ଟିକା: ଉତ୍ସବ ବନାମ ସଙ୍କଟ

ଭୂତାଣୁର ନୂଆ ରୂପ ଆତଙ୍କ ସୃଷ୍ଟି କରିଛି ଦେଶ ଓ ବିଶ୍ୱରେ। ସଂକ୍ରମଣର ବର୍ଷକ ପରେ ମହାମାରୀ ମୁକାବିଲା ପାଇଁ ହାତରେ ଭାକ୍ସିନ ଅଛି ବୋଲି କେତେକାଂଶରେ ଆଶ୍ୱସ୍ତି ମିଳୁଥିଲା। ହେଲେ ଭାଇରସ୍‌ର ଦ୍ରୁତଗତିକୁ ରୋକି ନ ପାରିବା ଭାରତର ନେତୃବୃନ୍ଦଙ୍କ ଦୁର୍ବଳ ରାଜନୈତିକ ଇଚ୍ଛାଶକ୍ତି ଓ ବିଫଳତାକୁ ହିଁ ସୂଚାଉଛି। ଓଡ଼ିଶା, ମହାରାଷ୍ଟ୍ର, ରାଜସ୍ଥାନ ସମେତ ଅନେକ ରାଜ୍ୟ କେନ୍ଦ୍ର ସରକାରଙ୍କୁ ଟିକା ମାଗୁଛନ୍ତି। କେନ୍ଦ୍ର କହୁଛି ଭାକ୍ସିନ ଅଛି, ଦିଆଯାଉଛି ଆହୁରି ଦିଆଯିବ। କିନ୍ତୁ ପରିସଂଖ୍ୟାନ ଓଲଟା କଥା ଦର୍ଶାଉଛି। ଯାହା ବି ମିଳୁଛି ତାହା ସମୁଦ୍ରକୁ ଶଙ୍ଖେ। ୨୫ ଲକ୍ଷ ଡୋଜ୍‌ ଟିକା ମାଗିଲେ କେନ୍ଦ୍ର ୨.୫ ଲକ୍ଷ ଦେଉଛି। ମହାରାଷ୍ଟ୍ର, ଓଡ଼ିଶା ଓ ରାଜସ୍ଥାନରେ ଥିବା ଟିକା ଆଉ ଦୁଇଦିନ ଯିବ। ସେହିପରି ପଞ୍ଜାବ ପାଖରେ ଥିବା ଭାକ୍ସିନ ୫ ଦିନ ଏବଂ ଦିଲ୍ଲୀର ଟିକା ସପ୍ତାହେ ମଧ୍ୟରେ ଶେଷ ହୋଇଯିବ। ଏହା ହେଉଛି ‘ଟିକା ଉତ୍ସବ’ର ଅସଲ ଚିତ୍ର।
ସେପଟେ ଡବଲ ଡୋଜ୍‌ ପରେ ବି ଅନେକଙ୍କୁ କରୋନା ମାଡ଼ିବସୁଛି। ନିର୍ବାଚନୀ ସଭା, ଧର୍ମପୀଠ, ରେଳ ଷ୍ଟେଶନ, କୁମ୍ଭମେଳା, ହୋଲି ଆଦିକୁ ଦେଶରେ ସଂକ୍ରମଣ ବୃଦ୍ଧି ପାଇଁ ଦାୟୀ କରାଯାଉଛି। ସରକାର ଏସବୁରେ ଆଦୌ ଅଙ୍କୁଶ ଲଗାଇପାରି ନାହାନ୍ତି ବୋଲି ଅଧିକାଂଶ ଲୋକ କହୁଛନ୍ତି। ଓଡ଼ିଶା ପାଇଁ ପଡ଼ୋଶୀ ଛତିଶଗଡ଼ ଓ ଆନ୍ଧ୍ର ପ୍ରଦେଶ ବିପଦ ସାଜିଥିବାବେଳେ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ ଭାଇରସ୍‌ ବିସ୍ତାରର ହଟ୍‌ସ୍ପଟ ପାଲଟିଛି। ସରକାର ମାନନ୍ତୁ କି ନ ମାନନ୍ତୁ ରେଲଓ୍ବେ ସ୍ବୀକାର କରୁ କି ନ କରୁ; ମୁମ୍ବାଇ ସମେତ ଦିଲ୍ଲୀ, ଚେନ୍ନାଇ ଓ ଅନ୍ୟ ବଡ଼ ସହରଗୁଡ଼ିକରୁ ଗଁା ମୁହଁା ହେବାରେ ଲାଗିଛନ୍ତି ପ୍ରବାସୀ। ହଜାର ହଜାର ଶ୍ରମିକ ଘରକୁ ଫେରୁଛନ୍ତି, ଯାହାଙ୍କ ବିକଳ ଚିତ୍ର ଗଣମାଧ୍ୟମରେ ପ୍ରକାଶ ପାଉଛି। ଠିକ୍‌ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ବର୍ଷକ ତଳେ। ସେଇଠୁ ଆରମ୍ଭ ହୋଇଥିଲା ନଇଁପଡ଼ିଥିବା ଭାରତୀୟ ଅର୍ଥନୀତିର ସବୁଠୁ ଖରାପ ସମୟ। ଏବେ ପୁଣିଥରେ ସମାନ ଦୃଶ୍ୟ ବିଚଳିତ କରିଦେଉଛି ଦେଶବାସୀଙ୍କୁ। ହାତରେ ଦୁଇ ଦୁଇଟି ଟିକା ଥାଇ ମଧ୍ୟ ଭାରତର ଅର୍ଥନୀତି ଅଣ୍ଟା ସଳଖି ଛିଡ଼ାହେବାକୁ ଅକ୍ଷମ। ପୂର୍ବ ଆର୍ଥିକ କ୍ଷତ ନ ଶୁଖୁଣୁ ପୁଣି ଦୁର୍ଗତିର ଆତଙ୍କ। କେଉଁଠି ଚାକିରି ଚାଲିଯିବାର ଭୟ ତ ପୁଣି କେଉଁଠାରେ ଦେଖାଦେଲାଣି ଶ୍ରମଶକ୍ତିର ଘୋର ଅଭାବ। ଏସବୁ ଭିତରେ ଅର୍ଥନୀତିଜ୍ଞ ସତର୍କ କରାଉଛନ୍ତି ‘ଆଗକୁ ଆହୁରି ସଙ୍କଟ’।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନାରେ କରୋନା ତାଣ୍ଡବ ଆରମ୍ଭ…

ବେଜିଂ,୨୧।୧୨ : ଯେତେବେଳେ ସମଗ୍ର ବିଶ୍ୱ କରୋନା ସଂକ୍ରମଣରୁ ବାହାରକୁ ଆସୁଛି, ସେତେବେଳେ ଚାଇନାରେ ଏକ ନୂତନ ସଂକ୍ରମଣର ଲହର ଆରମ୍ଭ ହୋଇଛି। ସୋସିଆଲ ମିଡିଆରେ...

ଶାର୍କ କିଣି ଖାଇବାରୁ ୧୫ ଲକ୍ଷ ଜରିମାନା

ବେଜିଂ: ଚାଇନାର ଜଣେ ମହିଳା ଫୁଡ୍‌ ବ୍ଲଗର୍‌ ବନ୍ୟପ୍ରାଣୀ ସଂରକ୍ଷଣ ଆଇନକୁ ଭାଙ୍ଗିଥିବାରୁ ୧ ଲକ୍ଷ ୨୫ ହଜାର ୟୁଆନ୍‌ ଅର୍ଥାତ୍‌ ୧୫ ଲକ୍ଷ ଟଙ୍କା...

ପୁଣି ୧୮ ହଜାର ଟପିଲା ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ,୨୧।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଦୈନିକ ସଂକ୍ରମଣ ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ବୃଦ୍ଧି...

ଟିକାକରଣ ପ୍ରମାଣପତ୍ର ନ ଥିଲେ ଦରମା ବନ୍ଦ, ସରକାରଙ୍କ କଡ଼ା ଆଇନ…

ଚଣ୍ଡିଗଡ଼, ୨୩।୧୨: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଏପରିସ୍ଥଳେ...

ବିପଦ ପୁଣି ଘନେଇଲା: ଭାରତ କରୋନା ସଂକ୍ରମଣର ଏକ ନମ୍ବର ସ୍ଥାନରେ ରହିବା ଆଶଙ୍କା

ନୂଆଦିଲ୍ଲୀ, ୮।୭: ଭାରତରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ପ୍ରତିଦିନ ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଦେଶରେ ବୁଧବାର...

ଦୁଇ ଷଣ୍ଢ କରୁଥିଲେ ଲଢେଇ, ଜଣେ ବ୍ୟକ୍ତି ମଝିରେ ପଶିଯିବା ପରେ ଘଟିଲା ଏମିତି

ଆଜିକାଲି ସୋସିଆଲ ମିଡିଆରେ ଏମିତି କିଛି ଭିଡିଓ ଭାଇରାଲ ହେଉଛି, ଯାହା ଦେଖିବାକୁ ବେଶ୍‌ ଆଶ୍ଚର୍ଯ୍ୟଜନକ ହୋଇଥାଏ। ସେଭଳି ଭିଡିଓକୁ ଦେଖିଲେ ମଧ୍ୟ ସହଜରେ ବିଶ୍ୱାସ...

ସାମାଜିକ ଦୁରତ୍ୱ ପାଳନ ନ କଲେ ଦୋକାନ ହେବ ସିଲ୍‌

ବାରିପଦା ଅଫିସ,୬ା୪: ମୟୂରଭଞ୍ଜ ଜିଲାରେ ଥିବା ସମସ୍ତ ମାର୍କେଟ ଓ ଦୋକାନଗୁଡ଼ିକ ସାମଜିକ ଦୂରତ୍ୱ ପାଳନ କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶନାମା ଜାରି...

ମାଲକାନଗିରିରୁ ୩୭ କରୋନା ପଜିଟିଭ ଚିହ୍ନଟ: ଜିଲାରେ ୪,୬୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ମାଲକାନଗିରି, ୨୪।୧୦(ଡି.ଏନ୍‌.ଏ.): ମାଲକାନଗିରି ଜିଲାରୁ ଶନିବାର ୩୭ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ମାଲକାନଗିରି ପୌର ପରିଷଦର...

Advertisement
Archives

Model This Week