ଟିକା ନେଲେ ହୋମ୍‌ ଡେଲିଭରି ବୟ, ରେଷ୍ଟୁରାଣ୍ଟ କର୍ମଚାରୀ

ଭୁବନେଶ୍ୱର,୧୧।୬(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ବିଭିନ୍ନ ବର୍ଗର ଲୋକଙ୍କୁ ସ୍ବତନ୍ତ୍ର ବ୍ୟବସ୍ଥା କରି ଟିକାକରଣକୁ ତ୍ୱରାନ୍ବିତ କରାଯାଉଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ହୋମ୍‌ ଡେଲିଭରି ବୟଙ୍କ ଟିକାକରଣ ଆରମ୍ଭ କରାଯାଇଛି। ଗଜପତି ନଗର ସ୍ଥିତ ସପ୍ତମ ବାଟାଲିୟନ ୟୁପିଏମ୍‌ଇ ସ୍କୁଲରେ ସ୍ବିଗି ଏବଂ ଜମାଟୋର ଡେଲିଭରି ବୟଙ୍କୁ ଟିକାକରଣ କରାଯାଇଥିଲା। ପୂର୍ବାହ୍ନ ସାଢେ ୧୦ଟା ଏହି ଟିକାକରଣ ଆରମ୍ଭ ହୋଇଥିଲା।

ସୂଚନାଯୋଗ୍ୟ, ରାଜ୍ୟରେ ଏବେ ଲକ୍‌ଡାଉନ୍‌ ଓ ଶଟ୍‌ଡାଉନ୍‌ ଚାଲିଥିବା ବେଳେ କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀକୁ ଛାଡି ଅନ୍ୟ ସମସ୍ତ ଦୋକାନ ବନ୍ଦ ରହୁଛି। ତେବେ ଏହି ସମୟରେ ଲୋକମାନଙ୍କ ମନ ପସନ୍ଦର ଖାଦ୍ୟ ତଥା ଅନ୍ୟାନ୍ୟ ସାମଗ୍ରୀ ଘରେ ପହଞ୍ଚାଇବାର ଦାୟିତ୍ୱ ଏହି ଡେଲିଭରି ବୟମାନେ ନେଉଛନ୍ତି। ଘର ଘର ବୁଲି ସେମାନେ ଖାଦ୍ୟ ପହଞ୍ଚାଉଥିବା ବେଳେ ସେମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଏମ୍‌ସି ପକ୍ଷରୁ ଏଭଳି ବ୍ୟବସ୍ଥା କରାଯାଇଛି। ସେହିପରି ଓଡ଼ିଶା ରେଷ୍ଟୁରାଣ୍ଟ ଆସୋସିଏଶନ୍‌ର କର୍ମଚାରୀମାନଙ୍କ ପାଇଁ ମଧ୍ୟ ଟିକାକରଣ ଆରମ୍ଭ ହୋଇଛି। ନୟାପଲ୍ଲୀର ଆଇଆର୍‌ସି ଭିଲେଜ୍‌ ସ୍ଥିତ ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରଠାରେ ପୂର୍ବାହ୍ନ ସାଢେ ୧୧ଟାରୁ ଟିକା ଦାନ ପ୍ରକ୍ରିୟା ଆରମ୍ଭ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଟିକା ନାହିଁ: ୯୦୦ କେନ୍ଦ୍ର ବନ୍ଦ

ଭୁବନେଶ୍ୱର,୧୨।୪(ବ୍ୟୁରୋ): ରାଜ୍ୟରେ କରୋନା ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଗୋଟିଏ ପଟେ ଦୈନିକ ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ଅନ୍ୟପଟେ ସରକାରଙ୍କୁ ଟିକା ଚିନ୍ତା ଘାରିଛି। ଟିକା...

ଆଜି ରାଜଧାନୀରୁ ୧୭୧ ପଜିଟିଭ୍‌ ଚିହ୍ନଟ, ବଢୁଛି ସ୍ଥାନୀୟ ସଂକ୍ରମଣ

ଭୁବନେଶ୍ୱର,୧୦।୪(ବ୍ୟୁରୋ): ଶନିବାର ରାଜଧାନୀ ଭୁବନେଶ୍ୱରରୁ ୧୭୧ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୪୫ ଜଣ ଚିହ୍ନଟ ହୋଇଥିବା ବେଳେ ୧୨୬ ଜଣ ସ୍ଥାନୀୟ ସଂକ୍ରମିତ...

ରାସ୍ତାକଡ଼ରେ ଖୋଲିପାରିବନି ରଙ୍ଗ ଦୋକାନ

ଭୁବନେଶ୍ୱର,୫ା୩(ବ୍ୟୁରୋ): ଆସନ୍ତା ୧୦ ତାରିଖରେ ହୋଲି ପର୍ବ ପାଳିତ ହେବ। ଏଥିପାଇଁ ବ୍ୟବସାୟୀମାନେ ଭୁବନେଶ୍ୱରର ଏଣେତେଣେ କି ରାସ୍ତାକଡ଼ରେ ରଙ୍ଗ ବେପାର କରିବେ। ତେଣୁ ଏଥିରେ...

ଖୋର୍ଦ୍ଧା ଗୁଳିକାଣ୍ଡ: ଔଷଧ ଦୋକାନୀଙ୍କ ମୃତ୍ୟୁ

ଖୋର୍ଦ୍ଧା ଅଫିସ୍‌,୧୬।୧୨: ଖୋର୍ଦ୍ଧାର ଏକ କ୍ଲିନିକରେ ହୋଇଥିବା ଗୁଳିମାଡ ଘଟଣାରେ ଗୁରୁତର ଔଷଧ ଦୋକାନୀ କୃଷ୍ଣଚନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ ଏହି ଗୁଳିମାଡ ଗୁରୁତର...

ପ୍ରଧାନମନ୍ତ୍ରୀଙ୍କ ନିକଟରେ ୩ ଦାବି ରଖିଲେ ନବୀନ

ଭୁବନେଶ୍ୱର,୧୭।୬(ବ୍ୟୁରୋ)-କରୋନା(କୋଭିଡ୍‌-୧୯) ମହାମାରୀ ସଂକ୍ରମଣ ଆଶଙ୍କା ଯୋଗୁ ସ୍କୁଲ, କଲେଜ ବନ୍ଦ ରହିଛି। ଯୁକ୍ତ ଦୁଇ ପରୀକ୍ଷା ମଧ୍ୟ ଅଧାରୁ ବନ୍ଦ ରହିଛି। ଅବଶିଷ୍ଟ ପରୀକ୍ଷା ଶେଷ...

ଦୁର୍ବଳ ଛାତ୍ରୀଛାତ୍ରଙ୍କ ପାଇଁ ହେବ ସ୍ବତନ୍ତ୍ର କ୍ଲାସ: ମନ୍ତ୍ରୀ

ଭୁବନେଶ୍ୱର,୧୩ା୧(ବ୍ୟୁରୋ): ଉଚ୍ଚଶିକ୍ଷା ବିଭାଗରେ ପାଠ ପଢୁଥିବା ଦୁର୍ବଳ ଶ୍ରେଣୀର ଛାତ୍ରୀଛାତ୍ରମାନଙ୍କ ପାଇଁ ଏବେ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ। ଯେଉଁମାନେ ପରୀକ୍ଷାରେ ସେତେଟା ପ୍ରଭାବୀ ପ୍ରଦର୍ଶନ କରିପାରିବେ...

ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ପାଇଁ ପ୍ରସ୍ତୁତି

ଭୁବନେଶ୍ୱର, ୧୬।୩(ବ୍ୟୁରୋ): ଆସନ୍ତା ୨୧ ତାରିଖରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ରାଉରକେଲା ଏନ୍‌ଆଇଟି ସମାବର୍ତ୍ତନ ଉତ୍ସବ ସମେତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ଏହି...

ରାଜ୍ୟକୁ ଲୋଡ଼ା ଅଧିକ ଅଫିସର

ଭୁବନେଶ୍ୱର, ୭।୧୨: ରାଜ୍ୟରେ ଆଇନଶୃଙ୍ଖଳା ବ୍ୟାପାର ମୁଖ୍ୟତଃ ପୋଲିସ ଅଧିକାରୀଙ୍କ ଦ୍ୱାରା ପରିଚାଳନା କରାଯାଇଥାଏ। ରାଜ୍ୟରେ ଭାରତୀୟ ପୋଲିସ ସେବା(ଆଇପିଏସ୍‌) ଅଧିକାରୀମାନେ ଶୀର୍ଷସ୍ତରରେ ରହି ଏହାର...

Advertisement


Archives

Model This Week

Why Dharitri