ଭାକ୍ୟୁମ୍‌ ବୋମା

ଚଳିତ ବର୍ଷ ଫେବୃୟାରୀ ୨୪ ତାରିଖରେ ୟୁକ୍ରେନ୍‌କୁ ଆକ୍ରମଣ କରିଥିଲା ରୁଷିଆ। ତେବେ ଏହି ଦେଶ ଅତି ସାଘାଂତିକ ଭାକ୍ୟୁମ୍‌ ବୋମା ବ୍ୟବହାର କରିଥିବାର ଅଭିଯୋଗ ହୋଇଛି। ରୁଷିଆ ଏହି ବୋମା ୟୁକ୍ରେନ୍‌ ଯୁଦ୍ଧରେ ବ୍ୟବହାର କରିଥିବାର ସ୍ବୀକାର କରିଛି ବୋଲି ବ୍ରିଟେନ୍‌ ପ୍ରତିରକ୍ଷା ମନ୍ତ୍ରଣାଳୟ ମାର୍ଚ୍ଚ ୯ ତାରିଖରେ ପ୍ରକାଶ କରିଥିଲା। ଏହି ବୋମା କାହିଁକି ଏତେ ମାରାତ୍ମକ ଓ ଏହା କିପରି କାର୍ଯ୍ୟ କରେ, ସେ ସମ୍ପର୍କରେ ଆଲୋଚନା କରିବା। ଏହାକୁ ମଧ୍ୟ ‘ତାପ-ଚାପୀୟ ଅସ୍ତ୍ର’ କୁହାଯାଉଛି। ଅର୍ଥାତ୍‌ ଏହି ବୋମା ପ୍ରଥମେ ଉତ୍ତାପ ସୃଷ୍ଟି କରି ତାହା ଦ୍ୱାରା ଚାପ ସୃଷ୍ଟି କରିଥାଏ ଏବଂ କ୍ଷତି ପହଞ୍ଚାଇଥାଏ। ସମାନ ଆକାରର ପାରମ୍ପରିକ ବୋମାଠାରୁ ଏହା ହେଉଛି ସବୁଠୁ ଅଧିକ ବିଧ୍ୱଂସକ। ବୋମା ବିସ୍ଫୋରଣ କ୍ଷେତ୍ରରେ ଥିବା ବ୍ୟକ୍ତି ଏହାର ଧ୍ୱସଂକାରୀ ପ୍ରଭାବରୁ ରକ୍ଷା ପାଇବା କଷ୍ଟ।
ଭାକ୍ୟୁମ୍‌ ବା ତାପ-ଚାପୀୟ ବୋମାରେ ଗୋଟିଏ ଇନ୍ଧନ ପାତ୍ର ଏବଂ ଦୁଇଟି ପୃଥକ୍‌ ବିସ୍ଫୋରକ ଚାର୍ଜ ଥାଏ। ଏହାକୁ ରକେଟ୍‌ ଭାବେ ବ୍ୟବହାର କରି କିମ୍ବା ଯୁଦ୍ଧ ବିମାନରୁ ଲକ୍ଷ୍ୟସ୍ଥଳରେ ପକାଯାଇଥାଏ। ଲକ୍ଷ୍ୟସ୍ଥଳରେ ପଡ଼ିବା ପରେ ପ୍ରଥମେ ବିସ୍ଫୋରକ ଚାର୍ଜ ଇନ୍ଧନ ପାତ୍ରକୁ ଖୋଲିଦିଏ ଏବଂ ଇନ୍ଧନ ମିଶ୍ରଣକୁ ଗୋଟିଏ ବାଦଲ ଆକାରରେ ବିସ୍ତୃତ ଅଞ୍ଚଳରେ ବିଚ୍ଛୁରଣ କରିଦିଏ। ଏହି ମିଶ୍ରଣ ହେଉଛି ଇନ୍ଧନ ଓ ବାୟୁର ଗ୍ୟାସୀୟ ମିଶ୍ରଣ। ପେଟ୍ରୋଲ କିମ୍ବା ଡିଜେଲ୍‌ ବାଷ୍ପୀକରଣ ହେବା ସହିତ ଏହା ସମାନ। ଯେ କୌଣସି କୋଠା କିମ୍ବା ପ୍ରତିରକ୍ଷା ସ୍ତର ସମ୍ପୂର୍ଣ୍ଣ ଭାବେ ମୁଦ(ସିଲ୍‌) ହୋଇ ନ ଥିଲେ ଏହି ବାଦଲ ତାହା ଭିତରକୁ ପଶି ଯାଇପାରେ। ଏହା ପରେ ଦ୍ୱିତୀୟ ଚାର୍ଜ ବାଦଲରେ ବିସ୍ଫୋରଣ ଘଟାଇଥାଏ, ଯାହା ଗୋଟିଏ ବିରାଟ ଅଗ୍ନିପିଣ୍ଡୁଳା ଓ ବୃହତ୍‌ ଚାପୀୟ ତରଙ୍ଗ ସୃଷ୍ଟି କରିଥାଏ। ଅଗ୍ନିପିଣ୍ଡୁଳା ଓ ତରଙ୍ଗ ଆଘାତରେ ଅନେକ ବ୍ୟକ୍ତିଙ୍କର ଜୀବନ ଚାଲିଯାଏ। କିନ୍ତୁ ଏହାଠାରୁ ମାରାତ୍ମକ ହେଉଛି ଯେ ଏହା ଯୋଗୁ ସେହି ସ୍ଥାନରେ ଗୋଟିଏ ଭାକ୍ୟୁମ୍‌ ବା ଶୂନ୍ୟସ୍ଥାନ ସୃଷ୍ଟି ହୋଇଥାଏ, ଯାହା ଏହା ଚାରିପଟେ ଥିବା ଅମ୍ଳଜାନକୁ ଶୋଷି ନିଏ। ଏହା ବଡ଼ ବଡ଼ କୋଠା ଓ ଯନ୍ତ୍ରପାତିକୁ ଧ୍ୱଂସକରି ଦେଇପାରେ ଏବଂ ଲୋକମାନଙ୍କୁ ମୃତ କିମ୍ବା ଆହତ କରିଦେଇପାରେ।
ଭାକ୍ୟୁମ୍‌ ବୋମା ଜଣେ ଲୋକର ଫୁସ୍‌ଫୁସରୁ ଅମ୍ଳଜାନ ଶୋଷି ନେଇଥାଏ। ପୁନଶ୍ଚ ମନୁଷ୍ୟ ଶରୀର ମଧ୍ୟରେ ଥିବା ଚାପ ବାହାର ଭାକ୍ୟୁମ୍‌ଠାରୁ ଅଧିକ ଥିବାରୁ ଶରୀର ମଧ୍ୟରୁ ବାୟୁ ବାହାରକୁ ଆସିବାବେଳେ ଶରୀର ଭିତରେ ବିସ୍ଫୋରଣ ହେଲା ଭଳି ଅନୁଭୂତ ହୁଏ। ଏହା ମନୁଷ୍ୟ ଶରୀରର ଆଭ୍ୟନ୍ତରୀଣ ଅଙ୍ଗଗୁଡ଼ିକୁ ଫଟାଇ ଦେଇଥାଏ। ମନୁଷ୍ୟ ଶରୀରକୁ ବାଷ୍ପୀଭୂତ କରିଦେବାର କ୍ଷମତା ମଧ୍ୟ ଏହାର ଅଛି। ଏହା ଯୋଗୁ ଲୋକଟି ମୃତ୍ୟୁ ପୂର୍ବରୁ କେତେ କଷ୍ଟ ପାଇଥାଏ, ତାହା ଅନୁମେୟ। ବାସ୍ତବରେ ଏହା ହେଉଛି ବଡ଼ ଅମାନବୀୟ ଘଟଣା।
ଭାକ୍ୟୁମ୍‌ ବୋମା ବିଭିନ୍ନ ଆକାରରେ ନିର୍ମିତ ହୋଇଥାଏ। ଛୋଟ ଛୋଟ ବୋମାକୁ ସୈନିକମାନେ ଗ୍ରେନେଡ ଓ ହାତଧରା ରକେଟ୍‌ ଉତ୍‌କ୍ଷେପକ ଭାବେ ବ୍ୟବହାର କରିଥାଆନ୍ତି। ବଡ଼ ବଡ଼ ବୋମାଗୁଡ଼ିକୁ କ୍ଷେପଣାସ୍ତ୍ର ଭଳି ଉତ୍‌କ୍ଷେପଣ କରି ଲକ୍ଷ୍ୟସ୍ଥଳରେ ପକା ଯାଇଥାଏ ଏବଂ ଏଗୁଡ଼ିକ ଗୁମ୍ଫା କିମ୍ବା ସୁଡ଼ଙ୍ଗ ଭିତରେ ଲୁଚିଥିବା ଲୋକଙ୍କୁ ମାରିବା ପାଇଁ ବ୍ୟବହୃତ ହୋଇଥାଏ। ଆବଦ୍ଧ ସ୍ଥାନରେ ଏହା ଅତ୍ୟଧିକ ସାଘାଂତିକ ହୋଇଥାଏ। ଏଣୁ ଯୁଦ୍ଧ ସମୟରେ ବିଶେଷ ଭାବେ ସହରାଞ୍ଚଳରେ ଏହାକୁ କେତେକ ଦେଶ ବ୍ୟବହାର କରିଥାଆନ୍ତି। ଏହାର ପରିସର ହେଉଛି ୪ କିଲୋମିଟର, ଅର୍ଥାତ୍‌ ୪ କିଲୋମିଟର ଦୂରରୁ ଏହାକୁ ଲକ୍ଷ୍ୟସ୍ଥଳକୁ ଫିଙ୍ଗା ଯାଇପାରିବ। ଏହାର ବିସ୍ଫୋରଣ ବ୍ୟାସାର୍ଦ୍ଧ ଭିତରେ ଥିବା ପ୍ରତ୍ୟେକ ଜିନିଷ ବାଷ୍ପୀଭୂତ ହୋଇଯାଏ। ସୂଚନାଯୋଗ୍ୟ ଯେ, ୟୁକ୍ରେନ୍‌ ରାଜଧାନୀ କ୍ୱିଭ୍‌ରେ ଲୋକମାନେ ଭୂମି ତଳେ ସୁଡ଼ଙ୍ଗରେ ଆଶ୍ରୟ ନେଉଛନ୍ତି ଏବଂ ଏହି ସହରକୁ ନିଜ ଅଧୀନକୁ ଆଣିବା ପାଇଁ ରୁଷିଆ ଏହି ଅସ୍ତ୍ର ପ୍ରୟୋଗ କରୁଥିବାର ଖବର ଆସୁଛି। ରୁଷିଆ ବ୍ୟବହାର କରୁଥିବା ବୋମା ‘tos-1a’ ନାମରେ ଜଣା ଏବଂ ଏହାକୁ ରକେଟ୍‌ରୁ ଉତ୍‌କ୍ଷେପଣ କରାଯାଇଥାଏ।
ଭାକ୍ୟୁମ୍‌ ବୋମା ପ୍ରୟୋଗର ନିଷେଧ ପାଇଁ କୌଣସି ଅନ୍ତର୍ଜାତୀୟ ଆଇନ ନାହିଁ। କିନ୍ତୁ ଯଦି କୌଣସି ଦେଶ ଏହାକୁ ବାସସ୍ଥାନ ଅଞ୍ଚଳ, ସ୍କୁଲ କିମ୍ବା ଡାକ୍ତରଖାନାରେ ବେସାମରିକ ଲୋକଙ୍କୁ ଲକ୍ଷ୍ୟ କରି ନିକ୍ଷେପ କରେ, ତାହାହେଲେ ଏହାକୁ ଜେନେଭା କନ୍‌ଭେନ୍‌ଶନ ଅନୁଯାୟୀ ଯୁଦ୍ଧ ଦୋଷୀ ଭାବେ ମନେକରାଯିବ।
ଭାକ୍ୟୁମ୍‌ ବୋମାକୁ ପ୍ରଥମେ ଜର୍ମାନୀ ଦ୍ୱିତୀୟ ବିଶ୍ୱ ଯୁଦ୍ଧରେ ବ୍ୟବହାର କରିଥିଲା। ଯୁକ୍ତରାଷ୍ଟ୍ର ଆମେରିକା ଏହାକୁ ଭିଏତ୍‌ନାମ ଯୁଦ୍ଧରେ ପ୍ରୟୋଗ କରିଥିଲା। ଆମେରିକା ମଧ୍ୟ ଏହାକୁ ଆଫଗାନିସ୍ଥାନରେ ବ୍ୟବହାର କରିଥିଲେ। ଅଲ କାଏଦା ସୈନ୍ୟମାନେ ତୋରା ବୋରା ପର୍ବତର ଗୁମ୍ଫା ଭିତରେ ଲୁଚି କରିଥିବା ବେଳେ ଆମେରିକା ୨୦୦୧ ମସିହାରେ ଏହାକୁ ପ୍ରଥମେ ଆଫଗାନିସ୍ତାନରେ ବ୍ୟବହାର କରିଥିଲା ଏବଂ ପରେ ୨୦୧୭ ମସିହାରେ ଏହାକୁ ପ୍ରଥମେ ଇସ୍‌ଲାମିକ ଷ୍ଟେଟ୍‌ ସୈନିକଙ୍କ ବିରୋଧରେ ପ୍ରୟୋଗ କରିଥିଲା। ରୁଷିଆ ୧୯୯୯ ମସିହାରେ ଚେଚେନ୍ୟା ଯୁଦ୍ଧରେ ଭାକ୍ୟୁମ୍‌ ବୋମା ବ୍ୟବହାର କରିଥିଲା। ରୁଷିଆ ନିର୍ମିତ ଭାକ୍ୟୁମ୍‌ ବୋମା ସିରିଆ ଗୃହଯୁଦ୍ଧରେ ବାସର-ଆଲ୍‌ ଆସାଦଙ୍କ ପ୍ରଶାସନ ବ୍ୟବହାର କରିଥିବା ଜଣାପଡ଼ିଛି।
ଭାକ୍ୟୁମ୍‌ ବୋମାର ସାଂଘାତିକ କଷ୍ଟଦାୟକ ପ୍ରଭାବକୁ ଦେଖି ଏହାର ବ୍ୟବହାର ଉପରେ ଅନ୍ତର୍ଜାତୀୟ ଆଇନ ହେବା ବାଞ୍ଛନୀୟ।

ଇଂ. ମାୟାଧର ସ୍ବାଇଁ
-୭୦, ଲକ୍ଷ୍ମୀବିହାର ଫେଜ୍‌ ୧
ଭୁବନେଶ୍ୱର-୧୮
ମୋ: ୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ହାଇକୋର୍ଟରେ ହାଜର ହେବେ ଅମିତାଭ, ବଢ଼ିଲା ଚର୍ଚ୍ଚା…

ନୂଆଦିଲ୍ଲୀ: ବଲିଉଡ଼ର ମହାନାୟକ ଅମିତାଭ ବଚ୍ଚନ ନିଜର ନାମ, ଫଟୋ ଏବଂ କଣ୍ଠସ୍ୱରର ଅନଧିକୃତ ବ୍ୟବହାରକୁ ରୋକିବା ପାଇଁ ଦୀର୍ଘ ଦିନ ହେବ ଆଇନଗତ ଲଢ଼େଇ ଜାରି…

ମୁମ୍ବାଇ ପୋଲିସ ଦ୍ୱାରା ବଲିଉଡ୍ ଅଭିନେତା ଇମ୍ରାନ୍ ଅଟକ; ଭିଡିଓ ଭାଇରାଲ୍

ମୁମ୍ବାଇ: ବଲିଉଡ୍ ଅଭିନେତା ଇମ୍ରାନ୍ ଖାନ୍‌ଙ୍କୁ ଶନିବାର ମୁମ୍ବାଇ ପୋଲିସ ହେପାଜତକୁ ନେଇଛି। ମୁଖ୍ୟ ନିର୍ବାଚନ ଆୟୋଗ (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଦିଲ୍ଲୀରେ ହେବାକୁ ଥିବା…

କଂଗ୍ରେସ କରିବ ପୁଣି ବଡ଼ ଆନ୍ଦୋଳନ, କେବେ ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧୦: ଲୋକଙ୍କ ଭୋଟ ଅଧିକାରକୁ ସୁରକ୍ଷା ଦେବା ପାଇଁ ଚାଲିଥିବା ଅଭିଯାନର ଏକ ଅଂଶ ଭାବରେ ଆସନ୍ତା ସୋମବାର ଦିଲ୍ଲୀରେ ଏକ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ…

ଫେରୁଛି ମୌସୁମୀ: କାଲି ଗୁଳୁଗୁଳି ସହ ଝଡ଼ବର୍ଷା ନେଇ ୧୩ ଜିଲାକୁ ଓ୍ବାର୍ନିଂ, ଉପକୂଳ ଜିଲାରେ…

ଭୁବନେଶ୍ୱର, ୧୦ା୧୦(ବନ୍ଦନା ସେଠୀ) – ରାଜ୍ୟରେ ଏବେ ମୌସୁମୀ ଫେରିବା ପ୍ରକ୍ରିୟା ଜାରି ରହିଥିବାବେଳେ ଓଡ଼ିଶା ଦେଇ ଏକ ଟ୍ରଫ୍‌ ଲାଇନ୍‌ (ମୌସୁମୀ ରେଖା) ବଙ୍ଗୋପସାଗର ପର୍ଯ୍ୟନ୍ତ…

ପ୍ରକାଶ ପାଇଲା ଚୂଡାନ୍ତ ପ୍ରାର୍ଥୀ ତାଲିକା, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ୧୩ ପ୍ରାର୍ଥୀ 

ବଲାଙ୍ଗୀର, ୧୦ା୧୦ (ବୀରେନ୍ଦ୍ର କୁମାର ଝାଙ୍କର): କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସ ରାଜନୀତି ସରଗରମ ରହିଛି। ଶନିବାର ପ୍ରାର୍ଥୀ ପ୍ରତ୍ୟାହାର ସମୟ ସୀମା ଅତିକ୍ରାନ୍ତ…

ପର୍ତ୍ତୁଗାଲରୁ ରୋନାଲ୍ଡୋ ସସ୍‌ପେଣ୍ଡ

ଲିସ୍‌ବନ,୧୦ା୧୦: ପର୍ତ୍ତୁଗୀଜ ସକର ଫେଡେରେଶନ ପକ୍ଷରୁ ଦେଶର ଫୁଟବଲ ଆଇକନ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ସସ୍‌ପେଣ୍ଡ କରାଯାଇଛି। ଏଥିସହିତ ଦଳ ଛାଡ଼ି ଚାଲି ଯିବା ପାଇଁ ତାଙ୍କ ବିରୋଧରେ…

ଔଷଧ ଦୋକାନରେ ବଡ଼ ଧରଣର ଚଢ଼ାଉ, ଭୟରେ ବେପାରୀ

ନିରାକାରପୁର,୧୦।୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଔଷଧ ଦୋକାନରେ ବେଆଇନ ଭାବେ ଡାକ୍ତରଙ୍କ ବିନା ପ୍ରେସ୍‌କ୍ରିପଶନରେ ନିଶା ବଟିକା ଏବଂ କଫ୍‌ ସିରପ୍‌ ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା। ଅବୈଧ…

ବଲାଙ୍ଗୀର ପାଇଁ ଗର୍ବ: କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶା ଅଣ୍ଡର-୨୩ ଦଳରେ ସ୍ଥାନ ପାଇଲେ ଓମକାର ମହାନ୍ତି

ବଲାଙ୍ଗୀର,୧୦ା୧୦(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀରର ଯୁବ କ୍ରିକେଟ ଖେଳାଳି ଓମକାର ମହାନ୍ତି କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶାର ୨୩ ବର୍ଷରୁ କମ୍ ବାଳକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?