Uttarakhand Green Cess: ଉତ୍ତରାଖଣ୍ଡରେ ଗାଡି ପ୍ରବେଶ କଲେ ଦେବାକୁ ହେବ ସବୁଜ ଟିକସ, ଏସବୁ ଯାନକୁ ଛାଡ୍‌..

ଡେରାଡୁନ,୧୨।୨ : ହିମାଚଳ ପ୍ରଦେଶ ପରେ ଉତ୍ତରାଖଣ୍ଡ ସରକାର ମଧ୍ୟ ବାହାର ରାଜ୍ୟରୁ ରାଜ୍ୟକୁ ଆସୁଥିବା ଯାନ ଉପରେ ସବୁଜ ଟିକସ ଲାଗୁ କରିବାକୁ ଯୋଜନା କରିଛନ୍ତି। ଏ ସମ୍ପର୍କରେ ଜାରି ବିଜ୍ଞପ୍ତିରେ କୁହାଯାଇଛି ଫାସଟାଗ ମାଧ୍ୟମରେ ଟୋଲ ପ୍ଲାଜାରେ ଏହି ଟିକସ ସଂଗ୍ରହ କରାଯିବ। ଟିକସ ପରିମାଣ ୨୦ ରୁ ୮୦ଟଙ୍କା ପର୍ଯ୍ୟନ୍ତ ସ୍ଥିର କରାଯାଇଛି। ତେବେ ଏହି ଟିକସରୁ କିଛି ଯାନକୁ ରାଜ୍ୟ ସରକାର ମଧ୍ୟ ଆଶ୍ୱସ୍ତି ପ୍ରଦାନ କରିଛନ୍ତି।

ପରିବହନ ସଚିବ ଅରବିନ୍ଦ ସିଂ କହିଛନ୍ତି ଏହି ବିଜ୍ଞପ୍ତି ଗତ ଶୁକ୍ରବାର ଠାରୁ କାର୍ଯ୍ୟକାରୀ ହୋଇଛି। କିନ୍ତୁ, ରାଜ୍ୟକୁ ଆସୁଥିବା ଯାନରୁ ସବୁଜ ଟିକସ ସଂଗ୍ରହ ପ୍ରକ୍ରିୟା ଆରମ୍ଭ କରିବାକୁ କିଛି ସମୟ ଲାଗିବ । ପୂର୍ବରୁ ଆମର ଏଣ୍ଟ୍ରି ପଏଣ୍ଟରେ ଚେକ ପୋଷ୍ଟ ଥିଲା । କିନ୍ତୁ ଗତ କିଛି ବର୍ଷ ଧରି ଏହି ଚେକପୋଷ୍ଟଗୁଡିକ ବନ୍ଦ ରହିଥିଲା। ପର୍ଯ୍ୟଟକଙ୍କ ପାଇଁ ମାନୁଆଲ ଟ୍ୟାକ୍ସ ଜମା କରିବା ଅସୁବିଧାଜନକ, ତେଣୁ ବର୍ତ୍ତମାନ ଫାସଟାଗ ମାଧ୍ୟମରେ ସବୁଜ ଟିକସ ସଂଗ୍ରହ କରାଯିବ ।

ସବୁଜ ଟିକସ ବିଷୟରେ ଉତ୍ତରାଖଣ୍ଡ ସରକାର ବିଭିନ୍ନ ଯାନ ପାଇଁ  ଭିନ୍ନ ଭିନ୍ନ ରାଶି ସ୍ଥିର କରିଛନ୍ତି। ଏହା ବ୍ୟତୀତ କିଛି ଯାନକୁ ଛାଡ୍‌ ମଧ୍ୟ ଦିଆଯାଇଛି। ବିଜ୍ଞପ୍ତି ଅନୁଯାୟୀ, ବୈଦ୍ୟୁତିକ କିମ୍ବା ସିଏନଜି ଇନ୍ଧନରେ ଚାଲୁଥିବା ଯାନକୁ ସବୁଜ ଟିକସ ଦେବାକୁ ପଡିବ ନାହିଁ। ଏହା ବ୍ୟତୀତ ଦୁଇ ଚକିଆ ଯାନ, ସରକାର ଯାନ, ଦମକଳ ଗାଡ଼ି, ସାମରିକ ଏବଂ କୃଷି ଯାନ ମଧ୍ୟ ଏହି ଟିକସରୁ ଛାଡ୍‌ ପାଇବେ।

ଏହି ଯୋଜନା କାର୍ଯ୍ୟକାରୀ କରିବାର ସମୟ ସୀମା ସମ୍ପର୍କରେ ଅରବିନ୍ଦ ସିଂ କହିଛନ୍ତି କେନ୍ଦ୍ର ସରକାରଙ୍କ ସହ ଆଲୋଚନାରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି। ଚାର୍‌ ଧାମ ଯାତ୍ରା ଆରମ୍ଭ ପୂର୍ବରୁ ଟିକସ ସଂଗ୍ରହ ଆରମ୍ଭ ହେବ। ପରିବହନ ବିଭାଗର ସୂଚନା ଅନୁଯାୟୀ, ତିନି ଚକିଆ ଯାନ ପାଇଁ ୨୦ ଟଙ୍କା ଏବଂ ଚାରି ଚକିଆ ଯାନ ଲାଗି ୪୦ ଟଙ୍କା ଟିକସ ନିଆଯିବ। ମଧ୍ୟମ ଏବଂ ଭାରୀ ମୋଟର ଯାନକୁ ଯଥାକ୍ରମେ ୬୦ ଏବଂ ୮୦ ଟଙ୍କା ସବୁଜ ଟିକସ ଦେବାକୁ ପଡିବ ।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରିଆଙ୍କ ପାଇଁ ବଡ଼ ଖବର: କମିଯିବ In-Hand Salary! PF ର ନୂଆ ନିୟମ ଜାଣିରଖନ୍ତୁ

ନୂଆଦିଲ୍ଲୀ,୧୯।୯: କର୍ମଚାରୀଙ୍କ ପାଇଁ PF ସମ୍ପର୍କିତ ନିୟମରେ ବଡ଼ ପରିବର୍ତ୍ତନ ହୋଇଛି। EPFOର ବେତନ ସୀମାକୁ ମାସିକ ୧୫,୦୦୦ରୁ ବଢ଼ାଇ ୨୫,୦୦୦ କରାଯାଇଛି। ୧୬ ସେପ୍ଟେମ୍ବର ୨୦୨୪ରେ…

କଦଳୀ ଭେଳାରେ ମା’ ମନସାଙ୍କୁ ପୂଜା କରନ୍ତି ବଙ୍ଗୀୟ ସମ୍ପ୍ରଦାୟ, ଏହା ପଛର କାରଣ ଜାଣିଲେ…

ମହାକାଳପଡ଼ା, ୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ବିଧି ଓ ପରମ୍ପରା ଅନୁସାରେ ବଙ୍ଗୀୟ ଶ୍ରଦ୍ଧାଳୁମାନେ କଦଳୀ ଭେଳାରେ ମା’ ମନସା ଦେବୀଙ୍କୁ ପୂଜା କଲେ ସନ୍ତୁଷ୍ଟ ହୋଇ ସର୍ପ…

ପାର୍ବଣ ପୂର୍ବରୁ ମହଙ୍ଗା ମାଡ଼: ୮ ଟଙ୍କା ବଢ଼ିପାରେ କ୍ଷୀର ମୂଲ୍ୟ! ରାଜ୍ୟ ସରକାରଙ୍କୁ ୩ ଦିନିର ଅଲ୍ଟିମେଟମ ଦେଲେ…

ନୂଆଦିଲ୍ଲୀ,୧୯।୯: କର୍ନାଟକରେ ପାର୍ୱଣ ଋତୁ ପୂର୍ୱରୁ ଲୋକଙ୍କୁ ଆଉ ଏକ ବଡ଼ ଝଟକା ଲାଗିପାରେ। ଏଠାରେ ଖୁବ ଶୀଘ୍ର କ୍ଷୀର ଦରରେ ବଡ଼ ଧରଣର ବୃଦ୍ଧି ଦେଖିବାକୁ…

ନୂଆ ଆଇନରେ ସ୍ବାକ୍ଷର କଲେ ଟ୍ରମ୍ପ: ଭାରତ ଉପରେ କ’ଣ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧୯।୯: ରୁଷିଆ ଓ ଇରାନ ବିରୋଧରେ ଆମେରିକାର ନୂଆ ପଦକ୍ଷେପକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚା ଜୋର ଧରିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲିଣ୍ଡସେ ଓ.…

ମମତାଙ୍କ କୋଳ ଶୂନ୍ୟ କରିଦେଲା ଋଷିକୁଲ୍ୟା: ଖେଳିଗଲା ଶୋକର ଛାୟା

ପୁରୁଷୋତ୍ତମପୁର,୧୯।୯ (ସବିତା ମିଶ୍ର): ଗଣେଶ ମୂର୍ତ୍ତି ବିସର୍ଜନବେଳେ ଋଷିକୁଲ୍ୟା ନଦୀରେ ଭାସିଯାଇ ନିଖୋଜ ହୋଇଥିବା ଛାତ୍ର ସୁମିତ କୁମାର ମିଶ୍ରଙ୍କ ମୃତଦେହ ଶନିବାର ଉଦ୍ଧାର ହୋଇଛି। ପୁରୁଷୋତ୍ତମପୁର…

ଭାରତ ପାଇଁ ଡେବ୍ୟୁ କଲେ ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ: ପ୍ରଥମ ମ୍ୟାଚ୍‌ରେ କଲେ ଏମିତି କାରନାମା

ରାଜକୋଟ,୧୯।୯: ବାପାଙ୍କ ଭଳି କ୍ରିକେଟ ମଇଦାନରେ ପାଦ ଥାପିବାର ଆର୍ଯ୍ୟବୀର ସେହ୍ବାଗଙ୍କ ଅପେକ୍ଷା ଶେଷ ହୋଇଛି। ଅଷ୍ଟ୍ରେଲିଆ ଅଣ୍ଡର-୧୯ ବିପକ୍ଷରେ ରାଜକୋଟରେ ଖେଳାଯାଇଥିବା ମ୍ୟାଚ୍‌ରେ ସେ ପ୍ରଥମଥର…

ଗଞ୍ଜାମ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଶହ ଶହ ରୋଗୀ ନିର୍ଭରଶୀଳ: ମାତ୍ର ୨ଟି ବେଡ୍‌ରେ ଚାଲିଛି ଚିକିତ୍ସା

ଗଞ୍ଜାମ,୧୯।୯(ବିଦ୍ୟାଧର ସାହୁ): ଗଞ୍ଜାମ ସହର ବଡ଼ବଜାରସ୍ଥିତ ବହୁ ପୁରାତନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରିଣତ କରିବା ଦାବି ଜୋର ଧରିଛି। ରାଜପଥ ପାର୍ଶ୍ୱରେ ଅବସ୍ଥିତ ଏହି…

୬ ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର କଲେ କାକା: ଘର ପଛପଟକୁ ନେଇ…

ପାଟଣା,୧୯ା୯(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ଜଣେ ୬ ବର୍ଷୀୟା ଶିଶୁ କନ୍ୟାଙ୍କୁ ସମ୍ପର୍କୀୟ କାକା ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏନେଇ ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?