ଆର୍ଦ୍ରଭୂମି ସୁରକ୍ଷାରେ ଡ୍ରୋନ୍‌ ବ୍ୟବହାର କର: ହାଇକୋର୍ଟ

କେନ୍ଦ୍ରାପଡ଼ା ଅଫିସ,୨୭।୧୦: ଜାତୀୟ ଉଦ୍ୟାନ ଭିତରକନିକା ଅଞ୍ଚଳରେ ଡ୍ରୋନ୍‌ ବ୍ୟବହାର ହେବ। ଏହି ଆର୍ଦ୍ରଭୂମି ପରିବେଶକୁ ନଷ୍ଟ କରୁଥିବା ଚିଙ୍ଗୁଡି ଘେରି ସହ ତଟକ୍ଷୟ ସମ୍ପର୍କରେ ତଥ୍ୟ ମିଳିବ। ବିରଳ ଅଲିଭ ରିଡ୍‌ଲେ କଇଁଛଙ୍କ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ସହ ବନ୍ୟ ଓ ସାମୁଦ୍ରିକ ଜୀବଙ୍କୁ ନେଇ ରହିଥିବା ଉତ୍ସୁକତାର ପରିସମାପ୍ତି ଘଟିବ। ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଏସ୍‌.ମୁରଲୀଧର ଓ ଜଷ୍ଟିସ୍‌ ମୁରାହରି ଶ୍ରୀରମଣଙ୍କ ଖଣ୍ଡପୀଠ ରାଜ୍ୟ ସରକାରଙ୍କୁ ଏନେଇ ଖର୍ଚ୍ଚ ଭରଣା କରିବାକୁ ବୁଧବାର ନିର୍ଦ୍ଦେଶ ଦେଇଛନ୍ତି। ଏହି ରାୟ ପରେ ସ୍ଥାନୀୟ ପରିବେଶବିତ୍‌ଙ୍କ ମଧ୍ୟରେ ଉତ୍ସାହ ଖେଳିଯାଇଛି। ଜୈବ ବିବିଧତାରେ ଭରା ଭିତରକନିକା ସୁରକ୍ଷା ଦିଗରେ ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶକୁ ସ୍ବାଗତ କରାଯାଇଛି।

ଧରିତ୍ରୀରେ ଏ ସମ୍ପର୍କରେ ୨୦୨୧ ନଭେମ୍ବର ୬ରେ‘ଅଲିଭ୍‌ ରିଡ୍‌ଲେ ସୁରକ୍ଷା ଚିନ୍ତା, ଡ୍ରୋନ୍‌ ସାହାଯ୍ୟରେ ହେଉ ବାସସ୍ଥଳ ନିରୀକ୍ଷଣ’ ଶୀର୍ଷକରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ଏଥିରେ ପରିବେଶବିତ୍‌ଙ୍କ ଦାବି ଉପସ୍ଥାପନ କରାଯାଇଥିଲା। ଯାହା ଏବେ ଫଳବତୀ ହେବାକୁ ଯାଉଛି ବୋଲି ପରିବେଶବିତ୍‌ମାନେ କହିଛନ୍ତି। ଏସମ୍ପର୍କରେ ଗହୀରମଥା ସାମୁଦ୍ରିକ କଇଁଛ ଓ ହେନ୍ତାଳବଣ ସୁରକ୍ଷା ସମିତିର ସମ୍ପାଦକ ହେମନ୍ତ କୁମାର ରାଉତ, ପରିବେଶବିତ୍‌ ଡ. ପ୍ରଦୀପ ତରାଇ, ଜନ ଅଧିକାର ଅଭିଯାନର ସଭାପତି ଭୁବନମୋହନ ଜେନା, ଅଧ୍ୟାପକ କ୍ଷିତୀଶ କୁମାର ସିଂ, ଡା. ମିଲନ କୁମାର ପ୍ରମୁଖ କହିଛନ୍ତି, ଆର୍ଦ୍ରଭୂମି ଭିତରକନିକା ବିଶ୍ୱର ଆକର୍ଷଣ ସାଜିଛି। ଏଠାରେ ଥିବା ଲୁଣା କୁମ୍ଭୀର ସହ ଧଳା କୁମ୍ଭୀର ଦେଖିବାକୁ ମିଳେ। ଏଥିସହ ବିରଳ ଅଲିଭରିଡଲେ କଇଁଛଙ୍କ ଅନ୍ତୁଡିଶାଳ ଭାବେ ଗହୀରମଥା ପରିଚିତି ପାଇଛି। ଦେଶୀ ବିଦେଶୀ ପକ୍ଷୀଙ୍କ ସମାହାର ସହିତ ସୁ୍‌ଘଞ୍ଚ ହେନ୍ତାଳବଣ, ବିଭିନ୍ନ ଔଷଧୀୟ ବୃକ୍ଷ, ସମୁଦ୍ର ମଧ୍ୟରେ ଶୈବାଳ ଉଦ୍ୟାନ ଅଛି। ତେବେ ଏହାର ପରିବେଶ ପ୍ରଦୂଷଣ ବିଭିନ୍ନ କାରଣରୁ ବଢ଼ି ଚାଲିଛି। ତଟକ୍ଷୟ ଏବେ ବିରଳ କଇଁଛଙ୍କ ଅନ୍ତୁଡିଶାଳକୁ ଧ୍ୱଂସ କରୁଛି। ବଢ଼ୁଥିବା ଚିଙ୍ଗୁଡି ଘେରି ଉଚ୍ଛେଦ ପାଇଁ ହାଇକୋର୍ଟରେ ଥିବା ଜନସ୍ବାର୍ଥ ମାମଲାର ଶୁଣାଣି ବାରମ୍ବାର ହେଉଛି। ଜିଲା ପ୍ରଶାସନକୁ ଏନେଇ ବାରମ୍ବାର ତାଗିଦ କରାଯାଇଛି। ଏହି ଉଚ୍ଛେଦ ସାମୟିକ ହୋଇଥିଲେ ମଧ୍ୟ ଅଦ୍ୟାବଧି ଜିଲାର ୧୦ ହଜାରରୁ ଅଧିକ ହେକ୍ଟର ଅଞ୍ଚଳରେ ଚିଙ୍ଗୁଡିଘେରି ରହିଛି। ଗତ ଅଗଷ୍ଟ ୧୪ରେ ଏହି ଜନସ୍ବାର୍ଥ ମାମଲା ଶୁଣାଣି ସମୟରେ କେନ୍ଦ୍ରାପଡା ଜିଲା ପ୍ରଶାସନ ପକ୍ଷରୁ ୨୮୨.୧୪ ଏକର ଜମିରେ ଥିବା ୫୬ଟି ପ୍ଲଟରୁ ଚିଙ୍ଗୁଡି ଘେରି ଉଚ୍ଛେଦ ହୋଇଥିବା ଦର୍ଶାଇଥିଲା। ତେବେ ଏହି ସମୟରେ ମାତ୍ର ୩୧୯.୬୭ ଏକର ଜମିରେ ମୋଟ ୭୬ ପ୍ଲଟ ଉପରେ ବେଆଇନ ଚିଙ୍ଗୁଡି ଘେରି ଥିବା ରିପୋର୍ଟ ପ୍ରଦାନ କରିଥିବା ବେଳେ ବର୍ଷାଋତୁ ପରେ ଘେରି ଉଚ୍ଛେଦ ହେବ ବୋଲି ମତ ରଖିଥିଲେ। ତେବେ ଆଜିର ଶୁଣାଣିରେ ହାଇକୋର୍ଟ ପକ୍ଷରୁ ଭିତରକନିକା ଓ ଚିଲିକା ଆର୍ଦ୍ରଭୂମି ଅଞ୍ଚଳରେ ଡ୍ରୋନ୍‌ ମାଧ୍ୟମରେ ନଜର ରଖିବାକୁ କୁହାଯାଇଛି। ଏହା ସ୍ବାଗତଯୋଗ୍ୟ ପଦକ୍ଷେପ। ଅପରପକ୍ଷେ ଭିତରକନିକାର ସାମୁଦ୍ରିକ ଅଞ୍ଚଳ ଗହୀରମଥାରେ ତଟକ୍ଷୟ ଦ୍ରୁତଗତିରେ ହେଉଛି। ଫଳରେ ବିରଳ ଅଲିଭ ରିଡଲେଙ୍କ ଅନ୍ତୁଡିଶାଳ ନଷ୍ଟ ହେଉଛି। ନିଷିଦ୍ଧ ସମୟରେ ସମୁଦ୍ରତଟକୁ ବେଆଇନ ଭାବେ ପ୍ରବେଶ କରୁଥିବା ଟ୍ରଲରଗୁଡିକ ମଧ୍ୟ ଡ୍ରୋନ ଦ୍ୱାରା ନିରୀକ୍ଷଣ କରିହେବ। ଗୋଆରେ ମଧ୍ୟ ଏହି ପ୍ରକାର କୌଶଳ ଅବଲମ୍ବନ କରାଯାଉଛିି। ସେଠାକାର ବନ ବିଭାଗ ଓ ୱାର୍ଲଡ ୱାଇଡ ଫଣ୍ଡ ଫର ନେଚର (ଡବ୍ଲ୍ୟୁଡବ୍ଲ୍ୟୁଏଫ୍‌) ମାଧ୍ୟମରେ କର୍ମଶାଳା ସହ ୨୦୨୧ ଏପ୍ରିଲ ମାସରେ ଗୋଆର ମୋରଜି ତଟଦେଶରେ ବ୍ୟବହାର ହୋଇଛି। ଏହାର ୩୬୦ ଡିଗ୍ରୀ କ୍ୟାମେରା ଲେନସରେ କଇଁଛଙ୍କ ବାସ୍ତବ ସ୍ଥିତି ସମ୍ପର୍କରେ ଅନୁଧ୍ୟାନ ଚାଲିଛି। ଏସମ୍ପର୍କରେ ଡିଏଫ୍‌ଓ ସୁଦର୍ଶନ ଗୋପୀନାଥ ଯାଦବ କହିଛନ୍ତି, ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ଏହାଦ୍ୱାରା ତଟାଞ୍ଚଳର ସୁରକ୍ଷାରେ ବେଶ୍‌ ସହାୟକ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ବାଫ୍ଲା ମାଳି ଖଣି ପ୍ରଭାବିତ ଅଞ୍ଚଳରେ ବିକାଶର ନଗ୍ନ ଚିତ୍ର: ଉପରେ ଚାଲିଛି ଖଣି, ତଳେ ରାସ୍ତା ନାହିଁ; ପ୍ରଶାସନର ଅବହେଳା ପରେ…

ଥୁଆମୂଳ ରାମପୁର/କାଶୀପୁର, ୨୩।୯ (ଦୁର୍ଗା କୀର୍ତ୍ତି/ ପ୍ରଫୁଲ୍ଲ ବେହେରା): ଗୋଟିଏ ପଟେ ବାଫ୍ଲା ମାଳି ପାହାଡ଼ ଉପରେ ବାକ୍ସାଇଟ୍ ଖଣି ଖନନ କରି କୋଟି କୋଟି ଟଙ୍କାର…

ଲଘୁଚାପ ବର୍ଷାରେ ସୃଷ୍ଟି ହେଲା ବନ୍ୟା ଆଶଙ୍କା: ଭଞ୍ଜନଗରରେ ସ୍ଥାନାନ୍ତର ପ୍ରକ୍ରିୟା ଜୋରଦାର, ସ୍ଥିତି ଉପରେ ନଜର ରଖିଛନ୍ତି ବିଧାୟକ

ଭଞ୍ଜନଗର, ୨୩।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡର ବିଭିନ୍ନ ଅଞ୍ଚଳରେ ବୁଧବାର ସନ୍ଧ୍ୟା ପର୍ଯ୍ୟନ୍ତ ତୁହାକୁ ତୁହା ଲଗାଣ ବର୍ଷା ଜାରି ରହିଛି। ଫଳରେ…

ନାଳ ପାର ହେବା ବେଳେ ପ୍ରଖର ସ୍ରୋତରେ ଭାସିଗଲେ ଚାଷୀ, ସ୍ତ୍ରୀଙ୍କ ସାହସିକତା-ପ୍ରଶାସନର ତତ୍ପରତାରୁ ବଞ୍ଚିଲା ଜୀବନ

ପାରଳାଖେମୁଣ୍ଡି, ୨୩।୯ (ଗିରିଧାରୀ ପରିଛା): ଅବପାତଜନିତ ଲଗାଣ ବର୍ଷା ଯୋଗୁ ନାଳର ପ୍ରଖର ସ୍ରୋତରେ ଭାସିଯାଇଥିବା ଜଣେ ଚାଷୀଙ୍କୁ ପ୍ରଶାସନ ଓ ଅଗ୍ନିଶମ ବାହିନୀର ତତ୍ପରତା ଯୋଗୁ…

ସ୍କୁଟିରେ ବ୍ରହ୍ମପୁର ଷ୍ଟେଶନ୍ ଚାଲାଣ ହେଉଥିଲା ଗଞ୍ଜେଇ! ପାଟ୍ରୋଲିଂ ବେଳେ ମାଡ଼ିବସିଲା ଅବକାରୀ ଟିମ୍

ଦିଗପହଣ୍ଡି, ୨୩।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅବକାରୀ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ଚୋରାରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଅବକାରୀ…

ଗାତରେ ରାସ୍ତା ନା ରାସ୍ତାରେ ଗାତ? ଲଗାଣ ବର୍ଷାରେ ମରଣଯନ୍ତା ପାଲଟିଛି ଗୁଡ଼ାରି-ବିର୍ସା ନାଳ ରାସ୍ତା; ଅଭିଯୋଗ ପରେ ବି…

ଗୁଡ଼ାରି, ୨୩।୯(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ନିକଟସ୍ଥ ବିର୍ସା ନାଳ ବ୍ରିଜ୍‌ରୁ ସହରକୁ ସଂଯୋଗ କରୁଥିବା ପ୍ରାୟ ୨ କିଲୋମିଟର ଦୀର୍ଘ ପ୍ରମୁଖ ରାସ୍ତାର…

ଲଗାଣ ବର୍ଷାରେ ବେହାଲ ଦିଗପହଣ୍ଡି: ମୁଖ୍ୟ ରାସ୍ତାରେ ୨ ଫୁଟର ପାଣି, ଦୋକାନ-ବ୍ୟାଙ୍କରେ ନର୍ଦ୍ଦମା ଜଳ, ଜଳବନ୍ଦୀ ବସଷ୍ଟାଣ୍ଡ ବାସିନ୍ଦା

ଦିଗପହଣ୍ଡି,୨୩।୯(ଅଶେଷ ନାଥ ମିଶ୍ର): ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଘନୀଭୂତ ଲଘୁଚାପ ପ୍ରଭାବରେ ତୁହାକୁ ତୁହା ଲଗାଣ ବର୍ଷା ଯୋଗୁ ବୁଧବାର ଦିଗପହଣ୍ଡି ସହର ସମ୍ପୂର୍ଣ୍ଣ ଉବୁଟୁବୁ ହୋଇପଡ଼ିଛି।…

ନ୍ୟାସନାଲ ପେନଚାକ ପ୍ରତିଯୋଗିତା, ସ୍ବର୍ଣ୍ଣପଦକ ବିଜେତାଙ୍କୁ ଗଞ୍ଜାମରେ ସମ୍ବର୍ଦ୍ଧନା

ଗଞ୍ଜାମ,୨୩ା୯(ବିଦ୍ୟାଧର ସାହୁ ): ଲେହ ଲଦାଖରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ପେନଚାକ ସିଲାଟ ପ୍ରତିଯୋଗିତା 2026 ରେ ଓଡ଼ିଆ ପୁଅ ଶିବପ୍ରସାଦ ଜେନା ଗୋଲ୍ଡ ମେଡାଲ ହାସଲ…

କେସିଙ୍ଗାରେ ରେକର୍ଡ ବର୍ଷା, ଆତଙ୍କିତ ସ୍ଥାନୀୟ ବାସିନ୍ଦା

କେସିଙ୍ଗା,୨୩।୯(ତୁମେଶ୍ୱର ସାହୁ): ଲଘୁଚାପଜନିତ ବର୍ଷାରେ କେସିଙ୍ଗା ବ୍ଲକର ୨୬ଟି ଗ୍ରାମ ପଞ୍ଚାୟତରେ ଦୀର୍ଘ ଦୁଇଦିନ ଧରି ବର୍ଷା ଲାଗି ରହିଛି ।କେତେବେଳେ ବର୍ଷା ହେଉଛି ତ ଆଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?