ଆନ୍ଦୋଳନ ଦମନ ପାଇଁ ବଳ ପ୍ରୟୋଗ

ବେଜିଂ,୨୯।୧୧:ଚାଇନାରେ କଠୋର କୋଭିଡ୍‌ ନୀତିକୁ ବିରୋଧ କରି ବିଭିନ୍ନ ସହରରେ ଆନ୍ଦୋଳନ ଜୋର୍‌ଦାର ହେବା ସହ ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗଙ୍କ ଇସ୍ତଫା ଦାବି କରାଯାଉଛି। ଆନ୍ଦୋଳନକୁ ଦମନ କରିବାକୁ ଯାଇ ପୋଲିସ ବଳ ପ୍ରୟୋଗ କରିଛି। କ୍ରମାଗତ ୨ ରାତି ଧରି ବିକ୍ଷୋଭ ପରେ ସୋମବାର ସାଂଘାଇ ସମେତ ବିଭିନ୍ନ ସହରରୁ ଶତାଧିକ ବିକ୍ଷୋଭକାରୀଙ୍କୁ ଗିରଫ କରାଯାଇଛି। ବିକ୍ଷୋଭକାରୀଙ୍କୁ ଦୂରେଇ ରଖିବା ପାଇଁ ରାସ୍ତାରେ ବ୍ୟାରିକେଡ୍‌ କରାଯାଇଛି। ବିକ୍ଷୋଭ ଖବର ସଂଗ୍ରହ କରୁଥବା ବିବିସି ଖବରଦାତା ଏଡ୍‌ ଲରେନ୍ସଙ୍କୁ ପୋଲିସ ରବିବାର ମାଡ଼ ମାରିବା ସହ ଗିରଫ କରିଥିଲା। ପରେ ତାଙ୍କୁ ଛାଡ଼ି ଦେଇଛି। ଲରେନ୍ସ ତାଙ୍କ ସାମ୍ବାଦିକତା ପ୍ରମାଣପତ୍ର ଦେଖାଇପାରି ନ ଥିଲେ ବୋଲି ଚାଇନା ସରକାର କହିଛନ୍ତି। ଅନେକ ପୋଲିସ ଅଧିକାରୀ ଲରେନ୍ସଙ୍କୁ ତଳେ ପକାଇ ପିଟିବା ସହ ଗୋଇଠା ମାରିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ପରେ ସେମାନେ ତାଙ୍କୁ ହ୍ୟାଣ୍ଡକଫ୍‌ ପକାଇ ନେଇଯାଇଥିଲେ।
ଜିରୋ-କୋଭିଡ୍‌ ନୀତିକୁ ନେଇ ଜନସାଧାରଣ ଅତିଷ୍ଠ ହୋଇପଡ଼ିଲେଣି। କୋଭିଡ୍‌ ପାଇଁ ଗଣ ପରୀକ୍ଷା, କ୍ୱାରାଣ୍ଟାଇନ ଏବଂ ଲକ୍‌ଡାଉନ ଯୋଗୁ ଉତ୍ତେଜନା ବୃଦ୍ଧି ପାଇଛି। ଫଳରେ ସପ୍ତାହାନ୍ତରେ ରାଜଧାନୀ ବେଜିଂ, ସାଂଘାଇ ଓ ଅନ୍ୟ ସହରରେ ହଜାର ହଜାର ଲୋକ ରାସ୍ତାକୁ ଓହ୍ଲାଇଥିଲେ। ଲକ୍‌ଡାଉନ୍‌ କଟକଣା ଉରୁମ୍‌କି ସହରରେ ନିଆଁଲିଭା କାର୍ଯ୍ୟରେ ପ୍ରତିବନ୍ଧକ ସାଜିବାରୁ ୧୦ ଜଣଙ୍କ ଜୀବନ ଗଲା ବୋଲି ବିକ୍ଷୋଭକାରୀ ଅଭିଯୋଗ କରିଛନ୍ତି। ଆନ୍ଦୋଳନ ପରେ କାଁଭଁା ଅଞ୍ଚଳରେ କୋଭିଡ୍‌ କଟକଣାକୁ କୋହଳ କରାଯାଇଥିଲେ ହେଁ ଜିରୋ-କୋଭିଡ୍‌ ନୀତିରେ ପରିବର୍ତ୍ତନ କରାଯିବ ନାହିଁ ବୋଲି କୁହାଯାଇଛି। ବିକ୍ଷୋଭ ଏବଂ ଜିନ୍‌ପିଙ୍ଗଙ୍କୁ ବିରୋଧ ସମ୍ପର୍କରେ ସରକାରଙ୍କ ପକ୍ଷରୁ କୌଣସି ବିବୃତି ଦିଆଯାଇ ନାହିଁ। ପୋଲିସ କାର୍ଯ୍ୟାନୁଷ୍ଠାନରେ କେତେ ବିକ୍ଷୋଭକାରୀ ଗିରଫ ହୋଇଛନ୍ତି ତାହା ମଧ୍ୟ ସରକାରୀ ଭାବେ କୁହାଯାଇ ନାହିଁ। ସାଂଘାଇରେ ବିକ୍ଷୋଭକାରୀଙ୍କୁ ଘଉଡ଼ାଇବା ପାଇଁ ପୋଲିସ ପିପର ସ୍ପ୍ରେ ବ୍ୟବହାର କରିଥିଲା।
ଜିନ୍‌ପିଙ୍ଗ୍‌ଙ୍କ ଶାସନ ଉପରୁ ଲୋକଙ୍କ ଆସ୍ଥା ତୁଟିଯିବାରୁ ଏଭଳି ଆନ୍ଦୋଳନ ମୁଣ୍ଡ ଟେକିଥିବା ଅଷ୍ଟ୍ରେଲିଆର ପୂର୍ବତନ ପ୍ରଧାନମନ୍ତ୍ରୀ କେଭିଡ୍‌ ରୁଡ୍‌ କହିଛନ୍ତି। ବର୍ତ୍ତମାନର ଆନ୍ଦୋଳନ କେବଳ କୋଭିଡ୍‌ କଟକଣାକୁ ନେଇ ନୁହେଁ, ଜିନ୍‌ପିଙ୍ଗ କ୍ରମାଗତ ତୃତୀୟ ଥର ପାଇଁ ଶାସକ ଦଳ ମୁଖ୍ୟ ନିର୍ବାଚିତ ହେବା ପରେ ଆନ୍ଦୋଳନ ଆରମ୍ଭ ହୋଇଥିବା ସେ କହିଛନ୍ତି।
ବ୍ୟାପକ ଆନ୍ଦୋଳନ ସତ୍ତ୍ୱେ ଚାଇନା ସରକାର ଜିରୋ-କୋଭିଡ୍‌ ନୀତି ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି। ଦେଶରେ ଦୈନିକ ସଂକ୍ରମଣ ୪୦,୦୦୦ରେ ପହଞ୍ଚତ୍ଲାଣି। ତେଣୁ କୋଭିଡ୍‌ ନୀତିରେ ପରିବର୍ତ୍ତନ କରାଯିବ ନାହିଁ ବୋଲି ଚାଇନା ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଝାଓ ଲିଜିଆନ୍‌ କହିଛନ୍ତି। ସିପିସି ନେତୃତ୍ୱ ଏବଂ ଜନସାଧାରଣଙ୍କ ସମର୍ଥନରେ କୋଭିଡ୍‌-୧୯ ବିରୋଧରେ ଆମ ଲଢ଼େଇ ସଫଳ ହେବ ବୋଲି ସରକାର ବିଶ୍ୱାସ କରୁଥିବା ଝାଓ ଗଣମାଧ୍ୟମକୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୧୦ କେଜି ଗଞ୍ଜେଇ ଜବତ, ୮ ଗିରଫ: କନ୍ଧମାଳରୁ ରାଜ୍ୟ ବାହାରକୁ ହେଉଥିଲା ଚାଲାଣ

ଭଞ୍ଜନଗର, ୨୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ ଧରଣର ଗଞ୍ଜେଇ ଚାଲାଣ ମାମଲା ଠାବ କରି ୨୧୦ କେଜି ଗଞ୍ଜେଇ ଜବତ କରିଛି।…

ଆଉ ୭ ଦିନ ପରେ ଘଟିବାକୁ ଯାଉଛି ଏମିତି: ୪ ରାଶିଙ୍କ ଜୀବନରେ ପୁଣି ଫେରିବ ପୁରୁଣା ପ୍ରେମ! ଶୁକ୍ର କରିବେ…

୨ ସେପ୍ଟେମ୍ବର ୨୦୨୬ରେ ଶୁକ୍ର ତୁଳା ରାଶିରେ ପ୍ରବେଶ କରିବେ। ପ୍ରେମ ଓ ସମ୍ପର୍କର କାରକ ଶୁକ୍ରଙ୍କ ନିଜ ରାଶିରେ ପ୍ରବେଶକୁ ଜ୍ୟୋତିଷ ଦୃଷ୍ଟିରୁ ବେଶ ବିଶେଷ…

ଜେଲ ଯିବେ ତରୁଣ ତେଜପାଲ, ସୁପ୍ରିମକୋର୍ଟରୁ ଲାଗିଲା ବଡ଼ ଝଟକା

ନୂଆଦିଲ୍ଲୀ,୨୫।୮: ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ ତେହେଲକା ସମ୍ପାଦକ ତରୁଣ ତେଜପାଲଙ୍କୁ ସୁପ୍ରିମକୋର୍ଟ ତୁରନ୍ତ ଆଶ୍ୱସ୍ତି ଦେବାକୁ ମନା କରିଦେଇଛନ୍ତି। କୋର୍ଟ ତାଙ୍କୁ ଦୁଇ…

ପାଣି ପକାଉଥିବା ବେଳେ ମାରିଲା କରେଣ୍ଟ, ଚାଲିଗଲା ବଳରାମଙ୍କ ଜୀବନ

ପୁରୁଷୋତ୍ତମପୁର,୨୫ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ବିଦ୍ଯୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ…

ପୁଟିନଙ୍କ ବଡ଼ ପ୍ରତିଶ୍ରୁତି: ସଙ୍କଟ ସମୟରେ ଭାରତକୁ ଯୋଗାଇବ…ବିଶ୍ୱରେ ହଇଚଇ

ନୂଆଦିଲ୍ଲୀ,୨୫।୮: ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସୋମବାର ମସ୍କୋରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ସମୟରେ ଜୟଶଙ୍କର ରାଷ୍ଟ୍ରପତି ପୁଟିନଙ୍କୁ…

୧୫ ଦିନ ହେଲା ନିଖୋଜ ଥିଲେ ଯୁବକ, ପରିତ୍ୟକ୍ତକୁ ଘରୁ ମିଳିଲା…

କଟକ,୨୫।୮(ପ୍ରଭୁ କଲ୍ୟାଣ ପାଲ୍‌): ବାରଙ୍ଗ ଥାନା ଗୋଡ଼ିସାହିର ଏକ ପରିତ୍ୟକ୍ତ ଘରୁ ମଙ୍ଗଳବାର ପୋଲିସ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ଯୁବକ ଜଣକ ବାରଙ୍ଗ…

ରକ୍ଷାବନ୍ଧନ ପର୍ଯ୍ୟନ୍ତ ୩ ରାଶିଙ୍କୁ ବୁଧ ଦେବେ ଶୁଭ ଫଳ! ଅଚାନକ ଟଙ୍କା….

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ଗ୍ରହକୁ ବୁଦ୍ଧି, ବାଣିଜ୍ୟ ଓ ଆର୍ଥିକ କାରବାରର କାରକ ଗ୍ରହ ବୋଲି ମନାଯାଏ । ବୁଧ ଏବେ କେତୁଙ୍କ ମଘା ନକ୍ଷତ୍ରରେ…

ଉଛୁଳୁଛି ସମୁଦ୍ର, ପୃଥିବୀ ଆଡକୁ ମାଡି ଆସୁଛି ବଡ଼ ‘ବିପର୍ଯ୍ୟୟ’? ବର୍ଷା-ବନ୍ୟା ଦେଉଛି ବିପଦର ବଡ଼ ସଙ୍କେତ

ନୂଆଦିଲ୍ଲୀ,୨୫।୮: ବିଶ୍ୱ ପାଣିପାଗ ଧାରାରେ ଦ୍ରୁତ ପରିବର୍ତ୍ତନ ହେଉଛି। କିଛି ଅଞ୍ଚଳ ପ୍ରବଳ ଗରମ ଅନୁଭବ କରୁଥିବା ବେଳେ, ଅନ୍ୟ ଅଞ୍ଚଳରେ ଅଳ୍ପ ସମୟ ମଧ୍ୟରେ ଏତେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri