ଅଭିବୃଦ୍ଧି ଓ ଗୁଣାତ୍ମକ ଜୀବନ

ଡ. ସନ୍ତୋଷ କୁମାର ମହାପାତ୍ର

 

ଭାରତରେ ଅନେକ ବୁଦ୍ଧିଜୀବୀ ଅଛନ୍ତି, ଯେଉଁମାନଙ୍କର ଜ୍ଞାନ ଅଛି, କିନ୍ତୁ ବ୍ୟକ୍ତିଗତ ସ୍ବାର୍ଥ ପାଇଁ ସରକାରଙ୍କ ବିଫଳତାକୁ ଘୋଡ଼ାଇବା ସହିତ ସରକାରଙ୍କୁ ସୁହାଇଲା ପରି ଲେଖିଥା’ନ୍ତି ବା କହିଥା’ନ୍ତି। ସେମାନେ ଭାବନ୍ତି ଯେ, ଗରିବମାନେ କେବଳ ମୁଠାଏ ଖାଇବାକୁ ପାଇଲେ ଦେଶ ପ୍ରଗତି କରୁଛି ବୋଲି ଧରାଯିବ। ଏଣୁ ସରକାର ଏପରି ନୀତି ପ୍ରଣୟନ କରନ୍ତୁ, ଯେଉଁଥିରେ ରାଜନେତା, ଧନୀ, ପୁଞ୍ଜିପତି ତଥା ଶିଳ୍ପପତି ଅମାପ ସମ୍ପତ୍ତି ଠୁଳ କରିବେ, ଭୋଗ ବିଳାସରେ ଜୀବନ ବିତାଇବେ, କିନ୍ତୁ ଗରିବଙ୍କୁ ସାମାନ୍ୟ କିଛି ଦେଇ ଅହରହ ପ୍ରଚାର କରିବେ। ଏଥିପାଇଁ ସେମାନେ କେବଳ ଜିଡିପି ଅଭିବୃଦ୍ଧି ବିଷୟରେ କଥାବାର୍ତ୍ତା କରନ୍ତି। କାରଣ ଏହା କେବଳ ଅର୍ଥନୈତିକ କାର୍ଯ୍ୟକଳାପର ସୂଚକ ଏବଂ ଧନୀମାନେ ଅଧିକ ଧନୀ ହେଲେ ବା ବ୍ୟୟ କଲେ ମଧ୍ୟ ବୃଦ୍ଧି ପାଇବ।
ସେହି ବୁଦ୍ଧିଜୀବୀଙ୍କ ମଧ୍ୟରୁ ଅରବିନ୍ଦ ପାନାଗରିଆ ଜଣେ। ସେ କଲମ୍ବିଆ ବିଶ୍ୱବିଦ୍ୟାଳୟର ଅର୍ଥନୀତି ବିଭାଗ ପ୍ରଫେସର ଏବଂ ପ୍ରଖ୍ୟାତ ଅର୍ଥନୀତିଜ୍ଞ। ଏହା ପୂର୍ବରୁ ନୀତି ଆୟୋଗର ଉପାଧ୍ୟକ୍ଷ ମଧ୍ୟ ଥିଲେ। ସେ ସର୍ବଦା ଅଭିବୃଦ୍ଧିର ସ୍ବପ୍ନ ଦେଖାଇ ସରକାରଙ୍କ ସପକ୍ଷରେ ଲେଖିଥା’ନ୍ତି। ଅଭିବୃଦ୍ଧି ନାମରେ ସେ ସରକାରଙ୍କର ସମସ୍ତ ଜନବିରୋଧୀ, କୃଷକ, ଶ୍ରମିକ ବିରୋଧୀ ନୀତିକୁ ସମର୍ଥନ କରନ୍ତି। ସେ ମୁଦ୍ରାସ୍ଫୀତି, ଦରଦାମ ବୃଦ୍ଧି, ଗରିବମାନଙ୍କୁ ବାଧୁଥିବା ପରୋକ୍ଷ କର ଏବଂ ଶିକ୍ଷା, ସ୍ବାସ୍ଥ୍ୟ ବ୍ୟୟସାପେକ୍ଷ ହେବା, ବେକାରି, ବୈଷମ୍ୟ ପୁଷ୍ଟିହୀନତା ବ୍ୟାପକ ହେବା ବିରୋଧରେ ପାଟି ଖୋଲନ୍ତି ନାହିଁ ବରଂ ରାଷ୍ଟ୍ରାୟତ୍ତ ଶିଳ୍ପର ଘରୋଇକରଣ, କର୍ପୋରେଟ ଟିକସ ହ୍ରାସ ସପକ୍ଷରେ କହିଥା’ନ୍ତି। ତାଙ୍କର ଉଦ୍ଦେଶ୍ୟ ହେଉଛି, ଲୋକ ଅସୁରକ୍ଷିତ ରୁହନ୍ତୁ, ଜୀବନର ଗୁଣାତ୍ମକ ମାନରେ ଉନ୍ନତି ପଛେ ନ ଆସୁ, ଦେଶର ଜିଡିପି ବଢ଼ୁ। ଉଚ୍ଚ ଅଭିବୃଦ୍ଧିର ଏକ ଭ୍ରମ ସୃଷ୍ଟି କରି ସେ ସରକାରଙ୍କୁ ସଫଳ ରୂପେ ପ୍ରୋଜେକ୍ଟ କରିବାକୁ ଚେଷ୍ଟା କରନ୍ତି। କିନ୍ତୁ ନୋବେଲ ବିଜେତା ଅମର୍ତ୍ତ୍ୟ ସେନ୍‌ ଠିକ ବିପରୀତ। ସେ ଜୀବନର ଗୁଣାତ୍ମକ ମାନରେ ଉନ୍ନତି ପାଇଁ ମତ ଦେଇଥା’ନ୍ତି। ଶିକ୍ଷା, ସ୍ବାସ୍ଥ୍ୟରେ ଅଧିକ ବ୍ୟୟ କରିବାକୁ କହନ୍ତି।
ଗତ ଜୁଲାଇ ୧୦ରେ ଅରବିନ୍ଦ ପାନାଗରିଆ ଦେଶରେ ଅଧିକ ପୁଞ୍ଜି ବ୍ୟୟକୁ ସମର୍ଥନ କରି ପୁଣିଥରେ କହିଛନ୍ତିଯେ, ଭାରତ ୮% ଆର୍ଥିକ ଅଭିବୃଦ୍ଧି ହାସଲ କରିପାରିବ। ୨୦୧୭ ଜୁନ୍‌ ୩ରେ ନୀତି ଆୟୋଗର ଉପାଧ୍ୟକ୍ଷ ଥିଲାବେଳେ ସେ କହିଥିଲେ ଯେ, ୨୦୧୭-୧୮ରେ ଭାରତର ଜିଡିପି ୭.୫% ବୃଦ୍ଧି ପାଇବ ଏବଂ ସରକାର ବର୍ତ୍ତମାନର ଯେଉଁ ଅର୍ଥନୈତିକ ସଂସ୍କାର କାର୍ଯ୍ୟକାରୀ କରିଛନ୍ତି, ତାହାଯୋଗୁ ୨୦୧୯-୨୦ ବେଳକୁ ଜିଡିପି ୮% ବୃଦ୍ଧି ପାଇବ। କିନ୍ତୁ ବାସ୍ତବରେ ମାତ୍ର ୪% ହୋଇଥିଲା। ସେହିପରି ୨୦୨୧ ଡିସେମ୍ବର ୩୦ରେ ସେ କହିଥିଲେ ଯେ, ଦେବାଳିଆ ସଂହିତା ଆଇନ, ଜିଏସ୍‌ଟି, କର୍ପୋରେଟ ଟ୍ୟାକ୍ସ ହ୍ରାସ ଏବଂ ଶ୍ରମ ଆଇନ ପରି ସଂସ୍କାର ତଥା ବାଣିଜି୍ୟକ ଉଦାରୀକରଣ ଯୋଗୁ ଆମେ ଆଗାମୀ ଦଶନ୍ଧି ମଧ୍ୟରେ ପ୍ରାୟ ୮% ଅଭିବୃଦ୍ଧି ହାରକୁ ବଜାୟ ରଖିପାରିବା। କିନ୍ତୁ ବାସ୍ତବରେ ଅଭିବୃଦ୍ଧି ହାର କ୍ରମଶଃ ମନ୍ଥର ହେଉଛି। ୨୦୨୧-୨୨ରେ ଭାରତରେ ୮.୭% ଅଭିବୃଦ୍ଧି ଘଟିଛି, ଯଦିଓ ଏହା ପୂର୍ବ ଆକଳନଠାରୁ କମ୍‌। କିନ୍ତୁ ବାସ୍ତବତା ହେଉଛି ପେଣ୍ଟ ଅପ ଚାହିଦା ଏବଂ ପୂର୍ବ ଆର୍ଥିକ ବର୍ଷରେ ବିଯୁକ୍ତତ୍ମାକ ୬.୬% ଅଭିବୃଦ୍ଧି ଯୋଗୁ ଏହା ଘଟିଛି। ଅତ୍ୟନ୍ତ କ୍ରୂର ବାସ୍ତବତା ହେଉଛି ଗତ ଦୁଇ ଆର୍ଥିକ ବର୍ଷରେ ଜିଡିପି ମାତ୍ର ୧.୫% ବୃଦ୍ଧି ପାଇଛି। ଚିନ୍ତାଜନକ ବିଷୟ ହେଉଛି, ମୁଣ୍ଡପିଛା ଆୟ ଓ ବ୍ୟକ୍ତିଗତ ବ୍ୟୟ ୨୦୨୧-୨୨ ରେ ମହାମାରୀ ପୂର୍ବ ସ୍ତରରୁ କମ ରହିଛି। ୨୦୨୧-୨୨ର ଚାରିଟି ତ୍ରୟ ମାସରେ ଜିଡିପି ବୃଦ୍ଧି ହାର ୨୦.୧%, ୮.୪%, ୫.୪% ଏବଂ ୪.୧% ହୋଇଛି; ଯାହା ସୂଚାଉଛି ଯେ ଅର୍ଥନୀତି ପୁଣି ମନ୍ଥର ହୋଇଛି। ଅବଶ୍ୟ କିଛି ଭଲ ହେଲେ ସରକାର ବାହାବା ନେବେ। କିଛି ଖରାପ ହେଲେ ଭଗବାନ୍‌ଙ୍କୁ ଦାୟୀ କରାଯିବ ବା ଅନ୍ୟ ଦେଶର କିମ୍ବା ବିଶ୍ୱର ସଙ୍କଟକୁ କାରଣ ଦର୍ଶାଯିବ।
ବାସ୍ତବରେ ଲୋକ ଅଧିକ ଲୋଭୀ ହେଲେ, ଶୋଷଣ କରି ଅର୍ଥ ଉପାର୍ଜନ କରି ବେଶି ବ୍ୟୟ କଲେ ମଧ୍ୟ ଜିଡିପି ବଢ଼ିବ। ମଣିଷର ବିପର୍ଯ୍ୟୟ ବେଳେ ବି ଜିଡିପି ବୃଦ୍ଧି ପାଏ। ଉଦାହରଣ ସ୍ବରୂପ ଜଣେ ମଦ ପିଇ ଦୁର୍ଘଟଣାଗ୍ରସ୍ତ ହେଲା। ତା’ର ଗାଡ଼ି ଭାଙ୍ଗିଲା, ତା’ର ମେଡିକାଲ ବା ନର୍ସିଂ ଭର୍ତ୍ତି ହେଲା ଏବଂ ପରେ ମୃତ୍ୟୁବରଣ କଲା। ଶ୍ମଶାନରେ ପୋଡ଼ାଗଲା ଏବଂ ଶୁଦ୍ଧିକ୍ରିୟାରେ ଲୋକ ଖାଇଲେ, ବ୍ୟୟ ହେଲା। ପ୍ରତ୍ୟେକ ସ୍ତରରେ ଯେଉଁ ବ୍ୟୟ ହୋଇଥିବ, ତାହା ଜିଡିପି ବୃଦ୍ଧି କରିଥିବ। କିନ୍ତୁ ସେହି ପରିବାର ଯେଉଁ କ୍ଷତିଗ୍ରସ୍ତ ହେଲା, ତା’ର ଦୁଃଖ ଜିଡିପିରେ ପ୍ରତିଫଳନ ହେବ ନାହିଁ। ଜଣକର ଦୁଃଖ ବା ସୁଖ ବା ମାନସିକ ଉଦ୍‌ବେଗ କିମ୍ବା ଶାନ୍ତି ଜିଡିପିରେ ପ୍ରତିଫଳନ ହୋଇନଥାଏ। ନୋବେଲ ବିଜେତା ସାମୁଏଲ୍‌ ସନଙ୍କ ମତରେ ଜଣେ ଘରକାମ ପାଇଁ ଚାକରାଣୀକୁ ଯେଉଁ ବେତନ ଦିଏ ତାହା ଜିଡିପି ବୃଦ୍ଧି କରେ, କିନ୍ତୁ ଯଦି ମାଲିକ ଚାକରାଣୀକୁ ବିବାହ କରେ ତେବେ ଜିଡିପି ହ୍ରାସ ଘଟେ। ବର୍ତ୍ତମାନ ଦେଶରେ ଯେଉଁ ଜିଡିପି ବୃଦ୍ଧି ପାଉଛି, ତା’ର ଏକ କାରଣ ହେଲା କିଛି ଲୋକଙ୍କ କଳାଟଙ୍କା ଅହେତୁକ ବୃଦ୍ଧି ପାଇଛି, ଯେଉଁମାନେ ବେଶୀ ଜମି, ଘର ଏବଂ ମୋଟର ଯାନ କିଣିବାରେ ବ୍ୟୟ କରୁଛନ୍ତି। ପୁନଶ୍ଚ ସରକାର ଯେତେ ଅଧିକ ପରୋକ୍ଷକର ଆଦାୟ କରିବେ ଏବଂ ସବ୍‌ସିଡି ହ୍ରାସ କରିବେ ତାହା ଜିଡିପି ବୃଦ୍ଧି କରିବ। ପୁନଶ୍ଚ ଅଭିବୃଦ୍ଧି ଅଧିକ ହେବା ପ୍ରାକୃତିକ ସମ୍ପଦର ହ୍ରାସ ସହିତ ସିଧାସଳଖ ଜଡ଼ିତ। କିନ୍ତୁ ପ୍ରାକୃତିକ ସଂପଦ ସୀମିତ ବୋଲି ଶାସକଶ୍ରେଣୀ ଭୁଲିଯିବା ଅନୁଚିତ।
ଭାରତ ବିଶ୍ୱରେ ଦ୍ରୁତ ଅଭିବୃଦ୍ଧିଶୀଳ ରାଷ୍ଟ୍ର ବୋଲି ପ୍ରଚାର କରାଯାଉଛି। ଅଭିବୃଦ୍ଧି କଥା ପ୍ରଚାର କଲାବେଳେ ସରକାର ଭୁଲିଯିବା ଅନୁଚିତ ଯେ ବିଭିନ୍ନ ସୂଚକାଙ୍କରେ ଭାରତ ବିଶ୍ବରେ ଅତ୍ୟନ୍ତ ନିମ୍ନରେ ଅଛି। ଭାରତ ମାନବ ବିକାଶ ସୂଚକାଙ୍କ ୨୦୨୧ରେ (୧୮୯ ଦେଶ ମଧ୍ୟରୁ୧୩୧), ବିଶ୍ୱ ସୁଖ ସୂଚକାଙ୍କ ୨୦୨୨ (୧୪୯ ଦେଶ ମଧ୍ୟରୁ ୧୩୬), ବିଶ୍ୱ କ୍ଷୁଧା ସୂଚକାଙ୍କ (୧୧୬ ଦେଶ ମଧ୍ୟରୁ ୧୦୧ତମ), ବିଶ୍ୱ ଶାନ୍ତି ସୂଚକାଙ୍କ ୨୦୨୨ (୧୬୩ ଦେଶ ମଧ୍ୟରେ ୧୩୫) ଏବଂ ସ୍ଥାୟୀ ବିକାଶ ସୂଚକାଙ୍କ ୨୦୨୨ (୧୬୩ ଦେଶ ମଧ୍ୟରୁ ୧୨୧), ମାନବ ସ୍ବାଧୀନତା ସୂଚକାଙ୍କ (୧୬୫ ଦେଶ ମଧ୍ୟରୁ ୧୧୯ ସ୍ଥାନରେ) ରହିଛି। ଏହା ସୂଚାଉଛି ଅଭିବୃଦ୍ଧି ଲୋକଙ୍କ ଜୀବନ ଧାରଣ ମାନର ଉନ୍ନତିରେ ପ୍ରତିଫଳନ ହେଉନି। ଅଭିବୃଦ୍ଧି ଅଧିକ ହେଲେ ଶାସକ ଶ୍ରେଣୀର ଭୋଟ ବ୍ୟାଙ୍କ ବଢ଼ିବ ବୋଲି ପାନାଗରିଆ ଯାହା କହୁଛନ୍ତି ତାହା ସମ୍ପୂର୍ଣ୍ଣ ଭୁଲ୍‌। ଲୋକଙ୍କ ଜୀବନର ଗୁଣାତ୍ମକ ଦିଗର ଉନ୍ନତି ପାଇଁ ଧନୀଙ୍କଠାରୁ ଅଧିକ ଟିକସ ଆଦାୟ କରି ସରକାର ଶିକ୍ଷା, ସ୍ବାସ୍ଥ୍ୟ ମାଗଣାରେ ଦେବା ଉଚିତ।
ମୋ: ୯୪୩୭୨୦୮୭୬୨
skmohapatra67@gmail.com


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri