Posted inଜାତୀୟ

ଆନ୍ଦୋଳନକାରୀ ଚାଷୀଙ୍କ ଉପରେ ଗାଡି ଚଢାଇଦେଲେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ: ୪ ଜୀବନ ଚାଲିଗଲା

ଲକ୍ଷ୍ନୌ,୩।୧୦: ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରୀର ତିକୁନିଆ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆନ୍ଦୋଳନକାରୀ ଚାଷୀଙ୍କ ଉପରେ ଗାଡି ଚଢାଇଦେଇଛନ୍ତି ଜଣେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ। ଏହି ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହ ୮ ଜଣ ଚାଷୀ ଗୁରୁତର ହୋଇଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ଦେଖାଦେଇଛି। ଘଟଣାସ୍ଥଳରେ ଉତ୍ତ୍ୟକ୍ତ ଲୋକେ ମନ୍ତ୍ରୀଙ୍କ ତିନୋଟି କାର୍‌ରେ ନିଆଁ ଲଗାଇ ଦେଇଛନ୍ତି। କୃଷକମାନେ ବ୍ୟାପକ ଭଙ୍ଗାରୁଜା ମଧ୍ୟ କରିଛନ୍ତି। ଏହାସହ ଉତ୍ତ୍ୟକ୍ତ ଲୋକେ ଜଣେ ବ୍ୟକ୍ତିଙ୍କୁ ପିଟିପିଟି ମାରିଦେଇଛନ୍ତି। ଭାଜପା ନେତାଙ୍କୁ ବିକ୍ଷୋଭକାରୀ ଚାଷୀମାନେ ମାଡ ମଧ୍ୟ ମାରିଥିବା ଜଣାପଡିଛି। ପୋଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚିଛି।
ଉତ୍ତର ପ୍ରଦେଶର ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଏବଂ କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ଅଜୟ ମିଶ୍ର ଟେନି ଲକ୍ଷ୍ମୀପୁର ଖେରି ଜିଲାରେ ବିଭିନ୍ନ ଯୋଜନାର ମୂଳଦୁଆ ପକାଇବାକୁ ଆସିଥିଲେ। ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ସେମାନେ ଯାଇଥିଲେ। ଏହି ସମୟରେ କୃଷକମାନେ ତାଙ୍କୁ କଳା ପତାକା ଧରି ପ୍ରବଳ ବିରୋଧ କରିଥିଲେ। କେନ୍ଦ୍ରର ତିନି କୃଷି ଆଇନକୁ ବିରୋଧକରି ଶତାଧିକ ଚାଷୀ ରାସ୍ତାକୁ ଓହ୍ଲାଇଥିଲେ। ଏହି ସମୟରେ ମନ୍ତ୍ରୀଙ୍କ ଗାଡି ଆନ୍ଦୋଳନକାରୀ କୃଷକଙ୍କ ଉପରେ ମାଡି ଯାଇଥିଲେ। ମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରା ମଧ୍ୟ ଏକ କାର୍‌ ଚଳାଉଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଲେଜରେ ବନ ମହୋତ୍ସବ ପାଳିତ: ୧୦୦ ଔଷଧୀୟ ବୃକ୍ଷର ଚାରାରୋପଣ, ସାମିଲ ହେଲେ ଛାତ୍ରୀଛାତ୍ର

ଗଞ୍ଜାମ , ୧୦।୭(ବିଦ୍ୟାଧର ସାହୁ): ଗଞ୍ଜାମ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା (ଏନଏସଏସ) ୟୁନିଟ୍‌ର ଆନୁକୂଲ୍ୟରେ ଶୁକ୍ରବାର ବନ ମହୋତ୍ସବ ଶୁକ୍ରବାର ପାଳିତ ହୋଇଯାଇଛିl ଏହି ଅବସରରେ…

ଟ୍ରେଲର୍‌କୁ ପଛପଟୁ ଧକ୍କା ଦେଲା ଘରୋଇ ବସ୍‌; ୫ରୁ ଅଧିକ ଯାତ୍ରୀ ଆହତ

ଚୌଦ୍ୱାର, ୮।୭:  କଟକ ଜିଲା ଟାଙ୍ଗୀ ଥାନା ଅନ୍ତର୍ଗତ ନିର୍ଗୁଣ୍ଡି ନିକଟ ଜାତୀୟ ରାଜପଥ–୧୬ରେ ମଙ୍ଗଳବାର ଏକ ସଡ଼କ ଦୁର୍ଘଟଣାରେ ଘରୋଇ ଯାତ୍ରୀବାହୀ ବସ୍‌ ଏକ ଟ୍ରେଲର୍‌କୁ…

ଅଭିଯୋଗ ପରେ ମିଳୁଛି ଧମକ, ମୋବାଇଲ ଗଲା, ଏବେ ଜୀବନ ପ୍ରତି ରହିଛି ଭୟ

ବାଲିପାଟଣା,୧୦ା୭(ଅଭିମନ୍ୟୁ ନାୟକ): ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ଅଞ୍ଚଳରେ ଘଟିଥିବା ଏକ ମୋବାଇଲ ଛଡ଼ାଇ ନେବା ଘଟଣା ଏବେ ନୂଆମୋଡ଼ ନେଇଛି। ଅଭିଯୋଗ କରିବା ପରେ ପୀଡ଼ିତଙ୍କୁ…

‘ମୋତେ ମାରିଦେଲେ ବି ମୁଁ ବାଂଲାଦେଶ ଫେରିବି’, କାହିଁକି ଏମିତି କହିଲେ ଶେଖ ହାସିନା? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ/ଢାକା,୧୦।୭: ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣାରେ, ପୂର୍ବତନ ବାଂଲାଦେଶୀ ପ୍ରଧାନମନ୍ତ୍ରୀ ଶେଖ ହାସିନା କହିଛନ୍ତି ଯେ ସେ ଏବଂ ଆୱାମୀ ଲିଗର ଅନ୍ୟ ନିର୍ବାସିତ ନେତାମାନେ ଚଳିତ ବର୍ଷ…

ରାଜଧାନୀରେ ନକଲି ଆଡିଶନାଲ ଏସ୍‌ପି, ପୋଲିସ ଗିରଫ କରି…

ଭୁବନେଶ୍ୱର,୧୦ା୭: କୌଣସି ଉପାନ୍ତ ଅଞ୍ଚଳରେ ନୁହେଁ। ଖୋଦ୍‌ ରାଜଧାନୀ ଭୁବନେଶ୍ୱରରେ ନକଲି ଆଡିଶନାଲ ଏସ୍‌ପି ବା ନକଲି ଅତିରିକ୍ତ ଏସ୍‌ପିଙ୍କୁ ଗିରଫ କରିଛି ପୋଲିସ। ରଜନୀକାନ୍ତ ମହାନ୍ତି…

Bankipur By-Election: ବାଙ୍କିପୁରରେ BJPକୁ କାହିଁକି ହରାଇବା ଦରକାର? ୩ କାରଣ କହିଲେ ପିକେ

ପାଟନା,୧୦।୭: ଜନ ସୁରାଜ ପ୍ରାର୍ଥୀ ପ୍ରଶାନ୍ତ କିଶୋର ବାଙ୍କିପୁର ନିର୍ବାଚନମଣ୍ଡଳୀରେ ସକ୍ରିୟ ଭାବରେ ଗସ୍ତ କରୁଛନ୍ତି, ଲୋକଙ୍କୁ ବୁଝାଉଛନ୍ତି ଯେ ଉପନିର୍ବାଚନରେ ଭାଜପାକୁ କାହିଁକି ପରାସ୍ତ କରାଯିବା…

ଇଂଲଣ୍ଡ ଗସ୍ତ ସହ ଶେଷ ହେଲା ଏହି ୩ ଖେଳାଳିଙ୍କ T20 କ୍ୟାରିୟର! ଲଗାତାର ଫ୍ଲପ୍‌ ପରେ…

ନୂଆଦିଲ୍ଲୀ,୧୦।୭: ବ୍ୟାକ-ଟୁ-ବ୍ୟାକ ବିଶ୍ୱବିଜେତା ହେବା ପରେ ଟିମ ଇଣ୍ଡିଆ ଏବେ କ୍ରମାଗତ ୨ଟି ଟି-୨୦ ସିରିଜ ହାରିଛି। ପ୍ରଥମେ ଆୟରଲ୍ୟାଣ୍ଡ ଏବଂ ଏବେ ଇଂଲଣ୍ଡ, ଦୁଇ ଦେଶ…

ଦ୍ୱନ୍ଦ୍ୱ ଦୂର କଲେ ଉଚ୍ଚଶିକ୍ଷାମନ୍ତ୍ରୀ, କହିଲେ ବ୍ଲକ୍‌ଗ୍ରାଣ୍ଟ କଲେଜକୁ ସରକାର ଟଙ୍କା ଦେବେ

ଭୁବନେଶ୍ୱର,୧୦ା୭: କେଜିରୁ ପିଜି ମାଗଣା ଶିକ୍ଷା ନେଇ ଦ୍ୱନ୍ଦ୍ୱ ଦୂର କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ସେ କହିଛନ୍ତି, ପ୍ରଫେଶନାଲ ଓ ସେଲ୍ଫ ଫାଇନାନ୍ସିଂ କୋର୍ସକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri