Posted inଖେଳ

କାହିଁକି IPLକୁ ଅଲବିଦା କହିଲେ ଧୋନୀ? ସନ୍ନ୍ୟାସ ପଛର ବଡ଼ କାରଣ କହିଲେ ସୁରେଶ ରାଇନା, ପ୍ରଶଂସକ ଶୁଣିଲେ…

ନୂଆଦିଲ୍ଲୀ, ୧୮।୧୧: ମହେନ୍ଦ୍ର ସିଂହ ଧୋନୀଙ୍କ ଆଇପିଏଲରୁ ସନ୍ନ୍ୟାସ ପରେ ସୁରେଶ ରାଇନାଙ୍କ ଏକ ବଡ଼ ଖୁଲାସା ସାମ୍ନାକୁ ଆସିଛି। ରାଇନା କହିଛନ୍ତି , ଧୋନୀ ନିଜ ନୀତି ଓ ଆଦର୍ଶ ପାଇଁ ବାଧ୍ୟ ହୋଇ ସନ୍ନ୍ୟାସ ନେଇଛନ୍ତି। ସେ ଚେନ୍ନାଇ ସୁପର କିଙ୍ଗ୍ସ (CSK) ଉପରେ ବୋଝ ହେବାକୁ ଚାହୁଁ ନଥିଲେ।

ମଙ୍ଗଳବାର (ନଭେମ୍ବର ୧୭) ରିଟେନ୍ସନ ଲିଷ୍ଟ ଜାରି ହେବା ପୂର୍ବରୁ CSK ଧୋନୀଙ୍କ ଅବସର ଘୋଷଣା କରି ସମସ୍ତଙ୍କୁ ଚକିତ କରିଥିଲା। ଫ୍ରାଞ୍ଚାଇଜି ପକ୍ଷରୁ ଏକ ଅଧିକାରିକ ଘୋଷଣାରେ କୁହାଯାଇଥିଲା ଯେ, ଧୋନୀ ଆଉ ଆଇପିଏଲରେ ଖେଳିବେ ନାହିଁ। ସେ ଟୁର୍ନାମେଣ୍ଟକୁ ଅଲବିଦା କହିଛନ୍ତି। ତେବେ ଆଗାମୀ ସିଜନ (IPL 2027)ରେ ସେ ଦଳର ମେଣ୍ଟର ଭାବେ ଦାୟିତ୍ୱ ତୁଲାଇବେ।

ନିକଟରେ ଏକ ସାକ୍ଷାତକାର ସମୟରେ ରାଇନା କହିଥିଲେ ଯେ, ଧୋନୀ ଆଇପିଏଲରେ ଖେଳିବା ଜାରି ରଖିବାକୁ ଚାହୁଁଥିଲେ। କିନ୍ତୁ ଫିଟନେସ ସମସ୍ୟା ଯୋଗୁ ତାଙ୍କୁ ସନ୍ନ୍ୟାସ ନେବାକୁ ପଡ଼ିଲା। ମାହିଙ୍କ ଆଣ୍ଠୁରେ ସମସ୍ୟା ଥିଲା। ଉଭୟ ଆଣ୍ଠୁରେ ଫୁଲା ରହୁଥିବାରୁ ୨୦ ଓଭର ପର୍ଯ୍ୟନ୍ତ ଉଇକେଟ୍‌ କିପିଂ କରିବା ଏବଂ ପଡ଼ିଆରେ ରହିବା ତାଙ୍କ ପାଇଁ କଷ୍ଟକର ହୋଇପଡ଼ୁଥିଲା।

ରାଇନା ଆହୁରି କହିଥିଲେ ଯେ, ଚେନ୍ନାଇ ପକ୍ଷରୁ ଧୋନୀଙ୍କୁ ‘ଇମ୍ପାକ୍ଟ ପ୍ଲେୟାର’ ଭାବେ ଖେଳିବାର ବିକଳ୍ପ ମଧ୍ୟ ଦିଆଯାଇଥିଲା। ଏହାଦ୍ୱାରା ତାଙ୍କୁ ଫିଲ୍ଡିଂ କରିବା ପାଇଁ ପଡ଼ିଆକୁ ଆସିବାକୁ ପଡ଼ିନଥାନ୍ତା। କିନ୍ତୁ ନିଜ ନୀତିରେ ଅଟଳ ଧୋନୀ ଏହି ପ୍ରସ୍ତାବକୁ ଗ୍ରହଣ କରିନଥିଲେ। ତାଙ୍କ ମତରେ, ଯଦି ସେ ଖେଳିବେ ତେବେ ପୂରା ୨୦ ଓଭର ଫିଲ୍ଡିଂ ମଧ୍ୟ କରିବେ, ନଚେତ୍‌ ପଡ଼ିଆକୁ ଓହ୍ଲାଇବେ ନାହିଁ।

ଏଥିରୁ ସ୍ପଷ୍ଟ ହେଉଛି ଯେ, ଧୋନୀ କୌଣସି ପରିସ୍ଥିତିରେ ମଧ୍ୟ ଦଳ ଉପରେ ବୋଝ ହେବାକୁ ଚାହୁଁ ନଥିଲେ। ଏହି କାରଣରୁ ସେ ସନ୍ନ୍ୟାସ ନେବାର ନିଷ୍ପତ୍ତି ନେଇଥିଲେ। ଗତ ସିଜନରେ ଧୋନୀ ଦଳର ଅଂଶ ଥିଲେ, କିନ୍ତୁ ଆହତ ସମସ୍ୟା ଯୋଗୁ ଗୋଟିଏ ମଧ୍ୟ ମ୍ୟାଚ ଖେଳିପାରି ନଥିଲେ।

ଧୋନୀଙ୍କ ଆଇପିଏଲ କ୍ୟାରିୟର ୨୭୮ଟି ମ୍ୟାଚ୍ର ରହିଛି। ସେ ୨୪୨ଟି ଇନିଂସରେ ବ୍ୟାଟିଂ କରି ୩୮.୩୦ ହାରାହାରି ଏବଂ ୧୩୭.୪୫ ଷ୍ଟ୍ରାଇକ ରେଟ୍‌ରେ ମୋଟ ୫୪୩୯ ରନ ସଂଗ୍ରହ କରିଛନ୍ତି। ଏହି ସମୟରେ ତାଙ୍କ ବ୍ୟାଟରୁ ୨୪ଟି ଅର୍ଦ୍ଧଶତକ ଆସିଥିବା ବେଳେ ତାଙ୍କର ସର୍ବାଧିକ ସ୍କୋର ଅପରାଜିତ ୮୪ ରନ ରହିଛି। ଧୋନୀ ନିଜ ଆଇପିଏଲ କ୍ୟାରିୟରରେ ଦୁଇଟି ଦଳ ପାଇଁ ଖେଳିଛନ୍ତି। ଏଥିରେ ଚେନ୍ନାଇ ସୁପର କିଙ୍ଗ୍ସ ବ୍ୟତୀତ ରାଇଜିଂ ପୁଣେ ସୁପରଜାଏଣ୍ଟସ ମଧ୍ୟ ସାମିଲ ରହିଛି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଟାଇଟାନିକ୍‌ ପୂର୍ବରୁ ବୁଡ଼ିଥିଲା ସୁନା ଭର୍ତ୍ତି ଜାହାଜ

ସାନ୍‌ ଫ୍ରାନ୍ସିସ୍‌ସ୍କୋ,୧୮ା୧୧: ଟାଇଟାନିକ ଦୁର୍ଘଟଣା(୧୯୧୨ ଏପ୍ରିଲ ୧୪-୧୫)ର ବହୁ ପୂର୍ବରୁ ଆମେରିକାର ସବୁଠାରୁ ଚର୍ଚ୍ଚିତ ଜାହାଜ ଦୁର୍ଘଟଣା ଥିଲା ‘ଏସ୍‌ଏସ୍‌ ସେଣ୍ଟ୍ରାଲ ଆମେରିକା’। ୧୮୫୭ ସେପ୍ଟେମ୍ବର ମାସରେ…

ଆଜିଠୁ ବିଧାନସଭାର ଶୀତ ଅଧିବେଶନ

ଭୁବନେଶ୍ୱର,୧୮ା୧୧(ସୁନିତ୍‌ ମିଶ୍ର): ସପ୍ତଦଶ ବିଧାନସଭାର ଅଷ୍ଟମ ଅଧିବେଶନ ବୁଧବାରଠାରୁ ଆରମ୍ଭ ହେବାକୁ ଯାଉଛି। ଅଧିବେଶନ ଆରମ୍ଭରୁ ଦିବଂଗତ ନେତାମାନଙ୍କ ଉଦ୍ଦେଶ୍ୟରେ ଗୃହରେ ଶୋକ ପ୍ରସ୍ତାବ ଆଗତ ହେବ।…

ଓଡ଼ିଶା ଛୁଇଁବ ବାତ୍ୟାର ବାହ୍ୟ ବଳୟ: ୧୪ ମିଟର ଉଚ୍ଚକୁ ଉଠିବ ସମୁଦ୍ର ଢେଉ, ୭୦ କି.ମି. ବେଗରେ…

ଭୁବନେଶ୍ୱର, ୧୭ା୧୧ (ବନ୍ଦନା ସେଠୀ) – ବଙ୍ଗୋପସାଗରରେ ଅତି ମନ୍ଥର ଗତିରେ ଘଣ୍ଟା ପ୍ରତି ୩ କି.ମି. ବେଗରେ ଆଗକୁ ବଢ଼ୁଛି ବାତ୍ୟା ‘ଅକ୍ୱାନ’। ବୁଧବାର ଏହା…

୨୫ ବର୍ଷ ପରେ କରିନା-ହ୍ରିତିକଙ୍କ କମବ୍ୟାକ୍! କରଣ ଜୋହରଙ୍କ ଭିଡ଼ିଓ ପରେ…

ମୁମ୍ବାଇ: ବଲିଉଡରେ ବିଶିଷ୍ଟ ନିର୍ଦ୍ଦେଶକ କରଣ ଜୋହର ଏପରି ଅନେକ ଯୋଡ଼ିକୁ ପରଦାକୁ ଆଣିଛନ୍ତି, ଯେଉଁମାନେ ଆଜି ମଧ୍ୟ ଦର୍ଶକଙ୍କର ଅତି ପ୍ରିୟ। ଏହିପରି ଏକ ଯୋଡ଼ି…

ହାଇଆଲର୍ଟରେ ଗଞ୍ଜାମ ପ୍ରଶାସନ: ୩ ଦିନ ପାଇଁ ସମସ୍ତ ସମୁଦ୍ର ବେଳାଭୂମି ମନା, ୧୧୩୯ ଆଶ୍ରୟସ୍ଥଳୀ ପ୍ରସ୍ତୁତ, ସୁରକ୍ଷିତ ସ୍ଥାନକୁ…

ଛତ୍ରପୁର, ୧୭।୧୧ (ଦିଲୀପ ସାମଲ): ବାତ୍ୟା ‘ଅକ୍ୱାନ’ ଓ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଓ ସତର୍କତାମୂଳକ…

MS Dhoni: କାହିଁକି ଧୋନୀଙ୍କୁ କିଣିପାରି ନ ଥିଲେ ମୁମ୍ବାଇ ଓ ଆରସିବି? କେତେ ଥିଲା ମାହିଙ୍କ ପ୍ରଥମ ଆଇପିଏଲ୍ ଦରମା?ଜାଣନ୍ତୁ …

ନୂଆଦିଲ୍ଲୀ,୧୭।୧୧: ଭାରତୀୟ କ୍ରିକେଟ୍‌ର ସବୁଠାରୁ ସଫଳ ଏବଂ ମହାନ ଅଧିନାୟକମାନଙ୍କ ମଧ୍ୟରୁ ଅନ୍ୟତମ ମହେନ୍ଦ୍ର ସିଂହ ଧୋନୀ ଆଇପିଏଲ୍ (IPL) ରୁ ମଧ୍ୟ ନିଜର ଅବସର ଘୋଷଣା…

ଆସାମ ସିଲାବସରେ ସଞ୍ଜୟଙ୍କ ଭୂଗୋଳ ବହି

କୋକସରା,୧୭ା୧୧ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ) ଓଡ଼ିଶା ଏବଂ ଜମ୍ମୁ-କଶ୍ମୀର ପରେ ଏବେ ଆସାମ ରାଜ୍ୟର ଦ୍ୱାଦଶ ଶ୍ରେଣୀ ଛାତ୍ରୀଛାତ୍ର କଳାହାଣ୍ଡି ଜିଲାର ସୁନାମଧନ୍ୟ ଅଧ୍ୟାପକ ସଞ୍ଜୟ କୁମାର…

IPL 2027: ଏହି ୬ ଖେଳାଳିଙ୍କୁ ଛାଡ଼ିଲା ପଞ୍ଜାବ, କାହାକୁ ଆଣିଲା ଜାଣନ୍ତୁ..

ନୂଆଦିଲ୍ଲୀ,୧୭।୧୧: ନ୍ୟୁଜିଲାଣ୍ଡ ପେସର ଲୋକି ଫର୍ଗୁସନ ଓ ଅଷ୍ଟ୍ରେଲିଆନ ଅଲରାଉଣ୍ଡର ମିଚେଲ ଓଓ୍ବେନଙ୍କ ସମେତ ୬ ଖେଳାଳିଙ୍କୁ ପଞ୍ଜାବ କିଙ୍ଗ୍ସ ମଙ୍ଗଳବାର ରିଲିଜ୍‌ କରିଛି। ଏମାନଙ୍କ ସହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?