ଏମ୍ସ ଉପନିର୍ଦ୍ଦେଶକ ନେଲେ ଟିକା

ନୂଆଦିଲ୍ଲୀ, ୨୫।୧: କରୋନା ଟିକା ନେବାକୁ ନେଇ ଏବେ ଲୋକଙ୍କ ମନରେ ଉତ୍ସାହଠାରୁ ଅଧିକ ଆଶଙ୍କା ଓ ଭୟ ଦେଖାଦେଉଛି। ଏହାକୁ ପ୍ରତିହତ କରିବା ପାଇଁ ସରକାରୀ ସ୍ତରରେ ସଚେତନତା ସୃଷ୍ଟି କରାଯାଉଛି। ପ୍ରଥମ ପର୍ଯ୍ୟାୟରେ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କୁ ଏହି ଟିକା ଦିଆଯାଉଛି। ପ୍ରଶାସକମାନଙ୍କୁ ଏପର୍ଯ୍ୟନ୍ତ ଦିଆଯାଇ ନାହିଁ। କୁହାଯାଉଛି ପ୍ରଶାସକଙ୍କ ମହଲରେ ଟିକା ନେବାକୁ ସେତେଟା ଉତ୍ସାହ ନାହିଁ। ଏଭଳିସ୍ଥଳେ ସେମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଦିଲ୍ଲୀ ଏମ୍ସର ଉପନିର୍ଦ୍ଦେଶକ ତଥା ୧୯୯୭ ବ୍ୟାଚ୍‌ର ଆଇଏଏସ୍‌ ଅଧିକାରୀ ଶୁଭାଶିଷ ପଣ୍ଡା କରୋନା ଟିକା ନେଇଛନ୍ତି। ସେ କହିଛନ୍ତି, ଟିକା ସମ୍ପୂର୍ଣ୍ଣ ନିରାପଦ। ସୂଚନା ଦିଆଯାଇପାରେ ଯେ, ଶୁଭାଶିଷଙ୍କ ବଡ଼ ଭାଇ ଦେବାଶିଷ ପଣ୍ଡା ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ଆର୍ଥିକ ସେବା ବିଭାଗର ସଚିବ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୧୯ ପିଏମକେ ହତ୍ୟା ଘଟଣାର ତଦନ୍ତ କଲା ଏନଆଇଏ, ତାମିଲନାଡୁର ବିଭିନ୍ନ ସ୍ଥାନରେ ସର୍ଚ୍ଚ ଅପରେଶନ ଜାରି

ଚେନ୍ନାଇ,୨୩।୭: ଥାନାଜୁରୁ ଜିଲାର ତିରୁବୁଭାନାମରେ ପୂର୍ବତନ ପଟ୍ଟାଲୀ ମକ୍କାଲ କାଚି (ପିଏମକେ) ର ରାମଲିଙ୍ଗମଙ୍କ ୨୦୧୯ ହତ୍ୟା ଘଟଣାରେ ଏନଆଇଏ ପୁଣିଥରେ ତଦନ୍ତ ଆରମ୍ଭ କରିଛି।...

୩ ଆତଙ୍କବାଦୀ ନିହତ

ଶ୍ରୀନଗର,୨୧।୬: ଜମ୍ମୁ-କଶ୍ମୀରର ପୁଲ୍‌ଓ୍ବାମା ଏବଂ ବାରମୁଲ୍ଲା ଜିଲାରେ ସୁରକ୍ଷା କର୍ମୀଙ୍କ ଏନ୍‌କାଉଣ୍ଟରରେ ଜଣେ ଜୈଶ-ଇ-ମହମ୍ମଦ ଆତଙ୍କବାଦୀଙ୍କ ସମେତ ୩ ନିହତ ହୋଇଛନ୍ତି। ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ...

ବିଏସ୍‌ପି ଛାଡ଼ିପାରନ୍ତି ୬ ବିଧାୟକ

ଲକ୍ଷ୍ନୌ,୨୯।୧୦: ରାଜ୍ୟ ସଭା ନିର୍ବାଚନ ପୂର୍ବରୁ ମାୟାବତୀଙ୍କ କ୍ୟାମ୍ପରେ ବିଦ୍ରୋହ ଦେଖାଦେଇଛି। ବହୁଜନ ସମାଜ ପାର୍ଟି(ବିଏସ୍‌ପି)ର ରାଜ୍ୟ ସଭା ପ୍ରାର୍ଥୀ ରାମଜୀ ଗୌତମଙ୍କଠାରୁ ଦଳର ୪...

ଛୋଟ ପିଲାଙ୍କୁ ଢ଼ାଲ କରି ସୁରକ୍ଷାକର୍ମୀଙ୍କ ସହ ଲଢ଼ିବାକୁ ଯୋଜନା କରୁଛନ୍ତି ମାଓବାଦୀ

ରାୟପୁର,୨୦।୭: ଲଗାତାର ଆତ୍ମସମର୍ପଣ, ଗିରଫ ତଥା ଏନ୍‌କାଉଣ୍ଟର ଆଦିରେ ମାଓବାଦୀ ସଦସ୍ୟଙ୍କ ସଂଖ୍ୟା କମିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଛତିଶଗଡ଼ ମାଓବାଦୀ ପ୍ରବଣ ଅଞ୍ଚଳରେଏକ...

ପ୍ରବାସୀ ଭୋଟରଙ୍କ ଲାଗି ରିମୋଟ୍‌ ଭୋଟିଂ ମେଶିନ

ନୂଆଦିଲ୍ଲୀ,୩୦ା୧୨:ଦେଶର ବିଭିନ୍ନ ଭାଗରେ ରହୁଥିବା ପ୍ରବାସୀମାନଙ୍କ ମତଦାନ ପାଇଁ ନିର୍ବାଚନ କମିଶନ (ଇସି) ଏକ ରିମୋଟ୍‌ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ୍‌ (ଆର୍‌ଭିଏମ୍‌)ର ମଡେଲ ବିକଶିତ କରିଥିବା...

ମୁଣ୍ଡ୍‌କା ପରେ ଏବେ ନରେଲାରେ ଭୀଷଣ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ,୧୬।୫: ଗତ କିଛି ଦିନ ତଳେ ରାଜଧାନୀ ଦିଲ୍ଲୀ ମୁଣ୍ଡ୍‌କାର ଏକ ବିଲ୍ଡିଂରେ ଭୀଷଣ ଅଗ୍ନିକାଣ୍ଡ ଘଟିଥିବା ବେଳେ ଅନେକଙ୍କ ମୃତ୍ୟୁ ଘଟିଥିଲା। ମୁଣ୍ଡ୍‌କା ପରେ...

କୃଷ୍ଣସ୍ବାମୀ ନଟରାଜନ୍‌ ଭାରତୀୟ ତଟରକ୍ଷୀ ବାହିନୀ ଡିଜି ନିଯୁକ୍ତ

ନୂଆଦିଲ୍ଲୀ, ୨୫।୬: ଭାରତୀୟ ତଟରକ୍ଷୀ ବାହିନୀ ଡିଜି ଭାବେ କୃଷ୍ଣସ୍ବାମୀ ନଟରାଜନ୍‌ଙ୍କୁ ନିଯୁକ୍ତ କରାଯାଇଛି। ସେ ବର୍ତ୍ତମାନ ଡିଜି ଭାବେ କାର୍ଯ୍ୟ କରୁଥିବା ରାଜେନ୍ଦ୍ର ସିଂଙ୍କ...

୧୨ ମିନିଟ୍‌ରେ ୫୦ ଲକ୍ଷ କୋଟିର ବଜେଟ ଗୃହୀତ କରାଇନେଲେ: ଖାର୍ଗେ

ନୂଆଦିଲ୍ଲୀ, ୭ା୪: କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଗଣତାନ୍ତ୍ରିକ ନିୟମାନୁଯାୟୀ ପାର୍ଲାମେଣ୍ଟରେ ଆଲୋଚନା କରିବାକୁ ସୁଯୋଗ ଦେଉ ନ ଥିବା କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ...

Advertisement
Archives

Model This Week