ପ୍ରଶଂସିକାରୁ ଜୀବନସାଥୀ: ଶ୍ରୀତମ ଦାସ

ପ୍ରଶଂସିକାରୁ ଜୀବନସାଥୀ

– ଶ୍ରୀତମ ଦାସ (ଅଭିନେତା)

ପ୍ରଶଂସିକାରୁ ପ୍ରେମିକା ଏବଂ ପରେ ଜୀବନସାଥୀ। ବିବାହର ୬/୭ ବର୍ଷ ପୂର୍ବରୁ ଭୁବନେଶ୍ୱରରେ ମୋ ସହ ପୁନମ୍‌ଙ୍କର ଦେଖା ହୋଇଥିଲା। ପରେ ହଠାତ୍‌ ଦିନେ ପୁନମ୍‌ ମୋତେ ଫୋନ୍‌ କରିଥିଲେ। ଧୀରେ ଧୀରେ ଆମ ଭିତରେ ବନ୍ଧୁତା ସୃଷ୍ଟି ହେଲା। କଥା ହେବାର ୮ମାସ ପର୍ଯ୍ୟନ୍ତ ଆମେ କେହି କାହାକୁ ଦେଖି ନ ଥିଲୁ। ଏକ କାମରେ ରାୟଗଡ଼ା ଯାଇଥିବା ସମୟରେ ପୁନମ୍‌ ଓ ତାଙ୍କ ପରିବାର ସହ ଦେଖା ହୋଇଥିଲା। ସେତେବେଳେ ତାଙ୍କ ପରିବାର ଲୋକେ ମତେ ବହୁତ ସ୍ନେହ କରିଥିଲେ। କିଛିଦିନ ପରେ ମେଡିକାଲ କାମ ପାଇଁ ସେ ତାଙ୍କ ମା’ଙ୍କ ସହ କଟକ ଆସିଥିଲେ। ମୁଁ ଏ ସମ୍ପର୍କରେ ଜାଣିବା ପରେ ତାଙ୍କୁ ଆମ ଘରକୁ ଡାକିଥିଲି। ସେମାନେ ଆମ ଘରକୁ ଆସିବା ପରେ ମୋ ମା’ ତାଙ୍କ ମା’ଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ। ସେ ପର୍ଯ୍ୟନ୍ତ ଆମେ ଭଲ ବନ୍ଧୁ ଥିଲୁ। ଶେଷରେ ପରିବାର ସହମତିରେ ୨୦୧୧ ଡିସେମ୍ବର ୭ରେ ବିବାହ ହୋଇଥିଲା।

ବୁଝାମଣା ଏବେ ବି ଦୃଢ଼ ରହିଛି

– ସୂର୍ଯ୍ୟକାନ୍ତ (ଅଭିନେତା)
ପ୍ରଥମ ଦେଖାରେ ହିଁ ମୁଁ ମାମାଙ୍କୁ ଭଲ ପାଇବସିଥିଲି। ଯାହାହେଉ ଆମ ଭିତରେ ଏହି ପବିତ୍ର ସମ୍ପର୍କର ସୃଷ୍ଟି ସେହି ପ୍ରଥମ ଦେଖାରୁ ହିଁ ହୋଇଥିଲା। ତାଙ୍କର କୁଲ୍‌ ନେଚର ମୋତେ ବେଶି ପ୍ରଭାବିତ କରିଥିଲା। ସେତେବେଳେ ସେ ଚାକିରି କରୁଥାଆନ୍ତି। ଦେଖାସାକ୍ଷାତ ପରେ ମୁଁ ଯେତେବେଳେ ତାଙ୍କୁ ପ୍ରପୋଜ୍‌ କଲି ସେ ତାହାକୁ ଗ୍ରହଣ କରିଥିଲେ। ଖାସ୍‌ କଥା ହେଲା, ସେତେବେଳେ ଆମ ପ୍ରେମକୁ ପ୍ରଭାବିତ କରିବା ଭଳି କୌଣସି ପରିସ୍ଥିତି ସୃଷ୍ଟି ହୋଇ ନ ଥିଲା। ଆଉ ପରସ୍ପର ଭିତରେ ଉତ୍ତମ ବୁଝାମଣା ଯୋଗୁ ପରବର୍ତ୍ତୀ ସମୟରେ ଆମେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲୁ। ବିବାହ ପୂର୍ବରୁ ଆମ ଭିତରେ ଥିବା ନିବିଡତା ଏବେ ଆହୁରି ଦୃଢ଼ ହୋଇଛି। ତାଙ୍କୁ ମୁଁ ମୋ ହୋମ୍‌ ପ୍ରଡକ୍ସନରେ ନିର୍ମିତ ‘ବାଳୀ’ରେ ନାୟିକା ସାଜିବାର ସୁଯୋଗ ଦେଇଛି।

ଜଗନ୍ନାଥ ଆମକୁ ଏକାଠି କରିଛନ୍ତି
– ପ୍ରଜ୍ଞା (ହାସ୍ୟାଭିନେତା)
ସେତେବେଳେ ମୁଁ ଭୁବନେଶ୍ୱରସ୍ଥିତ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ନାଟକ ବିଭାଗରେ ପଢ଼ୁଥାଏ। ଏମିତି ସୁନନ୍ଦା ପରିଡାଙ୍କ ସହ ଦେଖାସାକ୍ଷାତରୁ ଆମ ଭିତରେ ନିବିଡତା ସୃଷ୍ଟି ହୋଇଥିଲା। କଥାରେ ଅଛି, ଖୋଜିବାରୁ ହିଁ ଭଲ ପାଇବା ଆସେ। ସେହି ସମୟରେ ନାଟକ ବିଷୟରେ ଅଧିକ ଜ୍ଞାନ ଅର୍ଜନ କରିବାକୁ ମୁଁ ପରୀକ୍ଷାରେ ଫେଲ୍‌ ହୋଇ କିଛି ବର୍ଷ ପଢ଼ିଥିଲି। ଏପରି କି ଦୁହେଁ ପି.ଜି. ସମୟରେ ଏକାଠି ପରୀକ୍ଷା ଦେଇଥିଲୁ। ଏହା ଭିତରେ ଆମେ ଥିଏଟର ନାଟକରେ ଅଭିନୟ କରିସାରିଥିଲୁ। ଏପରି କି ଏକ ନାଟକରେ ସେ ମୋ ବୁଢ଼ୀମା’ ଭୂମିକାରେ ଅଭିନୟ କରିଥିଲେ। କେତୋଟି ଧାରାବାହିକରେ ମଧ୍ୟ ଆମେ ଏକାଠି ଆକ୍ଟିଂ କରିଛୁ। ଏହି ଅଭିନୟ ଜୀବନ ଭିତରେ ଆମର ପ୍ରେମ ସଫଳତାର ଶୀର୍ଷରେ ପହଞ୍ଚତ୍ ସାରିଥିଲା। ବିଶେଷ କରି ସୁନନ୍ଦାଙ୍କର ଶାନ୍ତ ସରଳ ନେଚର ଏବଂ ଅମାୟିକ ବ୍ୟବହାର ମୋତେ ଅଧିକ ପ୍ରଭାବିତ କରିଥିଲା। ଚଳିତ ବର୍ଷ ମୁଁ ତାଙ୍କୁ ଧର୍ମପତ୍ନୀ ଭାବରେ ଗ୍ରହଣ କରିଛି। ପ୍ରଭୁ ଜଗନ୍ନାଥ ଆମକୁ ଏକାଠି କରିଛନ୍ତି। ତାଙ୍କର ଆର୍ଶୀବାଦରୁ ଆମେ ଦୁହେଁ ଏବେ ଖୁସିରେ ଅଛୁ।

– ସାକ୍ଷାତ୍‌: ବନ୍ଦନା, ଶୁଭ୍ରପ୍ରକାଶ


Enter your email to get our daily news in your inbox.

All Right Reserved By Dharitri.Com

ମଦନିଶାରେ ଟଳମଳ ହୋଇ ରାସ୍ତାରେ ବୁଲିଲେ ସନ୍ନି ଦେଓଲ! ସାହାରା ଦେଲେ ଅଟୋ ଡ୍ରାଇଭର…

ବମ୍ବେ: ମଦନିଶାରେ ଟଳମଳ ହୋଇ ରାସ୍ତାରେ ବୁଲୁଥିବା ନଜର ଆସିଲେ ଗଦର ଷ୍ଟାର ସନ୍ନି ଦେଓଲ। ଅବସ୍ଥା ଏଭଳି ଥିଲା ଯେ ଏକ ଅଟୋ ରିକ୍ସାବାଲା...

ବଲିଉଡ୍‌ର ଏଭଳି ଜଣେ ସୁପରଷ୍ଟାର, ଯାହାଙ୍କୁ ପ୍ରଥମ ଫିଲ୍ମ ପରେ ବିବାହ ପ୍ରସ୍ତାବ ପଠାଇଥିଲେ ୩୦ହଜାର ଯୁବତୀ…

ବମ୍ବେ: ବଲିଉଡର ହ୍ୟାଣ୍ଡସମ ନାୟକଙ୍କ ମଧ୍ୟରୁ ହ୍ରିତିକ ରୋଶନ ଅନ୍ୟତମ। ତାଙ୍କୁ ‘ବଲିଉଡ୍‌ର ଟମ କ୍ରୁଜ’ ମଧ୍ୟ କୁହାଯାଏ। ସୁନ୍ଦର ଚେହେରା ଯୋଗୁ ବଲିଉଡରେ ନିଜର...

ବାତ୍ୟାରେ ଦୀର୍ଘ ୨୪ ଘଣ୍ଟା ଯାଏ ଫସି ରହିଲେ ଆମିର ଖାଁ; ପାଣି କି ବିଜୁଳି ମିଳିଲା ନାହିଁ…

ଚେନ୍ନାଇ: ବାତ୍ୟା ‘ମିଗ୍‌ଜୋମ୍‌’ରେ ଫସି ରହିଥିଲେ ବଲିଉଡ୍‌ ଅଭିନେତା ଆମିର ଖାଁ। ଘଣ୍ଟାଏ କିମ୍ବା ଦୁଇ ଘଣ୍ଟା ନୁହେଁ ଦୀର୍ଘ ୨୪ ଘଣ୍ଟା ଯାଏ ଫସି...

‘ରଣବୀର କପୁର ନୁହନ୍ତି ରଣବୀର ସିଂ ଥିଲେ ପ୍ରଥମ ପସନ୍ଦ’

ବମ୍ବେ: ବଲିଉଡ ଅଭିନେତା ରଣବୀର କପୁର ୨୦୧୮ରେ ଆସିଥିବା ବ୍ଲକବଷ୍ଟର ସିନେମା ‘ସଞ୍ଜୁ’ରେ ଚମତ୍କାର ଅଭିନୟ କରିଥିଲେ। ଫିଲ୍ମ ସମୀକ୍ଷକଙ୍କଠାରୁ ଆରମ୍ଭ କରି ଦର୍ଶକେ ଏହାକୁ...

ବୋହୂରାଣୀଙ୍କୁ ଅନ୍‌ଫଲୋ କଲେ ବିଗ୍‌ବି, ପୁଅଙ୍କ ସହ ଛାଡ଼ପତ୍ରକୁ ନେଇ ଚର୍ଚ୍ଚା ବଢ଼ିଲା…

ବମ୍ବେ: ବିଗ୍‌ବି ଅମିତାଭ ବଚ୍ଚନଙ୍କ ଘରେ ସବୁକିଛି ଠିକ୍‌ ଚାଲିନାହିଁ। କିଛି ଦିନ ଧରି ପୂଅ ତଥା ଅଭିଷେକ ବଚ୍ଚନ ଏବଂ ବୋହୂ ଐଶ୍ୱର୍ଯ୍ୟା ରାୟଙ୍କ...

ଆଖିବୁଜିଲେ ‘ସିଆଇଡି’ ଫେମ୍‌ ଅଭିନେତା

ସୋନି ଟିଭିର ଲୋକପ୍ରିୟ କ୍ରାଇମ ଶୋ ‘ସିଆଇଡି’ର ସିଆଇଡି ଅଧିକାରୀ ଫ୍ରେଡେରିକ୍ସଙ୍କ ପ୍ରସିଦ୍ଧ ଚରିତ୍ରରେ ଅଭିନୟ କରିଥିବା ଦୀନେଶ ଫଡନିସଙ୍କ ପରଲୋକ ଘଟିଛି। ଏକାଧିକ ଅଙ୍ଗ...

ସ୍ବାମୀଙ୍କୁ ଏହି ୩ ନାଁରେ ଡାକନ୍ତି କ୍ୟାଟ୍ରିନା

ଅଭିନେତା ବିକି କୌଶଲ ଏବଂ କ୍ୟାଟ୍ରିନା କୈଫ୍‌ ବଲିଉଡ୍‌ର ସବୁଠୁ ହଟ୍‌ କପଲ୍‌ ଭାବେ ଜଣାଶୁଣା। ଉଭୟ ପରସ୍ପରର ପ୍ରଶଂସା କରିବାକୁ ଆଦୌ ପଛାନ୍ତି ନାହିଁ।...

ପୁଣି ଇତିହାସ ରଚିଲେ ଦୀପିକା

ମୁମ୍ବାଇ: ଭାରତୀୟ ଅଭିନେତ୍ରୀ ତାଲିକାରେ ଦୀପିକା ପାଦୁକୋନ ଏବେ ଶୀର୍ଷରେ ଅଛନ୍ତି। ସେ ବଲିଉଡର ଅନେକ ହିଟ ଫିଲ୍ମରେ କାମ କରିଛନ୍ତି। ଏହା ବ୍ୟତୀତ ଅଭିନେତ୍ରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri