ଭାକ୍ସିନ ନ ନେଲେ ସେଲୁନ-ପାର୍ଲର ମନା

ଭୋପାଳ,୨୮।୬: କରୋନା ଟିକା ନ ନେଲେ କଟାଯିବନି କେଶ କି ହେବ ନାହିଁ ସେଭିଂ। କିଛି ଏଭଳି ଚେତାବନୀ ଦେଇଛନ୍ତି ମଧ୍ୟପ୍ରଦେଶର ସେଲୁନ ପରିଚାଳକ। ଯୁବପୀଢ଼ି ହୁଅନ୍ତୁ ବା ବୃଦ୍ଧ ସମସ୍ତଙ୍କୁ ଟିକା ନେବା ବାଧ୍ୟତାମୂଳକ। ସୂଚନା ମୁତାବକ ଟିକାକରଣ ପ୍ରତି ଲୋକଙ୍କୁ ସଚେତନତା କରିବା ଏବଂ ଏହି ଅଭିଯାନକୁ ତ୍ୱରାନ୍ବିତ କରିବା ପାଇଁ ମଧ୍ୟପ୍ରଦେଶ ଛିନ୍ଦଓ୍ବାଡ଼ାର ସେଲୁନ ପରିଚାଳକ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। କୌଣସି ବ୍ୟକ୍ତି ବିନା ଟିକାକରଣ ସାର୍ଟିଫିକେଟ ନେଇ ସେଲୁନ କିମ୍ବା ପାର୍ଲର ଯାଇପାରିବେ ନାହିଁ। ଏହାଦ୍ୱାରା କରୋନା ସଂକ୍ରମଣକୁ କିଛି ମାତ୍ରାରେ ରୋକାଯାଇପାରିବ ବୋଲି ସେଲୁନ ପରିଚାଳକ କହିଛନ୍ତି। ସୂଚନାଯୋଗ୍ୟ, କରୋନାକୁ ହରାଇବା ପାଇଁ ଦେଶରେ ଟିକାକରଣ ଅଭିଯାନ ଜାରି ରହିଛି। ପ୍ରତ୍ୟେକ ବ୍ୟକ୍ତି ଯେପରି ଟିକା ନେଇପାରିବେ ସେଭଳି ବ୍ୟବସ୍ଥା କରାଯାଉଥିଲେ ମଧ୍ୟ ଅନେକ ଲୋକ ଟିକା ନେବାକୁ ଭୟ କରୁଛନ୍ତି। ଏଭଳି ସ୍ଥିତିରେ ଛିନ୍ଦଓ୍ବାଡା ସେଲୁନ ଆସୋସିଏସନର ଏହି ପଦକ୍ଷେପ ଲୋକଙ୍କୁ ସଚେତନ କରିବାରେ ବେଶ୍‌ ସହାୟକ ହୋଇପାରିବ ବୋଲି କୁହାଯାଉଛି। ସେଲୁନ ପରିଚାଳକଙ୍କ ଆୟୋଜିତ ହୋଇଥିବା ଏକ ବୈଠକରେ ସର୍ବସମ୍ମତିରେ ଏହି ନିଷ୍ପତ୍ତି ନିଆଯାଇଥିଲା। ଅନ୍ୟପଟେ ସମସ୍ତ ସେଲୁନ ପରିଚାଳକ ମଧ୍ୟ ନିଜର ଟିକାକରଣ କରାଇସାରିଛନ୍ତି ବୋଲି ଜିଲାଅଧ୍ୟକ୍ଷ ତଥା ସେଲୁନ ପରିଚାଳକ ସାଗର ବନ୍ଦଓ୍ବୋର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମେଡ଼ିକାଲ ଯିବା ବାଟରେ ଖରାପ ହେଲା ଆମ୍ବୁଲାନ୍ସ: ୩ ଘଣ୍ଟା ଛଟପଟ ହୋଇ ଚାଲିଗଲା ନାବାଳିକାଙ୍କ ଜୀବନ

ଭବାନୀପାଟଣା,୯।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗୁରୁବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଯାନ୍ତ୍ରିକ ତ୍ରୁଟି ଯୋଗୁ ଏକ ଆମ୍ବୁଲାନ୍ସ ଦୀର୍ଘ ୩ ଘଣ୍ଟା ଧରି…

ଟିଏମସିର ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇପାରିବେ ମମତା, ହାଇକୋର୍ଟରୁ ମିଳିଲା ବଡ଼ ଆଶ୍ବସ୍ତି

କୋଲକାତା,୯।୭: ମମତା ବାନାର୍ଜୀଙ୍କ ଦଳ, ତୃଣମୂଳ କଂଗ୍ରେସ (TMC)କୁ କୋଲକାତା ହାଇକୋର୍ଟରୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ମିଳିଛି । ଦୈନନ୍ଦିନ ଖର୍ଚ୍ଚ ପୂରଣ କରିବା ପାଇଁ କୋର୍ଟ ଟିଏମସିକୁ…

ଅନ୍ଧକାର ଆଡକୁ ଯାଉଛି ଭାରତୀୟ କ୍ରିକେଟର୍‌ ଭବିଷ୍ୟତ: ବିସ୍ଫୋରକ ବୟାନ ଦେଲେ ପୂର୍ବତନ କ୍ରିକେଟ୍‌ର

ନୂଆଦିଲ୍ଲୀ,୯।୭: ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ ଭାରତୀୟ କ୍ରିକେଟ୍‌ ଦଳର ବର୍ତ୍ତମାନର ରଣନୀତି ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି ଏବଂ ଦଳ ପରିଚାଳନା ଦ୍ୱାରା ନିଆଯାଇଥିବା ଅନେକ…

ବଙ୍ଗରେ ଆଦିବାସୀ ମହିଳାଙ୍କୁ ଗଣବଳାତ୍କାର, ରକ୍ତ ଜୁଡୁବୁଡୁ ଅବସ୍ଥାରେ ମିଳିଲା ମୃତଦେହ

କୋଲକାତା,୯।୭: ପଶ୍ଚିମବଙ୍ଗର ବାରୁଇପୁରରେ ଜଣେ ନିର୍ଦ୍ଦୋଷ ଶିଶୁ ଉପରେ ହୋଇଥିବା ନିର୍ମମ ଆକ୍ରମଣ ପରେ, ପୂର୍ବ ବର୍ଦ୍ଧମାନ ଜିଲାରୁ ଗଣବଳାତ୍କାରର ଏକ ଘଟଣା ସାମ୍ନାକୁ ଆସିଛି। ଦିୱାନ-ଦିଘି…

ସମୁଦ୍ର ଉପକୂଳ ଅଞ୍ଚଳ ବୁଲି ଦେଖିଲେ ବିଜେଡି ନେତା, ଅଞ୍ଚଳବାସୀଙ୍କ ସୁରକ୍ଷା ପାଇଁ ପୂର୍ବତନ ବିଧାୟକ କହିଲେ…

ଗଞ୍ଜାମ ,୯।୭(ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ଋଷିକୁଲ୍ୟା ମୁହାଣ ପୁରୁଣାବନ୍ଧ ଠାରୁ ପ୍ରୟାଗି ପର୍ଯ୍ୟନ୍ତ ଗତ କିଛି ଦିନ ହେଲା ବେଳାଭୂମି…

ସରକାରୀ କାର୍ଯ୍ୟରେ ଅନ୍ୟ ସମ୍ପ୍ରଦାୟକୁ ଯାଇ ବାସନ୍ଦର ଶିକାର ହେଲେ ଆଶାକର୍ମୀ

ପାରଳାଖେମୁଣ୍ଡି,୯ା୭(ଗିରିଧାରୀ ପରିଚ୍ଛା):ସରକାରୀ ସ୍ବାସ୍ଥ୍ୟସେବା ଓ କଲ୍ୟାଣମୂଳକ ଯୋଜନା ସମସ୍ତଙ୍କ ପାଖରେ ପହଞ୍ଚାଇବାରେ ଆଶାକର୍ମୀଙ୍କ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ରହିଛି। ହେଲେ ସେହି ଦାୟିତ୍ୱ ପାଳନ କରିବାକୁ ଯାଇ ଜଣେ…

ବାଇକରେ ଯାଉଥିବାବେଳେ ଧକ୍କା ଦେଲା କାର୍‌, ଘଟଣାସ୍ଥଳରେ ଚାଲିଗଲା ତ୍ରିଲୋଚନଙ୍କ ଜୀବନ

ବଲାଙ୍ଗୀର, ୯।୭( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ବିଜାଖମନ ବ୍ରିଜ ନିକଟରେ ବୁଧବାର ଜଣେ ମୋଟର ସାଇକେଲ ଆରୋହୀଙ୍କୁ ଏକ କାର୍‌…

ସଞ୍ଜୁ ସାମସନଙ୍କ ପ୍ରତ୍ୟାବର୍ତ୍ତନ ପକ୍କା! ଚତୁର୍ଥ ଟି-୨୦ରେ ଏହି ୩ ଖେଳାଳିଙ୍କ ସ୍ଥାନ ଉପରେ ଝୁଲୁଛି ଖଣ୍ଡା

ନୂଆଦିଲ୍ଲୀ,୯।୭ : ଇଂଲଣ୍ଡ ଗସ୍ତରେ ଏପର୍ଯ୍ୟନ୍ତ ଭାରତୀୟ ଦଳର ପ୍ରଦର୍ଶନ ବେଶ ନିରାଶାଜନକ ରହିଛି। ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ତିନୋଟି ମ୍ୟାଚ ମଧ୍ୟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri