ଝରାଫୁଲ ମୃତ୍ୟୁ ଘଟଣା: ଆଉ ଜଣେ ଗିରଫ

ରସୁଲପୁର(ଡି.ଏନ୍‌.ଏ.)/ଭୁବନେଶ୍ୱର,୧୨।୪(ବ୍ୟୁରୋ)ବହୁଚର୍ଚ୍ଚିତ ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକ(୨୨)ଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେ ହେଉଛନ୍ତି ମୁଖ୍ୟ ଅଭିଯୁକ୍ତ ତଥା ଝରାଫୁଲଙ୍କ ପୁରୁଷ ବନ୍ଧୁ ରାକେଶ ସ୍ବାଇଁଙ୍କ ସହଯୋଗୀ ଅମରେଶ ରାଉତ। ଘଟଣାର ତଦନ୍ତ ପାଇଁ ଯାଜପୁର ଜିଲା ପୋଲିସ ପକ୍ଷରୁ ଦୁଇଟି ଟିମ୍‌ ଗଠନ କରାଯାଇଛି। ଗୋଟିଏ ଟିମ୍‌ ଅମରେଶଙ୍କୁ ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅଞ୍ଚଳରୁ ସ୍ଥାନୀୟ ପୋଲିସ ସହାୟତାରେ ଶନିବାର ଗିରଫ କରିଥିଲା। ତାଙ୍କୁ ରବିବାର ଯାଜପୁର ଜିଲା ଦୌରା ଜଜ୍‌ଙ୍କ କୋର୍ଟକୁ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଯାଜପୁର ଜେଲକୁ ପଠାଇ ଦିଆଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଏୟାରଫିଲ୍ସ ଥାନା ଅନ୍ତର୍ଗତ ସୁନ୍ଦରପଦା ହାଟରେ ଅମରେଶଙ୍କ ଏକ ଫାଷ୍ଟଫୁଡ୍‌ ଦୋକାନ ରହିଛି। ତାଙ୍କୁ ପଚରାଉଚୁରା ବେଳେ ଝରାଫୁଲଙ୍କ ମୃତ୍ୟୁ ସମ୍ପର୍କରେ ପୋଲିସକୁ କେତେକ ତଥ୍ୟ ମିଳିଛି। ତଦନ୍ତ ଚାଲିଥିବାରୁ ପୋଲିସ ସେ ସମ୍ପର୍କରେ କିଛି କହୁନାହିଁ। ସୂଚନାଥାଉ କି, ଭୁବନେଶ୍ୱର ଖଣ୍ଡଗିରି ଥାନା ଧର୍ମବିହାର ଅଞ୍ଚଳରେ ଥିବା ଶିବସାଇ ଓଏ ଗେଷ୍ଟହାଉସ୍‌ର ୨୦୧ ନମ୍ବର ରୁମ୍‌ରେ ଗତ ଜାନୁୟାରୀ ୨୬ ରାତିରେ ଝରାଫୁଲ ଓ ରାକେଶ ରହିଥିଲେ। ସେଠାରେ ଝରାଫୁଲଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିଲା। ରାକେଶ ଓ ତାଙ୍କ ସହଯୋଗୀ ମୃତଦେହକୁ ଆଣି ଯାଜପୁର ଜିଲା କୁଆଖିଆ ଥାନା ରାଜେନ୍ଦ୍ରପୁର ପଞ୍ଚାୟତର ଦିଆଲଖଣ୍ଡି ରାସ୍ତାପାର୍ଶ୍ୱରେ ପିଙ୍ଗିଥିବା ପୋଲିସ ସିସିଟିଭି ଫୁଟେଜ୍‌ରୁ ଜାଣିବାକୁ ପାଇଥିଲା। ପୋଲିସ ରାକେଶଙ୍କୁ ଗିରଫ କରିଥିବାବେଳେ ତାଙ୍କ ସହଯୋଗୀ ତଥା ସମ୍ପର୍କୀୟ ଭାଇ ଶକ୍ତି ଶେଖର ଫେରାର ରହିଛନ୍ତି। ତାଙ୍କୁ ଧରିବାରେ ପୋଲିସ ସଫଳ ହୋଇପାରୁନାହିଁ। ହେଲେ ତଦନ୍ତ ବେଳେ ଘଟଣାରେ ଅମରେଶଙ୍କ ସମ୍ପୃକ୍ତି ସମ୍ପର୍କରେ ଜଣାପଡ଼ିଥିଲା। ଅମରେଶ ଉକ୍ତ ଗେଟ୍‌ହାଉସ୍‌ର ୨୦୧ ନମ୍ବର ରୁମ୍‌ ବୁକ୍‌ କରିଥିଲେ। ହୋଟେଲ କର୍ମଚାରୀମାନଙ୍କୁ ପଚରାଉଚୁରା ବେଳେ ପୋଲିସ ଏକଥା ଜାଣିପାରିଥିଲା। ଏପରି କି ଗେଷ୍ଟହାଉସ୍‌ର ସିସିଟିଭି ଫୁଟେଜ୍‌ ଯାଞ୍ଚ ସମୟରେ ଅମରେଶ ହୋଟେଲ ରୁମ୍‌କୁ ଆସିଥିବା ଜଣାପଡ଼ିଥିଲା। ସେ ଝରାଫୁଲ ଓ ରାକେଶଙ୍କ ବ୍ୟାଗକୁ ହୋଟେଲ ରୁମ୍‌କୁ ବୋହି ନେଇଥିବା ସିସିଟିଭି କଏଦ୍‌ ହୋଇରହିଛି। ପୋଲିସ ତାଙ୍କୁ ସେହିଦିନରୁ ଖୋଜି ଆସୁଥିଲା। କିନ୍ତୁ ସେ ସୁନ୍ଦରପଦା ହାଟରେ ଥିବା ଫାଷ୍ଟଫୁଡ୍‌ ଦୋକାନକୁ ବନ୍ଦ କରି ଫେରାର ହୋଇଯାଇଥିଲେ। ମୋବାଇଲ ଫୋନକୁ ଟ୍ରାକିଂ କରି ପୋଲିସ ଅମରେଶଙ୍କ ଗତିବିଧିକୁ ଅନୁଧ୍ୟାନ କରିଆସୁଥିଲା। ଇତିମଧ୍ୟରେ ସେ ଲୁଚି ଲୁଚି ରାୟଗଡ଼ା, କନ୍ଧମାଳ ଓ କୋରାପୁଟ୍‌ ଜିଲାର ବିିଭିନ୍ନ ସ୍ଥାନରେ ରହିଆସିଥିଲେ। କିଛିଦିନ ତଳେ ସେ ସୁନ୍ଦରପଦା ଅଞ୍ଚଳକୁ ଆସିଥିବା ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ଟିମ୍‌ ତାଙ୍କୁ ଗିରଫ କରିଥିଲା।
ଘଟଣାକୁ ନେଇ ଯାଜପୁର ଜିଲା କୁଆଖିଆ ଥାନାରେ ଜାନୁୟାରୀ ୨୭ ତାରିଖରେ ଏକ ହତ୍ୟା ମାମଲା (ନଂ.୩୨/୨୧) ରୁଜୁ ହୋଇଛି। ଘଟଣାକୁ ଅଢ଼େଇ ମାସ ବିତିଯାଇଥିଲେ ମଧ୍ୟ ପୋଲିସ ମୃତ୍ୟୁର ରହସ୍ୟ ଖୋଲିପାରିନାହିଁ। ଏପରି କି ଶବ ବ୍ୟବଚ୍ଛେଦ ଓ ଭିସେରା ରିପୋର୍ଟକୁ ସାର୍ବଜନୀନ କରୁନାହିଁ, ଯାହାକି ଘଟଣାକୁ ଅଧିକ ରହସ୍ୟମୟ କରିଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୃତ ଗାଡ଼ଭାଲୁ ଉଦ୍ଧାର

ରଣପୁର,୧୪।୩(ସ୍ବ.ପ୍ର.): ଟାଙ୍ଗୀ ବନବିଭାଗ ଅନ୍ତର୍ଗତ ନୟାଗଡ ଜିଲା କନ୍ଧନୂଆଗଡ ଶ୍ମଶାନ ନିକଟରୁ ଶୁକ୍ରବାର ପୂର୍ବାହ୍ନରେ ଏକ ଗାଡଭାଲୁର ମୃତଦେହ ଉଦ୍ଧାର କରାଯାଇଛି। ପରେ ପ୍ରାଣୀ ଚିକିତ୍ସକଙ୍କ...

ନୂଆପଡା ପଞ୍ଚାୟତ ସମିତି ବୈଠକ: ପଞ୍ଚାୟତିରାଜ ପ୍ରତିନିଧିଙ୍କୁ ସମୁଚିତ ମର୍ଯ୍ୟାଦା ମିଳୁନାହିଁ; ବୈଠକ ପ୍ରାରମ୍ଭରେ ଝଡ

ନୂଆପଡା ଅଫିସ,୨୭ା୯-ନୂଆପଡା ଜିଲା ସଦର ବ୍ଲକ ସବୁ କ୍ଷେତ୍ରରେ ଅବହେଳିତ। ଏଠାରେ ଲୋକଙ୍କ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ କ୍ଷେତ୍ରରେ ବହୁ ଅସୁବିଧା ରହିଛି। ତ୍ରିସ୍ତରୀୟ ପଞ୍ଚାୟତିରାଜ...

ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟରେ ରାଜ୍ୟ ବିପର୍ଯ୍ୟୟ ରାଜସ୍ବ ସଚିବ: ପଚାରି ବୁଝିଲେ ରୋଗୀଙ୍କ ସମସ୍ୟା

ଖୋର୍ଦ୍ଧା ଅଫିସ,୬।୧୧: ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟରେ ରାଜ୍ୟ ବିପର୍ଯ୍ୟୟ ରାଜସ୍ବ ସଚିବ ନିକୁଞ୍ଜ ବିହାରୀ ଧଳ ବୁଧବାର ପୂର୍ବାହ୍ନରେ ପହଞ୍ଚି ରୋଗୀ ସେବା ବିଷୟରେ...

ରକ୍ତଦାନ କଲେ ପଞ୍ଚାୟତବାସୀ

ଖଇରା,୧୯।୪(ଡି.ଏନ.ଏ.)-ଏବେ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ରକ୍ତ ଆବଶ୍ୟକତା ରହିଛି। ରକ୍ତ ଭଣ୍ଡାରରେ ରକ୍ତ ଅଭାବ ଦୂର ପାଇଁ ଆଗେଇ ଆସିଛନ୍ତି ବାଲେଶ୍ୱର ଜିଲା ଖଇରା...

ନକଲି ମଦ କାରଖାନା ଠାବ

ପରଜଙ୍ଗ, ୨୫।୩(ଡି.ଏନ.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଚଷା ରୋଡ୍‌ ଗ୍ରାମରୁ ମଙ୍ଗଳବାର ଏକ ନକଲି ମଦ ତିଆରି କାରଖାନା ଠାବ କରାଯାଇଛି। ଘଟଣାସ୍ଥଳରୁ ମଦ ପ୍ୟାକିଂ...

ମଞ୍ଜୁର ହେଲା ଅର୍ଥ, ବିଦ୍ୟାଳୟ ମରାମତି ନୋହିଲା

ଗଣିଆ,୨।୮(ଡି.ଏନ.ଏ.)-ଫନୀରେ କ୍ଷତିଗ୍ରସ୍ତ ହୋଇଥିବା ଗଣିଆ ବ୍ଲକ ଛାମୁଣ୍ଡିଆସ୍ଥିତ କୁଞ୍ଜବିହାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବାତ୍ୟାର ତିନି ମାସ ପରେ ବି ମରାମତି ହୋଇପାରିନି। ଏ...

୫୦ ବର୍ଷ ହେବ ଜଙ୍ଗଲ ଜଗୁଛନ୍ତି ଗ୍ରାମବାସୀ

ଉମରକୋଟ, ୨୨।୧୧(ସ୍ବ.ପ୍ର.): ଆଧୁନିକ ଯୁଗରେ ନିଜର କାୟା ଓ ଆଧିପତ୍ୟ ବିସ୍ତାର ପାଇଁ ପରିବେଶ ସନ୍ତୁଳନକୁ ଅଣଦେଖା କରି ଜଙ୍ଗଲ ନଷ୍ଟ କରିବାକୁ କୁଣ୍ଠାବୋଧ କରୁନାହାନ୍ତି...

ବାସନ ମାଜି ଚଳୁଛନ୍ତି ପୂର୍ବତନ ସରପଞ୍ଚ

ଆଠମଲ୍ଲିକ, ୮ା୩(ଡି.ଏନ.ଏ.) – ଦିନେ ଲୋକଙ୍କ ନିକଟରେ ସରକାରୀ ଯୋଜନା ପହଞ୍ଚାଇବା ସହ ସେମାନଙ୍କ ଅସୁବିଧାରେ ପାଖରେ ଛିଡା ହେଉଥିବା ଜଣେ ପୂର୍ବତନ ସରପଞ୍ଚ ଏବେ...

Advertisement


Archives

Model This Week