Posted inଫୁରସତ

କ୍ଲାଉଡ ସିଡିଂ ପ୍ରକୃତରେ କ’ଣ? ଯାହା କୃତ୍ରିମ ବର୍ଷା କରାଏ…

ନିକଟରେ ଦୁବାଇରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଥିଲା। ଦୁଇ ବର୍ଷରେ ଯେତିକି ବର୍ଷା ହେବା କଥା ଗୋଟିଏ ଦିନରେ ସେଠି ସେତିକି ବର୍ଷା ହେଲା। ବୈଜ୍ଞାନିକଙ୍କ ମତରେ କୃତ୍ରିମ ବର୍ଷା କରାଇବା ଲାଗି ସେଠାରେ କରାଯାଇଥିବା କ୍ଳାଉଡ ସିଡିଂରେ କିଛି ତ୍ରୁଟି ଯୋଗୁ ଏଭଳି ଘଟିଲା। ତେବେ ଅନେକଙ୍କ ମନରେ ପ୍ରଶ୍ନ ଉଠୁଥିବ ଯେ, ଏହି କ୍ଲାଉଡ ସିଡିଂ ପ୍ରକୃତରେ କ’ଣ? ଯାହା କୃତ୍ରିମ ବର୍ଷା କରାଏ।

କ୍ଲାଉଡ ସିଡିଂ, ଦୁଇଟି ଶବ୍ଦ କ୍ଲାଉଡ ଓ ସିଡିଂରେ ତିଆରି। କ୍ଲାଉଡର ଅର୍ଥ ମେଘ ଓ ସିଡିଂର ଅର୍ଥ ବୀଜ ଲଗାଇବା। ଅଜବ ଲାଗିଲେ ବି ମେଘ ବା ବାଦଲରେ ବର୍ଷାର ବୀଜ ବୁଣିବା ପ୍ରକ୍ରିୟା ହିଁ କ୍ଲାଉଡ ସିଡିଂ। ମେଘରୁ କୃତ୍ରିମ ଉପାୟରେ ବର୍ଷା କରିବା ପ୍ରକ୍ରିୟା ହେଉଛି କ୍ଲାଉଡ ସିଡିଂ। ଏଠାରେ ବୀଜ ରୂପରେ ସିଲ୍‌ଭର ଆୟୋଡାଇଡ, ପଟାସିୟମ କ୍ଲୋରାଇଡ ଓ ସୋଡିୟମ କ୍ଲୋରାଇଡ ଆଦି ବ୍ୟବହାର କରାଯାଏ। ଏହିସବୁ ପଦାର୍ଥକୁ ଏକ ଏୟାରକ୍ରାଫ୍ଟ ସାହାଯ୍ୟରେ ମେଘରେ ଛିଞ୍ଚା ଯାଇଥାଏ। ଏହି ପଦାର୍ଥଗୁଡିକ ବାଦଲରେ ଥିବା ଜଳୀୟ ଅଂଶକୁ ବରଫରେ ଜମେଇଦିଏ। ଏହାପରେ ଗୋଟେ ବରଫ ଖଣ୍ଡ ଅନ୍ୟ ବରଫ ଖଣ୍ଡ ସହ ଲାଖି ଯାଇ ବରଫର ଏକ ଗୁଚ୍ଛା ହେଇଯାଏ। ଯାହାକି ପରେ ବର୍ଷାର ରୂପ ନିଏ। ତେବେ ଯେଉଁ ଅଞ୍ଚଳରେ ମେଘ ନ ଥିବ ସେଠାରେ କ୍ଲାଉଡ ସିଡିଂ କରାଇବା ସମ୍ଭବ ନୁହେଁ। ଏଥିପାଇଁ ଆକାଶରେ ଅତିକମ୍‌ରେ ୪୦ ପ୍ରତିଶତ ବାଦଲ ଓ ସେଥିରେ କିଛିଟା ଜଳୀୟ ଅଂଶ ବି ଥିବା ଜରୁରୀ। ଯଦି ବାଦଲରେ ପାଣି କମ୍‌ ଥିବ ଆର୍ଦତା ନ ଥିବ ତେବେ ବି ବର୍ଷା ହୋଇପାରିବ ନାହିଁ।

ଏହାବାଦ ମେଘ କେତେ ଉଚ୍ଚତାରେ ଅଛି ମେଘ ଓ ପାଣିପାଗର ସ୍ଥିତି କେମିତି ଅଛି ବି ଦେଖିବାକୁ ହୁଏ। ସବୁକିଛି ଠିକ୍‌ ଥିଲେ ମେଘର ଉପଯୁକ୍ତ ସ୍ଥାନରେ ସିଲ୍‌ଭର୍‌ ଆୟୋଡାଇଡ୍‌ କିମ୍ବା ଅନ୍ୟ ରସାୟନକୁ ଏୟାରକ୍ରାଫ୍ଟ ସାହାଯ୍ୟରେ ସିଞ୍ଚନ କରାଯାଏ।
ଏହାବାଦ ମେଘକୁ ଇଲେକ୍ଟ୍ରିକ୍‌ ସକ୍‌ ଦେବାର ବି ଏକ ପଦ୍ଧତି ଅଛି ଯାହାକୁ ବ୍ୟବହାର କରି ମଧ୍ୟ ବର୍ଷା କରାଯାଉଛି। ଇସ୍ରାଇଲ ସାଧାରଣତଃ କୃତ୍ରିମ ବର୍ଷା କରାଇଥାଏ। କାରଣ ଏଠାରେ ପ୍ରାକୃତିକ ବର୍ଷା ବହୁତ କମ୍‌ ହୁଏ। ଆଜିକାଲି ୟୁଏଇ ଏହା ମାଧ୍ୟମରେ ବର୍ଷା କରାଉଛି। ଚାଇନା ୨୦୦୮ ମସିହା ବେଜିଂ ଅଲିମ୍ପିକ ସମୟରେ କ୍ଲାଉଡ ସିଡିଂ ମାଧ୍ୟମରେ ବର୍ଷା କରାଇ ପ୍ରଦୂଷଣକୁ ନିୟନ୍ତ୍ରିତ କରିବାରେ ସଫଳ ହୋଇଥିଲା। ୨୦୧୭ ମସିହାରେ ସଂଯୁକ୍ତ ରାଷ୍ଟ୍ର ଆମେରିକାର ପାଣିପାଗ ବିଭାଗ କରିଥିବା ଅଧ୍ୟୟନ କହେ- ୫୦ରୁ ଅଧିକ ଦେଶ କ୍ଲାଉଡ ସିଡିଂ ପଦ୍ଧତି ଆପଣେଇ ସାରିଲେଣି। ଯେଉଁଥିରେ ଅଷ୍ଟ୍ରେଲିଆ, ଜାପାନ, ଇଥିଓପିଆ, ଚିନ, ଆମେରିକା, ଜିମ୍ବାଓ୍ବେ, ରୁଷ ସହ ଭାରତ ବି ସାମିଲ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ବନ୍ଦ ହେଲା ହର୍ମୁଜ ପ୍ରଣାଳୀ, IRGC ଘୋଷଣା ପୂର୍ବରୁ କେତେ ଭାରତୀୟ ଜାହାଜ ବାହାରିଛି? ଚମକାଇ ଦେବ ସଂଖ୍ୟା

ତେହରାନ,୨୧।୬: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଶନିବାର (ଜୁନ ୨୦, ୨୦୨୬) ତିନୋଟି ଭାରତୀୟ ଅଶୋଧିତ ତୈଳ ସୁପରଟ୍ୟାଙ୍କର୍‌ ସୁରକ୍ଷିତ ଭାବରେ ହର୍ମୁଜ ପ୍ରଣାଳୀ ପାର କରିଛନ୍ତି।…

କୁନା ମୁଣ୍ଡା ହତ୍ୟା ମାମଲା: ହତ୍ୟା ମାମଲାରେ ୫ ଅଭିଯୁକ୍ତ କୋର୍ଟ ଚାଲାଣ

ବଞ୍ଚୋ, ୨୧/୦୬ (ପ୍ରଦୋଷ ବିଶ୍ୱାଳ): ଘସିପୁରା ଥାନାରେ ରୁଜୁ ହୋଇଥିବା କେସ୍ ନଂ–୪୪ରେ ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏସ୍‌)ର ହତ୍ୟା ସମ୍ବନ୍ଧୀୟ ଧାରା ଅନୁଯାୟୀ ତଦନ୍ତ ଚାଲିଥିବା…

କ୍ରିକେଟ ଇତିହାସରେ ଭାରତ ପାଇଁ ଦ୍ରୁତତମ ଅର୍ଦ୍ଧଶତକ: ଯୁବରାଜ ସିଂହଙ୍କୁ ପଛରେ ପକାଇଲେ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ,୨୧।୬: ରବିବାର ତ୍ରି-ସିରିଜ ଫାଇନାଲରେ ବୈଭବ ସୂର୍ଯ୍ୟବଂଶୀ ୨୯ ବଲ ରୁ ୯୪ ରନ କରିଥିଲେ। ଯଦିଓ ଏହି ମ୍ୟାଚ ରେ ୧୫ ବର୍ଷୀୟ ଖେଳାଳି ଶତକରୁ…

ବଲାଙ୍ଗୀରରେ ଆନ୍ତର୍ଜାତୀୟ ଯୋଗ ଦିବସ

ବଲାଙ୍ଗୀର, ୨୧/୬ (ସୁନିଲ କୁମାର ମହାନ୍ତି): ରବିବାର ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ବଲାଙ୍ଗୀର ଜିଲାର ବିଭିନ୍ନ ସ୍କୁଲ, କଲେଜ, ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ…

ରକ୍ତଦାନ ମହତଦାନ: କବି ସମ୍ରାଟ ମିଡିଆ କ୍ଲବ୍ ପକ୍ଷରୁ…

ଭଞ୍ଜନଗର, ୨୧/୬ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରର କବି ସମ୍ରାଟ ମିଡିଆ କ୍ଲବ୍ ପକ୍ଷରୁ ରବିବାର ସ୍ଥାନୀୟ ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ କକ୍ଷରେ ଏକ…

ଦିଗପହଣ୍ଡିରେ ଅନ୍ତର୍ଜାତୀୟ ଯୋଗ ଦିବସ

ଦିଗପହଣ୍ଡି,୨୧|୬ (ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି କୋର୍ଟ କମ୍ପ୍ଲେକ୍ସ ପରିସରରେ ରବିବାର ଦ୍ଵାଦଶ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଜେଏମଏଫସି କୋର୍ଟ…

ପଞ୍ଚାୟତ ସ୍ତରୀୟ ‘ବିକାଶ ଧାରା ଓଡ଼ିଶା ସାରା’ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଞ୍ଜାମ,୨୧।୬ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ମଲାଡ଼ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପଞ୍ଚାୟତ ସ୍ତରୀୟ ‘ବିକାଶ ଧାରା ଓଡ଼ିଶା ସାରା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।…

ଛକା ଚୌକା ବର୍ଷା କରି ସଭିଙ୍କୁ ପୁଣି ଚକିତ କଲେ ବୈଭବ ସୂର୍ଯ୍ୟବଂଶୀ, କଲେ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୧।୬: ବୈଭବ ସୂର୍ଯ୍ୟବଂଶୀ ଲିଷ୍ଟ ଏ କ୍ରିକେଟର ଇତିହାସରେ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିଛନ୍ତି। ତ୍ରି-ସିରିଜ ଫାଇନାଲରେ ସେ ଶ୍ରୀଲଙ୍କା ଏ ବିପକ୍ଷରେ ମାତ୍ର ୧୧ ବଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri