ସ୍ବାସ୍ଥ୍ୟ ପାଇଁ ଟିକା

ଟିକାକରଣ ବିଭିନ୍ନ ମାରାତ୍ମକ ରୋଗ
ନିୟନ୍ତ୍ରଣର ଏକମାତ୍ର ଉପାୟ। ହେଲେ ଏବେ ବି ଏ ଦିଗରେ ଅନେକଙ୍କଠାରେ ସଚେତନତାର ଅଭାବ ଅତ୍ୟନ୍ତ ପରିତାପର ବିଷୟ। ତେଣୁ ଆଜି ଜାତୀୟ ଟିକାକରଣ ଦିବସ ଅବସରରେ ଶିଶୁ ଏବଂ
ମହିଳାଙ୍କ ଲାଗି ଜରୁରୀ ବିଭିନ୍ନ ଟିକାକରଣକୁ
ନେଇ ବିଶେଷ ଉପସ୍ଥାପନା…

ବିଜ୍ଞାନ ସମ୍ମତି ଉପାୟରେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରାଇବା ଓ ଶିଶୁ ମହିଳା ତଥା ବୟସ୍କଙ୍କୁ ମଧ୍ୟ ସୁରକ୍ଷିତ ରଖିବାର ଉପାୟ ହେଉଛି ଟିକାକରଣ। ତେଣୁ ଜନସାଧାରଣଙ୍କୁ ବିଭିନ୍ନ ଟିକାକରଣର ଗୁରୁତ୍ୱ ସମ୍ପର୍କରେ ଅବଗତ କରାଇବା ଲାଗି ପ୍ରତିବର୍ଷ ଆମ ଦେଶରେ ୧୬ ମାର୍ଚ୍ଚକୁ ଜାତୀୟ ଟିକାକରଣ ଦିବସଭାବେ ପାଳନ କରାଯାଏ। ସେଥିନିମିତ୍ତ ଏକ ବାର୍ତ୍ତା ମଧ୍ୟ ଦିଆଯାଇଥାଏ। ଚଳିତବର୍ଷର ବାର୍ତ୍ତା ହେଉଛି ‘ଭ୍ୟାକ୍ସିନ୍ସ ୱାର୍କ ଫର ଅଲ୍‌’।
ସର୍ବପ୍ରଥମେ ଟିକାକରଣ ଦିବସ ଆମ ଦେଶରେ ୧୬ ମାର୍ଚ୍ଚ ୧୯୯୫ରେ ପାଳନ କରାଯାଇଥିଲା। ଏହି ଦିନଟିରେ ଭାରତକୁ ପୋଲିଓ ମୁକ୍ତ କରିବା ଶପଥ ନେଇ ପଲ୍‌ସ ପୋଲିଓ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ସେହିଦିନଠାରୁ ପ୍ରତିବର୍ଷ ଏହା ପାଳନ କରାଯାଇ ଆସୁଛି। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ୧୯୬୭ରୁ ୧୯୭୭ ମଧ୍ୟରେ ବସନ୍ତ ରୋଗ ବିରୋଧରେ ଟିକାକରଣ ଦ୍ୱାରା ଏହି ରୋଗଟି ପୃଥିବୀରୁ ମୂଳୋତ୍ପାଟନ କରାଯାଇ ପାରିଛି। ସେହିପରି ଆମ ଦେଶକୁ ୨୭ ମାର୍ଚ୍ଚ ୨୦୧୪ରେ ପୋଲିଓ ମୁକ୍ତ ଦେଶ ଭାବରେ ଘୋଷଣା କରିଛି ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ। ଟିକାଦାନ କାର୍ଯ୍ୟକ୍ରମର ଜୟଯାତ୍ରା ଫଳରେ ଟିଟାନସ୍‌, ଡିପଥେରିଆ, ହୁପିଂ କାଶ, ଡାଇରିଆ, ହେପାଟାଇଟିସ୍‌-ବି, କଲେରା ରୋଗର ଆଶାତୀତ ହ୍ରାସ ଘଟିଛି।
ଶିଶୁଙ୍କ ପାଇଁ ଟିକା:
ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ୧୯୭୮ ମସିହାରେ ଆଲମାଆଟାଠାରେ ୨୦୦୦ ମସିହା ସୁଦ୍ଧା ସମସ୍ତଙ୍କ ପାଇଁ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମରେ ଇପିଆଇ (ଏକ୍ସପାଣ୍ଡେଡ ପ୍ରୋଗ୍ରାମ ଅଫ୍‌ ଇମୁନାଇଜେସନ୍‌) କାର୍ଯ୍ୟକ୍ରମରେ ବିସିଜି, ଡିପିଟି, ଡିିଟି, ପୋଲିଓ, ଟାଇଫଏଡ୍‌, ଟିଟି ଏହିପରି ୬ଟି ମାରାତ୍ମକ ରୋଗ ପାଇଁ ଟିକା ଦିଆଗଲା ଓ ପରବର୍ତ୍ତୀ ସମୟରେ ୧୯୮୫ ମସିହାରେ ମିଳିମିଳା ଟିକାକୁ ଏହି କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଗଲା। ଏହାର ପରବର୍ତ୍ତୀ ଭାଗରେ ଏନଆରଏଚଏମ୍‌ କାର୍ଯ୍ୟକ୍ରମରେ ୧୨ଟି ରୋଗ ପାଇଁ ଟିକା ମିଳୁଛି। ଜାତୀୟ ସ୍ବାସ୍ଥ୍ୟ ନୀତି ୨୦୦୨ ଅନୁଯାୟୀ ବର୍ତ୍ତମାନ ଜନ୍ମପରେ ଶିଶୁଙ୍କୁ ବିସିଜି, ଜିରୋ ପୋଲିଓ, ହେପାଟାଇଟିସ୍‌-ବି ଟିକା ଦିଆଯାଉଛି। ଦେଢ ମାସ ପରେ ପେଣ୍ଟା(ଡିପିଟି-୩ଟି, ହିବ୍‌ ଏବଂ ହେପାଟାଇଟିସ୍‌-ବି) ଟିକା ଦିଆଯାଉଛି। ଏହାଛଡା ପୋଲିଓ, ତରଳ ଝାଡା ପାଇଁ ରୋଟା, ପୋଲିଓ ଏମଆର, ଜେଇ (ଜାପାନୀ ଜ୍ୱର) ଟିକା ଶିଶୁମାନଙ୍କୁ ବିନା ମୂଲ୍ୟରେ ଦିଆଯାଉଛି। ୫ବର୍ଷ ବୟସରେ ଡିପିଟି ପୋଲିଓ ଓ ୧୦ ବର୍ଷ ଓ ୧୬ ବର୍ଷ ବୟସରେ ଟିଡି ଟିକା ଦିଆଯାଉଛି।
– ନ୍ୟୁମୋନିଆ ରୋଗ ଦ୍ୱାରା ୨୦୧୦ ମସିହାରେ ଆମ ଦେଶରେ ୩.୬ ନିୟୁତ ଶିଶୁ ଆକ୍ରାନ୍ତ ହୋଇଥିଲେ ଓ ସେମାନଙ୍କ ମଧ୍ୟରୁ ୦.୩୫ ନିୟୁତ ମୃତ୍ୟୁବରଣ କରିଥିଲେ। ଯେଉଁଥିପାଇଁ ପିସିଭି ୧୦, ପିସିଭି ୧୩, ପିପିଏସଭି ୨୩ ତିନି ପ୍ରକାରର ଟିକାକରଣ କରାଯାଉଛି। ଏହି ଟିକା ମାଗଣା ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ନ ଥିବାରୁ ଦେୟଯୁକ୍ତ ରହିଛି।
ମହିଳାଙ୍କ ପାଇଁ ଟିକା:
– ବର୍ତ୍ତମାନ ସମଗ୍ର ପୃଥିବୀରେ ଜରାୟୁଗ୍ରୀବା କର୍କଟ ବା ସର୍ଭାଇକାଲ୍‌ କ୍ୟାନ୍ସରରେ ବହୁ ସଂଖ୍ୟାରେ ମୃତ୍ୟୁବରଣ କରୁଥିବା ଦେଖିବାକୁ ମିଳୁଛି। ଯାହାକୁ ରୋକିବା ଲାଗି ହ୍ୟୁମାନ ପାପିଲୋମା ଭାଇରସ୍‌ ଭ୍ୟାକ୍ସିନ୍‌(ଏଚ୍‌ପିଭି) ବାହାରିଛି। ଯାହାକୁ ୯ବର୍ଷ ବୟସରୁ ୩୫ ବର୍ଷ ବୟସ ମଧ୍ୟରେ ନିଆଯାଇପାରିବ।
– ଗର୍ଭର ପ୍ରଥମ ୩ ମାସ ମଧ୍ୟରେ ଗୋଟିଏ ଏବଂ ୬ ମାସ ମଧ୍ୟରେ ଆଉ ଗୋଟିଏ ଟିଟି ନେବା ଆବଶ୍ୟକ। ତେବେ ପ୍ରଥମ ଟିକାର ଅନ୍ତତଃ ଏକମାସ ପରେ ଦ୍ୱିତୀୟ ଟିକା ନେବା ଆବଶ୍ୟକ। ଶିଶୁକୁ ହୁପିଂ କାଶ ପ୍ରତିରୋଧ ଲାଗି ମା’କୁ ଗର୍ଭଧାରଣର ୨୬ ରୁ ୩୭ ସପ୍ତାହ ମଧ୍ୟରେ ଟି ଡ୍ୟାପ (T-dap)ଟିକା ଦେଇଦେବା ଭଲ।
ଏସବୁ ଟିକା ବ୍ୟତୀତ ପ୍ରତି ବର୍ଗଙ୍କ ଲାଗି ଆହୁରି ଅନେକ ରୋଗର ପ୍ରତିଷେଧକ ଟିକା ମଧ୍ୟ ଉପଲବ୍ଧ। ଯାହାକୁ ସ୍ବାସ୍ଥ୍ୟ କେନ୍ଦ୍ରଗୁଡିକରୁ ବୁଝି ଯଥା ସମୟରେ ନେଇପାରିଲେ ଜୀବନଯାତ୍ରା ନିରୋଗ ଏବଂ ଖୁସିପୂର୍ଣ୍ଣ ହୋଇପାରିବ।
ତେବେ ବର୍ତ୍ତମାନ କୋଭିଡ୍‌-୧୯ ସଂକ୍ରମଣ ପରିପ୍ରେକ୍ଷୀରେ ଟିକାକରଣର ଉପାଦେୟତା ସମସ୍ତେ ହୃଦୟଙ୍ଗମ କରି ସାରିଲେଣି। ତେଣୁ ଜାତୀୟ ଟିକାକରଣ ବାର୍ତ୍ତାର ସାରମର୍ମ ସମସ୍ତେ ଅନୁଭବ ଓ କାର୍ଯ୍ୟକାରୀ କରିବା ଆବଶ୍ୟକ।
– ଶିଶୁ ରୋଗ ବିଶେଷଜ୍ଞ, ଭୁବନେଶ୍ୱର

ଡା. ନରେଶ ଚନ୍ଦ୍ର ଆଚାର୍ଯ୍ୟ


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri