ଗୁଳିମାଡ଼ରେ ସମିତି ସଭ୍ୟାଙ୍କ ସ୍ବାମୀ ମୃତ

ବେଲପଡା, ୨୮ା୩(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ବେଲପଡା ବ୍ଲକ ବାଗଡୋର ପଞ୍ଚାୟତର ସମିତି ସଭ୍ୟା ବନିତା ବିଶ୍ୱାଳଙ୍କ ସ୍ବାମୀ ଲୋକନାଥ ବିଶ୍ୱାଳ(୪୫) ସୋମବାର ସନ୍ଧ୍ୟାରେ ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ପ୍ରାଣ ହରାଇଛନ୍ତି। ବନମାଲସ୍ଥିତ ବାସଭବନ ସମ୍ମୁଖରେ ସ୍ତ୍ରୀଙ୍କ ସହ ବସିଥିବା ବେଳେ ଏକ ବାଇକ୍‌ରେ ଆସି ୨ଜଣ ଦୁର୍ବୃତ୍ତ ଲୋକନାଥଙ୍କ ଉପରକୁ ଅତର୍କିତ ଗୁଳିମାଡ଼ କରିଥିଲେ। ପରେ ଅନ୍ଧାରର ସୁଯୋଗ ନେଇ ସେମାନେ ବାଇକ ସହ ସେଠାରୁ ଲାଠୋର ରାସ୍ତାରେ ଦ୍ରୁତଗତିରେ ଖସି ପଳାଇଥିଲେ। ଗୁରୁତର ଅବସ୍ଥାରେ ଲୋକନାଥଙ୍କୁ ବେଲପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ଛାତିରେ ଗୁଳିମାଡ଼ ହୋଇଥିବା ଡାକ୍ତର ଅମର ମିଶ୍ର କହିଛନ୍ତି। ମୃତ୍ୟୁ ପୂର୍ବରୁ ଲୋକନାଥ ଗଁାର ଗିରିଧାରୀ ଓ ବସୁଙ୍କ ନାମ ନେଇଥିଲେ। ଏମାନଙ୍କ ସହ ଲୋକନାଥଙ୍କର ପୂର୍ବ ଶତ୍ରୁତା ଥିବା କୁହାଯାଉଛି। ମାଓବାଦୀ ଉପଦ୍ରୁତ ଅଞ୍ଚଳ ହୋଇଥିବାରୁ ପୋଲିସ ଘଟଣାସ୍ଥଳରେ ପହଞ୍ଚିନାହିଁ। ସବିଶେଷ ଖବର ଅନୁସାରେ ପୋଲିସ ୨ ଅଭିଯୁକ୍ତଙ୍କୁ ଲାଠୋରଠାରେ କାବୁ କରିଛି। ତେବେ କାବୁ କରିବା ପୂର୍ବରୁ ଅଭିଯୁକ୍ତମାନେ ଖସିଯିବା ପାଇଁ ଗୁଳିଚାଳନା କରିଥିବା ଜଣାପଡିଛି। ତଦନ୍ତରେ ବାଧା ଉପୁଜିବା ସମ୍ଭାବନା ଥିବାରୁ ଅଭିଯୁକ୍ତଙ୍କ ସମ୍ପର୍କରେ କିଛି କହିବାକୁ ମନା କରି ଦେଇଛନ୍ତି ବେଲପଡା ଥାନା ଆଇଆଇସି ବୁଲୁ ମୁଣ୍ଡା।


Enter your email to get our daily news in your inbox.

All Right Reserved By Dharitri.Com

ଦୀପାବଳି ଦିନ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଜାରି ହେବ ୧୪୪ ଧାରା

ପୁରୀ ଅଫିସ,୧।୧୧: ଆସନ୍ତା ୪ ତାରିଖରେ ପବିତ୍ର ଦୀପାବଳି ଓ ପୟାଶ୍ରାଦ୍ଧ। ଏହି ଅବସରରେ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବା ସହ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ...

ମୁନିଗୁଡାରେ ଲାଗିଲା ମାଓବାଦୀ ପୋଷ୍ଟର, ବ୍ୟାନର୍‌

ମୁନିଗୁଡା,୧୬।୧୦(ଡି.ଏନ.ଏ.):ରାୟଗଡା ଜିଲା ମୁନିଗୁଡା ଥାନା ଅନ୍ତର୍ଗତ ରାମନାକୁପୁଲି ଛକ ନିକଟରେ ବୁଧବାର କିଛି ମାଓବାଦୀ ବ୍ୟାନର ଓ ପୋଷ୍ଟର ଲାଗିଥିବା ଦେଖାଯାଇଛି। ଉକ୍ତ ମାଓବାଦୀ ବ୍ୟାନର...

ଅବହେଳିତ ଗଁ। ତୁଳିପଦୀ

ବନ୍ତ, ୧୦ା୧୦(ସ୍ବ.ପ୍ର.)- ଭଦ୍ରକ ଜିଲା ବନ୍ତ ବ୍ଲକ ଗୋପୀନାଥପୁର ପଞ୍ଚାୟତ ଅଧୀନ ତୁଳିପଦୀ ଗଁ। ଅବହେଳିତ। ଯାତାୟାତ ଲାଗି ଏହି ଗଁ। କୁ ସବୁଦିନିଆ ଭଲ...

ବିଦ୍ୟାଳୟରେ ପାଣି ସମସ୍ୟା ଉତ୍କଟ

ଢେଙ୍କାନାଳ ଅଫିସ୍‌, ୩୧।୩: ଢେଙ୍କାନାଳ ପୌରାଞ୍ଚଳର ୧୯ନଂ. ୱାର୍ଡ ଅଧୀନ ସିମିଳିଆ ପ୍ରାଥମିକ ବିଦ୍ୟାଳୟରେ ପାନୀୟଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। ସ୍କୁଲରେ ପଢୁଥିବା ୧୬୧...

ପୋଖରୀରୁ ହାତଗୋଡ଼ ବନ୍ଧା ଅବସ୍ଥାରେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ପୁଅବୋହୂ ହତ୍ୟା କରିଥିବା ଅଭିଯୋଗ

ମହାକାଳପଡ଼ା,୨୭।୧୧(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ଅଧୀନ ବଳିପାଳ ଗ୍ରାମ ପୋଖରୀରୁ ଏକ ମୃତଦେହ ବୁଧବାର ସକାଳେ ଉଦ୍ଧାର କରାଯାଇଛି। ମୃତକ ହେଲେ ଉକ୍ତ ଗ୍ରାମର...

ଉପକୂଳ ପାଲଟିଛି ନିଶା ବ୍ୟବସାୟୀଙ୍କ ଚାରଣ ଭୂଇଁ

ମହାକାଳପଡ଼ା,୩ା୬(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଦିନକୁଦିନ ବୃଦ୍ଧି ପାଉଛି ବେଆଇନ ନିଶା ବ୍ୟବସାୟ। ସ୍ଥାନୀୟ ବ୍ୟବସାୟୀମାନେ ବେଆଇନ ଭାବେ ଖୁଲମ୍‌ଖୁଲା ଦେଶୀ...

ଅଧିକାରୀଙ୍କୁ ତାଲା ପକାଇଲେ ହିତାଧିକାରୀ

ଯୋଡା,୧୧୭।୮(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ ଅଧୀନ ଚମକପୁର ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ହିତାଧିକାରୀମାନେ ସେମାନଙ୍କର ୪ମାସର ବକେୟା ଭତ୍ତା ନ ପାଇ ପଞ୍ଚାୟତ ନିର୍ବାହୀ...

ସୁନାଗହଣା ସହ ୩.୬୦ ଲକ୍ଷ ଜବତ, ୩ ଗିରଫ

ବାସୁଦେବପୁର,୨୭ା୪(ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର ଥାନା ଅଧୀନ ବେତଡ଼ା ବଜାରରୁ ତାରାକାନ୍ତ ସାହୁ ନାମକ ଜଣେ ସୁନା ବ୍ୟବସାୟୀଙ୍କ ଦୋକାନରୁ ଚୋରି ଘଟଣାର ପର୍ଦ୍ଦାଫାଶ ହୋଇଛି।...

Advertisement
Archives

Model This Week