ଉପଯୋଜନ

ଦ୍ୱିତୀ ଚନ୍ଦ୍ର ସାହୁ

 

ଷାଠିଏ ସତୁରି ଦଶକର ସାମାଜିକ ସ୍ଥିତି। ସମାଜରେ ସାହୁକାରଙ୍କ କାରସାଦି ପ୍ରବଳ। ସାହୁକାର ଯାହା ଚାହିଁବେ ତାହା କରି ପାରୁଥିଲେ। ସମାଜର ତଳ ଶ୍ରେଣୀର ଲୋକଙ୍କ ଅବସ୍ଥା ଶୋଚନୀୟ। ହାତରେ ଅର୍ଥ ନାହିଁ କି ବଳ ଖଟାଇବାକୁ ନିଜର ଜମି ନାହିଁ। ଯଦି କାହାର ଟିକେନିଖେ ଜମି ଅଛି, ତା’ ଉପରେ ସାହୁକାରର ନଜର। ବଞ୍ଚିବାକୁ ହେଲେ ସାହୁକାର ଏକ ଭରସା। ସେଠି ବେଠି ଖଟିବାକୁ ହେବ। ଗୋତି କରିବାକୁ ହେବ। ଡକରା ହେବା ମାତ୍ରେ ସାହୁକାର ପାଖରେ ପହଞ୍ଚତ୍ବାକୁ ହେବ। ବିଳମ୍ବ ହେଲେ ସମସ୍ତଙ୍କ ଆଗରେ ଗାଳିଫଜତି। ଜମିରୁ ଶଗଡ଼ ଶଗଡ଼ ଫସଲ ପାଚୁଥିବ, ସେଥିରୁ ଗୋଟେ ବି ନିଜ ଇଚ୍ଛାରେ ଆଣି ପାରିବନି। ଭାର ଭାର ସବୁଜ ପରିବା ଫଳେଇବ। କିନ୍ତୁ ନିଜ ପିଲାଙ୍କ ପେଟ ପାଇଁ ସେଥିରୁ ତୋଳି ଆଣି ପାରିବନି ଖମ୍ବାରୀ। ଖମ୍ବାରୀ ଘରର ଅବସ୍ଥା ସାଂଘାତିକ। ବହୁ କୁଟୁମ୍ବୀ ପରିବାର ମୁହଁରେ ଦାନା ଦେବାକୁ ପଡ଼ିବ। ସୀମିତ ଉପାର୍ଜନ ଭିତରେ ବଞ୍ଚତ୍ବ। ପିଲାମାନଙ୍କର ବି ସେଇ ଢାଞ୍ଚା। ସାହୁକାର ଚାହଁୁଥିବ ଖମ୍ବାରୀର ପିଲା ଖମ୍ବାରୀ ହେଉ ଚାଲାକି ହେଲେ ସାହୁକାରକୁ ବିପଦ। ପାଠଶାଠ ପଢ଼ିଲେ ସାହୁକାର ବେଉଷା ନଷ୍ଟ ହେବ। ଏହା ସତ୍ତ୍ୱେ ବି ବହୁ କୁଟୁମ୍ବୀ ପରିବାର ବଞ୍ଚତ୍ଥିଲେ। ଭୋକ ଶୋଷରେ ଜିଉଁଥିଲେ। ଅଭିଯୋଗ ନଥିଲା ପିଲାମାନଙ୍କର। ଦରିଦ୍ର ସହ ଯୁଝିବା ଶିଖୁଥିଲେ। ବିଦ୍ୟାଳୟରେ ହୀନମନ୍ୟତାର ଶିକାର ହେଉଥିଲେ। ଘରର ମାଆ ସାହସ ଦେଉଥିଲେ। ବାପାର ନାଅଁା ରଖିବାକୁ ହେବ। ସାହୁକାରମାନଙ୍କ ଆଗରେ ମଣିଷ ହୋଇ ଠିଆ ହେବାକୁ ହେବ। ସେଇ ପରିବାରର ସଦସ୍ୟମାନେ ଅବଶ୍ୟ ପଢ଼ିଲେ। ଆଜି ବିଭିନ୍ନ ସ୍ଥାନରେ ବଡ଼ ପଦପଦବୀରେ ଅବସ୍ଥାପିତ। ଏବେ ସାହୁକାରଗିରି ନାହିଁ। ସେତେବେଳର ସାହୁକାରମାନେ ନାହାନ୍ତି। ସେମାନଙ୍କ ପରବର୍ତ୍ତୀ ପିଢ଼ିଙ୍କ ନିକଟରେ ସେ ସୁଯୋଗ ନାହିଁ। ଆଜିକା ସାମାଜିକ ସ୍ଥିତି ସହ ସେମାନେ ଜୀବନଯାପନ ନେଇ ସଂଗ୍ରାମ କରୁଛନ୍ତି।
ଏସବୁ କହିବାର କାରଣ ହେଲା ପିଲାଟି ପରିବାରରୁ ସବୁ ଶିଖେ। ପ୍ରତିକୂଳ ପରିବେଶ ସହ ଲଢ଼ିବା, ବଞ୍ଚତ୍ବା, ବ୍ୟବହାର, ଚାଲିଚଳଣ ଓ ସଂସ୍କାରସବୁ ପରିବାରରୁ ମିଳେ। ବଡ଼ ଭାଇ, ବଡ଼ ଭଉଣୀଙ୍କ ପଥକୁ ଅନୁସରଣ କରେ। ଜେଜେବାପା, ଜେଜେମା’ଙ୍କ ସ୍ନେହ ପାଏ। ସରାଗରେ ପୋତି ହୋଇଯାଏ। ବାପାଙ୍କ ଆଖି ଭୁଲ୍‌ କରିବାକୁ ବାଧାଦିଏ। କିନ୍ତୁ ବାପାଙ୍କ କାନ୍ଧ ଦୁନିଆକୁ ଦେଖିବାକୁ ସୁରକ୍ଷିତ ଆସନ ଯୋଗାଏ। ଗଁା ଆତ୍ମୀୟତା ଦିଏ। ପିଲାଟି ଏତେ ବଡ଼ ପରିବାର ଭିତରେ କାହାରି ନା କାହାରି ପାଖରେ ବଣୁଆ ଲଟା ପରି ଲଟେଇ ପଡ଼େ। ସବୁ କଥା ଓ ଗୁମରକୁ ଖୋଲି ଦିଏ। ମୁରବିଙ୍କୁ କହିବାକୁ ସାହସ ନଥିଲେ ବି ପରିବାର ସଦସ୍ୟଙ୍କ ଜରିଆରେ ଖବର ଠିକ୍‌ ସ୍ଥାନରେ ପହଞ୍ଚତ୍ୟାଏ। ଭୟ ଓ ଭକ୍ତି ଭିତରେ ପିଲା ବଢୁଥିଲା ଓ ଗଢୁଥିଲା। ମନର ଦୁଃଖ ଓ ଅବସାଦକୁ ବ୍ୟକ୍ତ କରି ଶାନ୍ତି ପାଉଥିଲା। ସେଥିପାଇଁ ସେ ପରବର୍ତ୍ତୀ ସମୟରେ ନିଜ ସଂସାରକୁ ମଧ୍ୟ ଠିକ୍‌ ପରିଚାଳନା କରିପାରୁଥିଲା। ଏବେ ପରିବାର ହିଁ ନାହିଁ। ବାପା ବିଏକୁ ମାଆ ବିଏ, ପିଲା କାଖେଇବ କିଏ? ଏଇ ମାନସିକତାରେ ଜୀବନ ଚାଲିଛି। ପିଲାଟି ଏକା ଏକା ବଢ଼ୁଛି। ଗୋଟିଏ ପିଲା ହେତୁ ରୋଜଗାରିଆ ବାପାମାଆଙ୍କ ସରାଗ ବହୁତ ରହିଛି ସତ, କିନ୍ତୁ ତା’ର କଥା ବୁଝିବାକୁ କାହା ପାଖରେ ସମୟ ନାହିଁ। ପିଲା ନିକଟରେ ସବୁ ପାର୍ଥିବ ପଦାର୍ଥ ଉପଲବ୍ଧ ହୋଇପାରୁଛି। ପିଲାମାନେ ବାପାମାଆଙ୍କ ଆଶାଠାରୁ ବହୁ ଭଲ ପଢ଼ୁଛନ୍ତି। ଚମକେଇଲା ଭଳି କୋଟି କୋଟି ପିଲାଙ୍କ ଭିତରେ ନିଜକୁ ନିଆରା ଭାବେ ଠିଆ କରେଇପାରୁଛି। ମୁଠା ମୁଠା ଅର୍ଥ ରୋଜଗାର କରୁଛି। ଅଥଚ ଶୈଶବ କୋଉଠି ହଜେଇ ଦେଇଥିବାରୁ ଜୀବନତମାମ ମା’ବାପାଙ୍କୁ ଅଣଦେଖା କରିଥିବାର ଅବସୋସ ମନ ଭିତରେ ରହିଯାଉଛି। ସମସ୍ୟାକୁ ସମ୍ମୁଖୀନ ହେବା, ବିପଦକୁ ଟାଳିବା, ବ୍ୟସ୍ତ ଭିତରେ ଜୀବନକୁ ବାଟ କଢ଼େଇ ଆଗକୁ ନେବା, ଅବସାଦରୁ ମୁକ୍ତି ପାଇବାର ତରିକା ଖୋଜିବା ଏବଂ ସର୍ବୋପରି ସବୁ ପରିସ୍ଥିତିରେ ଖାପ ଖୁଆଇ ଚଳିବାର ଉପଯୋଜନ କଳାକୁ ହାସଲ କରିବାରେ କୋଉଠି ନା କୋଉଠି ସେ ଅସମର୍ଥ ହୋଇପଡୁଛି। ଯାହାର ପରିଣାମ ସ୍ବରୂପ ଭେଣ୍ଡା ବୟସରେ ଅପମୃତ୍ୟୁର ଶିକାର ହେଉଛି। ଜୀବନ ହାରିବାକୁ ପଛଘୁଞ୍ଚା ଦେଉନି। ଏଇ ହାର ସମାଜରେ ଏବେ ଉଦ୍‌ବେଗଜନକ ଭାବେ ବଢ଼ିଚାଲିଛି।
ଯୁବ ସମାଜ ନିକଟରେ ଆତ୍ମହତ୍ୟାର ମାନସିକତା ଅଧିକ। ଏଭଳି ମାନସିକତା ଉଭୟ ସମାଜ ଓ ପରିବାର ପାଇଁ ବିପଦ। ଗୋଟିଏ ସନ୍ତାନ ଭିତରେ ଜିଇ ଆସିଥିବା ମା’ବାପାଙ୍କ ପାଇଁ ପିଲାଟିକୁ ହରେଇବା କେଡ଼େ ଦୁର୍ବିଷହ ତାକୁ ଶବ୍ଦରେ ବ୍ୟକ୍ତ କରିବା କଷ୍ଟ। ଅନୁଭବୀ ଓ ସେଇ ପରିସ୍ଥିତିକୁ ଆଖିରେ ଦେଖୁଥିବା ମଣିଷ ହିଁ ଜାଣିପାରେ ତା’ର ଯାତନା ଓ ତାଡ଼ନା। ଏଇକ୍ରମରେ ନିକଟରେ ଜଣେ ବଡ଼ ଶିକ୍ଷାନୁଷ୍ଠାନ ଅଧ୍ୟକ୍ଷଙ୍କ ସହ ଦେଖାହେଲା। କଥାବାର୍ତ୍ତାବେଳେ ଚମକେଇ ଦେଲା ଭଳି ଗୋଟେ ତଥ୍ୟ ରଖିଲେ। ତାଙ୍କ ଅନୁଷ୍ଠାନର ଜଣେ ବାପାଙ୍କ ଗୁହାରି ବଡ଼ ସ୍ପର୍ଶକାତର ଓ ଦୁଃଖମୟ ଥିଲା। ପିଲାକୁ ଗଢ଼ିବାବେଳେ ବାପାଙ୍କ ତାଗିଦା ହେତୁ ସେଇ ବାପାର ଯୁକ୍ତ ଦୁଇ ପଢ଼ୁଥିବା ଏକମାତ୍ର ପୁତ୍ର ସନ୍ତାନ ଗତ କିଛି ଦିନ ହେଲା ଆଉ ଘରେ ଖାଉନି। ବାହାରେ ହୋଟେଲରେ ଖାଉଛି। ବାପାଙ୍କ ମୁହଁକୁ ଚାହୁଁନି। ବିଷମ ସ୍ଥିତିରୁ ଉଦ୍ଧାର କରିବା ଲାଗି ଶରଣାଗତ ବାପାଙ୍କ ଅସହାୟତାକୁ ଦେଖି ଅଧ୍ୟକ୍ଷ ମହୋଦୟ ପିଲାଟିକୁ କାଉନ୍‌ସେଲିଂ କରିଛନ୍ତି। ଶେଷ ଖବର ସୁଦ୍ଧା ପିଲାଟିର ବ୍ୟବହାରରେ କୌଣସି ପରିବର୍ତ୍ତନ ଆସିପାରିନି। ହୁଏତ ଏମିତିରେ ଭଲ ପଢ଼ୁଥିବା ପିଲାଟି ଭଲ କର୍ମସଂସ୍ଥାନ ପାଇଯିବ। କିନ୍ତୁ ଭବିଷ୍ୟତରେ ମା’ବାପାଙ୍କ ଅନ୍ତିମ ଜୀବନ କିଭଳି କଟିବ ତାହା ଜଳଜଳ। ଉପଯୋଜନ ଅଭାବରୁ ପିଲାଟିର ଭବିଷ୍ୟତ ବି ଅନ୍ଧାରମୁହଁା ନିଶ୍ଚିତ। ଇଏ ଏକ ଉଦାହରଣ ମାତ୍ର। ସମାଜରେ ଏମିତି ଚିତ୍ର ଓ ଚରିତ୍ର ଅନେକ। ବିବାହିତ ଦମ୍ପତିମାନେ ଘରୁ ଗୋଡ଼ ବାହାର କରିବା ଆଗରୁ ଯୌଥ ପରିବାର ଗୁରୁତ୍ୱ ଓ ଲାଭକୁ ମର୍ମେ ମର୍ମେ ଅନୁଭବ କରିବା ଆବଶ୍ୟକ।
ଇନ୍ଦିରା ନଗର, ଚତୁର୍ଥ ଗଳି, ରାୟଗଡ଼ା
ମୋ: ୯୪୩୭୯୦୯୬୭୧

 


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri