Posted inଫୁରସତ

ଈଶ୍ୱରଙ୍କ ଉପରେ ବିଶ୍ୱାସ ଅଛି କିନ୍ତୁ ଭରସା ନାହିଁ !

ଆଚ୍ଛା, ଇୟେ କେମିତିକା କଥା! ଈଶ୍ୱରଙ୍କ ଉପରେ ଜଣକର ବିଶ୍ୱାସ ଥିବ ଅଥଚ ଭରସା ନ ଥିବ, ଏ କଥା ଆଦୌ ହୋଇ ନ ପାରେ l ହଁ, ପାଠକେ! ଏହା ସମ୍ଭବ ହୋଇପାରେ l ଆମ ଆସ୍ତିକମାନଙ୍କ ଭିତରେ ଏମିତି ବହୁତ ମାନେ ଶହେରୁ ଅଶୀ ପ୍ରତିଶତ ବ୍ୟକ୍ତି ବାହାରିବେ, ଯେଉଁମାନେ ଏଇ ଅବସ୍ଥାରେ ଥାଆନ୍ତି l ଦିନ ରାତି ଲାଗିପାଗି ଠାକୁରଙ୍କୁ ଡାକୁଥିବେ l ପୂଜାର୍ଚ୍ଚନାରେ ଘଣ୍ଟା ଘଣ୍ଟା ସମୟ ବିତୁଥିବ l ପ୍ରତ୍ୟହ ଗୀତା ଭାଗବତ ପଢ଼ୁଥିବେ, ପ୍ରତି ମଙ୍ଗଳବାର ଶନିବାର ଦିନ ସୁନ୍ଦରାକାଣ୍ଡ ବା ହନୁମାନ ଚାଳିଶା ପାରାୟଣ କରୁଥିବେ l ସବୁଦିନେ ମନ୍ଦିର ଯାଉଥିବେ l ଏ କଥା ସବୁ ସତ କିନ୍ତୁ ମିଛ କଥାଟି ହେଉଛି ଈଶ୍ୱରଙ୍କ ଉପରେ ସେମାନଙ୍କର ଭରସା ଥାଏ l ଆଦୌ ନ ଥାଏ l ବିଶ୍ୱାସ ଥିବାରୁ ତ ଜଣେ ମନ୍ଦିର ଯାଏ କିମ୍ବା ପୂଜାପାଠ କରେ l କିନ୍ତୁ ଈଶ୍ୱରଙ୍କ ଉପରେ ଭରସା ନ ଥିବାରୁ ଈଶ୍ୱରଙ୍କଠାରୁ ସେମାନେ ଇପ୍ସିତ ଫଳ ପାଇ ପାରନ୍ତି ନାହିଁ l ଯଦି କେହି ଜଣେ ପଚାରେ – ଆଜ୍ଞା, ମୁଁ ଏତେ ପୂଜା ପାଠ କରୁଛି କିନ୍ତୁ ଯେଉଁ ଦୁଃଖୀ କି ସେଇ ଦୁଃଖୀ l ଫଳ କିଛି ମିଳୁନି l କ’ଣ ଏହାର କାରଣ? ଏହାର ଯେତେ କାରଣ ଥାଉ ନା କାହିଁକି ସବୁଠାରୁ ମୁଖ୍ୟ କାରଣ ହେଉଛି ଯେ ସେ ଯେଉଁ ଠାକୁରଙ୍କୁ ପୂଜା କରୁଛି ତାଙ୍କ ଠେଇଁ ବ୍ୟକ୍ତିଟିର ଭରସା ନାହିଁ l ସେଥିପାଇଁ ସେ ଦୁଃଖ ପାଉଛି l

ଆମେ ଈଶ୍ୱରଙ୍କ ଉପରେ ବିଶ୍ୱାସ ସ୍ଥାପନ କରିପାରୁ କିନ୍ତୁ ଯେତେବେଳ ପର୍ଯ୍ୟନ୍ତ ତାଙ୍କ ଉପରେ ଭରସା ନ ରଖିଛୁ ସେତେବେଳ ପର୍ଯ୍ୟନ୍ତ ବିଶ୍ୱାସର କିଛି ଅର୍ଥ ନାହିଁ l ଭରସା ବ୍ୟତିରେକ ବିଶ୍ୱାସ ପଙ୍ଗୁ ଆଉ ଅର୍ଥହୀନ l ଭରସାଟି ବିଶ୍ୱାସ ହୋଇପାରେ କିନ୍ତୁ ବିଶ୍ୱାସ କେବେ ଭରସାର ସ୍ଥାନ ନେଇପାରିବ ନାହିଁ l ତେବେ କଥା ଉଠିବ – ବିଶ୍ୱାସ କ’ଣ ଏବଂ ଭରସା କ’ଣ? ବିଶ୍ୱାସ ଓ ଭରସା ଭିତରେ କି ପାର୍ଥକ୍ୟ ଅଛି? ଏ ଦୁଇଟି ଶବ୍ଦ, ଯାହା ଆମକୁ ଈଶ୍ୱରଙ୍କ ଆଡ଼କୁ ବାଟ କଢ଼େଇ ନେଇଥାଏ, ସମ୍ବନ୍ଧରେ ଭଲ ଭାବେ ଜାଣିବା ପାଇଁ ଆସନ୍ତୁ ଆମେ ବାଉଁଶ ରାଣୀ ଖେଳ ଚାଲିଥିବା ସ୍ଥାନ ଆଡ଼େ ଟିକେ ବୁଲିଦେଇ ଆସିବା l
ଏ ବାଉଁଶରାଣୀ ଖେଳ ଭାରତର ଚାରିଆଡେ ଦେଖାଯାଏ l ଦୁଇ ପଟେ ଦୁଇଟି ଶକ୍ତ ବାଉଁଶ ବା ଖୁଣ୍ଟ ପୋତା ଯାଇଥିବ l ଦୁଇଟି ବାଉଁଶକୁ ସଂଯୋଗ କରୁଥିବ ଏକ ସରୁଆ ଦଉଡି l ଏ ଦଉଡିଟି ଭୂଇଁଠାରୁ ପନ୍ଦର କୋଡିଏ ଫୁଟ ଉଚ୍ଚରେ ଥିବ l ବାଉଁଶରାଣୀ ବୋଲାଉଥିବା ମହିଳା ଜଣକ ନିଜ ଦୁଇ କାନ୍ଧରେ ନିଜ ଦୁଇ ଟିକି ପିଲାକୁ ବସାଇ ଦୁଇ ହାତରେ ଏକ ଲମ୍ବା ବାଉଁଶ ଧରି ଉକ୍ତ ଦଉଡି ଉପରେ ପାଦ ରଖି ଏପଟ ବାଉଁଶରୁ ସେପଟ ବାଉଁଶ ପାଖକୁ ଚାଲି ଚାଲି ଯିବ l କି ବିପଦପୂର୍ଣ୍ଣ ଖେଳ ଇୟେ! l ସାମାନ୍ୟ ଟିକେ ଏପଟ ସେପଟ ହୋଇଗଲେ ଦଉଡି ଉପରୁ ବାଉଁଶରାଣୀ ନିଜେ ତ ଏତେ ଉଚ୍ଚରୁ ଖସି ଯାଇପାରେ ତା’ ସହିତ ନଷ୍ଟ ହୋଇଯାଇପାରେ ଦୁଇ ଦୁଇଟି କଅଁଳ ଜୀବନ l

ବିଶ୍ୱାସ ଏବଂ ଭରସା ଭିତରେ ଥିବା ମହାଫରକକୁ ଜାଣିବା ପାଇଁ ଏଇ ବାଉଁଶରାଣୀ ଖେଳକୁ ଏକ ଉଦାହରଣ ରୂପେ ନିଆଯାଇପାରେ l ଖେଳ ଚାଲିଛି l ଚାରିପଟେ ଶହ ଶହ ଦେଖେଣାହାରୀ ଏ ଖେଳକୁ ଉପଭୋଗ କରିବା ପାଇଁ ଉପସ୍ଥିତ l ଠିକ ଏଇ ସମୟରେ ବାଉଁଶରାଣୀ ନିଜ ଦୁଇ କୋଡ଼ପୋଛା ଛୁଆଙ୍କୁ ଦୁଇ କାନ୍ଧରେ ବସାଇ ବାଉଁଶ ଉପରକୁ ଚଢ଼ିଲା l ତଳେ ଥିବା ତା’ ସ୍ବାମୀ ତା’ ହାତକୁ ଏକ ସରୁଆ ଲମ୍ବା ବାଉଁଶ ବଢ଼ାଇଦେଲା l ବାସ, ଛୁଆ ଦୁଇଟିକୁ କାନ୍ଧରେ ବସାଇ ବାଉଁଶରାଣୀ ଏବେ ଦଉଡି ଉପରେ ଚାଲିବା ଆରମ୍ଭ କଲା l ସବୁ ଦର୍ଶକ ତଟସ୍ଥ l କେହି କେହି ପାଟି ମେଲା କରି ବିସ୍ମୟରେ ଆଁ ଟି ମାନ କରି ଚାହିଁ ରହିଥାନ୍ତି l ଅନ୍ୟ କେହି ତାଳି ମାରି ଉତ୍ସାହିତ କରୁଥାନ୍ତି l ଧୀରେ ଧୀରେ ବାଉଁଶରାଣୀ ସେପଟ ଖୁଣ୍ଟ ପାଖରେ ପହଞ୍ଚି ଗଲା l ଦର୍ଶକମାନେ କିଏ ପାଞ୍ଚ କିଏ ଦଶ, କିଏ ପଚାଶ, ଶହେ – ଏମିତି ଅର୍ଥ ମାନ ପକାଇଲେ l କିଏ କିଏ ବାଉଁଶରାଣୀ ସହ ହାତ ମିଳାଇ ତା’ ସାଧନାକୁ ତାରିଫ କରୁଥାନ୍ତି l ଏହି ସମୟରେ ବାଉଁଶରାଣୀ କହିଲା – ଆଜ୍ଞା, ଆପଣମାନଙ୍କୁ ନମସ୍କାର l ମୁଁ ଏବେ ଏପଟ ଖୁଣ୍ଟରୁ ସେପଟ ଖୁଣ୍ଟ ପାଖକୁ ପୂର୍ବ ଅବସ୍ଥା ପରି ଯାଇପାରିବି କି ନା? ସମସ୍ତେ କହିଲେ – ହଁ, ଆପଣ ଯାଇ ପାରିବେ l

– ମୋ ଉପରେ ଆପଣମାନଙ୍କ ବିଶ୍ୱାସ ଅଛି ତ?
ସମସ୍ତେ ଏକ ସ୍ବରରେ କହିଲେ, ହଁ, ବିଶ୍ୱାସ ଅଛି l
– ଯଦି ବିଶ୍ୱାସ ଅଛି,ତେବେ ଆପଣମାନଙ୍କ ଭିତରୁ କେହି ନିଜ ଛୁଆଙ୍କୁ ମୋ କାନ୍ଧରେ ବସିବା ପାଇଁ ଅନୁମତି ଦେଇପାରିବେ କି?

ବାସ୍‌, ବାଉଁଶରାଣୀର ଏତିକି କଥାରେ ଉପସ୍ଥିତ ଦର୍ଶକଙ୍କ ପାଟି ଚୁପ l କିଏ କାହିଁକି ନିଜ ଛୁଆଙ୍କ ଜୀବନକୁ ବାଜି ଲଗାଇ ବାଉଁଶରାଣୀର କାନ୍ଧକୁ ଟେକିଦେବ ଯେ? ସୁତରାଂ କାହାର ଭରସା ନାହିଁ l ବାଉଁଶରାଣୀ ନିଜ ଛୁଆଙ୍କୁ କାନ୍ଧରେ ବସାଇ ଦଉଡି ଉପରେ ଚାଲି ପାରିବ – ଏ ବିଶ୍ୱାସ ଆମର ଅଛି କିନ୍ତୁ ଆମ ଛୁଆଙ୍କୁ ସେଇ ବାଉଁଶରାଣୀର କାନ୍ଧକୁ ଟେକିଦେବା ପାଇଁ ଆମର ସେତିକି ଭରସା ନାହିଁ l

ଏହା ହେଉଛି ବିଶ୍ୱାସ ଆଉ ଭରସା ଭିତରେ ଥିବା ପାର୍ଥକ୍ୟ l ଈଶ୍ୱରଙ୍କ ଉପରେ ବିଶ୍ୱାସ ନୁହେଁ, ଭରସା ସ୍ଥାପନ କରିବା ଦରକାର l ଭରସା ଅଭାବରୁ ଦୁଃଖରେ ପଡିଲେ ଈଶ୍ୱରବିଶ୍ୱାସୀ ମଣିଷମାନେ ଆଖିରୁ ଲୁହ ଗଡ଼ାନ୍ତି l ଭୋ ଭୋ ହୋଇ କାନ୍ଦନ୍ତି l କିନ୍ତୁ ଯିଏ ଭରସା ରଖିଥାଏ ସିଏ କେବେ କାନ୍ଦେନା l ଦୁଃଖରେ ସେ ହସେ l କାରଣ ସେ ଭଲ ଭାବେ ଜାଣିଥାଏ ଯେ ସେ ଯେଉଁ ଈଶ୍ୱରଙ୍କୁ ଭରସା କରିଛି, ସେ ହେଉଛନ୍ତି ମଙ୍ଗଳମୟ l ସେ କାହାର ଅମଙ୍ଗଳ କରନ୍ତି ନାହିଁ l ମୋତେ ଦୁଃଖ ଦେବା ମୂଳରେ ହିଁ ତାଙ୍କର ଅହେତୁକ କୃପା ନିହିତ ଅଛି l ଏ ଦୁଃଖ ହିଁ ମୋ ପାଇଁ ସୁଖ l ପରୀକ୍ଷାରେ ପୁଅ ଫେଲ ହେଲେ, ଗାଡ଼ି ଦୁର୍ଘଟଣାରେ ସ୍ବାମୀ ଆହତ ହୋଇ ଡାକ୍ତରଖାନାରେ ପଡିଲେ, ଘରେ ଖାଇବାକୁ ନ ଥିଲେ, ନିଜ ଚାକିରିରୁ ସସ୍ପେଣ୍ଡ ଆଦେଶ ମିଳିବା ପରି ଏ ଯାବତୀୟ ଦୁଃଖ ଈଶ୍ୱରଙ୍କ ଉପରେ ଭରସା ରଖିଥିବା ମଣିଷକୁ ଆଦୌ ଦୋହଲାଇ ପାରେନା l ଅନେକ ଆସ୍ତିକ ଲୋକଙ୍କୁ ଏ ଲେଖକ ଦୁଃଖରେ କାନ୍ଦୁଥିବାର ଦେଖିଛି, ବ୍ୟବସାୟରେ କ୍ଷତି ହେଲେ ବେକରେ ତୁଳସୀ ମାଳା ପକାଇଥିବା ଅନେକ ବ୍ୟବସାୟୀଙ୍କୁ ମୁଣ୍ଡ କୋଡ଼ି ହେଉଥିବାର ଦୃଶ୍ୟକୁ ମଧ୍ୟ ଏ ଆଖି ଦେଖିଛି l ସଭାରେ ଧର୍ମ କଥା କହୁଥିବା ଅନେକ ମଣିଷ ପାରିବାରିକ ଜଞ୍ଜାଳରେ ଛନ୍ଦି ହୋଇ ବ୍ୟସ୍ତତା ପ୍ରକାଶ କରୁଥିବାର କଥା ମଧ୍ୟ ଏ କାନ ଶୁଣିଛି, କପାଳରେ ଚିତା ଚୈତନ କାଟିଥିବା ମଣିଷଟି ମୁହଁରେ ନିଜ ଝିଅ ଶାଶୁ ଘରେ ଭଲରେ ଚଳିପାରୁନି ବୋଲି କହି ମୁଣ୍ଡରେ ହାତ ଦେଇ ବସୁଥିବାର ଦୃଶ୍ୟ ମଧ୍ୟ ଏ ଆଖି ଦେଖୁଚି l ଏଗୁଡିକ ଦେଖିଲେ ଲାଗେ ଯେ ଏମାନେ ଆଧ୍ୟାତ୍ମିକ ପଥରେ ପାଦ ଥାପିଛନ୍ତି ସତ, କିନ୍ତୁ ପାଦଟିକୁ ଦୃଢ଼ ଭାବେ ସଂସ୍ଥାପିତ କରି ପାରିନାହାନ୍ତି, ଖାସ୍‌ କେବଳ ଈଶ୍ୱରଙ୍କ ପ୍ରତି ଥିବା ସେମାନଙ୍କ ‘ଭରସା’ ଅଭାବରୁ l ଈଶ୍ୱରଙ୍କ ଠି ବିଶ୍ୱାସ ଅଛି କିନ୍ତୁ ଭରସା ଟିକକ ନାହିଁ l

ଈଶ୍ୱରଙ୍କ ଦର୍ଶନ ପାଇବା ପାଇଁ ଜଣେ ବ୍ୟକ୍ତି ପାହାଡ଼ ଅଗ୍ର ଭାଗରେ ବସି ଘୋର ତପସ୍ୟା ଆରମ୍ଭ କରିଦେଲା l ଏମିତି କିଛି ବର୍ଷ ସାଧନାରେ ବିତିଗଲା l ଦିନେ ବ୍ୟକ୍ତି ଜଣକ ଏମିତି ପାହାଡ଼ ଉପରେ ଠିଆ ହୋଇ ତଳକୁ ଦୃଷ୍ଟି ନିକ୍ଷେପ କରି ଚାହିଁ ରହିଥିବା ବେଳେ ଅସାବଧାନତାବଶତଃ କେଜାଣି କେମିତି ସେ ତଳକୁ ଖସି ପଡିଲା l ଉପରୁ ତଳକୁ ଖସୁଥିବା ବେଳେ ପାହାଡ଼ ସନ୍ଧିରେ ଥିବା ଏକ ଗଛର ମୂଳକୁ ଦୈବାତ୍‌ ଜାବୁଡି ଧରି ଓହଳି ରହିଲା l ରକ୍ଷା କରିବା ପାଇଁ ମନେ ମନେ ସେ ଈଶ୍ୱରଙ୍କୁ କାତର ପ୍ରାର୍ଥନା କଲା l

ପ୍ରାର୍ଥନା ଶୁଣି ଈଶ୍ୱର ତତ୍‌କ୍ଷଣାତ ବ୍ୟକ୍ତିଟି ଓହଳି ରହିଥିବା ସ୍ଥାନର ଠିକ୍‌ କିଛି ଦୂର ତଳେ ଆବିର୍ଭାବ ହୋଇ ନିଜ ଦୁଇ ହାତକୁ ପ୍ରସାରିତ କରି କହିଲେ – ବତ୍ସ! ତୁମର ବିକଳ ପ୍ରାର୍ଥନା ଶୁଣି ମୁଁ ଏବେ ତୁମ ତଳେ ବାହୁ ପ୍ରସାରି ତୁମକୁ ରକ୍ଷା କରିବା ପାଇଁ ଅପେକ୍ଷାରତ l ଏବେ ତୁମେ ଗଛର ମୂଳକୁ ଛାଡ଼ି ଦେଇ ମୋ କୋଳକୁ ଡେଇଁ ପଡ଼ l
ବ୍ୟକ୍ତି ଜଣକ କହିଲେ – ନାଇଁ ପ୍ରଭୁ! ପହିଲେ ମୋତେ ଆଗ ଧରନ୍ତୁ l ପରେ ମୁଁ ଗଛର ମୂଳକୁ ଛାଡ଼ିବି l
ଏହା ହିଁ ହେଉଛି ‘ବିଶ୍ୱାସ’ ଏବଂ ‘ଭରସା’ର କଥା l

– ପ୍ରିନ୍‌ସିପାଲ, ଆପେକ୍ସ ଆଇ.ଟି.ଆଇ., ପତ୍ରକଣା, କସର୍ଦା, କଟକ
ମୋ : ୯୪୩୭୨୯୨୬୯୯


Enter your email to get our daily news in your inbox.

All Right Reserved By Dharitri.Com

ଅନନ୍ୟ ବିବାହ: ନାତୁଣୀ ବୟସର ଯୁବତୀଙ୍କୁ ବିବାହ କଲେ ୬୬ ବର୍ଷୀୟ ବୃଦ୍ଧ, କାରଣ ଜାଣିଲେ ହୋଇଯିବେ ତାଜୁବ

ସିମ୍‌ଲା,୩୦।୪: ହିମାଚଳ ପ୍ରଦେଶରେ ହେଉଥିବା ବିବାହ ଦେଶବ୍ୟାପୀ ନିରନ୍ତର ଦୃଷ୍ଟି ଆକର୍ଷଣ କରୁଛି। ପ୍ରଥମେ ଦୁଇଟି ଭାଇଙ୍କ ଗୋଟିଏ କନ୍ୟାକୁ ବିବାହ କରିବା ଆଲୋଚନା ସୃଷ୍ଟି କରିଛି,…

କ୍ୟାବ୍‌ ଡ୍ରାଇଭରଙ୍କ ଝିଅ ହେଲେ CBI ଅଫିସର, ଲୋକଙ୍କୁ ସଫଳତାର କାହାଣୀ କହି ବାପା…

ଲକ୍ଷ୍ନୌ,୨୯ା୪: ବେଳେବେଳେ ସୋସିଆଲ ମିଡିଆରେ ଏମିତି କିଛି ଭିଡିଓ ସାମ୍ନାକୁ ଆସେ ଯାହା ହୃଦୟକୁ ଛୁଇଁଯାଏ। ଏବେ ସେମିତି ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ…

ନ୍ୟୁୟର୍କର ସବୁଠାରୁ ମହଙ୍ଗା ରାସ୍ତାରେ ଦେଶୀ ବିବାହ ଶୋଭାଯାତ୍ରା, ବଲିଉଡ୍‌ ଗୀତରେ ଧୂମ୍‌ ନାଚିଲେ ବରକନ୍ୟା

ବିଦେଶୀ ରାସ୍ତାରେ ଅନେକ କିଛି ଦେଖିଥିବେ। କିନ୍ତୁ ଯେତେବେଳେ ବିଶ୍ୱର ସବୁଠାରୁ ମହଙ୍ଗା ଏବଂ ବ୍ୟସ୍ତବହୁଳ ରାସ୍ତା ମଧ୍ୟରୁ ଗୋଟିଏ ନ୍ୟୁୟର୍କର ଫିପ୍‌ଥ ଆଭେନ୍ୟୁର ଏକ ଦେଶୀ…

ଆପଣଙ୍କ ମୃତ୍ୟୁ ପରେ କିଏ ଚଲାଇବ Facebook-Instagram? ସରକାର ଆଣିଲେ ଉତ୍ତରାଧିକାରୀ ବାଛିବା ନିୟମ

ନୂଆଦିଲ୍ଲୀ,୨୮।୪: Facebook, Instagram, WhatsApp, LinkedIn, ଏବଂ Telegram ଭଳି ଡିଜିଟାଲ ସମ୍ପତ୍ତିଗୁଡ଼ିକ ବ୍ୟକ୍ତିଗତ ସଂସ୍ଥା। ଏହି ପ୍ଲାଟଫର୍ମ ମଧ୍ୟରେ, କେବଳ ବାହାର ଲୋକ ହସ୍ତକ୍ଷେପ ନୁହେଁ…

କେଉଁ ଦେଶର ଲୋକ ଅଧିକ ଦେଖନ୍ତି ପର୍ଣ୍ଣ? ଲିଷ୍ଟରେ ଭାରତର ସ୍ଥାନ…

ନୂଆଦିଲ୍ଲୀ,୨୫।୪: ବିହାରର ପୂର୍ଣ୍ଣିଆର ସ୍ୱାାଧୀନ ଏମପି ପପ୍ପୁ ଯାଦବ ଏକ ଏପରି ବୟାନ ଦେଇଛନ୍ତି ଯାହା ସମଗ୍ର ଦେଶରେ ରାଜନୈତିକ ପରିବେଶକୁ ଉଷ୍ମ କରିଦେଇଛି। ମହିଳାଙ୍କ ପାଇଁ…

୨୦୨୬ରେ ହେବ ପ୍ରଚଣ୍ଡ ଗରମ, ପଡିବ ମରୁଡି! ଚମକାଇଲା ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୨୩।୪: ବୁଲଗେରିଆର ଭବିଷ୍ୟବକ୍ତା ବାବା ଭେଙ୍ଗା ତାଙ୍କର ଅନେକ ସଠିକ ଭବିଷ୍ୟବାଣୀ ପାଇଁ ଜଣାଶୁଣା। ପୁଣିଥରେ, ତାଙ୍କର ଭବିଷ୍ୟବାଣୀ ଶିରୋନାମା ପାଲଟିଛି, କିନ୍ତୁ ଏହା ଭୟଙ୍କର ।…

ଭାରତରୁ ପାକିସ୍ତାନ ଯିବାକୁ ଖର୍ଚ୍ଚ ହୁଏ କେତେ ଟଙ୍କା? ଜାଣିଲେ ଉଡିବ ହୋସ୍‌

ଭାରତ ଏବଂ ପାକିସ୍ତାନ ପଡ଼ୋଶୀ ରାଷ୍ଟ୍ର ହୋଇଥିଲେ ମଧ୍ୟ, ଦୁଇ ଦେଶ ମଧ୍ୟରେ ଯାତ୍ରା କରିବା ଲୋକମାନେ ପ୍ରାୟତଃ ଭାବୁଥିବା ପରି ସରଳ ନୁହେଁ। ଯଦି ଆପଣ…

ପ୍ରେମିକଙ୍କ ସହ OYOରେ ଥିଲେ ଝିଅ, ପୋଲିସକୁ ନେଇ ହଠାତ୍‌ ପହଞ୍ଚିଗଲେ ମାଆ, ତା’ପରେ… ଦେଖନ୍ତୁ ଭିଡ଼ିଓ

ନୂଆଦିଲ୍ଲୀ,୧୭।୪: ଆପଣ ସୋସିଆଲ ମିଡିଆରେ ଅନେକ ଭିଡିଓ ଦେଖିଥିବେ। ଏଥର ଏକ ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି ଯେଉଁଥିରେ ଜଣେ ଯୁବତୀଙ୍କୁ ତାଙ୍କ ମାଆ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri