Posted inଫୁରସତ

ପ୍ରଥମ ରୋଜଗାର ଟଙ୍କାରେ ମା’ଙ୍କ ପାଇଁ ସମ୍ବଲପୁରୀ ଶାଢି କିଣିଥିଲି: ଡ. ଆଲୋକ ସାହୁ

ଜନ୍ମ ମୋର ଯାଜପୁରରେ ହୋଇଥିଲେ ହେଁ ବାପା ଯେହେତୁ କେନ୍ଦୁଝରରେ ଚାକିରି କରୁଥିଲେ ତେଣୁ ମୋ ସ୍କୁଲ ପାଠପଢା ସେଇଠି ହିଁ ହୋଇଥିଲା। ସ୍ଥାନୀୟ ଆନନ୍ଦପୁରସ୍ଥିତ ବି.ଏନ୍‌ ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ୍‌ ପାସ୍‌ କରିବା ପରେ ବି.ଜେ.ବି କଲେଜରେ ଯୁକ୍ତ ଦୁଇ ବିଜ୍ଞାନ ପଢିଥିଲି। ତା’ପରେ ସମ୍ବଲପୁରସ୍ଥିତ ଭି.ଏସ୍‌.ଏସ୍‌ ମେଡିକାଲ କଲେଜରେ ଏମ୍‌.ବି.ବି.ଏସ୍‌ କଲି। ପଢା ସରିବା ପରେ ବର୍ଷେ ଇଣ୍ଟର୍ନସିପ୍‌ରେ ରହିଲି; ଆଉ ସେତେବେଳେ ମୋତେ ମାସକୁ ପ୍ରାୟ ତେର ହଜାର ପାଞ୍ଚ ଶହ ଟଙ୍କା ଲେଖାଏଁ ଷ୍ଟାଇପେଣ୍ଡ ମିଳିଲା। ଏହା ଥିଲା ୨୦୧୨ ମସିହାର କଥା। ପ୍ରଥମ ଷ୍ଟାଇପେଣ୍ଡ ଟଙ୍କା ଇଣ୍ଟର୍ନସିପ୍‌ ଆରମ୍ଭ ହେବାର ୨ମାସ ପରେ ଏକକାଳୀନ ମୋତେ ମିଳିଥିଲା। ସେତେବେଳେ ୧୫ ଦିନିଆ ଟ୍ରେନିଂ ପାଇଁ ମୁଁ ବରଗଡ଼ ହେଡ୍‌କ୍ୱାଟର ହସ୍ପିଟାଲ୍‌କୁ ଯାଇଥାଏ। ଯେତେବେଳେ ୨ମାସର ଷ୍ଟାଇପେଣ୍ଡ ଟଙ୍କା ବ୍ୟାଙ୍କ୍‌ ଆକାଉଣ୍ଟରେ ଜମା ହେବାର ମୋତେ ମେସେଜ୍‌ ଆସିଲା ଭାରୀ ଖୁସି ଲାଗିଲା। ଯେହେତୁ ବରଗଡ଼ର ବରପାଲିରେ ସମ୍ବଲପୁରୀ ଶାଢି ଭଲ ମିଳେ ବୋଲି ଜାଣିଥିଲି, ତେଣୁ ପ୍ରଥମ ଷ୍ଟାଇପେଣ୍ଡ ଟଙ୍କାରେ ମା’ଙ୍କ ପାଇଁ ସେଠାରୁ ଗୋଟିଏ ସୁନ୍ଦର ସମ୍ବଲପୁରୀ ଶାଢି କିଣି ଆଣି ତାଙ୍କୁ ଗିଫ୍ଟ କରିଥିଲି। ଅବଶ୍ୟ ପରେ ଘରର ଅନ୍ୟମାନଙ୍କୁ କିଛି ନା କିଛି ଗିଫ୍ଟ ଦେଇଥିଲି କିନ୍ତୁ ପ୍ରଥମ ପାରିଶ୍ରମିକରେ ମା’ଙ୍କ ଖୁସି ପାଇଁ କିଛି କରିପାରିଥିବାରୁ ମୋତେ ବହୁତ ଆତ୍ମସନ୍ତୋଷ ମିଳିଥିଲା। ଇଣ୍ଟର୍ନସିପ୍‌ ସରିବା ପରେ ପରେ ମୋତେ ଦିଲ୍ଲୀ ଏମ୍ସରେ ଡର୍ମାଟୋଲୋଜି (ତ୍ୱଚା, କେଶ, ନଖ) ବିଭାଗରେ ପିଜି କରିବାର ସୁଯୋଗ ମିଳିଲା। ପିଜି ପରେ ଦୁଇ ବର୍ଷ ସିନିୟର୍‌ ରେସିଡେନ୍ସି ଭାବେ ସେଠାରେ ପ୍ରାକ୍ଟିସ୍‌ ମଧ୍ୟ କଲି। ତା’ପରେ ସ୍ଥାନୀୟ ୟୁଜେନିକ୍ସ ହେୟାର୍‌ ସାଇନ୍ସ ନାମକ ଏକ ଇନଷ୍ଟିଚ୍ୟୁଟ୍‌ରେ ଦୁଇ ବର୍ଷ ହେୟାର୍‌ କନ୍ସଲଟାଣ୍ଟ ଭାବେ କାମ କରିବା ପରେ ସେଇ ଦିଲ୍ଲୀରେ ହିଁ ନିଜର ଏକ କ୍ଲିନିକ୍‌ ଖୋଲିଲି ୨୦୨୧ରେ; ଆଉ ଯା’ର ନାଁ ଦେଲି ଆଲୋ ରୁଟ୍ସ ହେୟାର୍‌ ଆଣ୍ଡ ସ୍କିନ କ୍ଲିନିକ। ପ୍ରାୟ ଦୁଇ ବର୍ଷ ପରେ ଦିଲ୍ଲୀ କ୍ଲିନିକ କଥା ବୁଝିବା ସହିତ ଭୁବନେଶ୍ବର ଆସି ଏକ ଘରୋଇ ହସ୍ପିଟାଲରେ ଭିଜିଟିଂ କନ୍ସଲଟାଣ୍ଟ ଭାବେ କିଛି ଦିନ କାମ କଲି। ପରେ ପରେ ଭୁବନେଶ୍ବରରେ ବି ଦିଲ୍ଲୀ କ୍ଲିନିକ୍‌ର ଆଉ ଏକ ବ୍ରାଞ୍ଚ ଖୋଲି ଲୋକମାନଙ୍କର କେଶ ତଥା ତ୍ୱଚା ସମ୍ବନ୍ଧୀୟ ବିଭିନ୍ନ ସମସ୍ୟାଗୁଡିକୁ ସମାଧାନ କରିବାକୁ ଚେଷ୍ଟା କଲି। ୟା’ଭିତରେ ଅନେକ ସଫଳତା ମୋତେ ମିଳି ସାରିଛି। ତଥାପି ଆହୁରି ସକ୍‌ସେସ୍‌ ହେବାକୁ ଏବେ ବି ପ୍ରୟାସ ଜାରି ରହିଛି। ଏ ତ ଥିଲା ମୋ ବୃତ୍ତିଗତ କଥା। ଏହାଛଡ଼ା ଲେଖାଲେଖିରେ ରୁଚି ଥିବାରୁ ସ୍କୁଲ, କଲେଜ ସମୟରେ କିଛି କବିତା ଲେଖିଥିଲି। ତା’ସହିତ ବକ୍ତୃତା ପ୍ରତିଯୋଗିତା, ରଚନା ପ୍ରତିଯୋଗିତା ଆଦିରେ ଭାଗ ନେଇ ଅନେକ ପୁରସ୍କାର ବି ପାଇଥିଲି। ଏବେ ବ୍ୟସ୍ତତା ଭିତରେ ରହୁଥିବାରୁ ବେଶୀ ଆଉ ଲେଖାଲେଖି କରି ପାରୁନି ସତ କିନ୍ତୁ ବିଭିନ୍ନ ପ୍ରକାର ଶିକ୍ଷଣୀୟ ପୁସ୍ତକ ପଢିବାର ଅଭ୍ୟାସ ଆଜି ବି ମୋର ପୂର୍ବବତ୍‌ ରହିଛି। -ଅମ୍ବ୍ରିତା


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ଏକ ରହସ୍ୟମୟ ଗାଁ, ଯେଉଁଠି ଚାଲିଯାଏ ଲୋକଙ୍କ ଦୃଷ୍ଟିଶକ୍ତି! କାରଣ ଜାଣିଲେ ହେବେ ଚକିତ

ମେକ୍ସିକୋର ଏକ ଦୂରଦୂରାନ୍ତ ଗାଁକୁ ନେଇ ଦୀର୍ଘଦିନ ଧରି ଏକ ରହସ୍ୟମୟ କାହାଣୀ ପ୍ରଚଳିତ ରହିଛି। କୁହାଯାଏ, ଏଠାରେ ଲୋକଙ୍କ ସହ ପଶୁମାନଙ୍କର ମଧ୍ୟ ଦୃଷ୍ଟିଶକ୍ତି ଚାଲିଯାଉଥିଲା।…

ସମଗ୍ର ପୃଥିବୀରେ କୋଣାର୍କ ସର୍ବାପେକ୍ଷା ଅଧିକ ଅଳଂକୃତ ମନ୍ଦିର

ଉପରେ ଯେଉଁ ଶୀର୍ଷକ ବ୍ୟବହାର କରିଛୁ, ତାହା ଫର୍ଗୁସନ୍‌ଙ୍କ ମତ। ସେ ମଧ୍ୟ ଶ୍ରୀପଦ୍ମକେଶର ମନ୍ଦିର ଶବ୍ଦ ବ୍ୟବହାର କରିନାହାନ୍ତି। ଜଣେ ଭାରତୀୟ ମନମୋହନ ଗାଙ୍ଗୁଲି ମଧ୍ୟ…

ଦେହ ବ୍ୟବସାୟରୁ ବର୍ତ୍ତିବା ପାଇଁ କରାଯାଏ ବାଲ୍ୟ ନିର୍ବନ୍ଧ

ଓ୍ବାଡିଆ,୨୧ା୯: ବାଲ୍ୟ ନିର୍ବନ୍ଧ ନା ଦେହ ବ୍ୟବସାୟ। ଗାଁର ବାଳିକାମାନଙ୍କୁ ଏଭଳି ଏକ କଠିନ ପସନ୍ଦର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଯେଉଁଠାରେ ଏହି ଅପମାନଜନକ ନାମକରଣ କୌଣସି…

ଚର୍ଚ୍ଚାରେ ନୀତା ଅମ୍ବାନୀଙ୍କ ହାର, ତିଆରି କରିବାକୁ ଲାଗିଥିଲା ୩ ବର୍ଷ, ଗଢ଼ିଛନ୍ତି ୧୪ କାରିଗର, ଦାମ୍‌ ଜାଣିଲେ…

ମୁମ୍ବାଇ,୧୯ା୯: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ମାଲିକ ମୁକେଶ ଅମ୍ବାନୀଙ୍କ ସ୍ତ୍ରୀ ନୀତା ଅମ୍ବାନୀଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। ୬୦ ବର୍ଷ ବୟସରେ ନୀତା ଅମ୍ବାନୀ ତାଙ୍କର ପ୍ରତ୍ୟେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?