Posted inଜାତୀୟ

ଜ୍ୟୋତିରାଦିତ୍ୟଙ୍କ ଉପରେ ବର୍ଷିଲେ ଭାଜପା ସାଂସଦ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୫।୫: ଆଗକୁ ୨୦୨୪ ଲୋକସଭା ନିର୍ବାଚନ ଥିବାବେଳେ ଅନ୍ୟ ରାଜ୍ୟଗୁଡିକର ବିଧାନସଭା ନିର୍ବାଚନ ମଧ୍ୟ ଆସୁଛି। ତେବେ ଏହି ସମୟରେ ବିରୋଧୀ ଏକଜୁଟ ହେଉଥିବା ବେଳେ ମଧ୍ୟପ୍ରଦେଶ ଭାଜପାରେ ଅନ୍ତକନ୍ଦଳ ପଦାରେ ପଡିଛି। ମଧ୍ୟପ୍ରଦେଶ କଂଗ୍ରେସ ଟ୍ବିଟରରେ ଏକ ଭିଡିଓ ସେୟାର କରିଛି ଯେଉଁଥିରେ ଭାଜପା ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ମଧ୍ୟପ୍ରଦେଶ ଗୁନାର ଭାଜପା ସାଂସଦ କେ.ପି ଯାଦବ ସମାଲୋଚନା କରିଛନ୍ତି। ମଧ୍ୟପ୍ରଦେଶରୁ ଦିଲ୍ଲୀ କଂଗ୍ରେସ ନେତାମାନେ ଏହି ଭିଡିଓକୁ ସେୟାର କରି ସିନ୍ଧିଆଙ୍କୁ କଟାକ୍ଷ କରିଛନ୍ତି।

ଭିଡିଓରେ ଯାଦବ କହୁଛନ୍ତି ଯେ, ଭିଡ଼ ଭିତରେ କିଛି ମୂର୍ଖ ଏମିତି ଅଛନ୍ତି ଯେଉଁମାନେ କେଉଁଠାରେ କଣ କୁହାଯାଏ ଜାଣି ନାହାନ୍ତି? ମୁଁ ଏହା ପୂର୍ବରୁ ଖୋଲାଖୋଲି ଭାବେ କହିଥିଲି ଯେ, ଯେଉଁ ବ୍ୟକ୍ତି କେଉଁ ଦଳରେ ଅଛନ୍ତି ବୋଲି ଜାଣନ୍ତି ନାହିଁ , କେନ୍ଦ୍ର ତଥା ରାଜ୍ୟରେ ଭାଜପା ସରକାର ଅଛି ସେ କଥା ମଧ୍ୟ ଜାଣନ୍ତି ନାହିଁ, ପୁଣି ଏହି ରାଜ୍ୟରେ ସେ ଭାଜପା ସାଂସଦ ହୋଇ ମଞ୍ଚ ଉପରେ ଜନତାଙ୍କୁ ସମ୍ବୋଧନ କରୁଛନ୍ତି ଯେ, ସେ ଭୂଲ କରିଛନ୍ତି।

ସେ ଭିଡିଓରେ ଆହୁରି କହିଛନ୍ତି, ତାଙ୍କ ବୁଦ୍ଧିମତାକୁ ମୁଁ ପ୍ରଶଂସା କରୁଛି। ତାଙ୍କର ଏପରି ସାହସ କିପରି ହେଲା। ଯେଉଁ ଥାଳିରେ ଖାଉଛନ୍ତି ସେହି ଥାଳିରେ ଛିଦ୍ର କରୁଛନ୍ତି। ମଧ୍ୟପ୍ରଦେଶ ଭାଜପାର ସାଂସଦ ଅଛନ୍ତି, ସେଠାକାର ଲୋକଙ୍କୁ ନିଜର ଭୂଲ ହୋଇଯାଇଛି ବୋଲି କହୁଛନ୍ତି। ଯଦି ସେ ଏତେ ଅସୁବିଧାରେ ଅଛନ୍ତି ତେବେ ମୁଁ ଭାବୁଛି ସେ ଯେଉଁଠାରେ ଥିଲେ ସେଠାକୁ ଫେରିଯିବା ଉଚିତ। ଯଦି ସେ ଏତେ ଲୋକପ୍ରିୟ ହୋଇଥାନ୍ତେ ସେ ସେଠାରେ ରହି ସଂଘର୍ଷ କରିଥାନ୍ତେ ଏବଂ ନିର୍ବାଚନରେ ମୋ ସହ ପ୍ରତିଦ୍ୱନ୍ଦ୍ୱିତା କରି ଜିତିଥାନ୍ତେ, ତେବେ ତାଙ୍କ କଥାରେ ଓଜନ ଅଛି ବୋଲି ମୁଁ ବିଶ୍ୱାସ କରିଥାନ୍ତି।

ସୂଚନା ମୁତାବକ, ନିକଟରେ ଗୁନାରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସିନ୍ଧିଆ କହିଥିଲେ ଯେ, ଯଦି ମୁଁ କୌଣସି ଭୂଲ କରିଛି ତେବେ ମୋତେ କ୍ଷମା କର। ଯାହାକୁ ନେଇ କେ.ପି ଯାଦବ ସିନ୍ଧିଆଙ୍କୁ ଟାର୍ଗେଟ କରିଛନ୍ତି। ୨୦୧୯ ଲୋକସଭା ନିର୍ବାଚନରେ ଭାଜପା ସାଂସଦ ଯାଦବ ଗୁନା ନିର୍ବାଚନମଣ୍ଡଳୀରୁ ଟିକେଟ୍‌ ପାଇଥିଲେ। ତାଙ୍କ ବିପକ୍ଷରେ କଂଗ୍ରେସରୁ ସିନ୍ଧିଆ ନିର୍ବାଚନ ଲଢିଥିଲେ। ତେବେ ଏହି ନିର୍ବାଚନରେ ସିନ୍ଧିଆ ଯାଦବଙ୍କ ଠାରୁ ହାରି ଯାଇଥିଲେ।

ତେବେ ଏହି ଭିଡିଓ ସେୟାର କରି କଂଗ୍ରେସ ସିନ୍ଧିଆଙ୍କୁ ଟାର୍ଗେଟ କରିଛି। ମଧ୍ୟପ୍ରଦେଶ କଂଗ୍ରେସର ଅଫିସିଆଲ ଟ୍ବିଟର ହ୍ୟାଣ୍ଡେଲରେ ଏହି ଭିଡିଓ ସେୟାର କରାଯାଇ ଲେଖାଯାଇଛି ଯେ, ଭାଜପା ସାଂସଦ କେ.ପି ଯାଦବ ସିନ୍ଧିଆଙ୍କୁ ମୂର୍ଖ ବୋଲି କହୁଛନ୍ତି, ଏବେ ଏହାକୁ କଣ କୁହାଯିବ?
ସେହିପରି କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ଭିଡିଓକୁ ଟ୍ବିଟ୍‌ କରି କହିଛନ୍ତି, ବିଶ୍ୱାସଘାତକତାର ଫଳାଫଳ, ନା ଏ ଘରର ହେବ ନା ସେ ଘରର ହେବ।
ଦିଗ୍‌ବିଜୟ ସିଂ କହିଛନ୍ତି, କେ.ପି ଯାଦବଙ୍କ କଥାରେ ମୁଁ ଏକମତ। ସିନ୍ଧିଆ ଯେଉଁ ଥାଳିରେ ଖାଆନ୍ତି, ସେହି ଥାଳିରେ ଛିଦ୍ର କରନ୍ତି।

କଂଗ୍ରେସର ପୋଷ୍ଟରେ ବହୁ ୟୁଜର୍ସ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି।
@ସାଇଡଜପ୍ସ ନାମକ ୟୁଜର୍ସ ଲେଖିଛନ୍ତି, ସିନ୍ଧିଆଜୀ ଏଭଳି ଅପମାନିତ ହେବା ଅପେକ୍ଷା ମନ୍ତ୍ରୀ ପଦ ଛାଡି ଲୋକଙ୍କ ପାଇଁ ଲଢନ୍ତୁ। ଆଉ ଜଣେ ୟୁଜର୍ସ ଲେଖିଛନ୍ତି, ବିଚାରା ନା ଏ ଘରର ହେଲା ନା ସେ ଘରର। ବିଶ୍ୱାସଘାତକତାରୁ ଏହା ଭୋଗିବାକୁ ପଡୁଛି।
ରବି କାଲରା ନାମକ ୟୁଜର୍ସ ଲେଖିଛନ୍ତି, ଏଭଳି ଲେକଙ୍କୁ କେଉଁଠି ବି ସମ୍ମାନ ମିଳିବ ନାହିଁ। ଯିଏ ନିଜ ପରିବାର, ସମାଜ ଏବଂ ଜନତାଙ୍କ ପ୍ରତି ବିଶ୍ୱାସଘାତକତା କରିଛି, ସେପରି ଲୋକ ଏଭଳି ନିନ୍ଦାର ପାତ୍ର।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ; ଶିବସେନା ସମେତ କିଏ କିଏ ସାମିଲ? ଜାଣନ୍ତୁ…

ମୁମ୍ବାଇ,୪।୧୦: ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେ ରବିବାର (ଅକ୍ଟୋବର ୪), ମୁମ୍ବାଇରେ ମୁଖ୍ୟ ନିର୍ବାଚନ…

ଶନିଙ୍କ ବଡ଼ ଚଳନ: ଏହି ରାଶିଙ୍କ ଉପରେ ଧନବର୍ଷା, ଏମାନଙ୍କର ବଢିବ ଚିନ୍ତା; ଜାଣନ୍ତୁ ଆପଣଙ୍କ ରାଶିଫଳ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ଚଳନକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ, କାରଣ ଏହାର ବ୍ୟାପକ ପ୍ରଭାବ ସମସ୍ତ ରାଶି ଉପରେ ଦେଖିବାକୁ ମିଳେ। ବିଶେଷ କରି ସାଢ଼େସାତୀ…

ଚେକ୍‌ ବାଉନ୍ସ ମାମଲା: ସୁଧମୂଳ ସହ ୪୨.୫୦ ଲକ୍ଷ ଟଙ୍କା ଫେରାଇବେ ଆର୍‌ଆଇ, ଜରିମାନା ଅର୍ଥ ଅନାଦେୟ ହେଲେ…

ଭଞ୍ଜନଗର,୪ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଏମ୍‌ଏଫ୍‌ସି କୋର୍ଟରେ ଏକ ଚେକ୍‌ ବାଉନ୍ସ ମାମଲାର ବିଚାରଣ କରାଯାଇ ରାୟ ପ୍ରକାଶ ପାଇଛି। ମାମଲାର ଅଭିଯୁକ୍ତ ରାଜସ୍ବ ନିରୀକ୍ଷକ…

ପ୍ରସ୍ତୁତ କରୁଥିଲେ ଦେଶୀ ମଦ, ୨ ଜଣଙ୍କୁ ବାନ୍ଧି କୋର୍ଟ ପଠାଇଲା ଅବକାରୀ ପୋଲିସ

କେସିଙ୍ଗା,୪ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାର ଉପନିରୀକ୍ଷକ ମଳୟ କୁମାର ପ୍ରଧାନଙ୍କ ନେତୃତ୍ୱରେ ବ୍ଲକର କୁଣ୍ଢାବନ୍ଧ ଅଞ୍ଚଳରେ ଶନିବାର ସନ୍ଧ୍ୟାରେ ପାଟ୍ରୋଲିଂ କରୁଥିବା ସମୟରେ…

ଅପହଞ୍ଚ ଗାଁରେ ଆଶାର କିରଣ: ସ୍ୱାବଲମ୍ବୀ ହେବେ ସାନ୍ତାଳୀ ମହିଳା, ମିଶନ ଶକ୍ତିରେ ଯୋଡ଼ି ହୋଇ…

ମହାକାଳପଡ଼ା,୪ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଉପକୂଳ ସମୁଦ୍ର ତଟରେ ଅବସ୍ଥିତ ଅପହଞ୍ଚ ସାନ୍ତାଳୀ ଗ୍ରାମ ‘ପାଣିଖିଆ’। ଅନାଦି କାଳରୁ ଏହି ଗ୍ରାମର ସାନ୍ତାଳୀ…

ଆଗକୁ ପଞ୍ଚାୟତ ନିର୍ବାଚନ: ଜିତିବା ପାଇଁ ଭାଜପା କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ

ଭୁବନେଶ୍ୱର,୪ା୧୦: ରାଜ୍ୟରେ ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ। ଗ୍ରାମାଞ୍ଚଳରେ ଦଳର ସଂଗଠନକୁ ଆହୁରି ସୁଦୃଢ଼ କରିବା ଏବଂ ନିର୍ବାଚନୀ ମଇଦାନରେ ସଫଳତା ହାସଲ କରିବା ପାଇଁ ଭାରତୀୟ…

ଏମ.ଏସ. ଧୋନିଙ୍କ ଯୋଗୁ ଟିମ ଇଣ୍ଡିଆ ତୃତୀୟ ଦିନିକିଆ ମ୍ୟାଚ ହାରିଗଲା; ଐତିହାସିକ ବିଜୟ ପରେ ଏକ ବଡ଼ ରହସ୍ୟ ଖୁଲାସା କଲେ…

ନୂଆଦିଲ୍ଲୀ,୪।୧୦: ଶନିବାର ନୂଆ ଚଣ୍ଡିଗଡ଼ରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ୱେଷ୍ଟଇଣ୍ଡିଜ ଠାରୁ ପରାଜିତ ହୋଇଛି। ଶାଇ ହୋପଙ୍କ ଚମତ୍କାର ଶତକ ବଳରେ…

IND vs WI:‘ବର୍ତ୍ତମାନ ପରୀକ୍ଷା-ନିରୀକ୍ଷା କରିବାର ସମୟ ନୁହେଁ’ ରୋହିତ ଶର୍ମା, ବିରାଟ କୋହଲିଙ୍କୁ ନେଇ ବଡ଼ କଥା କହିଲେ ଶୁବମନ ଗିଲ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳର ଦୁଇ ପ୍ରମୁଖ ଖେଳାଳି ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ନେଇ, ବିଶେଷକରି ଆସନ୍ତା ବର୍ଷ ହେବାକୁ ଥିବା ଦିନିକିଆ ବିଶ୍ୱକପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?