Posted inଖେଳ

ଦିନିକିଆରେ ଏମିତି ରେକର୍ଡ କଲେ ଶ୍ରେୟସ, ଅଧିନାୟକ ଡେବ୍ୟୁରେ ଶୂନରେ ଆଉଟ୍‌

ନୂଆଦିଲ୍ଲୀ, ୧୩।୧୧: ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ଅଧିନାୟକ ଭାବେ ଶ୍ରେୟସ ଆୟରଙ୍କ ଡେବ୍ୟୁ ଖରାପ ରହିଥିଲା। କିନ୍ତୁ ଦିନିକିଆରେ ତାଙ୍କ ଡେବ୍ୟୁ ଏହାଠାରୁ ମଧ୍ୟ ଅଧିକ ନିରାଶାଜନକ ରହିଲା। ଆପଣଙ୍କର ମନେଥିବ, ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ଶ୍ରେୟସଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ଆୟରଲ୍ୟାଣ୍ଡ ଭଳି ଦୁର୍ବଳ ମନେ କରାଯାଉଥିବା ଦଳଠାରୁ ପରାସ୍ତ ହୋଇଥିଲା। ଶୁଭମନ ଗିଲଙ୍କ ଅନୁପସ୍ଥିତିରେ ଶ୍ରେୟସଙ୍କୁ ପ୍ରଥମ ଥର ପାଇଁ ଦିନିକିଆରେ ଭାରତର ଅଧିନାୟକତ୍ୱ କରିବାର ସୁଯୋଗ ମିଳିଥିଲା। ହେଲେ ସେ ନିଜ ରନ୍‌ ଖାତା ମଧ୍ୟ ଖୋଲିପାରିଲେ ନାହିଁ। ଦିନିକିଆରେ ଅଧିନାୟକ ଭାବେ ଡେବ୍ୟୁ କରି ଶୂନରେ ଆଉଟ ହୋଇଥିବା ସେ ଭାରତର ପ୍ରଥମ ଅଧିନାୟକ ହୋଇଛନ୍ତି। ଏହା ପୂର୍ବରୁ ଏଭଳି ଘଟଣା କେବେ ଘଟିନଥିଲା। ସମସ୍ତ ଅଧିନାୟକ ଅତି କମରେ ନିଜ ରନ ଖାତା ଖୋଲିବାରେ ସଫଳ ହୋଇଥିଲେ।

ଭାରତ-ନ୍ୟୁଜିଲାଣ୍ଡ ଚତୁର୍ଥ ଟେଷ୍ଟ ମ୍ୟାଚ ଭାରତୀୟ ଦଳକୁ ଏଭଳି ଏକ ଆଘାତ ଦେଇଗଲା, ଯାହାକୁ ଆଗାମୀ ଅନେକ ବର୍ଷ ପର୍ଯ୍ୟନ୍ତ ଭୁଲିବା ସହଜ ହେବ ନାହିଁ। ବାରମ୍ବାର ଏହି ମ୍ୟାଚର ସ୍ମୃତି ମନକୁ ଆସିବ। ବିଶେଷ କରି ଶ୍ରେୟସ ଆୟରଙ୍କ ପାଇଁ ଏହି ମ୍ୟାଚ ବୋଧହୁଏ ଜୀବନସାରା ମନେ ରହିବ। କାରଣ, ଏହି ମ୍ୟାଚରେ ହିଁ ଦିନିକିଆ ଅଧିନାୟକ ଭାବେ ତାଙ୍କର ଡେବ୍ୟୁ ହୋଇଥିଲା। ପ୍ରଥମ ଥର ପାଇଁ କୌଣସି ଭାରତୀୟ ଅଧିନାୟକ ଦିନିକିଆରେ ଅଧିନାୟକତ୍ୱ ଡେବ୍ୟୁ କରି ଶୂନରେ ଆଉଟ ହୋଇଛନ୍ତି। ବିଶେଷ କଥା ହେଉଛି, ସେ ପ୍ରଥମ ବଲରେ ହିଁ ଆଉଟ ହୋଇଥିଲେ। ଅର୍ଥାତ୍‌ ଏହାକୁ ଗୋଲ୍ଡେନ ଡକ୍‌ କୁହାଯିବ।

ଏହା ପୂର୍ବରୁ ଦିନିକିଆରେ ଅଧିନାୟକ ଭାବେ ଡେବ୍ୟୁ କରି କୌଣସି ଭାରତୀୟ ଖେଳାଳିଙ୍କ ସର୍ବନିମ୍ନ ସ୍କୋର ୨ ରନ ଥିଲା। ରୋହିତ ଶର୍ମା ଓ ବିରାଟ କୋହଲି ଯେତେବେଳେ ଅଧିନାୟକ ଭାବେ ନିଜର ପ୍ରଥମ ଦିନିକିଆ ମ୍ୟାଚ ଖେଳିଥିଲେ, ସେତେବେଳେ ଉଭୟ ୨ ରନ ଲେଖାଏ କରି ଆଉଟ ହୋଇଥିଲେ। କିନ୍ତୁ ଏବେ ଶ୍ରେୟସ ଆୟର ସେମାନଙ୍କଠାରୁ ମଧ୍ୟ ଆଗକୁ ଚାଲିଯାଇଛନ୍ତି। ଏପରିକି ଭାରତର କୌଣସି ବୋଲର ଅଧିନାୟକ ମଧ୍ୟ ପ୍ରଥମ ମ୍ୟାଚ୍ରେ ଅଧିନାୟକତ୍ୱ କରିବା ସମୟରେ ଗୋଲ୍ଡେନ ଡକ୍‌ର ଶିକାର ହୋଇନଥିଲେ। ଶ୍ରେୟସଙ୍କ ସହ ଏଭଳି ଘଟଣା ଘଟିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପାଟ୍ରୋଲିଂବେଳେ କାର୍‌ ଅଟକାଇଲା ପୋଲିସ, ଭିତରେ ଏତେ ଗଞ୍ଜେଇ ଦେଖି ଆଶ୍ଚର୍ଯ୍ୟ

ଦିଗପହଣ୍ଡି,୧୩ା୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଶୁକ୍ରବାର ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ବେଗୁନିଆପଡ଼ା ଥାନା ନୂଆଗଡ଼ ସୁମଣ୍ଡଳ ଗ୍ରାମର ବାବୁ ନାୟକ(୨୫)ଙ୍କୁ ବ୍ରହ୍ମପୁର…

ବଲାଙ୍ଗୀରରେ ଚାଞ୍ଚଲ୍ୟ: ଘର ଲୋକଙ୍କ ଭୟରେ ଜଙ୍ଗଲକୁ ପଳାଇଥିଲେ ୪ ଦଶମ ଶ୍ରେଣୀ ଛାତ୍ର, ଆଉ ତା’ପରେ…

ବଲାଙ୍ଗୀର,୧୩।୧୧: ବଲାଙ୍ଗୀର ସହର ଉପକଣ୍ଠ ଜଙ୍ଗଲରୁ ଶୁକ୍ରବାର ୪ଜଣ ଦଶମ ଶ୍ରେଣୀ ଛାତ୍ରଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ସମସ୍ତ ଛାତ୍ର ଲଳିତନଗର ଅଞ୍ଚଳର ବୋଲି ଜଣାପଡିଛି। ମିଳିଥିବା…

ଟିମ୍‌ଇଣ୍ଡିଆକୁ ଦିନରେ ତାରା ଦେଖେଇଦେଲେ ହେନରୀ: କଲେ ରେକର୍ଡ ବର୍ଷା

ମାଉଣ୍ଟ ମାଉଙ୍ଗାନୁଇ,୧୩।୧୧: ମାଉଣ୍ଟ ମାଉଙ୍ଗାନୁଇର ବେ ଓଭାଲ ଷ୍ଟାଡିୟମରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ଚତୁର୍ଥ ଦିନିକିଆ ମ୍ୟାଚ୍‌ରେ ଟିମ ଇଣ୍ଡିଆକୁ ୨୪୪ ରନ୍‌ର ବଡ଼…

ମୋ ଫୋନ ଟ୍ୟାପ କରାଯାଉଛି, ସବୁ ପ୍ରମାଣ ଏଥିରେ ଅଛି: ସାଂଘାତିକ ଅଭିଯୋଗ ଆଣିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୧୩।୧୧: ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ନିଜ ଫୋନ ଟ୍ୟାପିଂ ହେଉଥିବା ନେଇ ଅଭିଯୋଗ କରିଛନ୍ତି। ସୋସିଆଲ ମିଡିଆରେ ସେ ଦାବି କରିଛନ୍ତି,…

ଧୋକା ଦେଲେ ବିରାଟ-ରୋହିତ: ODIରେ ଭାରତକୁ ଦ୍ୱିତୀୟ ସବୁଠୁ ବଡ଼ ପରାଜୟ, ମାତ୍ର ଏତିକି ରନ୍‌ରେ ଅଲଆଉଟ୍‌

ନୂଆଦିଲ୍ଲୀ, ୧୩।୧୧: ଚତୁର୍ଥ ଦିନିକିଆ ମ୍ୟାଚରେ ଭାରତୀୟ ଦଳକୁ ୨୪୪ ରନରେ ପରାସ୍ତ କରିଛି ନ୍ୟୁଜିଲାଣ୍ଡ। ୩୩୪ ରନର ବିଜୟ ଲକ୍ଷ୍ୟ ପିଛା କରିବାକୁ ଆସିଥିବା ଭାରତୀୟ…

ଫିଫା ବିଶ୍ୱକପ୍‌ରୁ ଓହରିଲା ଆମେରିକା, କାହିଁକି ଜାଣନ୍ତୁ…

ଜୁରିଚ୍‌,୧୩ା୧୧: ଆସନ୍ତା ସପ୍ତାହରେ କାତାରରେ ୧୭ବର୍ଷରୁ କମ୍‌ ବାଳକ ଫିଫା ବିଶ୍ୱକପ୍‌ ଖେଳାଯିବାକୁ ଥିବା ବେଳେ ସୁରକ୍ଷାଗତ କାରଣ ଦର୍ଶାଇ ଯୁକ୍ତରାଷ୍ଟ୍ର ଆମେରିକା (ୟୁଏସ୍‌)ର ଫୁଟ୍‌ବଲ ପରିଷଦ…

ଟିମ ଇଣ୍ଡିଆର ଲଜ୍ଜାଜନକ ପରାଜୟ: ଖାତା ଖୋଲିପାରିଲେନି ଷ୍ଟାର ଖେଳାଳି, ବଡ଼ ବ୍ୟବଧାନରେ ଜିତିଲା ନ୍ୟୁଜିଲାଣ୍ଡ

ନୂଆଦିଲ୍ଲୀ, ୧୩।୧୧: ଭାରତୀୟ କ୍ରିକେଟ ଟିମ ଓ ନ୍ୟୁଜିଲାଣ୍ଡ କ୍ରିକେଟ ଟିମ ମଧ୍ୟରେ ବେ ଓଭାଲ, ମାଉଣ୍ଟ ମାଉଙ୍ଗାନୁଇରେ ୫ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଚତୁର୍ଥ…

ରସଗୋଲା ଭାବି ଖାଇଦେଲେ ବୋମା, ଚୋବାଇଲା ବେଳେ……

ଭୋପାଳ,୧୩।୧୧: ରସଗୋଲା କହି ଜଣେ ବ୍ୟକ୍ତିଙ୍କୁ ଦେଶୀ ବୋମା ଖୁଆଇଦେବା ଅଭିଯୋଗ । ମୁହଁରେ ପକାଇ କାମୁଡ଼ିବା ମାତ୍ରେ ହୋଇଥିଲା ଭୟଙ୍କର ବିସ୍ଫୋରଣ। ଏଥିରେ ଘଟଣାସ୍ଥଳରେ ହିଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?