ ଥିଲୁ। ଶେଷରେ ପରିବାର ସହମତିରେ ୨୦୧୧ ଡିସେମ୍ବର ୭ରେ ବିବାହ ହୋଇଥିଲା।

ବୁଝାମଣା ଏବେ ବି ଦୃଢ଼ ରହିଛି

– ସୂର୍ଯ୍ୟକାନ୍ତ (ଅଭିନେତା)
ପ୍ରଥମ ଦେଖାରେ ହିଁ ମୁଁ ମାମାଙ୍କୁ ଭଲ ପାଇବସିଥିଲି। ଯାହାହେଉ ଆମ ଭିତରେ ଏହି ପବିତ୍ର ସମ୍ପର୍କର ସୃଷ୍ଟି ସେହି ପ୍ରଥମ ଦେଖାରୁ ହିଁ ହୋଇଥିଲା। ତାଙ୍କର କୁଲ୍‌ ନେଚର ମୋତେ ବେଶି ପ୍ରଭାବିତ କରିଥିଲା। ସେତେବେଳେ ସେ ଚାକିରି କରୁଥାଆନ୍ତି। ଦେଖାସାକ୍ଷାତ ପରେ ମୁଁ ଯେତେବେଳେ ତାଙ୍କୁ ପ୍ରପୋଜ୍‌ କଲି ସେ ତାହାକୁ ଗ୍ରହଣ କରିଥିଲେ। ଖାସ୍‌ କଥା ହେଲା, ସେତେବେଳେ ଆମ ପ୍ରେମକୁ ପ୍ରଭାବିତ କରିବା ଭଳି କୌଣସି ପରିସ୍ଥିତି ସୃଷ୍ଟି ହୋଇ ନ ଥିଲା। ଆଉ ପରସ୍ପର ଭିତରେ ଉତ୍ତମ ବୁଝାମଣା ଯୋଗୁ ପରବର୍ତ୍ତୀ ସମୟରେ ଆମେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲୁ। ବିବାହ ପୂର୍ବରୁ ଆମ ଭିତରେ ଥିବା ନିବିଡତା ଏବେ ଆହୁରି ଦୃଢ଼ ହୋଇଛି। ତାଙ୍କୁ ମୁଁ ମୋ ହୋମ୍‌ ପ୍ରଡକ୍ସନରେ ନିର୍ମିତ ‘ବାଳୀ’ରେ ନାୟିକା ସାଜିବାର ସୁଯୋଗ ଦେଇଛି।

ଜଗନ୍ନାଥ ଆମକୁ ଏକାଠି କରିଛନ୍ତି
– ପ୍ରଜ୍ଞା (ହାସ୍ୟାଭିନେତା)
ସେତେବେଳେ ମୁଁ ଭୁବନେଶ୍ୱରସ୍ଥିତ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ନାଟକ ବିଭାଗରେ ପଢ଼ୁଥାଏ। ଏମିତି ସୁନନ୍ଦା ପରିଡାଙ୍କ ସହ ଦେଖାସାକ୍ଷାତରୁ ଆମ ଭିତରେ ନିବିଡତା ସୃଷ୍ଟି ହୋଇଥିଲା। କଥାରେ ଅଛି, ଖୋଜିବାରୁ ହିଁ ଭଲ ପାଇବା ଆସେ। ସେହି ସମୟରେ ନାଟକ ବିଷୟରେ ଅଧିକ ଜ୍ଞାନ ଅର୍ଜନ କରିବାକୁ ମୁଁ ପରୀକ୍ଷାରେ ଫେଲ୍‌ ହୋଇ କିଛି ବର୍ଷ ପଢ଼ିଥିଲି। ଏପରି କି ଦୁହେଁ ପି.ଜି. ସମୟରେ ଏକାଠି ପରୀକ୍ଷା ଦେଇଥିଲୁ। ଏହା ଭିତରେ ଆମେ ଥିଏଟର ନାଟକରେ ଅଭିନୟ କରିସାରିଥିଲୁ। ଏପରି କି ଏକ ନାଟକରେ ସେ ମୋ ବୁଢ଼ୀମା’ ଭୂମିକାରେ ଅଭିନୟ କରିଥିଲେ। କେତୋଟି ଧାରାବାହିକରେ ମଧ୍ୟ ଆମେ ଏକାଠି ଆକ୍ଟିଂ କରିଛୁ। ଏହି ଅଭିନୟ ଜୀବନ ଭିତରେ ଆମର ପ୍ରେମ ସଫଳତାର ଶୀର୍ଷରେ ପହଞ୍ଚତ୍ ସାରିଥିଲା। ବିଶେଷ କରି ସୁନନ୍ଦାଙ୍କର ଶାନ୍ତ ସରଳ ନେଚର ଏବଂ ଅମାୟିକ ବ୍ୟବହାର ମୋତେ ଅଧିକ ପ୍ରଭାବିତ କରିଥିଲା। ଚଳିତ ବର୍ଷ ମୁଁ ତାଙ୍କୁ ଧର୍ମପତ୍ନୀ ଭାବରେ ଗ୍ରହଣ କରିଛି। ପ୍ରଭୁ ଜଗନ୍ନାଥ ଆମକୁ ଏକାଠି କରିଛନ୍ତି। ତାଙ୍କର ଆର୍ଶୀବାଦରୁ ଆମେ ଦୁହେଁ ଏବେ ଖୁସିରେ ଅଛୁ।

– ସାକ୍ଷାତ୍‌: ବନ୍ଦନା, ଶୁଭ୍ରପ୍ରକାଶ


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?