ଟିକା: ଉତ୍ସବ ବନାମ ସଙ୍କଟ

ଭୂତାଣୁର ନୂଆ ରୂପ ଆତଙ୍କ ସୃଷ୍ଟି କରିଛି ଦେଶ ଓ ବିଶ୍ୱରେ। ସଂକ୍ରମଣର ବର୍ଷକ ପରେ ମହାମାରୀ ମୁକାବିଲା ପାଇଁ ହାତରେ ଭାକ୍ସିନ ଅଛି ବୋଲି କେତେକାଂଶରେ ଆଶ୍ୱସ୍ତି ମିଳୁଥିଲା। ହେଲେ ଭାଇରସ୍‌ର ଦ୍ରୁତଗତିକୁ ରୋକି ନ ପାରିବା ଭାରତର ନେତୃବୃନ୍ଦଙ୍କ ଦୁର୍ବଳ ରାଜନୈତିକ ଇଚ୍ଛାଶକ୍ତି ଓ ବିଫଳତାକୁ ହିଁ ସୂଚାଉଛି। ଓଡ଼ିଶା, ମହାରାଷ୍ଟ୍ର, ରାଜସ୍ଥାନ ସମେତ ଅନେକ ରାଜ୍ୟ କେନ୍ଦ୍ର ସରକାରଙ୍କୁ ଟିକା ମାଗୁଛନ୍ତି। କେନ୍ଦ୍ର କହୁଛି ଭାକ୍ସିନ ଅଛି, ଦିଆଯାଉଛି ଆହୁରି ଦିଆଯିବ। କିନ୍ତୁ ପରିସଂଖ୍ୟାନ ଓଲଟା କଥା ଦର୍ଶାଉଛି। ଯାହା ବି ମିଳୁଛି ତାହା ସମୁଦ୍ରକୁ ଶଙ୍ଖେ। ୨୫ ଲକ୍ଷ ଡୋଜ୍‌ ଟିକା ମାଗିଲେ କେନ୍ଦ୍ର ୨.୫ ଲକ୍ଷ ଦେଉଛି। ମହାରାଷ୍ଟ୍ର, ଓଡ଼ିଶା ଓ ରାଜସ୍ଥାନରେ ଥିବା ଟିକା ଆଉ ଦୁଇଦିନ ଯିବ। ସେହିପରି ପଞ୍ଜାବ ପାଖରେ ଥିବା ଭାକ୍ସିନ ୫ ଦିନ ଏବଂ ଦିଲ୍ଲୀର ଟିକା ସପ୍ତାହେ ମଧ୍ୟରେ ଶେଷ ହୋଇଯିବ। ଏହା ହେଉଛି ‘ଟିକା ଉତ୍ସବ’ର ଅସଲ ଚିତ୍ର।
ସେପଟେ ଡବଲ ଡୋଜ୍‌ ପରେ ବି ଅନେକଙ୍କୁ କରୋନା ମାଡ଼ିବସୁଛି। ନିର୍ବାଚନୀ ସଭା, ଧର୍ମପୀଠ, ରେଳ ଷ୍ଟେଶନ, କୁମ୍ଭମେଳା, ହୋଲି ଆଦିକୁ ଦେଶରେ ସଂକ୍ରମଣ ବୃଦ୍ଧି ପାଇଁ ଦାୟୀ କରାଯାଉଛି। ସରକାର ଏସବୁରେ ଆଦୌ ଅଙ୍କୁଶ ଲଗାଇପାରି ନାହାନ୍ତି ବୋଲି ଅଧିକାଂଶ ଲୋକ କହୁଛନ୍ତି। ଓଡ଼ିଶା ପାଇଁ ପଡ଼ୋଶୀ ଛତିଶଗଡ଼ ଓ ଆନ୍ଧ୍ର ପ୍ରଦେଶ ବିପଦ ସାଜିଥିବାବେଳେ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ ଭାଇରସ୍‌ ବିସ୍ତାରର ହଟ୍‌ସ୍ପଟ ପାଲଟିଛି। ସରକାର ମାନନ୍ତୁ କି ନ ମାନନ୍ତୁ ରେଲଓ୍ବେ ସ୍ବୀକାର କରୁ କି ନ କରୁ; ମୁମ୍ବାଇ ସମେତ ଦିଲ୍ଲୀ, ଚେନ୍ନାଇ ଓ ଅନ୍ୟ ବଡ଼ ସହରଗୁଡ଼ିକରୁ ଗଁା ମୁହଁା ହେବାରେ ଲାଗିଛନ୍ତି ପ୍ରବାସୀ। ହଜାର ହଜାର ଶ୍ରମିକ ଘରକୁ ଫେରୁଛନ୍ତି, ଯାହାଙ୍କ ବିକଳ ଚିତ୍ର ଗଣମାଧ୍ୟମରେ ପ୍ରକାଶ ପାଉଛି। ଠିକ୍‌ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ବର୍ଷକ ତଳେ। ସେଇଠୁ ଆରମ୍ଭ ହୋଇଥିଲା ନଇଁପଡ଼ିଥିବା ଭାରତୀୟ ଅର୍ଥନୀତିର ସବୁଠୁ ଖରାପ ସମୟ। ଏବେ ପୁଣିଥରେ ସମାନ ଦୃଶ୍ୟ ବିଚଳିତ କରିଦେଉଛି ଦେଶବାସୀଙ୍କୁ। ହାତରେ ଦୁଇ ଦୁଇଟି ଟିକା ଥାଇ ମଧ୍ୟ ଭାରତର ଅର୍ଥନୀତି ଅଣ୍ଟା ସଳଖି ଛିଡ଼ାହେବାକୁ ଅକ୍ଷମ। ପୂର୍ବ ଆର୍ଥିକ କ୍ଷତ ନ ଶୁଖୁଣୁ ପୁଣି ଦୁର୍ଗତିର ଆତଙ୍କ। କେଉଁଠି ଚାକିରି ଚାଲିଯିବାର ଭୟ ତ ପୁଣି କେଉଁଠାରେ ଦେଖାଦେଲାଣି ଶ୍ରମଶକ୍ତିର ଘୋର ଅଭାବ। ଏସବୁ ଭିତରେ ଅର୍ଥନୀତିଜ୍ଞ ସତର୍କ କରାଉଛନ୍ତି ‘ଆଗକୁ ଆହୁରି ସଙ୍କଟ’।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଚାମ୍ପିୟନ

