Posted inଫୁରସତ

୨୫୧ ଥର ଜେଲ ଯାଇଥିବା ପ୍ରାର୍ଥୀ

ଲକ୍ଷ୍ନୌ: ଲକ୍ଷ୍ନୌ ଲୋକ ସଭା ଆସନରୁ ସମାଜବାଦୀ ପାର୍ଟି(ଏସ୍‌ପି) ରବିଦାସ ମେହରୋତ୍ରାଙ୍କୁ ପ୍ରାର୍ଥୀ କରିଛି। ଚଳିତ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବହୁ ପୁରାତନ ଛାତ୍ର ନେତାଙ୍କ ମଧ୍ୟରୁ ସେ ଅନ୍ୟତମ। ତେବେ ଏହି ବରିଷ୍ଠ ରାଜନେତାଙ୍କ ନାମରେ ଏକ ବିରଳ ରେକର୍ଡ ରହିଛି।
ଜୀବନରୁ ରାଜନୀତି ଆରମ୍ଭ କରିଥିବା ରବିଦାସ ସମୁଦାୟ ୨୫୧ ଥର ଜେଲ ଯାଇ ବିରଳ ରେକର୍ଡ ସୃଷ୍ଟି କରିଛନ୍ତି। ୬୬ ବର୍ଷୀୟ ରବିଦାସ ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟର ପୁରାତନ ଛାତ୍ର ନେତା ହୋଇଥିବାବେଳେ ସେ ନିଜର ୪୦ ବର୍ଷର ରାଜନୈତିକ କ୍ୟାରିୟରରେ ବହୁ ବାଧାବିଘ୍ନ ଦେଇ ଗତି କରିଛନ୍ତି। ଏହାସତ୍ତ୍ୱେ ମଧ୍ୟ ଉତ୍ସାହର ସହ ସେ ବିଭିନ୍ନ ସାମାଜିକ କାର୍ଯ୍ୟ କରି ଚାଲିଛନ୍ତି। ଏତେଥର ଜେଲ ଯାଇ ରେକର୍ଡ କରିବା ସମ୍ପର୍କରେ ସେ ନିଜ ପ୍ରତିକ୍ରିୟା ରଖିଛନ୍ତି। ତାଙ୍କ ବିରୋଧରେ ରୁଜୁ ହୋଇଥିବା ଅଧିକାଂଶ ମାମଲା ତାଙ୍କ ଛାତ୍ର ଜୀବନର ହୋଇଥିବା ସେ କହିଛନ୍ତି। ସେତେବେଳେ ସେ ବିଶ୍ୱବିଦ୍ୟାଳୟ ଓ ଛାତ୍ରୀଛାତ୍ରଙ୍କର ବିଭିନ୍ନ ସମସ୍ୟା ନେଇ ପ୍ରତିବାଦ କରିବା ସହ ଧାରଣା ଦେଇଥିଲେ। ରାଜନୀତିରେ ଯୋଗ ଦେବା ପରେ ମଧ୍ୟ ଜନସାଧାରଣଙ୍କ ସ୍ବାର୍ଥ ସମ୍ବର୍ଦ୍ଧିତ ବିଭିନ୍ନ ପ୍ରସଙ୍ଗରେ ସେ ଅନେକବାର ପ୍ରତିବାଦ, ବିକ୍ଷୋଭ ଓ ଧାରଣାରେ ସାମିଲ ହୋଇଥିବାରୁ ତାଙ୍କ ବିରୋଧରେ ଏତେସଂଖ୍ୟକ ମାମଲା ରୁଜୁ କରାଯାଇଛି। ଜନସାଧାରଣଙ୍କ ସ୍ବାର୍ଥ ପାଇଁ ସେ ସବୁବେଳେ ଲଢ଼େଇ ଜାରି ରଖିଥିବାରୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ତାଙ୍କୁ ବାରମ୍ବାର ଜେଲ୍‌ ପଠାଯାଇଥିବା ରବିଦାସ କହିଛନ୍ତି। ତେବେ ତାଙ୍କ ବିରୋଧରେ ଏତେସଂଖ୍ୟକ ମାମଲା ରୁଜୁ ହୋଇଥିଲେ ମଧ୍ୟ ସେଥିମଧ୍ୟରୁ ଗୋଟିଏ ବି ଆପରାଧିକ ମାମଲା ନଥିବା ସେ କହିଛନ୍ତି।
ଏମ୍‌ପି ଭାବେ ନିର୍ବାଚିତ ହେଲେ, ଜାତି, ସମ୍ପ୍ରଦାୟ ଓ ଧର୍ମ ନିର୍ବିଶେଷରେ ସମସ୍ତଙ୍କ ଜୀବନରେ ବିକାଶ ଆଣିବା ପାଇଁ କାର୍ଯ୍ୟ କରିବେ ବୋଲି କହିଛନ୍ତି। ତାଙ୍କ ଦଳ ଦେଇଥିବା ବିଭିନ୍ନ ପ୍ରତିଶ୍ରୁତି ବିଷୟରେ ସେ ନିଜ ଭୋଟରଙ୍କୁ ଅବଗତ କରାଉଛନ୍ତି। ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଖରାପ ଥିବା ଏବଂ ମହିଳା ଓ ଶିଶୁ ସୁରକ୍ଷିତ ନଥିବା କହି ଏଥର ଫଳାଫଳ ତାଙ୍କ ସପକ୍ଷରେ ଯିବ ବୋଲି ରବିଦାସ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଚଳିତ ଥର ଲକ୍ଷ୍ନୌ ଲୋକ ସଭା ଆସନରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସହ ତାଙ୍କର ମୁକାବିଲା ହେବ। ଆସନ୍ତା ମାସ ୨୦ରେ ଲକ୍ଷ୍ନୌ ଆସନରେ ଭୋଟିଂ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ରଖୁଥିଲେ ଶାରୀରିକ ସମ୍ପର୍କ: ଏହି କ୍ରିକେଟର୍‌ଙ୍କୁ ବାନ୍ଧିଲା ପୋଲିସ

ନୂଆଦିଲ୍ଲୀ,୧୧।୮: ଇଣ୍ଡିଆନ ପ୍ରିମିୟର ଲିଗ (IPL)ରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳୁଥିବା ବଙ୍ଗଳା କ୍ରିକେଟର ଅଭିଷେକ ପୋରେଲଙ୍କୁ ଜଣେ ଡାକ୍ତରୀ ଛାତ୍ରୀଙ୍କ ଦ୍ୱାରା ଦାୟର କରାଯାଇଥିବା ଆପରାଧିକ…

୧୯୪୭ରେ ଟଙ୍କାକର ମୂଲ୍ୟ କେତେ ଥିଲା? ଜାଣି ତାଜୁବ ହେବେ ୧ଟଙ୍କାରେ ୮ଲିଟର କ୍ଷୀର ଆଉ ସପ୍ତାହକର ଆସୁଥିଲା ରାଶନ…

ନୂଆଦିଲ୍ଲୀ, ୧୧।୮: ୧୫ ଅଗଷ୍ଟ ୧୯୪୭ରେ ଭାରତ ଯେତେବେଳେ ସ୍ୱାଧୀନ ହୋଇଥିଲା, ସେତେବେଳେ ଏହାର ଟଙ୍କା ଆମେରିକାର ଡଲାର ତୁଳନାରେ ବହୁତ ପଛରେ ନ ଥିଲା। ସେତେବେଳେ…

ଆସନ୍ତାକାଲି ସୂର୍ଯ୍ୟଗ୍ରହଣ: ଏମାନଙ୍କୁ ଲାଗିବ ଗ୍ରହଣ ଦୋଷ! ୧୨ ଅଗଷ୍ଟ ପୂର୍ବରୁ ଜାଣନ୍ତୁ ଶାସ୍ତ୍ରର ନିୟମ

୧୨ ଅଗଷ୍ଟ ୨୦୨୬ରେ ଶ୍ରାବଣ ଅମାବାସ୍ୟା ଦିନ ପୂର୍ଣ୍ଣ ସୂର୍ଯ୍ୟଗ୍ରହଣ ଲାଗିବାକୁ ଯାଉଛି। ଏହି ଗ୍ରହଣ ଗ୍ରୀନଲ୍ୟାଣ୍ଡ, ଆଇସଲ୍ୟାଣ୍ଡ ଏବଂ ସ୍ପେନ ସମେତ ବିଶ୍ୱର କିଛି ଅଞ୍ଚଳରେ…

କର୍କଟ ରାଶିରେ ସୃଷ୍ଟି ହେଲା ଦୁର୍ଲଭ ଚତୁର୍ଗ୍ରହ ଯୋଗ: ଏହି ୪ ରାଶିଙ୍କ ପାଇଁ ଖୋଲିଯିବ ଧନଲାଭର ନୂଆ ଦ୍ୱାର

ଆଜି ୧୧ ଅଗଷ୍ଟ, ୨୦୨୬ରେ ସାବନ ଶିବରାତ୍ରି ଅବସରରେ ଆକାଶରେ ଏକ ବିଶେଷ ଗ୍ରହ ସଂଯୋଗ ସୃଷ୍ଟି ହେଉଛି। ଏହି ଦିନ କର୍କଟ ରାଶିରେ ସୂର୍ଯ୍ୟ, ଗୁରୁ,…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରତିମାସରେ କେତେ ଦରମା ମିଳେ? ବଙ୍ଗଳା-ଭତ୍ତା ଛଡା ବେସିକ୍‌ ସାଲାରୀ କେତେ ଜାଣିଲେ ଚମକି ପଡିବେ…

ନୂଆଦିଲ୍ଲୀ, ୧୧।୮: ଆପଣ ଡାକ୍ତର, ଇଞ୍ଜିନିୟର ଏବଂ ସରକାରୀ କର୍ମଚାରୀଙ୍କ ଭଳି ବିଭିନ୍ନ ବୃତ୍ତିଗତଙ୍କ ଦରମା ବିଷୟରେ ଶୁଣିଥିବେ। ଏହି ପରିପ୍ରେକ୍ଷୀରେ, ଭାରତର ପ୍ରଧାନମନ୍ତ୍ରୀଙ୍କ ଦରମା କେତେ…

ବଢିଲା ଚାମେଲିଙ୍କ ଅଡୁଆ: ହାଇକୋର୍ଟ ଦେଲେ ଏମିତି ନିର୍ଦ୍ଦେଶ

କେନ୍ଦ୍ରାପଡା,୧୧।୮: କେନ୍ଦ୍ରାପଡ଼ା ତିଖିରି ସରପଞ୍ଚ ଚାମେଲି ଓଝାଙ୍କ ବିରୋଧରେ ଅନାସ୍ଥା ପ୍ରସଙ୍ଗରେ ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନ ପ୍ରକ୍ରିୟା ଜାରି ରହିବ। ହେଲେ ବିନା ଅନୁମତିରେ…

ପିକଅପ୍‌-କାର ମୁହାଁମୁହିଁ ଧକ୍କା: ଚାଲିଗଲା ଅମିତାଙ୍କ ଜୀବନ

ଭଞ୍ଜନଗର,୧୧।୮(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ମୁଜାଗଡ଼ ପେଟ୍ରୋଲ ପମ୍ପ ନିକଟରେ ମଙ୍ଗଳବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ମହିଳା…

NEET ବିରୋଧରେ ବିଜୟ ସରକାରଙ୍କ ବଡ଼ ପଦକ୍ଷେପ, ବିରୋଧୀ DMK କଲା ସମର୍ଥନ

ନୂଆଦିଲ୍ଲୀ, ୧୧।୮: ତାମିଲନାଡୁର ବିଜୟ ସରକାର ମଙ୍ଗଳବାର ବିଧାନସଭାରେ NEET ପରୀକ୍ଷାକୁ ଉଚ୍ଛେଦ କରିବା ଏବଂ ସ୍ନାତକସ୍ତରୀୟ ମେଡିକାଲ ପାଠ୍ୟକ୍ରମରେ ନାମଲେଖା ପାଇଁ ଦ୍ୱାଦଶ ଶ୍ରେଣୀର ନମ୍ବରକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri