Posted inଖେଳ

ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି: ମାଲେସିଆକୁ ହରାଇଲା ଜାପାନ

ଜଳନ୍ଧର, ୨ା୧୧: ଜାପାନ ଏହାର ଅନ୍ତିମ ରାଉଣ୍ଡ-ରବିନରେ ଏସିଆନ ଗେମ୍ସ ରୌପ୍ୟ ବିଜେତା ମାଲେସିଆକୁ ୨-୧ ଗୋଲ୍‌ରେ ପରାସ୍ତ କରି ଏଠାରେ ଚାଲିଥିବା ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି ଟୁର୍ନାମେଣ୍ଟର ଷ୍ଟାଣ୍ଡିଂ ତୃତୀୟ ସ୍ଥାନ ଅଧିକାର କରିଛି।

ଜାପାନ ୫ଟି ମ୍ୟାଚରୁ ୯ ପଏଣ୍ଟ ଅର୍ଜନ କରି ତା’ର ରାଉଣ୍ଡ ରବିନ ଅଭିଯାନ ଶେଷ କରିଛି। ମ୍ୟାଚର ୧୦ ମିନିଟରେ ଏକ ଗୋଲ୍‌ ସ୍କୋର କରି ମାଲେସିଆ ପ୍ରଥମେ ୧-୦ରେ ଅଗ୍ରଣୀ ଲାଭ କରିଥିଲା।

ମାତ୍ର କେଣ୍ଟାରୋ ଫୁକୁଡା ୨୪ତମ ଓ ୫୪ତମ ମିନିଟରେ ଦୁଇଟି ଫିଲ୍ଡ ଗୋଲ ସ୍କୋର କରି ମ୍ୟାଚକୁ ଜାପାନ ସପକ୍ଷକୁ ନେଇ ଆସିଥିଲେ। ପୂର୍ବରୁ ଚାଇନା ଓ ବାଂଲାଦେଶ ଅନୁଷ୍ଠିତ ଏକ ମ୍ୟାଚରେ ୧-୧ ଗୋଲ୍‌ରେ ଅମୀମାଂସିତ ଭାବେ ଶେଷ ହୋଇଛି। ଏହାଥିଲା ଉଭୟଙ୍କ ଅନ୍ତିମ ରାଉଣ୍ଡ-ରବିନ ମ୍ୟାଚ।

ଷ୍ଟାଣ୍ଡିଂରେ ଉଭୟ ଦେଶ ସର୍ବନିମ୍ନ ସ୍ଥାନରେ ରହିଛନ୍ତି। ଭାରତ ବୁଧବାର ସେମିଫାଇନାଲରେ ଦକ୍ଷିଣ କୋରିଆକୁ ଭେଟିବାକୁ ଥିବା ବେଳେ ଅନ୍ୟ ସେମିଫାଇନାଲ ମ୍ୟାଚଟି ଜାପାନ ଓ ମାଲେସିଆ ମଧ୍ୟରେ ଖେଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ବାତ୍ୟା ଓ ବନ୍ୟା ଆଶଙ୍କା, ପ୍ରଶାସନର ଜୋରଦାର ପ୍ରସ୍ତୁତି ୧୬ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ସ୍ଥାନାନ୍ତର

ପୁରୁଷୋତ୍ତମପୁର, ୨/୧୧ (ସବିତା ମିଶ୍ର): ବାତ୍ୟା ‘ଅର୍ଣ୍ଣବ’ ଯୋଗୁଁ ସୃଷ୍ଟି ହୋଇଥିବା ପ୍ରଳୟଙ୍କରୀ ବନ୍ୟାର ତିକ୍ତ ଅନୁଭୂତି ଏବେ ବି ଲୋକଙ୍କ ମନରୁ ଲିଭିନାହିଁ କି ଅନେକ…

ବଣୁଆ ହାତୀଙ୍କ ଉପଦ୍ରବ, ଭାଙ୍ଗିଲା ଘରଦ୍ୱାର:, ସମ୍ପର୍କୀୟଙ୍କ ଘରେ ନେଲେ ଆଶ୍ରୟ

ତୁମୁଡ଼ିବନ୍ଧ, (ଦୀପକ କୁମାର ପରାସେଠ): କନ୍ଧମାଳ ଜିMkତୁମୁଡ଼ିବନ୍ଧ ବ୍ଲକ୍‌ର ବେଲଘର ବନାଞ୍ଚଳରେ ଦୀର୍ଘଦିନ ହେଲା ବଣୁଆ ହାତୀଙ୍କ ଉପଦ୍ରବ ଲାଗି ରହିଛି। କେତେବେଳେ ହାତୀପଲ ଫସଲ ନଷ୍ଟ…

ଲୋକଙ୍କୁ ସହାନୁଭୂତି ଦେଖାଅ, ସହାୟତା ଯୋଗାଅ: ଅଧିକାରୀଙ୍କୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ପରାମର୍ଶ

ଭଞ୍ଜନଗର, ୨।୧୧ (ବାବୁଲା ପ୍ରଧାନ): ଗୋଟିଏ ବାତ୍ୟାର ଦୁଃଖ ନ ଲିଭୁଣୁ ପୁଣି ଆଉ ଏକ ବାତ୍ୟାର ଆଶଙ୍କା ଦେଖାଦେଇଛି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ବିପନ୍ନ ଲୋକଙ୍କ…

ଜନ୍ମଦିନରେ ପ୍ରଶଂସକଙ୍କ ଇଚ୍ଛା ପୂରଣ କଲେ ଶାହରୁଖ, ଦେଲେ ଏଭଳି ସରପ୍ରାଇଜ୍‌ , ସମସ୍ତେ ଚକିତ

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହରୁଖ ଖାନ ନଭେମ୍ବର ୨ ତାରିଖରେ ନିଜ ଜନ୍ମଦିନ ପାଳନ କରୁଛନ୍ତି। ପ୍ରତିବର୍ଷ ଶାହରୁଖ ନିଜ ବଙ୍ଗଳା ‘ମନ୍ନତ’ର ବାଲକୋନିକୁ ଆସି ପ୍ରଶଂସକଙ୍କୁ…

ଡକାୟତି ମାମଲା: ଜାମିନ ଖାରଜ, ଜେଲ  ଗଲେ  …   

ଦିଗପହଣ୍ଡି,୨|୧୧(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ମହୁଡ଼ା ଚାଞ୍ଚଡାପଲ୍ଲୀ ଗ୍ରାମର କୃଷ୍ଣ ସ୍ବାଇଁ ଓରଫ କଟିକିଆ ଙ୍କୁ ସୋମବାର ଦିଗପହଣ୍ଡି ପୋଲିସ ଗିରଫ କରି…

ଏହି ଦିନ ଖେଳାଯିବ ଭାରତ-ପାକିସ୍ତାନ ମହାମୁକାବିଲା: ପ୍ରତିଶୋଧ ନେବେ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ,୨।୧୧:ଆଗାମୀ ଏସିସି ରାଇଜିଂ ଷ୍ଟାର୍ସ ଏସିଆ କପ ପାଇଁ ଇଣ୍ଡିଆ-ଏ ଦଳ ଘୋଷଣା କରିଛି ବିସିସିଆଇ। ଦଳର ନେତୃତ୍ୱ ଭାର ତିଳକ ବର୍ମାଙ୍କୁ ଦିଆଯାଇଥିବା ବେଳେ ରଜତ…

ବନ୍ୟା କ୍ଷୟକ୍ଷତି ଆକଳନ ନେଇ ଆର୍‌ଡିସିଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ: ତୁରନ୍ତ କ୍ଷୟକ୍ଷତି ଆକଳନ କରିବାକୁ ତହସିଲଦାରମାନଙ୍କୁ ନିର୍ଦ୍ଦେଶ

ଛତ୍ରପୁର, ୨/୧୧ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ସମ୍ପ୍ରତି ବନ୍ୟା ଯୋଗୁ ହୋଇଥିବା କ୍ଷୟକ୍ଷତିର ଆକଳନ ଯଥାସମ୍ଭବ ଶୀଘ୍ର ଓ ସଠିକ୍ ଭାବେ ଶେଷ କରିବାକୁ ଦକ୍ଷିଣାଞ୍ଚଳ…

ଘୁଞ୍ଚିଲା ଆଇପିଏଲ୍‌ ରିଟେନଶନ ଡେଡ୍‌ଲାଇନ, କେବେ ହେବ ଜାଣନ୍ତୁ…

ମୁମ୍ବାଇ,୨ା୧୧: ଆଇପିଏଲ୍‌ ଫ୍ରାଞ୍ଚାଇଜମାନଙ୍କ ପାଇଁ ଖେଳାଳିଙ୍କ ରିଟେନଶନ୍‌ ତାଲିକା ଦାଖଲ କରିବା ଲାଗି ପୂର୍ବରୁ ଧାର୍ଯ୍ୟ ହୋଇଥିବା ଡେଡ୍‌ଲାଇନକୁ ଘୁଞ୍ଚାଇ ଦିଆଯାଇଛି। ପୂର୍ବରୁ ନଭେମ୍ବର ୧୫ ସୁଦ୍ଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?