Posted inଫୁରସତ

ଇଏ ବି ଭ୍ୟାକ୍ସିନେସନ ସେଣ୍ଟର

କୋଭିଡ୍‌-୧୯ର ମୁକାବିଲା ପାଇଁ ସାରା ପୃଥିବୀରେ ଚାଲିଛି ଟିକାକରଣ ବା
ଭ୍ୟାକ୍ସିନେସନ। ଭୟ ଓ ଆତଙ୍କ ମଧ୍ୟରେ ଜିଉଥିବା ମଣିଷଙ୍କ ପାଇଁ ଏହା ହିଁ ଜିଇବାର ଏକମାତ୍ର ଭରସା। ତେବେ ଲୋକଙ୍କ ମନରୁ ଭୟ ଦୂର କରିବା ତଥା ସକାରାତ୍ମକ ଭାବ ସୃଷ୍ଟି କରିବା ପାଇଁ ପୃଥିବୀର ବିଭିନ୍ନ ସ୍ଥାନରେ ଏମିତି କିଛି ସ୍ଥଳକୁ ଭ୍ୟାକ୍ସିନେସନ ସେଣ୍ଟର
କରାଯାଇଛି; ଯାହାକି ବେଶ୍‌ ଅଜବ…
କ୍ରାଇଷ୍ଟ ଦ ରିଡିମର୍‌ : ବ୍ରାଜିଲ୍‌ରେ ଭ୍ୟାକ୍ସିନେସନ ପ୍ରତି ଅଧିକ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ରିଓ ଡି ଜେନିରୋସ୍ଥିତ ଲୋକପ୍ରିୟ ସ୍ମାରକ କ୍ରାଇଷ୍ଟ: ଦ ରିଡିମର୍‌(ଯିଶୁ ଖ୍ରୀଷ୍ଟଙ୍କ ପ୍ରତିମା) କୁ ଭାକ୍ସିନେସନ ସେଣ୍ଟର ଭାବେ ବଛାଯାଇଛି। ଲୋକେ ଏହି ବିଶାଳ ପ୍ରତିମା ତଳେ ଭାକ୍ସିନ ନେଉଛନ୍ତି। ଆଉ ପ୍ରଭୁ ଯିଶୁଙ୍କ ନିକଟରେ ଭ୍ୟାକ୍ସିନ୍‌ ନେବାକୁ ସୌଭାଗ୍ୟ ମନେ କରିବା ସହ ନିଜକୁ ସୁରକ୍ଷିତ ବୋଲି ମଧ୍ୟ ମନେକରୁଛନ୍ତି।
ଡିଜ୍‌ନୀଲାଣ୍ଡ: ଡିଜ୍‌ନୀଲାଣ୍ଡ ସବୁ ପିଲାଙ୍କର ଅତି ପ୍ରିୟ ସ୍ଥାନ। ଏଠାକୁ ଯିବା ଅନେକଙ୍କ ଜୀବନର ଏକ ସ୍ବପ୍ନ ବି। ହେଲେ କୋଭିଡ୍‌ ଲାଗି ଶୂନ୍‌ଶାନ୍‌ ହୋଇଯାଇଥିବା ଫ୍ରାନ୍ସର ପ୍ୟାରିସ୍‌ରେ ଥିବା ଡିଜ୍‌ନୀଲାଣ୍ଡକୁ କୋଭିଡ୍‌-୧୯ ଭ୍ୟାକ୍ସିନେସନ ସେଣ୍ଟରରେ ରୁପାନ୍ତରିତ କରି ଦିଆଯାଇଛି। ସପ୍ତାହାନ୍ତ ବା ଓ୍ବିକେଣ୍ଡରେ ଏଠାରେ ଲୋକଙ୍କୁ ଭାକ୍ସିନ ଦିଆଯାଉଛି।
ଡ୍ରାକୁଲା କ୍ୟାସେଲ୍‌: ଟ୍ରାନ୍‌ସିଲଭାନିଆର ବ୍ରାନ୍‌ କ୍ୟାସେଲ୍‌, ଯାହା କି ଡ୍ରାକୁଲା କ୍ୟାସେଲ୍‌ଭାବେ ବହୁଳ ପରିଚିତ, ତାକୁ ମଧ୍ୟ ଭ୍ୟାକ୍ସିନେସନ ସେଣ୍ଟର କରାଯାଇଛି। ଭାବୁଥିବେ ଡ୍ରାକୁଲା ବୋଧେ ଭ୍ୟାକ୍ସିନ୍‌ର ଲୋଭ ଦେଖାଇ ନିଜ ଜାଲରେ ଫସାଇବାକୁ ଚାହୁଁଛି। କିନ୍ତୁ ସେମିତି କିଛି ନୁହେଁ, ଲୋକମାନେ ଏଠାରେ ସୁରକ୍ଷିତ ଭାବେ ଭ୍ୟାକ୍ସିନ ନେଇ ଘରକୁ ଫେରୁଛନ୍ତି।
ନ୍ୟୁୟର୍କ ମ୍ୟୁଜିୟମ୍‌: ଏପ୍ରିଲ ମାସରେ ନ୍ୟୁୟର୍କର ଆମେରିକାନ୍‌ ମ୍ୟୁଜିୟମ୍‌ ଅଫ୍‌ ନାଚୁରାଲ୍‌ ହିଷ୍ଟ୍ରୀରେ କୋଭିଡ୍‌-୧୯ର ଟିକାକରଣ ଆରମ୍ଭ ହୋଇଛି। ଏହି ଅଭିଯାନ ସମୟରେ ଲୋକମାନେ ସଂଗ୍ରହାଳୟରେ ନିର୍ମିତ ୯୪ ଫୁଟ୍‌ର ବିଶାଳ ବ୍ଲୁ ହ୍ବେଲ୍‌ ମଡେଲ ତଳେ ଭାକ୍ସିନ ନେଇଥିଲେ। ତେବେ ମଜାର କଥା ସେହି ବ୍ଲୁ ହ୍ବେଲ୍‌ ମଡେଲକୁ ବି ବ୍ୟାଣ୍ଡେଡ୍‌ ଲଗାଯାଇଥିଲା। ଯେମିତି କି ହ୍ବେଲ୍‌ଟି ଟିକାକରଣର ପ୍ରତୀକ ଭଳି ଲାଗିବ।
ଏପ୍‌ସମ୍‌ ଡାଉନ୍ସ ରେସ୍‌ କୋର୍ସ: ଦକ୍ଷିଣ ଇଂଲଣ୍ଡରେ ପ୍ରସିଦ୍ଧ ‘ଏପ୍ସମ୍‌ ଡାଉନ୍ସ ରେସ୍‌କୋର୍ସ’, ‘ଦ ଡର୍ବି’ ସମର୍‌ ହର୍ସ ରେସିଂ ବା ଘୋଡା ଦୌଡ ଇଭେଣ୍ଟ ଆୟୋଜନ କରିଥାଏ। ଏହାର ମଜା ଉଠାଇବାକୁ ଉକ୍ତ ରେସ୍‌କୋର୍ସରେ ଲୋକଙ୍କର ପ୍ରବଳ ଗହଳି ହୋଇଥାଏ। ତେବେ କୋଭିଡ ପାଇଁ ଶୂନ୍‌ଶାନ୍‌ ହୋଇଯାଇଥିବା ଏହି ସ୍ଥାନକୁ ବି ବ୍ରିଟେନ୍‌ରେ ଅସ୍ଥାୟୀ ଟିକାକରଣ ଭାବେ ପରିଣତ କରାଯାଇଛି।
ଓ୍ବାଟର ପାର୍କ: ଦିନେ ଏହି ଓ୍ବାଟରପାର୍କରେ ଛୋଟପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ସମସ୍ତେ ଖୁବ୍‌ ମସ୍ତି କରୁଥିଲେ। କିନ୍ତୁ ମହାମାରୀ ଲାଗି ସେଠି ଏବେ ଦେଖିବାକୁ ମିଳୁନି ମଜାମସ୍ତିର ଦୃଶ୍ୟ। ତାହା ଏବେ ପାଲଟିଛି ଭ୍ୟାକ୍ସିନେସନ ସେଣ୍ଟର। ଏହି ସ୍ଥାନଟି ହେଉଛି ସ୍କଟଲାଣ୍ଡର ଟାଇମ୍‌ କ୍ୟାପ୍ସୁଲ ଓ୍ବାଟରପାର୍କ।
ଆଇସ୍‌ ରିଙ୍କ: ଆଇସ୍‌ ସ୍କେଟିଂ ପାଇଁ ତିଆରି ହୋଇଥିବା ଆଇସ୍‌ ରିଙ୍କ ବି ଭ୍ୟାକ୍ସିନେସନ୍‌ ସେଣ୍ଟର ଭାବେ ବ୍ୟବହାର ହେଉଛି। ବର୍ଲିନ୍‌ର ଏରିକା ହେସ୍‌ ଆଇସ୍‌ ଷ୍ଟାଡିୟମ ହେଉଛି ଜର୍ମାନୀ କ୍ୟାପିଟାଲ ବର୍ଲିିନ୍‌ର ପ୍ରଥମ ଭ୍ୟାକ୍ସିନେସନ୍‌ ସେଣ୍ଟର।
ବେସ୍‌ବଲ୍‌ ପାର୍କ: କୋଭିଡ୍‌ ପାଇଁ ସବୁ ପ୍ରକାରର କ୍ରୀଡା ପ୍ରତିଯୋଗିତା ବନ୍ଦ। ନ୍ୟୁୟର୍କର ସିଟି ଫିଲ୍ଡ ବେସ୍‌ବଲ୍‌ ପାର୍କରେ ବି ଆଉ ବେସ୍‌ ବଲ୍‌ ଖେଳର ଆୟୋଜନ ହେଉନି। ତେଣୁ ଏହାକୁ ଏବେ ଭ୍ୟାକ୍ସିନେସନ ସେଣ୍ଟର କରାଯାଇଛି।
କ୍ୟାଥେଡ୍ରାଲ୍‌ରେ ଭ୍ୟାକ୍ସିନ୍‌: ଇଂଲଣ୍ଡ, ସାଲିସ୍‌ବରିରେ ଥିବା ୮୦୦ ବର୍ଷ ପୁରାତନ ସାଲିସ୍‌ବରି କ୍ୟାଥେଡ୍ରାଲ ଏକ ପବିତ୍ର ସ୍ଥଳ। ଭର୍ଜିନ ମେରୀ ପୂଜା ପାଉଥିବା ଏହି କ୍ୟାଥେଡ୍ରାଲ୍‌ର ଶାନ୍ତ ପରିବେଶ ମଧ୍ୟରେ ଏବେ ଚାଲିଛି ଭ୍ୟାକ୍ସିନେସନ।
ନଦୀରେ ଭାକ୍ସିନେସନ ସେବା: ନିକଟରେ ଶ୍ରୀନଗରର ଡାଲ୍‌ ହ୍ରଦ କୂଳରେ ଡଙ୍ଗା ଚଳାଉଥିବା ଶିକାରାଓ୍ବାଲାଙ୍କୁ ହ୍ରଦ କୂଳରେ ଡଙ୍ଗା ଉପରେ ବସାଇ ଭ୍ୟାକ୍ସିନ ଦିଆଯାଉଥିଲା। ସେହିଭଳି ବ୍ରାଜିଲ୍‌ର ସୋଲିମସ୍‌ ନଦୀରେ ଜଳସ୍ତର ବଢିବା ଯୋଗୁ ଆମାଜନ୍‌ ନଦୀରେ ବନ୍ୟା ଆସିଥିଲା। ସେତେବେଳେ ଲୋକଙ୍କୁ ଆମାଜନ ନଦୀରେ ଡଙ୍ଗା ଉପରେ ଭ୍ୟାକ୍ସିନ ଦିଆଯାଇଥିଲା।
ଭ୍ୟାକ୍ସି ବସ୍‌: ପୂର୍ବ ଫ୍ରାନ୍ସରେ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ଅସୁବିଧାକୁ ଧ୍ୟାନରେ ରଖି ‘ଭ୍ୟାକ୍ସି ବସ୍‌’ର ସୁବିଧା ପ୍ରଦାନ କରାଯାଉଛି। ଏହି ସୁବିଧା ସେହି ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ପାଇଁ, ଯେଉଁମାନେ କି ଭ୍ୟାକ୍ସିନେସନ ସେଣ୍ଟର ପର୍ଯ୍ୟନ୍ତ ଯିବାକୁ ସମର୍ଥ ନୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ଜନପ୍ରତିନିଧିଙ୍କୁ ବ୍ଲାକ୍‌ମେଲ କରି ବନ୍ଧା ହେଲେ ଯୁବକ

ଧରାକୋଟ,୧୩ା୮(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଫେକ୍‌ ଆଇଡି ଖୋଲି ଜଣେ ମହିଳା ଜନ ପ୍ରତିନିଧିଙ୍କୁ ବ୍ଲାକମେଲ କରିବା ସହ ଧମକ ଦେବା ଓ ଫଟୋ ଏଡିଟ୍‌ କରି ଭାଇରାଲ…

ଜେଲ ଗଲେ ମୁଖ୍ୟ ଜିଲା କୃଷି ଅଧିକାରୀ

ବ୍ରହ୍ମପୁର,୧୩ା୮(ସୁବାସ ଚନ୍ଦ୍ର ପାଢ଼ୀ): ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ସବ୍‌ସିଡି କରାଇଦେବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଇ ବ୍ରହ୍ମପୁରର ମୁଖ୍ୟ ଜିଲା କୃଷି ଅଧିକାରୀ…

ନିଷ୍ପତ୍ତିକୁ ବଦଳାଇଲା ବାର କାଉନସିଲ; ସିଜେଆଇଙ୍କୁ ବିରୋଧ କରୁଥିବା ଆଇନ ସ୍ନାତକଙ୍କ ଉପରୁ ହଟାଇଲା ପ୍ରତିବନ୍ଧକ

ନୂଆଦିଲ୍ଲୀ,୧୩।୮: ଗୁରୁବାର (ଅଗଷ୍ଟ ୧୩) , ହାଇଦ୍ରାବାଦର ନ୍ୟାସନାଲ ଏକାଡେମୀ ଅଫ ଲିଗାଲ ଷ୍ଟଡିଜ ଆଣ୍ଡ ରିସର୍ଚ୍ଚ (NALSAR) ର ଛାତ୍ରମାନଙ୍କୁ ଓକିଲ ଭାବରେ ନାମ ଲେଖାରୁ…

ପନ୍ଦର ଦିନ ବିତିଗଲେ ବି ସରିଲାନି ଘାଇ ମରାମତି: ଆନନ୍ଦପୁର ସହର ଭିତରକୁ ପୁଣି ପଶିଲା ବନ୍ୟାଜଳ, ଆତଙ୍କିତ…

ବଞ୍ଚୋ,୧୩।୮(ପ୍ରଦୋଷ ବିଶ୍ୱାଳ): ପନ୍ଦର ଦିନ ବିତିଯାଇଥିଲେ ମଧ୍ୟ ଆନନ୍ଦପୁର ରିଙ୍ଗ ରୋଡ୍‌ର ଘାଇ ମରାମତି କାମ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ଏହାରି ମଧ୍ୟରେ ପୁଣି ଥରେ ରିଙ୍ଗ…

ମନ୍ତ୍ରୀଙ୍କ ଅପେକ୍ଷାରେ ଠିଆ ହୋଇଥିଲେ, ହଠାତ ବେହୋସ୍‌ ହେଲେ ଛାତ୍ରୀ

ମୁମ୍ବାଇ,୧୩।୮: ସିଙ୍ଗରାଉଲି ଜିଲାର ଚିତ୍ରାଙ୍ଗୀ ତହସିଲରେ ଜାତିର ଗର୍ବ ଏବଂ ସମ୍ମାନର ପ୍ରତୀକ ସ୍ବରୂପ ଏକ ‘ତ୍ରିରଙ୍ଗା ଯାତ୍ରା’ (ତ୍ରିରଙ୍ଗା ଶୋଭାଯାତ୍ରା) ଆୟୋଜନ କରାଯାଇଥିଲା; କିନ୍ତୁ, ଯେତେବେଳେ…

ବିଦ୍ୟାଳୟ ରାସ୍ତାରେ ଗଛ ପକାଇ ଅବରୋଧ: ରାସ୍ତା ଉପରେ ପାଠ ପଢ଼ିଲେ ଛାତ୍ରଛାତ୍ରୀ, ୪ ଘଣ୍ଟା ପରେ…

ଡୁଙ୍ଗୁରିପାଲି ୧୩।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ନାଇକେନପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯିବା ରାସ୍ତାରେ ଜଣେ ବ୍ୟକ୍ତି ଗଛ ପକାଇ ଅବରୋଧ କରିବାର…

ନର୍ସ ମୃତ୍ୟୁ ମାମଲା: ଆକ୍ସନରେ ସରକାର…

କୋଲକାତା, ୧୩।୮: କୋଲକାତାର ପ୍ରମୁଖ ନୀଳରତନ ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲ(ଏନ୍‌ଆର୍‌ଏସ୍‌) ଶୌଚାଳୟରୁ ଜଣେ ୩୦ ବର୍ଷୀୟା ଷ୍ଟାଫ ନର୍ସଙ୍କ ମୃତଦେହ ଉଦ୍ଧାର ହୋଇଛି। ଶୌଚାଳୟ…

Chamoli Pipalkoti Tunnel Collapse: ସୁଡଙ୍ଗରେ ହଠାତ ପଶିଗଲା ପାଣି କାଦୁଅ, ଫସି ରହିଛନ୍ତି ୨୦ରୁ ଅଧିକ ଶ୍ରମିକ, ୧୦ ଜୀବିତ ଉଦ୍ଧାର

ଚାମୋଲି,୧୩।୮: ଉତ୍ତରାଖଣ୍ଡର ପର୍ବତମାଳାରେ ପ୍ରକୃତି ପୁଣିଥରେ ତା’ର ବିନାଶକାରୀ ଶକ୍ତି ପ୍ରଦର୍ଶନ କରିଛି। ଚାମୋଲିର ପିପଲକୋଟି ଅଞ୍ଚଳରେ ଏକ ପ୍ରମୁଖ ସୁଡ଼ଙ୍ଗ ପ୍ରକଳ୍ପ ସମୟରେ ଏକ ଦୁର୍ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri