Posted inଜାତୀୟ

ଚାରିଧାମ ଯାତ୍ରା ବେଳେ ୪୧ ଶ୍ରଦ୍ଧାଳୁଙ୍କ ମୃତ୍ୟୁ, ବର୍ଷା କମିବା ପରେ ପୁଣି ଆରମ୍ଭ ହେଲା ବଦ୍ରିନାଥ ଯାତ୍ରା

ଡେରାଡୁନ,୧୭ ।୫: ଉତ୍ତରାଖଣ୍ଡରେ ବର୍ଷା କମିବା ପରେ ପୁଣିଥରେ ବଦ୍ରିନାଥ ଯାତ୍ରା ଆରମ୍ଭ ହୋଇଛି । ସୂଚନା ଅନୁଯାୟୀ, ସୋମବାର ରାତିରେ ମୂଷଳଧାରାରେ ବର୍ଷା ଯୋଗୁ ସ୍ଥାନେ ସ୍ଥାନେ ଭୂସ୍ଖଳନ ଫଳରେ ଯାତ୍ରାକୁ ବନ୍ଦ କରି ଦିଆଯାଇଥିଲା । ମଙ୍ଗଳବାର ସକାଳ ୬ଟାରୁ ପୁଣିଥରେ ବଦ୍ରିନାଥ ଯାତ୍ରା ଆରମ୍ଭ କରାଯାଇଛି ।

ଚମୋଲିରେ ମୂଷଳ ଧାରାରେ ବର୍ଷା ଯୋଗୁ ବଦ୍ରିନାଥ ରାଷ୍ଟ୍ରୀୟ ରଜମାର୍ଗରେ ହନୁମାନ ପଟ୍ଟିରୁ ବଦ୍ରିନାଥ ମଧ୍ୟରେ ଲାମବଗଡୋ ଖଚଡା ନାଳରେ ପାଣି ବଢିବାରୁ ଓ ବଲଦୁଡାରେ ଭୂସ୍ଖଳନ ଯୋଗୁ ଯାତ୍ରା ବନ୍ଦ କରି ଦିଆଯାଇଥିଲା । ଯାତ୍ରୀଙ୍କୁ ପାଣ୍ଡୁକେଶ୍ୱର, ଯୋଶୀମଠ, ପିପଲକୋଟି, ଚମୋଲି ଓ ଗୌଚରରେ ଅଟକାଇ ଦିଆଯାଇଥିଲା ।
ଅନ୍ୟପଟେ ଚାରିଧାମ ଯାତ୍ରାରେ ଏପର୍ଯ୍ୟନ୍ତ ୪୧ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସବୁଠାରୁ ଅଧିକ ଯାତ୍ରୀଙ୍କର କେଦାରନାଥ ଯାତ୍ରା ସମୟରେ ମୃତ୍ୟୁ ହୋଇଛି । କେଦାରନାଥ ଯାତ୍ରା ସମୟରେ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଯମୁନେତ୍ରୀରେ ୧୪, ବଦ୍ରିନାଥରେ ୮ ଓ ଗଙ୍ଗୋତ୍ରୀରେ ୪ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି । ତେବେ ଯାତ୍ରୀଙ୍କର ଉଚ୍ଚ ରକ୍ତଚାପ, ହୃଦରୋଗ ଓ ପାହାଡ ଚଢିବାରେ ସମସ୍ୟା ଯୋଗୁ ହୋଇଥିବା ଜଣାପଡିଛି । ଏହାପରେ ପ୍ରଶାସନ ପକ୍ଷରୁ ଏଭଳି ଯାତ୍ରଙ୍କୁ ଯାତ୍ରା ନ କରିବାକୁ କୁହାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଆମ ସହ ମୁହାଁମୁହିଁ ହେଲେ ତୁମ ପିଲା ଅନାଥ ହୋଇଯିବେ: ଅନନ୍ତନାଗ ଏନକାଉଣ୍ଟର ନେଇ କେନ୍ଦ୍ରମନ୍ତ୍ରୀଙ୍କ ମନ୍ତବ୍ୟ…

ନୂଆଦିଲ୍ଲୀ,୧୭।୯ : କଶ୍ମୀରର ଅନନ୍ତନାଗରେ ଚାଲିଥିବା ଏନକାଉଣ୍ଟର ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଶତ୍ରୁ ଦେଶମାନଙ୍କୁ ଏକ ବଡ଼ ଚେତାବନୀ ଦେଇଛନ୍ତି। ମାଇକ୍ରୋ ବ୍ଲଗିଂ...

ମୋଦିଙ୍କ ବିମାନ ପାକିସ୍ତାନ ଆକାଶରେ ଉଡିବାକୁ ମିଳିବ ଅନୁମତି

ନୂଆଦିଲ୍ଲୀ,୧୧।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ବତନ୍ତ୍ର ବିମାନ କିରଗିଜସ୍ତାନ ଯାତ୍ରା କରିବା ସମୟରେ ପାକିସ୍ତାନ ଆକାଶ ପତକୁ ବ୍ୟବହାର କରିପାରିବ ବୋଲି ସୂଚନା ମିଳିଛି। ଏ...

ଭାରତ-ଜର୍ମାନୀ ଗତିଶୀଳତା ଚୁକ୍ତି ସ୍ବାକ୍ଷର

ନୂଆଦିଲ୍ଲୀ,୫।୧୨: ଭାରତ ଏବଂ ଜର୍ମାନୀ ମଧ୍ୟରେ ସୋମବାର ଗତିଶୀଳତା ସହଯୋଗିତା ଚୁକ୍ତି ସ୍ବାକ୍ଷର ହୋଇଛି। ଏଥିସହିତ ୟୁକ୍ରେନ୍‌ ଯୁଦ୍ଧ, ଆଫଗାନିସ୍ତାନ ସ୍ଥିତି ଏବଂ ପାକିସ୍ତାନରୁ ସୀମାପାର...

ଜଷ୍ଟିସ୍‌ ସଞ୍ଜୟ ମିଶ୍ର ଝାଡ଼ଖଣ୍ଡ ହାଇକୋର୍ଟ ମୁଖ୍ୟ ବିଚାରପତି

ନୂଆଦିଲ୍ଲୀ,୧୮ା୨: ଓଡ଼ିଆ ବିଚାରପତି ଜଷ୍ଟିସ୍‌ ସଞ୍ଜୟ ମିଶ୍ରଙ୍କୁ ଶୁକ୍ରବାର ଝାଡ଼ଖଣ୍ଡ ହାଇକୋର୍ଟ ମୁଖ୍ୟ ବିଚାରପତି ରୂପେ ନିଯୁକ୍ତି ଦିଆଯାଇଛି। ଏନେଇ କେନ୍ଦ୍ର ଆଇନ ମନ୍ତ୍ରୀ କିରେନ୍‌...

୧୮ ଛାତ୍ରୀଛାତ୍ର ନିଲମ୍ବିତ

ଅମରାବତୀ,୮ା୨: ଜୁନିୟର ପିଲାଙ୍କୁ ର଼୍ୟାଗିଂ ଅଭିଯୋଗରେ ଆନ୍ଧ୍ରପ୍ରଦେଶ ସ୍ଥିତ ଜବାହରଲାଲ ନେହେରୁ ଟେକ୍ନୋଲୋଜି ୟୁନିଭର୍ସିଟି (ଜେଏନ୍‌ଟିୟୁ) ଅନନ୍ତପୁର କଲେଜରେ ୧୮ ଛାତ୍ରୀଛାତ୍ର ନିଲମ୍ବିତ ହୋଇଛନ୍ତି। ସିନିୟର...

ଲକ୍‌ଡାଉନ୍‌ ପୂର୍ବରୁ ବଜାରରେ ଭିଡ଼

ପୁଣେ,୧୩।୩: ମହାରାଷ୍ଟ୍ର ଏବଂ କେରଳରେ କରୋନା ସଂକ୍ରମଣ ପୁଣି ନିୟନ୍ତ୍ରଣ ହରାଇବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ସରକାରଙ୍କ ପକ୍ଷରୁ...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗୋଟିଏ ଗାଁର ୧୪ ଜଣଙ୍କ ମୃତ୍ୟୁ…

ଡେରାଡୁନ୍‌,୩୧।୧୦: ଉତ୍ତରାଖଣ୍ଡ ଡେରାଡୁନ୍‌ରେ ଏକମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଗୋଟିଏ ଗାଁର ୧୪ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ସ୍ଥାନୀୟ ଚକରାତାର ବିକାଶ ନଗରରେ ଏଭଳି ଅଭାବନୀୟ...

ସିଞ୍ଜୋ ଆବେଙ୍କ ବିୟୋଗରେ ଏକ ଦିନିଆ ରାଷ୍ଟ୍ରୀୟ ଶୋକ

ନୂଆଦିଲ୍ଲୀ,୮।୭: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ଶୁକ୍ରବାର ନାରା ସହରରେ ଏକ ନିର୍ବାଚନୀ ପ୍ରଚାର ସଭାରେ ଉଦ୍‌ବୋଧନ ଦେଉଥିବା ବେଳେ ଗୁଳି କରାଯାଇଥିଲା। ଚିକିତ୍ସିତ...

Advertisement
Archives

Model This Week