ନିଷ୍ପ୍ରୟୋଜନ ପ୍ରୟାସ

ଅନେକ ପୁରାତନ ପୁସ୍ତକ, ପୁରାଣ ସାହିତ୍ୟ ତଥା ବହୁ ବରେଣ୍ୟ ସାଧକଙ୍କ କୃତିକୁ ସମ୍ପାଦନା, ଗବେଷଣା, ତ୍ରୁଟି ସଂଶୋଧନ, ଭ୍ରମ ଦୂରୀକରଣ ନାମରେ ନୂତନ ରୂପ ଦେଇ ତାହାକୁ ଜବରଦସ୍ତି ଆଦୃତ କରିବାକୁ ଗତ କିଛି ବର୍ଷ ହେଲା ପ୍ରୟାସ ଜାରି ରହିଛି। ଅଧିକାଂଶ ସମୟରେ ସରକାର ବା ସରକାରଙ୍କ ଦ୍ୱାରା ସ୍ଥାପିତ ଓ ନିୟନ୍ତ୍ରିତ ସଂସ୍ଥାମାନେ ମଧ୍ୟ ଏହାକୁ ଆଲୋଚନାଚକ୍ର, ସଭା ଇତ୍ୟାଦି ଅନୁଷ୍ଠିତ କରି ଏପରି ପ୍ରଚେଷ୍ଟାର ମହାନତା ଓ ଠିକ୍‌କୁ ପ୍ରତିପାଦନ କରୁଛନ୍ତି। ନିକଟରେ ଖବର ପ୍ରକାଶ ପାଇଛି ଯେ ପଞ୍ଚସଖା ଯୁଗର ସାଧକ ବଳରାମ ଦାସଙ୍କ ରଚିତ ଲକ୍ଷ୍ମୀ ପୁରାଣ ସଂଶୋଧିତ ହୋଇ ଏକ କୋଟି ସଂଖ୍ୟାରେ ଛପାଯାଇ ଓଡ଼ିଶାର ମହିଳାମାନଙ୍କ ମଧ୍ୟରେ ବଣ୍ଟାଯିବ। ପାଞ୍ଚଶହ ବର୍ଷ ତଳେ ସିଦ୍ଧ ସାଧକ ବଳରାମ ଦାସଙ୍କ ରଚିତ ଲକ୍ଷ୍ମୀ ପୁରାଣ, ଯାହାକୁ ବିଭିନ୍ନ ପ୍ରକାଶକ ବିଭିନ୍ନ ସମୟରେ ପ୍ରକାଶ କରିଛନ୍ତି, ସାହିତ୍ୟ ଆକାରରେ ନୁହେଁ ପରନ୍ତୁ ଏକ ଧର୍ମଶାସ୍ତ୍ର ଭାବରେ, ସେହି ମହାନ୍‌ ସନ୍ଥଙ୍କ ରଚନାରେ ଭୁଲ୍‌ ଦର୍ଶାଇ ସଂଶୋଧନ କରିବା କେତେଦୂର ଯୁକ୍ତିଯୁକ୍ତ।
ସମ୍ପ୍ରତି ସଂଶୋଧନ ଏମିତି ତା’ର କାୟା ବିସ୍ତାର କଲାଣି, ଯାହାକୁ ଦେଖି ବରିଷ୍ଠ ସମାଜ ମୁଣ୍ଡରେ ହାତଦେଇ ବସିଲେଣି। କେଉଁ ଆବହମାନ କାଳରୁ ଭାଗବତ ଟୁଙ୍ଗିରୁ ଭାସି ଆସୁଥିଲା ଭାଗବତର ସେ ଅମୃତ ପଦାବଳୀ-
”ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ, ପଦୁ ଗଳୁଛି ମକରନ୍ଦ।
ସେଥିରେ ଏକ ପଦ ରହିଛି, ଯାହା ହେଉଛି –
ହା କୃଷ୍ଣ ବୋଲି ଯାଉ ଜୀବ
ମୋତେ ଉଦ୍ଧର ପଦ୍ମନାଭ। “
ଜଣେ ପ୍ରକାଶକ ଭାଗବତ ପୁସ୍ତକରେ ‘ପଦ୍ମନାଭ’ ସ୍ଥାନରେ ‘ରାଧାଧବ’ ଶବ୍ଦ ପ୍ରୟୋଗ କଲେ, ନୂତନ ପିଢ଼ି ତାକୁ ପାଠ କଲେ। ଜଗନ୍ନାଥ ଦାସଙ୍କ ଭାଗବତରେ ରାଧାଙ୍କ ସମ୍ପର୍କରେ ବୋଧହୁଏ କୌଣସି ବର୍ଣ୍ଣନା ନାହିଁ। କିନ୍ତୁ ପଣ୍ଡିତମାନେ ‘ରାଧାଧବ’ କରିଦେଲେ, ଯାହା ଆମେ ପାଠ କରିବାକୁ ବାଧ୍ୟ।
ରୀତିଯୁଗର ଭକ୍ତଚରଣ ଦାସଙ୍କର ‘ମଥୁରାମଙ୍ଗଳା’ କାବ୍ୟର ‘ଆରେ ବାବୁ ଶ୍ୟାମ ଘନ’ କବିତାର ଗୋଟିଏ ଧାଡ଼ି – ‘କାହା ଅଙ୍ଗୁ ଧୂଳି ଦେବି ପୋଛି, କାହାକୁ ବା ପିନ୍ଧାଇବି କାଛି’ । ଦୀର୍ଘ ଅଢ଼େଇ ଶହ ବର୍ଷ ଧରି ‘ମଥୁରାମଙ୍ଗଳ’ର ଏହି ପଦ ସଙ୍ଗୀତ ଆକାରରେ, ସାହିତ୍ୟ ଆକାରରେ ଆଦୃତ। କିଛିଦିନ ତଳେ ଜଣେ ପ୍ରତିଷ୍ଠିତ କଣ୍ଠ ଶିଳ୍ପୀ ଗାଇଲେ – ‘କାହା ଅଙ୍ଗୁ ଧୂଳି ଦେବି ପୋଛି, ଝିନ ବାସ ପିନ୍ଧାଇବି ବାଛି। ’ ଭକ୍ତ ଚରଣ ଦାସ ସତରେ କେଡ଼େ ଭୁଲ୍‌ଟା କରି ଦେଇଥିଲେ, ଯାହାକୁ ଏମାନେ ସଂଶୋଧନ କରିଦେଲେ। ଏ ଆମର ଜ୍ଞାନ, ଏହା ହିଁ ଆମର ପାଣ୍ଡିତ୍ୟ।
ମାଟିର ମହାକବି ସାରଳା ଦାସଙ୍କୁ ନେଇ ମଧ୍ୟ ଅନେକ ଦ୍ୱନ୍ଦ୍ୱ, ନାମ ତାଙ୍କର ‘ଶ’ ହେବ କି ‘ସ’ ହେବ, ‘ସାରଳା’ ନା ‘ସାରୋଳା’, ମହାଭାରତ ନା ମହାଭାରଥ – ଏସବୁକୁ ନେଇ ମଧ୍ୟ ଭିନ୍ନ ଭିନ୍ନ ମତ। ଯାହା ସେ ଦିବ୍ୟାମତ୍ା ଲେଖି ଯାଇଛନ୍ତି, ସେ ସବୁକୁ ଶୁଦ୍ଧ ମନରେ ଗ୍ରହଣ କରିବାରେ ଏତେ କୁଣ୍ଠା କାହିଁକି?
ଏସବୁ ଦେଖି ମନେ ହୁଏ, ଜୟଦେବ ଆମର ନୁହନ୍ତି ବୋଲି ପଡ଼ୋଶୀ ରାଜ୍ୟ ଦାବି କରୁଥିବା ଭଳି ସାରଳା ଦାସ ମଧ୍ୟ ଆଉ କାହାର ହୋଇଯିବେ।
ଶ୍ରୀଜଗନ୍ନାଥଙ୍କ ସମ୍ପର୍କରେ ଏକ ଆଲୋଚନା ଚାଲିଥିବା ବେଳେ ଜଣେ ବକ୍ତା ଗୁଣ୍ଡିଚା ରାଣୀ ଓ ବିଦ୍ୟାପତି – ଲଳିତା ଉପାଖ୍ୟାନଟି ଭାଷଣ ମାଧ୍ୟମରେ ଅବତାରଣା କରିବାରେ ହଠାତ୍‌ ଜଣେ ବିଦ୍ୱାନ ଉଠି କହିଲେ – ଏସବୁ ସ୍କନ୍ଦ ପୁରାଣରେ ନାହିଁ, ଅତଏବ ଏହା ଭୁଲ୍‌ ଓ ବର୍ଜନୀୟ, ସ୍କନ୍ଦ ପୁରାଣ ହିଁ ଏକମାତ୍ର ଗ୍ରହଣଯୋଗ୍ୟ। ତାଙ୍କ ମତରେ ଜଗନ୍ନାଥଙ୍କ ସମ୍ପର୍କରେ ଯାହା ସବୁ ସ୍କନ୍ଦ ପୁରାଣରେ ରହିଛି, ତାହାକୁ ଛାଡ଼ିଦେଲେ ଅନ୍ୟ ସବୁ ଭୁଲ୍‌। ପାଠକେ, କଥାଟି ସ୍ଥିର ଚିତ୍ତରେ ଚିନ୍ତା କରନ୍ତୁ। ସ୍କନ୍ଦ ପୁରାଣ ରଚନାର ବହୁ ପୂର୍ବରୁ ଶ୍ରୀଜଗନ୍ନାଥ ରହିଛନ୍ତି। ପ୍ରଭୁ ଶ୍ରୀଜଗନ୍ନାଥ ଆମ ଧର୍ମ, ସାହିତ୍ୟ, ସଂସ୍କୃତି, ପରମ୍ପରା ଓ ଦୈନନ୍ଦିନ ଚଳଣିର ଏକ ଅବିଚ୍ଛିନ୍ନ ଅଙ୍ଗ। କୃଷ୍ଣ ଦାସଙ୍କ ‘ଦେଉଳ ତୋଳା’ ବା ସୁଦାମ ଦାସଙ୍କ ‘ଶ୍ରୀଗୁଣ୍ଡିଚା ବିଜେ’ ପରି କ୍ଷୁଦ୍ର କାବ୍ୟ ଦୁଇଟି ଯେପରି ଘରେ ଘରେ ଗୃହୀତ ଓ ଆଦୃତ ହୋଇଛି, ସ୍କନ୍ଦ ପୁରାଣ ସେପରି ଲୋକପ୍ରିୟତା ଅର୍ଜନ କଲାଣି କି ? ଈଶ୍ୱର ଏକ ବିଶ୍ୱାସ, ଯେ ଯେପରି ଭାବରେ ଜଗନ୍ନାଥଙ୍କୁ ଜାଣୁ, ସେଥିରେ ଆମେ କିଏ କହିବାକୁ କେଉଁଟା ଠିକ୍‌, କେଉଁଟା ଭୁଲ୍‌, ତା’ର ଶୁଦ୍ଧ ଭାବରେ ଅପମିଶ୍ରଣ କରିବାକୁ ଆମେ କିଏ?
ରାଜ୍ୟ ସରକାର ବା ତାଙ୍କର ପୂର୍ଣ୍ଣ ଅନୁଦାନରେ ଚାଲୁଥିବା ସଂସ୍ଥାମାନେ ପୁସ୍ତକ ପ୍ରକାଶ କରୁଥିଲେ ଜନସାଧାରଣ ତାକୁ ନିର୍ଭରଯୋଗ୍ୟ ପୁସ୍ତକ ବୋଲି ଗ୍ରହଣ କରୁଥିଲେ। ମାତ୍ର କିଛି ବର୍ଷ ହେବ ଏପରି ଧାରଣା ବଦଳିବାକୁ ଆରମ୍ଭ ହେଲାଣି। ଏଇଠି ଗୋଟିଏ ଦୃଷ୍ଟାନ୍ତ ଦିଆଯାଇପାରେ। ଓଡ଼ିଶା ସାହିତ୍ୟ ଏକାଡେମୀ ୨୦୧୭ ମସିହାରେ ଗୋଟିଏ ପୁସ୍ତକ ପ୍ରକାଶ କଲେ ‘ପଲ୍ଲୀକବି କୃଷ୍ଣପ୍ରସାଦ ବେହେରା’। କୃଷ୍ଣପ୍ରସାଦ ଅନେକ ଗୀତିକବିତା, ଗୀତାଭିନୟ, ନାଟକ ପ୍ରଭୃତି ରଚନା କରି ଓଡ଼ିଆ ସାହିତ୍ୟ ଭଣ୍ଡାରକୁ ସମୃଦ୍ଧ କରିଛନ୍ତି। ମାତ୍ର ସମଗ୍ର ଓଡ଼ିଶା ତଥା ଓଡ଼ିଶା ବାହାରେ ମଧ୍ୟ ଓଡ଼ିଆ ଭାଷାପ୍ରେମୀ ପଲ୍ଲୀକବି କହିଲେ ନନ୍ଦ କିଶୋର ବଳଙ୍କୁ ବୁଝନ୍ତି। ତାଙ୍କୁ ଅର୍ଥାତ୍‌ କୃଷ୍ଣପ୍ରସାଦ ବେହେରାଙ୍କୁ ଅନ୍ୟ କିଛି ଉପାଧିରେ ଭୂଷିତ କରିଥିଲେ କ’ଣ ହୋଇ ନ ଥାନ୍ତା। ଯଦି କୌଣସି ଛାତ୍ର ଘରେ ତା’ର ପିତାଙ୍କ ପ୍ରଦତ୍ତ ଏହି ପୁସ୍ତକ ଅନୁସରଣରେ ପରୀକ୍ଷାରେ ପଲ୍ଲୀକବି କିଏର ଉତ୍ତର ନନ୍ଦ କିଶୋର ବଳଙ୍କ ସ୍ଥାନରେ କୃଷ୍ଣପ୍ରସାଦ ବେହେରା ବୋଲି ଲେଖେ, ପରୀକ୍ଷକ ମାର୍କ ଦେବେ ତ?
ଏପରି କି ଆମର ବିଜ୍ଞମାନେ କଥା ସମ୍ରାଟ ଫକୀରମୋହନଙ୍କୁ ମଧ୍ୟ ସଂଶୋଧନ ପର୍ଯ୍ୟାୟକୁ ଟାଣି ଆଣିଛନ୍ତି। ଆମେ ସମସ୍ତେ ପଢ଼ିଲେ ଫକୀର ମୋହନଙ୍କର ‘ଡାକମୁନ୍‌ସୀ’ ଗଳ୍ପ – ଗୋପାଳର ଦୁର୍ବ୍ୟବହାର ଅସହ୍ୟ ହେବାରୁ ପିତା ହରି ସିଂ ଗ୍ରାମାଭିମୁଖୀ ହୋଇ ନିଜ ଘରର ଦାଣ୍ଡ ପିଣ୍ଡାରେ ବସି ହରିନାମ କରି ଆନନ୍ଦରେ ସମୟ ଅତିବାହିତ କଲେ। ମାତ୍ର ଏବେ ପିଲାମାନେ ପଢ଼ୁଛନ୍ତି ଗୋପାଳ ବାବୁଙ୍କ କଦର୍ଯ୍ୟ ବ୍ୟବହାର, ବିଶେଷ କରି ପିତାଙ୍କୁ ନ ଜଣାଇ ସେ ନିଜ ଇଚ୍ଛାରେ ବିବାହ କରିବାରୁ ପିତା ହରି ସିଂ ନିଜ ଗାଆଁକୁ ଫେରି ଆସିଥିଲେ। ସ୍ରଷ୍ଟାର ସୃଷ୍ଟିକୁ କାଟିବା ବା ଏଥିରେ କିଛି ଯୋଡ଼ିବାକୁ ଆମେ କିଏ ?
ଏବେ ଆସିବା ଲକ୍ଷ୍ମୀ ପୁରାଣ କଥାକୁ। ବଳରାମ ଦାସଙ୍କ ସାଧନା ପୀଠ ଏବରଙ୍ଗ ଓ ସମାଧି ପୀଠ ବେଗୁନିଆର ଯଥେଷ୍ଟ ବିକାଶ ଆବଶ୍ୟକ। ସରକାରଙ୍କ ଏ ଦିଗରେ ପଦକ୍ଷେପ ସ୍ବାଗତଯୋଗ୍ୟ। ମାତ୍ର ବଳରାମ ଦାସଙ୍କ ଲକ୍ଷ୍ମୀ ପୁରାଣ, ଯାହା ଅନେକ ଶହ ବର୍ଷ ଧରି ପ୍ରଚଳିତ, ଗବେଷଣା ନାମରେ ତା’ର ଭୁଲ୍‌ ଦର୍ଶାଇ ସଂଶୋଧନ କରିବା ଗ୍ରହଣୀୟ ନୁହେଁ ।
ପ୍ରଚଳିତ ଲକ୍ଷ୍ମୀ ପୁରାଣକୁ ସଂଶୋଧନ କରିଥିବା ବ୍ୟକ୍ତିମାନେ ଯେଉଁ ଯୁକ୍ତି ଦର୍ଶାଉଛନ୍ତି ତାହା ହାସ୍ୟାସ୍ପଦ। ସେମାନଙ୍କର ଯୁକ୍ତିକୁ ଗ୍ରହଣ କରି ଯଦି ସଂଶୋଧିତ ଲକ୍ଷ୍ମୀ ପୁରାଣକୁ ଗ୍ରହଣ କରାଯାଏ ତେବେ ସେମାନେ ରାମାୟଣର ସଂଶୋଧନ କରିବାକୁ ମଧ୍ୟ ପଛଘୁଞ୍ଚା ଦେବେନି ବରଂ କାରଣ ଦର୍ଶାଇବେ ୧୯୦୩ ମସିହାରେ ରାଇଟ୍‌ ଭ୍ରାତୃଦ୍ୱୟ ବ୍ୟୋମଯାନ ଉଦ୍ଭାବନ କଲେ। ତ୍ରେତୟା ଯୁଗରେ ପୁଷ୍ପକ ବିମାନ ଆସିଲା କୁଆଡ଼ୁ, ଏହା ସମ୍ପୂର୍ଣ୍ଣ ଭୁଲ୍‌। ଆମେ ମନେରଖିବା ଉଚିତ ପୁରାଣ ବା ଧର୍ମ ପୁସ୍ତକ ସମୂହ ଯୁଗ ଯୁଗ ପାଇଁ ଅପରିବର୍ତ୍ତନୀୟ। ଆଇନ ବା ସମ୍ବିଧାନ ପରି ଯୁଗ ରୁଚିକୁ ଚାହିଁ ଏହା ବଦଳା ଯାଇ ନ ପାରେ।
କିଛି ସଂସ୍ଥା, ଏପରି କି କିଛି ବ୍ୟକ୍ତିବିଶେଷ ମଧ୍ୟ ଧର୍ମ ପୁସ୍ତକ ଓ ମହାପୁରୁଷଙ୍କ ଜୀବନୀ ପୁସ୍ତକ ବିନା ସରକାରୀ ଅନୁଦାନରେ ନିଜସ୍ବ ଖର୍ଚ୍ଚରେ ମାଗଣାରେ ବିତରଣ କରୁଛନ୍ତି। ଯେଉଁମାନେ ନୂତନ ଭାବେ ଲକ୍ଷ୍ମୀ ପୁରାଣ ଲେଖିଛନ୍ତି, ତାହା କୋଟିଏ କାହିଁକି ପାଞ୍ଚ କୋଟି ସଂଖ୍ୟାରେ ଛାପି ବାଣ୍ଟନ୍ତୁ । ମାତ୍ର ଆମମାନଙ୍କ ଟିକସ ପଇସାରେ ଏହା ନ ହେଉ। ଏ ଲକ୍ଷ୍ମୀପୁରାଣ ସଂଶୋଧନ ଅଧ୍ୟାୟ ସମଗ୍ର ଓଡ଼ିଶାବାସୀଙ୍କ ନିମନ୍ତେ ଧନହାନି ତଥା ଆମ ପୂଜ୍ୟପୂଜା ପରମ୍ପରାର ଘୋର ବିରୋଧ।

ଡ. ଆରତି କର
ଶତାବ୍ଦୀ ନଗର, ଭୁବନେଶ୍ୱର
ମୋ:୮୮୪୭୮୯୨୬୭୨


Enter your email to get our daily news in your inbox.

All Right Reserved By Dharitri.Com

୨୦୦୦ରୁ ଅଧିକ UPI ପେମେଣ୍ଟ ବନ୍ଦ? ପେଟ୍ରୋଲ ପମ୍ପ ଆଗରେ ଝୁଲିଲା ନୋଟିସ, ବଢ଼ିଲା ହଟଚମଟ!

ନୂଆଦିଲ୍ଲୀ,୧୯।୯: ଯଦି ଆପଣଙ୍କ ପକେଟରେ ମଧ୍ୟ କ୍ୟାସ (ନଗଦ ଟଙ୍କା) ରହୁନାହିଁ ଏବଂ ଆପଣ ୫ ଟଙ୍କାର ଚା’ଠାରୁ ଆରମ୍ଭ କରି ୫୦୦୦ ଟଙ୍କାର ସପିଂ କିମ୍ୱା…

‘ସଚେତନତା ବଢ଼ିଲେ ରୋକି ହେବ ଏଡ୍‌ସ ମହାମାରୀ’

ଭଞ୍ଜନଗର,୧୯ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଶନିବାର ଏଡ୍‌ସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌)…

ବିରାଟ କୋହଲିଙ୍କ କ୍ରେଜ ଦେଖିଛନ୍ତି? ମାତ୍ର ୨୪ ଘଣ୍ଟା ମଧ୍ୟରେ ବିକ୍ରି ହୋଇଯାଇଥିଲା ପ୍ରଥମ ଦିନିକିଆ ମ୍ୟାଚ ପାଇଁ ୫୦,୦୦୦ ଟିକେଟ

ନୂଆଦିଲ୍ଲୀ,୧୯।୯: ୱେଷ୍ଟଇଣ୍ଡିଜ କ୍ରିକେଟ ଦଳ ତିନୋଟି ODI (ଏକଦିବସୀୟ) ଏବଂ ପାଞ୍ଚୋଟି T20I ମ୍ୟାଚ ବିଶିଷ୍ଟ ସିରିଜ ପାଇଁ ଭାରତ ଗସ୍ତ କରୁଛି। ଏହି ଗସ୍ତ ସେପ୍ଟେମ୍ବର…

ବଡ଼ ଦୁର୍ଘଟଣା: ବାଗଳାମୁଖୀରୁ ଫେରୁଥିବା ବେଳେ ନାଳରେ ଭାସିଯାଇ ୭ ଓଡ଼ିଆ ଶ୍ରଦ୍ଧାଳୁଙ୍କ ସମେତ ୮ମୃତ

ଇନ୍ଦୋର,୧୯।୯: ମଧ୍ୟପ୍ରଦେଶର ନାଲଖେଡା ସ୍ଥିତ ମା’ ବଗଳାମୁଖୀ ମନ୍ଦିର ନିକଟରେ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ କାରକୁ ଏକ ନାଳ ଭସାଇ ନେଇଥିଲା। ଏହି ଘଟଣାରେ କାରରେ…

Video: ଭାବ ବିହ୍ବଳ ହୋଇ ଖୁବ କାନ୍ଦିଲେ ଚରାଗ ପାଶଓ୍ବାନ

ମୁମ୍ବାଇ,୧୯।୯: ଭକ୍ତମାନଙ୍କ ପାଇଁ ଗଣପତି ବାପ୍ପାଙ୍କୁ ବିଦାୟ ଦେବାର ମୁହୂର୍ତ୍ତଟି ଅତ୍ୟନ୍ତ ଭାବପୂର୍ଣ୍ଣ ହୋଇଥାଏ। କେନ୍ଦ୍ରମନ୍ତ୍ରୀ ତଥା ଲୋକ ଜନଶକ୍ତି ପାର୍ଟି (ରାମ ବିଳାସ)ର ନେତା ଚିରାଗ…

ପ୍ରେମୀଯୁଗଳଙ୍କୁ ଗଛରେ ବାନ୍ଧି ମାଡ଼: ଲୁଚିକି ମହିଳାଙ୍କ ଘରକୁ ଆସିଥିବାବେଳେ ଘଟିଲା…

ବାରିପଦା/ ଝାରପୋଖରିଆ,୧୯ା୯ (ନୀଳାଦ୍ରି ବିହାରୀ ଦଣ୍ଡପାଟ/ସୁଧୀର କୁମାର ମହାନ୍ତ):ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅଞ୍ଚଳରେ ପ୍ରେମ ସମ୍ପର୍କରୁ ନେଇ ଏକ ଅଶୋଭନୀୟ ଘଟଣା ଘଟିଛି। ଜଣେ ବିବାହିତା…

8th Pay Commission: ନାଇଟ ଡ୍ୟୁଟି ପାଇଁ ମିଳିବ ଅଲଗା ଟଙ୍କା! ୩ ଗୁଣା ଦରମା…

୮ମ ବେତନ ଆୟୋଗ (8th Pay Commission) ଗଠନ ସହିତ ସରକାରୀ କର୍ମଚାରୀଙ୍କ ଆଶା ଆହୁରି ବଢ଼ିବାରେ ଲାଗିଛି। ଏହି କ୍ରମରେ ଦେଶର ବିଭିନ୍ନ କେନ୍ଦ୍ର ସରକାରୀ…

ଜଳବାୟୁ ସମ୍ମିଳନୀରେ ବଡ଼ ବାର୍ତ୍ତା ଦେଲେ ମୋଦି, କହିଲେ, ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ବଡ଼ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୧୯।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ନୂଆଦିଲ୍ଲୀରେ ‘ପରିବେଶ ଏବଂ ଜଳବାୟୁ ଗତିଶୀଳତାର ଭବିଷ୍ୟତ’ (The Future of Environment and Climate Dynamics) ବିଷୟ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?