ଲଣ୍ଡନ,୫ା୭: ମହିଳା ଟି୨୦ ବିଶ୍ୱକପ୍‌ରେ ପୁଣି ଥରେ ଚାମ୍ପିୟନ ହୋଇଛି ଅଷ୍ଟ୍ରେଲିଆ। ଟୁର୍ନାମେଣ୍ଟରେ ଅପରାଜେୟ ରହିଥିବା ଅଷ୍ଟ୍ରେଲିଆ ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ଫାଇନାଲରେ ୭…

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

ଗୁରଗାଁଓରେ ଚାଞ୍ଚଲ୍ୟ: ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ନବବିବାହିତା ମହିଳା

ଗୁରଗାଁଓ,୫ା୭: ନିଖୋଜ ହେବାର ୨ ଦିନ ପରେ ଜଣେ ୨୧ ବର୍ଷୀୟ ଯୁବକଙ୍କ ମୃତଦେହ ରଓ୍ବୋରୀସ୍ଥିତ କେନାଲରୁ ମିଳିବା ପରେ ତାଙ୍କୁ ନବବିବାହିତା ସ୍ତ୍ରୀ ଓ ତାଙ୍କ…

ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର

ପୁରୀ,୫ା୭(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସର ତତ୍ପରତାରେ ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୧୦ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

କାଳ ବୈଶାଖୀରେ ଉଡ଼ିଯାଇଥିଲା ଟିଣ, ଛପର, ହେଉନି ମରାମତି

ମୋହନା,୫।୭(ମନ୍ମଥ ମିଶ୍ର): କାଳବୈଶାଖୀରେ ଉଡ଼ିଯାଇଥିଲା ବିଦ୍ୟାଳୟର ଟିଣ ଛପର। ହେଲେ ବର୍ତ୍ତମାନ ସୁଦ୍ଧା ଏହା ମରାମତି ହୋଇନାହିଁ। ଫଳରେ ବାଧ୍ୟହୋଇ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

୩ ଶହରୁ ଅଧିକ ଚାଷୀଙ୍କୁ ଠକି ଲୁଟିଥିଲେ ଟଙ୍କା, ବାନ୍ଧିଲା ଉଦୟଗିରି ପୋଲିସ

ମୋହନା,୫ା୭ (ମନ୍ମଥ ମିଶ୍ର ): ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଶେଷରେ ବନ୍ଧା ହେଲା ଠକ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri