Posted inଫୁରସତ

ଚଳନ୍ତା ଗାଡ଼ିରେ ଏପରି କରୁଥିଲେ ଯୁବକ: ଧରାପଡିବା ପରେ…

ଉତ୍ତର ପ୍ରଦେଶର ଫିରୋଜାବାଦ ଅଞ୍ଚଳର ଜଣେ ଯୁବକଙ୍କ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଯୁବକଜଣଙ୍କ ଚଳନ୍ତା କାରର ଛାତ ଉପରେ ଷ୍ଟଣ୍ଟ କରୁଥିବା ଦେଖିବାକୁ ମିଳୁଛି। ସେ କାରର ଛାତ ଉପରେ ପୁସ୍‌ ଅପ୍‌ କରୁଛନ୍ତି । ଉତ୍ତର ପ୍ରଦେଶ ପୋଲିସ ଏହି ଭିଡିଓକୁ ସୋସିଆଲ ମିଡିଆରେ ଶେୟାର କରିଛି। କ୍ୟାପଶନରେ ଲେଖିଛି, ‘କିଛି ପୁସ୍‌ଅପ୍‌ ଆପଣଙ୍କୁ କେବଳ ଆଇନ ଆଖିରେ ତଳକୁ ନେଇଯିବ। ସୁସ୍ଥ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ। ଯୁବକଙ୍କର ଚାଲାଣ କଟାଯାଇଛି ବୋଲି ସେ ଲେଖିଛନ୍ତି।

ପୋଲିସ ସୂଚନାନୁଯାୟୀ, ଟ୍ରାଫିକ ନିୟମ ଉଲ୍ଲଂଘନ କରିବା ଏବଂ ବିପଦପୂର୍ଣ୍ଣ ଷ୍ଟଣ୍ଟ କରିବା ପାଇଁ ଉକ୍ତ ଯୁବକଙ୍କ ବିରୋଧରେ ଫିରୋଜାବାଦ ପୋଲିସ ଦ୍ୱାରା ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପରେ ଉକ୍ତ ଯୁବକ ନିଜେ ବାପାଙ୍କ ସହିତ ପୋଲିସ ଷ୍ଟେଶନରେ ପହଞ୍ଚି ଭବିଷ୍ୟତରେ ଏପରି ଭୁଲ କେବେ ନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ।

ପୋଲିସ ସେହି ଯୁବକଙ୍କର ଏକ ଭିଡିଓ ମଧ୍ୟ ସେୟାର କରିଛି। ଭିଡିଓରେ ଯୁବକ କହୁଛନ୍ତି, ‘ମୋର ନାମ ଉଜ୍ଜଓ୍ବଲ ଯାଦବ ଏବଂ ମୁଁ ଏହି କାର ସହିତ ଏକ ବିପଦପୂର୍ଣ୍ଣ ଭିଡିଓ ତିଆରି କରିଥିଲି। ଯାହା ପରେ ଫିରୋଜବାଦ ପୋଲିସ ମୋର ଚାଲାଣ କାଟିଛି। ମୁଁ ମୋ ବାପାଙ୍କ ସହ ପୋଲିସ ପାଖକୁ ଆସିଥିଲି। ଭବିଷ୍ୟତରେ ମୁଁ ଆଉ ଏପରି ଭୁଲ କରିବି ନାହିଁ। ’

 


Enter your email to get our daily news in your inbox.

All Right Reserved By Dharitri.Com

ମହାକାଶକୁ ସେକ୍ସ ଟୟ ପଠାଇବ ଏହି ଦେଶ, ଦୁଇ କମ୍ପାନୀ ମଧ୍ୟରେ ହୋଇଛି ଚୁକ୍ତି

ଟୋକିଓ,୨୫ା୭: ମଣିଷ ମହାକାଶକୁ ଯାଉଥିବାର ଅନେକ ଖବର ଶୁଣିଥିବେ। ମାତ୍ର କେବେ ଶୁଣିଛନ୍ତି ମହାକାଶକୁ ସେକ୍ସ ଟୟ ଯିବାର। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଜାପାନର...

ସ୍ତ୍ରୀଙ୍କ ସହ ପାଟିତୁଣ୍ଡ ହେବାରୁ ରାଗ ଶାନ୍ତ କରିବାକୁ ଏମିତି ପଦକ୍ଷେପ ନେଲେ ସ୍ବାମୀ: ଶୁଣିଲେ ହେବେ…

ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ପାଟିତୁଣ୍ଡ ସାଧାରଣ କଥା। ହେଲେ ଏକ ଦମ୍ପତିଙ୍କ ମଧ୍ୟରେ କୌଣସି କଥାକୁ ନେଇ ପାଟିତୁଣ୍ଡ ହେବାରୁ ସ୍ବାମୀ ନିଜକୁ ଶାନ୍ତ କରିବା ପାଇଁ...

ରାତାରାତି ମାଲାମାଲ୍‌ ହୋଇଗଲେ ଗ୍ରାମବାସୀ, ଜାଣନ୍ତୁ କିପରି…

ସୁନାକୁ ନେଇ ପ୍ରାୟ ସମସ୍ତଙ୍କ ମନରେ ଦୁର୍ବଳତା ରହିଛି। ମାତ୍ର ବଜାରରେ ସୂନାର ମୂଲ୍ୟ ଯାହା ହେଲାଣି ତାହାକୁ କିଣିବା ସାଧାରଣ ଲୋକଙ୍କ ପକ୍ଷେ କଷ୍ଟକର...

ସ୍ତ୍ରୀଙ୍କ କ୍ରେଡିଟ୍‌ କାର୍ଡରୁ ପ୍ରେମିକାଙ୍କ ପାଇଁ ଟ୍ରାଫିକ ଚାଲାଣ ଭରିଥିଲେ ସ୍ବାମୀ, ଜଣାପଡ଼ିବା ପରେ…

ଦୁବାଇରୁ ଏମିତି ଏକ ମାମଲା ସାମ୍ନାକୁ ଆସିଛି ଯାହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ। ଜଣେ ମହିଳା ତାଙ୍କ କ୍ରେଡିଟ୍‌ କାର୍ଡ...

ବ୍ରିଟେନ୍‌ ମହାରାଣୀ ପିନ୍ଧି ସାରିଛନ୍ତି ୫ହଜାର ପ୍ରକାରର ଟୋପି

ବ୍ରିଟେନ୍‌ରେ ଲୋକେ ହ୍ୟାଟ୍‌ ବା ଟୋପି ପିନ୍ଧିବାକୁ ବେଶି ପସନ୍ଦ କରିଥାଆନ୍ତି। ବିବାହ ହେଉ ଅବା ଅନ୍ୟ କୌଣସି ଉତ୍ସବ ଅଧିକାଂଶ ଲୋକେ ଟୋପି ପିନ୍ଧିବାକୁ...

ଥଟ୍ଟାରୁ ଭାଙ୍ଗିଥିଲା ବିବାହ: ୧୦୮ଥର ‘ତୁମର ଚାମ୍‌ଚା ହୋଇ ରହିବି’ କହିବା ପରେ ରାଜି ହେଲେ କନ୍ୟା

ମଧ୍ୟପ୍ରଦେଶର ଭୋପାଳରେ ଏକ ରୋଚକ ଘଟଣା ଘଟିଛି। ଭାବି ସ୍ବାମୀଙ୍କ ସାମାନ୍ୟ ଏକ ଥଟ୍ଟାରୁ ବିବାହ ଭାଙ୍ଗିଦେଇଥିଲେ କନ୍ୟା। ପରେ ସେ ୧୦୮ଥର ‘ତୁମର ଚାମ୍‌ଚା...

ଏଠାରେ ଲାଲ୍‌ ପିମ୍ପୁଡ଼ି ଚଟଣୀ ଖାଇଥାନ୍ତି ଲୋକେ, ଦୂର ହୋଇଥାଏ ଅନେକ ରୋଗ

ଆପଣ ଅନେକ ଚଟଣୀ ଖାଇଥିବେ, ଯେପରିକି ଟମାଟୋ ଚଟଣୀ ଖଜୁରୀ ଚଟଣୀ, ଆମ୍ବ ଚଟଣୀ, ଧନିଆ ଚଟଣୀ ଇତ୍ୟାଦି। ମାତ୍ର ଆଜି ଏକ ଭିନ୍ନ ଚଟଣୀ...

କେବଳ ମଣିଷ ନୁହେଁ ପ୍ରଥମ କିସ୍‌ ପାଇଲା ପରେ କୁକୁର ବି ହୋଇଯାଉଛି ଏମିତି

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ...

Advertisement


Archives

Model This Week