ଟାଇଟାନିକ୍‌ ପୂର୍ବରୁ ବୁଡ଼ିଥିଲା ସୁନା ଭର୍ତ୍ତି ଜାହାଜ

ସାନ୍‌ ଫ୍ରାନ୍ସିସ୍‌ସ୍କୋ,୧୮ା୧୧: ଟାଇଟାନିକ ଦୁର୍ଘଟଣା(୧୯୧୨ ଏପ୍ରିଲ ୧୪-୧୫)ର ବହୁ ପୂର୍ବରୁ ଆମେରିକାର ସବୁଠାରୁ ଚର୍ଚ୍ଚିତ ଜାହାଜ ଦୁର୍ଘଟଣା ଥିଲା ‘ଏସ୍‌ଏସ୍‌ ସେଣ୍ଟ୍ରାଲ ଆମେରିକା’। ୧୮୫୭ ସେପ୍ଟେମ୍ବର ମାସରେ ଦକ୍ଷିଣ କାରୋଲିନା ଉପକୂଳରେ ଭୟଙ୍କର ସାମୁଦ୍ରିକ ଝଡ଼ର ଶିକାର ହୋଇ ଏହି କାଠ ନିର୍ମିତ ବାଷ୍ପଚାଳିତ ଜାହାଜଟି ସମୁଦ୍ର ଗର୍ଭରେ ବୁଡ଼ି ଯାଇଥିଲା। ଏହି ଦୁର୍ଘଟଣାରେ ୪୨୫ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା ଏବଂ ସେତେବେଳର ପ୍ରାୟ ୧.୨ ନିୟୁତ ଡଲାର ମୂଲ୍ୟର ସୁନା (ଯାହାର ବର୍ତ୍ତମାନ ମୂଲ୍ୟ ପ୍ରାୟ ୨୩୬ ନିୟୁତ ଡଲାର) ସମୁଦ୍ରରେ ହଜି ଯାଇଥିଲା।
ସାନ୍‌ ଫ୍ରାନ୍ସିସ୍କୋରୁ ନ୍ୟୁୟର୍କ ଅଭିମୁଖେ ଯାଉଥିବା ଏହି ଜାହାଜରେ ଥିବା ସୁନା ଆମେରିକାର ବ୍ୟାଙ୍କଗୁଡ଼ିକୁ ଆର୍ଥିକ ସଙ୍କଟରୁ ରକ୍ଷା କରିବା ପାଇଁ ନିଆଯାଉଥିଲା। ଜାହାଜଟି ବୁଡ଼ିଯିବା ଫଳରେ ସେତେବେଳେ ଆମେରିକାରେ ଏକ ବଡ଼ ଧରଣର ଆର୍ଥିକ ମାନ୍ଦାବସ୍ଥା ଦେଖାଦେଇଥିଲା।
ଦୀର୍ଘ ଏକ ଶତାବ୍ଦୀରୁ ଅଧିକ ସମୟ ଧରି ନିଖୋଜ ରହିବା ପରେ ୧୯୮୦ ଦଶକରେ ସନ୍ଧାନକାରୀ ଟମି ଗ୍ରେଗୋରୀ ଥମ୍ପସନ ଏବଂ ତାଙ୍କ ଦଳ ଅତ୍ୟାଧୁନିକ ସୋନାର ଟେକ୍ନୋଲୋଜି ଓ ଗାଣିତିକ ସୂତ୍ର ବ୍ୟବହାର କରି ୧୯୮୮ରେ ଏହି ଜାହାଜର ଭଗ୍ନାବଶେଷକୁ ଖୋଜି ବାହାର କରିଥିଲେ।
ସମୁଦ୍ର ତଳୁ ବିପୁଳ ପରିମାଣର ସୁନା ମୁଦ୍ରା ଓ ଇଟା ଉଦ୍ଧାର କରାଯାଇଥିଲା, ଯାହା ୨୦୦୦ ମସିହାରେ ପ୍ରାୟ ୫୦ ନିୟୁତ ଡଲାରରେ ବିକ୍ରି ହୋଇଥିଲା। କିନ୍ତୁ ଏହି ସୁନା ମିଳିବା ପରେ ଦଶନ୍ଧି ଧରି ଆଇନଗତ ବିବାଦ ଆରମ୍ଭ ହୋଇଥିଲା। ପ୍ରଥମେ ବୀମା କମ୍ପାନୀଗୁଡ଼ିକ ଏବଂ ପରେ ନିବେଶକ ଓ କର୍ମଚାରୀମାନେ ସୁନା ଉପରେ ନିଜର ଅଧିକାର ଦାବି କରି ମାମଲା ରୁଜୁ କରିଥିଲେ।
ନିବେଶକଙ୍କୁ ଟଙ୍କା ନଦେଇ ଥମ୍ପସନ ୨୦୧୨ରେ ଫେରାର ହୋଇଯାଇଥିଲେ ଏବଂ ୨୦୧୫ରେ ଗିରଫ ହୋଇଥିଲେ। ଦୀର୍ଘ ବର୍ଷ ଜେଲ୍‌ରେ ରହିବା ପରେ ସେ ଚଳିତ ବର୍ଷ ମାର୍ଚ୍ଚ ମାସରେ ମୁକୁଳିଛନ୍ତି। ତେବେ ଏହି ଐତିହାସିକ ଜାହାଜ ଦୁର୍ଘଟଣା ଓ ଉଦ୍ଧାର କାହାଣୀର ରହସ୍ୟ ଆଜି ବି ସମ୍ପୂର୍ଣ୍ଣ ସମାଧାନ ହୋଇପାରିନାହିଁ, କାରଣ ସେହି ଜାହାଜରୁ ଉଦ୍ଧାର ହୋଇଥିବା ପ୍ରାୟ ୫୦୦ଟି ସ୍ବର୍ଣ୍ଣ ମୁଦ୍ରାର କୌଣସି ପତ୍ତା ଏ ପର୍ଯ୍ୟନ୍ତ ମିଳିପାରିନାହିଁ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କାହିଁକି IPLକୁ ଅଲବିଦା କହିଲେ ଧୋନୀ? ସନ୍ନ୍ୟାସ ପଛର ବଡ଼ କାରଣ କହିଲେ ସୁରେଶ ରାଇନା, ପ୍ରଶଂସକ ଶୁଣିଲେ…

ନୂଆଦିଲ୍ଲୀ, ୧୮।୧୧: ମହେନ୍ଦ୍ର ସିଂହ ଧୋନୀଙ୍କ ଆଇପିଏଲରୁ ସନ୍ନ୍ୟାସ ପରେ ସୁରେଶ ରାଇନାଙ୍କ ଏକ ବଡ଼ ଖୁଲାସା ସାମ୍ନାକୁ ଆସିଛି। ରାଇନା କହିଛନ୍ତି , ଧୋନୀ ନିଜ…

ଆଜିଠୁ ବିଧାନସଭାର ଶୀତ ଅଧିବେଶନ

ଭୁବନେଶ୍ୱର,୧୮ା୧୧(ସୁନିତ୍‌ ମିଶ୍ର): ସପ୍ତଦଶ ବିଧାନସଭାର ଅଷ୍ଟମ ଅଧିବେଶନ ବୁଧବାରଠାରୁ ଆରମ୍ଭ ହେବାକୁ ଯାଉଛି। ଅଧିବେଶନ ଆରମ୍ଭରୁ ଦିବଂଗତ ନେତାମାନଙ୍କ ଉଦ୍ଦେଶ୍ୟରେ ଗୃହରେ ଶୋକ ପ୍ରସ୍ତାବ ଆଗତ ହେବ।…

ଓଡ଼ିଶା ଛୁଇଁବ ବାତ୍ୟାର ବାହ୍ୟ ବଳୟ: ୧୪ ମିଟର ଉଚ୍ଚକୁ ଉଠିବ ସମୁଦ୍ର ଢେଉ, ୭୦ କି.ମି. ବେଗରେ…

ଭୁବନେଶ୍ୱର, ୧୭ା୧୧ (ବନ୍ଦନା ସେଠୀ) – ବଙ୍ଗୋପସାଗରରେ ଅତି ମନ୍ଥର ଗତିରେ ଘଣ୍ଟା ପ୍ରତି ୩ କି.ମି. ବେଗରେ ଆଗକୁ ବଢ଼ୁଛି ବାତ୍ୟା ‘ଅକ୍ୱାନ’। ବୁଧବାର ଏହା…

୨୫ ବର୍ଷ ପରେ କରିନା-ହ୍ରିତିକଙ୍କ କମବ୍ୟାକ୍! କରଣ ଜୋହରଙ୍କ ଭିଡ଼ିଓ ପରେ…

ମୁମ୍ବାଇ: ବଲିଉଡରେ ବିଶିଷ୍ଟ ନିର୍ଦ୍ଦେଶକ କରଣ ଜୋହର ଏପରି ଅନେକ ଯୋଡ଼ିକୁ ପରଦାକୁ ଆଣିଛନ୍ତି, ଯେଉଁମାନେ ଆଜି ମଧ୍ୟ ଦର୍ଶକଙ୍କର ଅତି ପ୍ରିୟ। ଏହିପରି ଏକ ଯୋଡ଼ି…

ହାଇଆଲର୍ଟରେ ଗଞ୍ଜାମ ପ୍ରଶାସନ: ୩ ଦିନ ପାଇଁ ସମସ୍ତ ସମୁଦ୍ର ବେଳାଭୂମି ମନା, ୧୧୩୯ ଆଶ୍ରୟସ୍ଥଳୀ ପ୍ରସ୍ତୁତ, ସୁରକ୍ଷିତ ସ୍ଥାନକୁ…

ଛତ୍ରପୁର, ୧୭।୧୧ (ଦିଲୀପ ସାମଲ): ବାତ୍ୟା ‘ଅକ୍ୱାନ’ ଓ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଓ ସତର୍କତାମୂଳକ…

MS Dhoni: କାହିଁକି ଧୋନୀଙ୍କୁ କିଣିପାରି ନ ଥିଲେ ମୁମ୍ବାଇ ଓ ଆରସିବି? କେତେ ଥିଲା ମାହିଙ୍କ ପ୍ରଥମ ଆଇପିଏଲ୍ ଦରମା?ଜାଣନ୍ତୁ …

ନୂଆଦିଲ୍ଲୀ,୧୭।୧୧: ଭାରତୀୟ କ୍ରିକେଟ୍‌ର ସବୁଠାରୁ ସଫଳ ଏବଂ ମହାନ ଅଧିନାୟକମାନଙ୍କ ମଧ୍ୟରୁ ଅନ୍ୟତମ ମହେନ୍ଦ୍ର ସିଂହ ଧୋନୀ ଆଇପିଏଲ୍ (IPL) ରୁ ମଧ୍ୟ ନିଜର ଅବସର ଘୋଷଣା…

ଆସାମ ସିଲାବସରେ ସଞ୍ଜୟଙ୍କ ଭୂଗୋଳ ବହି

କୋକସରା,୧୭ା୧୧ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ) ଓଡ଼ିଶା ଏବଂ ଜମ୍ମୁ-କଶ୍ମୀର ପରେ ଏବେ ଆସାମ ରାଜ୍ୟର ଦ୍ୱାଦଶ ଶ୍ରେଣୀ ଛାତ୍ରୀଛାତ୍ର କଳାହାଣ୍ଡି ଜିଲାର ସୁନାମଧନ୍ୟ ଅଧ୍ୟାପକ ସଞ୍ଜୟ କୁମାର…

IPL 2027: ଏହି ୬ ଖେଳାଳିଙ୍କୁ ଛାଡ଼ିଲା ପଞ୍ଜାବ, କାହାକୁ ଆଣିଲା ଜାଣନ୍ତୁ..

ନୂଆଦିଲ୍ଲୀ,୧୭।୧୧: ନ୍ୟୁଜିଲାଣ୍ଡ ପେସର ଲୋକି ଫର୍ଗୁସନ ଓ ଅଷ୍ଟ୍ରେଲିଆନ ଅଲରାଉଣ୍ଡର ମିଚେଲ ଓଓ୍ବେନଙ୍କ ସମେତ ୬ ଖେଳାଳିଙ୍କୁ ପଞ୍ଜାବ କିଙ୍ଗ୍ସ ମଙ୍ଗଳବାର ରିଲିଜ୍‌ କରିଛି। ଏମାନଙ୍କ ସହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?