ପଦ୍ମ ଭଳି ଟିକା

କରୋନାକୁ ପ୍ରତିହତ କରିବା ଲାଗି ପ୍ରତିଷେଧକ ଟିକାକୁ ବଡ଼ ଅସ୍ତ୍ର ଭାବେ ବିବେଚନା କରାଯାଉଛି। ସେଥିପାଇଁ ସମସ୍ତେ ଏହାକୁ ନେବା ସକାଶେ ଚେଷ୍ଟା କରୁଛନ୍ତି। କିନ୍ତୁ ଏହାର ଯୋଗାଣ ଠିକ୍‌ ଭାବେ ଉପଲବ୍ଧ ହେଉ ନ ଥିବାରୁ ଲୋକେ ଡହଳବିକଳ ହେଉଛନ୍ତି। ୧୮ରୁ ୪୪ ବର୍ଷ ବର୍ଗଙ୍କ ପାଇଁ କୋଓ୍ବିନ୍‌ ପୋର୍ଟାଲରେ ନାମ ପଞ୍ଜୀକରଣ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ହେଲେ ଆରମ୍ଭ ହେବା ଦିନରୁ ଦେଖିବାକୁ ମିଳୁଛି ଯେ ଏହାକୁ ଖୋଲିବାର ୩ରୁ ୪ ମିନିଟ୍‌ ପରେ ଏବଂ ସମ୍ପୂର୍ଣ୍ଣ ତଥ୍ୟ ପୂରଣ କରିବା ପୂର୍ବରୁ ପୋର୍ଟାଲ ବନ୍ଦ ହୋଇଯାଉଛି। ଏହା ଜଣଙ୍କର ଅନୁଭୂତି ନୁହେଁ। ଅନେକ ନାଗରିକ ଦେଶବ୍ୟାପୀ ଏ ବିଷୟରେ ସୋସିଆଲ ମିଡିଆରେ ଉଲ୍ଲେଖ କରୁଛନ୍ତି। ଏଥିରୁ ବୁଝାପଡ଼ିଯାଉଛି ଯେ, ସରକାରଙ୍କ ଏଭଳି ପ୍ରୟାସ କେବଳ ଲୋକଙ୍କ ଟିକା ନେବା ସମୟକୁ ଗଡ଼ାଇ ଚାଲିବା। ଏହିଠାରେ ମନେପକାଇ ଦିଆଯାଇପାରେ ଭାରତରେ ଉପଲବ୍ଧ ଦୁଇଟି ଟିକା କୋଭିଶିଲ୍ଡ ଓ କୋଭାକ୍ସିନ୍‌ର ପ୍ରଥମ ଓ ଦ୍ୱିତୀୟ ଡୋଜ୍‌ ମଧ୍ୟରେ ଅବଧିକୁ ସରକାର ବଢ଼ାଇ ଚାଲିଛନ୍ତି। ପ୍ରଥମେ କୁହାଯାଉଥିଲା ପ୍ରଥମ ଡୋଜ୍‌ ନେବାର ୨୮ରୁ ୪୨ ଦିନ ମଧ୍ୟରେ ଦ୍ୱିତୀୟ ଡୋଜ୍‌ ନେବା ଉଚିତ। ଏହା ବଢ଼ିବଢ଼ି ୪ ସପ୍ତାହରୁ ୧୬ ସପ୍ତାହ ଯାଏ ଗଲାଣି। ସରକାରୀ ଭାବେ ସଫେଇ ଦିଆଯାଉଛି ବେଶି ଡେରିରେ ଦ୍ୱିତୀୟ ଡୋଜ୍‌ ନିଆଗଲେ ଭଲ ଭାବେ ଆଣ୍ଟିବଡି ତିଆରି ହେବ। ଟିକା ନିର୍ମାତା ଓ ବିଶେଷଜ୍ଞଙ୍କ ଦ୍ୱାହି ଦେଇ ସରକାର ଯେଭଳି ନିଜ ଦୋଷ ଲୁଚାଇବାକୁ ଚେଷ୍ଟା କରୁଛନ୍ତି, ତାହା ଅଷ୍ଟ୍ରିଚ୍‌ ପକ୍ଷୀ ଭଳି ବାଲିରେ ମୁହଁ ଘୋଡ଼ାଇବା ପରି ପ୍ରତୀୟମାନ ହେଉଛି। ଲୋକେ ଏ ବିଷୟରେ ସଚେତନ ହେବାକୁ ଆରମ୍ଭ କଲେଣି। କିନ୍ତୁ ଏବେ ମଧ୍ୟ ଅନେକ ଭାରତୀୟ ଏ ସମ୍ପର୍କରେ ବୁଝିବାକୁ ଚାହୁଁନାହାନ୍ତି। ସତେଯେମିତି ନିଜ ପରିବାରରେ କେହି ଜଣେ କୋଭିଡ୍‌ ଆକ୍ରାନ୍ତଙ୍କ ମୃତ୍ୟୁ ନ ଘଟିବା ପର୍ଯ୍ୟନ୍ତ ଆମେସବୁ ମିଥ୍ୟା ପ୍ରଚାରକୁ ବିଶ୍ୱାସ କରିବା ସକାଶେ ପ୍ରସ୍ତୁତ ରହୁଛୁ। ଏଠାରେ ମନେପଡ଼େ ଗୋଟିଏ ଟୁଇଟର ବାର୍ତ୍ତା। ସେହି ଟୁଇଟ୍‌ରେ କୁହାଯାଇଛି ଯେ, ଯେଉଁମାନେ ସରକାରଙ୍କ ଅପାରଗତାକୁ ଅବିଶ୍ୱାସ କରୁଛନ୍ତି, ସେମାନେ ଏକ ପ୍ଲାକାର୍ଡରେ ‘ମୁଁ ମୋଦିଙ୍କୁ ଭଲ ପାଏ’ ଲେଖି ଦେଶର ଯେକୌଣସି ଘରୋଇ ବା ସରକାରୀ ହସ୍ପିଟାଲ ସାମ୍ନାରେ ଯାଇ ଛିଡ଼ା ହେବା ଦରକାର। ତାହା ହେଲେ ସେମାନଙ୍କୁ ଦେଶର ବାସ୍ତବ ପରିସ୍ଥିତି ସାଧାରଣ ଲୋକେ ବୁଝାଇଦେବେ।
ଆଜି ଭାରତବର୍ଷର ଅନେକ ଅଞ୍ଚଳକୁ ବିଦ୍ୟୁତ୍‌ଶକ୍ତି ଦ୍ୱାରା ସଂଯୋଗ କରାଯାଇପାରି ନାହିଁ। ଆହୁରି ଏପରି ଅଞ୍ଚଳ ଅଛି, ଯେଉଁଠାରେ ବିଦ୍ୟୁତ୍‌ ସଂଯୋଗ ଥିଲେ ମଧ୍ୟ ଏବେ ସେଠାରେ କୌଣସି ଇଲେକ୍ଟ୍ରିସିଟି ମିଳେ ନାହିଁ। ଦେଶର ଆହୁରି ଏଭଳି ଇଲାକା ରହିଛି ଯେଉଁଠାରେ ପହଞ୍ଚିବା ପାଇଁ ଗମନାଗମନର ସୁବିଧା ନାହିଁ। ଉଦାହରଣସ୍ବରୂପ, ଓଡ଼ିଶାର ମାଲକାନଗିରିରେ ରହୁଥିବା ବଣ୍ଡା ଜନଜାତିଙ୍କ ପାଖରେ ସ୍ବାସ୍ଥ୍ୟକର୍ମୀମାନେ ପହଞ୍ଚିବା କଷ୍ଟକର ହୋଇଥାଏ। ସେଠାରେ ଥିବା ଲୋକଙ୍କ ପାଖରେ ସ୍ମାର୍ଟ ଫୋନ୍‌ ପ୍ରାୟତଃ ନାହିଁ। ସେମାନଙ୍କୁ ଟିକା ଦେବାରେ ଅନେକ ଅସୁବିଧା ରହିଛି। ଦେଶରେ ଏହିଭଳି ଅଞ୍ଚଳ ଖୋଜିଲେ ଅନେକ ମିଳିବ, ଯେଉଁଠାରେ ଭିତ୍ତିଭୂମି ଅଭାବଠାରୁ ମୋବାଇଲର ଭାଷା ଇଂଲିଶ ବୁଝିବାରେ ଅନେକେ ମଧ୍ୟ ଅକ୍ଷମ। ଏହି ବିଷୟରେ କେନ୍ଦ୍ର ନିକଟରେ ଖବର ପହଞ୍ଚିବା ପରେ ୧୭ ମେ’ରେ ସରକାର କହିଛନ୍ତି ଯେ, ଆଗାମୀ ସପ୍ତାହରେ କୋଓ୍ବିନ୍‌ ପୋର୍ଟାଲ ହିନ୍ଦୀ ଓ ଅନ୍ୟ ୧୪ ଆଞ୍ଚଳିକ ଭାଷାରେ ଉପଲବ୍‌ଧ ହେବ। ଫଳରେ ଟିକା ନେବା ପାଇଁ ନାମ ପଞ୍ଜୀକରଣ ଓ ସ୍ଲଟ୍‌ ବୁକିଂ ସହଜ ହୋଇପାରିବ। ତେବେ ଯେଉଁମାନେ ନିରକ୍ଷର, ଅସହାୟ ଓ ଭିନ୍ନକ୍ଷମ ସେମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଟୋକନ୍‌ ଓ ପାସ୍‌ର ସୁବିଧା କରାଯାଇଛି। କିନ୍ତୁ ବିଭିନ୍ନ ସ୍ଥାନରେ ଏହାର ବ୍ୟାପକ ହେରଫେର ହେଉଥିବା ଅଭିଯୋଗ ହେଉଛି। ଯେଉଁମାନଙ୍କ ପାଇଁ ଏହି ବ୍ୟବସ୍ଥା କରାଯାଇଛି, ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ନିକଟରେ ସୁବିଧା ପହଞ୍ଚିପାରୁ ନାହିଁ। ଏଠାରେ ପ୍ରଶ୍ନ ଉଠୁଛି ଡିଜିଟାଲ ମାଧ୍ୟମଠାରୁ ଦୂରେଇ ରହୁଥିବା ବ୍ୟକ୍ତିଙ୍କ ପାଇଁ ଭୋଟର ପରିଚୟପତ୍ର, ରାଶନ କାର୍ଡ ହେଉ ବା ସରକାରଙ୍କ ଅତ୍ୟନ୍ତ ବ୍ୟୟବହୁଳ କାର୍ଯ୍ୟକ୍ରମରୁ ଜାତ ଆଧାର କାର୍ଡର ସିଧାସଳଖ ଉପଯୋଗ କରାଯାଇପାରନ୍ତା। କୋଓ୍ବିନ୍‌ରେ ରେଜିଷ୍ଟ୍ରେଶନ କରିଥିବା ବ୍ୟକ୍ତିଙ୍କୁ ମଧ୍ୟ ଟିକା ନେବା ପୂର୍ବରୁ ଯଦି ପରିଚୟପତ୍ର ଦେଖାଇବା ଜରୁରୀ ରହୁଛି, ତାହା ହେଲେ ସ୍ଥାନୀୟ ଅଞ୍ଚଳରେ ଏହାକୁ ପ୍ରଶାସନିକ ସ୍ତରରେ କାର୍ଯ୍ୟକାରୀ କରାଯାଇପାରନ୍ତା।
ବାସ୍ତବ କଥା ହେଉଛି ଲୋକଙ୍କ ଚାହିଦାକୁ ମେଣ୍ଟାଇବା ପାଇଁ ସରକାର ଟିକା ଯୋଗାଣ କରିପାରୁ ନ ଥିବାରୁ ବିଭିନ୍ନ ଆଳ ଦେଖାଇ ଏହି ଗୁରୁଦାୟିତ୍ୱରୁ ଓହରି ଯିବାକୁ ଚେଷ୍ଟା କରୁଛନ୍ତି। ଦେଶର ବୈଷୟିକ ବିକାଶ କ୍ଷେତ୍ରରେ ଡିଜିଟାଲକୁ ଠିକ୍‌ ଭାବେ ଉପଯୋଗ କରାଯାଇପାରୁ ନାହିଁ। ଅନ୍ୟପକ୍ଷରେ ଦେଶବାସୀଙ୍କୁ ବାଉଳା କରିବା ଲାଗି ସମୂହ ଟିକାକରଣରେ ଏହାକୁ ପ୍ରଚଳନ କରାଯାଇ ଯେଉଁଭଳି ପଦକ୍ଷେପ ନିଆଯାଉଛି ଟିକାକରଣ ପଦ୍ମ ଆହୁରି ଘୁଞ୍ଚି ଘୁଞ୍ଚି ଯାଉଥିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?