ବିବାହ ନ କରି ପିତା ହୋଇଛନ୍ତି ପୁଅ ହଂଟର, ଏକଥା ସ୍ବୀକାର କଲେ ଆମେରିକା ରାଷ୍ଟ୍ରପତି

ଓ୍ବାଶିଂଟନ,୨୯।୭: ଆମେରିକା ରଷ୍ଟ୍ରପତି ଜୋ ବାଇଡେନ ପ୍ରଥମ କରି ସାର୍ବଜନିକ ଭାବେ ନିଜ ପୁଅ ହଂଟରଙ୍କ ୪ ବର୍ଷର ଝିଅ ନେଭିଙ୍କ ସମ୍ପର୍କରେ କଥା ହୋଇଛନ୍ତି। ସେ କହିଛନ୍ତି କି ନେଭିଙ୍କ ମାଆ ଲୁଂଡେନ ରବଟର୍ସଙ୍କୁ ହଂଟର ବିବାହ କରି ନାହାନ୍ତି। ରାଷ୍ଟ୍ରପତି ବାଇଡେନ କହିଛନ୍ତି ଯେ ନେଭିଙ୍କ ମା ଲଂଡେନ ଏବଂ ଆମେ ତାଙ୍କ ଝିଅର ସ୍ବାର୍ଥରେ ଥିବା ସମ୍ପର୍କ ବିଷୟରେ ବୁଝାମଣା ପାଇଁ ମିଳିତ ଭାବେ କାର୍ଯ୍ୟ କରୁଛୁ। ବାଇଡେନ ମଧ୍ୟ ସେମାନଙ୍କର ଗୋପନୀୟତାକୁ ସମ୍ମାନ କରିବାକୁ ଲୋକଙ୍କୁ ନିବେଦନ କରିଥିଲେ।
ଆମେରିକା ରାଷ୍ଟ୍ରପତି କହିଛନ୍ତି ଯେ ଏହା ଏକ ରାଜନୈତିକ ପ୍ରସଙ୍ଗ ନୁହେଁ ବରଂ ପାରିବାରିକ ପ୍ରସଙ୍ଗ। ଜିଲ ଏବଂ ମୁଁ କେବଳ ଆମର ନାତିନାତୁଣିମାନଙ୍କ ପାଇଁ ଯାହା ଭଲ ତାହା କରିବାକୁ ଚାହୁଁ, ଯେଉଁଥିରେ ନେଭି ବି ସାମିଲ ଅଛି। ସୂଚନାଯୋଗ୍ୟ, ଲୁଂଡେନ ରୋବର୍ଟସ ଶିଶୁ ସହାୟତା ପାଇଁ ହଂଟରଙ୍କ ବିରୋଧରେ ଏକ ମାମଲା ଦାୟର କରିଥିଲେ। ଏହା ପରେ ହଂଟର୍ସଙ୍କ ଡିଏନଏ ପରୀକ୍ଷା କରାଯାଇଥିଲା, ଯାହା ପ୍ରମାଣ କରିଥିଲା ଯେ ନେଭିର ପିତା ହେଉଛନ୍ତି ରାଷ୍ଟ୍ରପତି ବାଇଡେନଙ୍କ ପୁଅ ହଂଟର। ବର୍ତ୍ତମାନ ଉଭୟ ପକ୍ଷ ଚାଇଲ୍ଡ ସପୋର୍ଟକୁ ନେଇ ଆଲୋଚନା କରୁଛନ୍ତି।
୨୦୨୧ରେ ପ୍ରକାଶିତ ହଂଟର ତାଙ୍କର ଏକ ପୁସ୍ତକରେ କହିଥିଲେ ଯେ ସେ ଲୁଂଡେନଙ୍କୁ ଭେଟିବା ସମୟରେ କୋକେନ ନିଶା ସେବନ କରୁଥିଲେ। ହଂଟର କହିଛନ୍ତି ଯେ ସେ ଏ ବିଷୟରେ କିଛି ମନେ କରନ୍ତି ନାହିଁ କିନ୍ତୁ ସେ ଶିଶୁର ଦାୟିତ୍ୱ ନେବାକୁ ପ୍ରସ୍ତୁତ ଅଛନ୍ତ। ହଂଟରଙ୍କ ଝିଅ ବିଷୟରେ ଗଣମାଧ୍ୟମରେ ଦୀର୍ଘ ଦିନ ଧରି ଆଲୋଚନା ହୋଇଆସୁଥିଲା, କିନ୍ତୁ ଏପର୍ଯ୍ୟନ୍ତ ବାଇଡେନ ଏହି ପ୍ରସଙ୍ଗରେ ନୀରବ ରହିଆସିଛନ୍ତି। ବର୍ତ୍ତମାନ ପ୍ରଥମ ଥର ପାଇଁ ବାଇଡେନ ଏହି ପ୍ରସଙ୍ଗରେ ସର୍ବସାଧାରଣରେ ମନ୍ତବ୍ୟ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚନ୍ଦନପୁରରେ ଗୋଷ୍ଠୀ ସଂଘର୍ଷ, ପୋଲିସର ଫ୍ଲାଗମାର୍ଚ

ପୁରୀ,୨୫।୮: ପୁରୀ ଜିଲା ଚନ୍ଦନପୁର ଥାନା ଉତରଣା ମଠସାହିରେ ମଙ୍ଗଳବାର ଗୋଷ୍ଠୀ ସଂଘର୍ଷ ହୋଇଛି। ଗାଁର ଏକ ପୋଖରୀର ଦଳ ସଫା ଏବଂ ମାଛ ମରାକୁ କେନ୍ଦ୍ର…

ନିଶାମୁକ୍ତ ଓଡିଶା ଅଭିଯାନ କାର୍ଯ୍ୟକ୍ରମ, ନିଶା ସେବନ ବିରୋଧରେ ଶପଥ ପାଠ କଲେ ଛାତ୍ରୀଛାତ୍ର

ଦିଗପହଣ୍ଡି,୨୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଦିଗପହଣ୍ଡି ଥାନା ପକ୍ଷରୁ ନିଶାମୁକ୍ତ ଓଡିଶା ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ଚନ୍ଦ୍ରଗହଣରେ ହାନୀ ନୁହେଁ ଏହି ୩ରାଶିଙ୍କ ଫିଟିଯିବ ଭାଗ୍ୟ, ଧନବର୍ଷା ସାଙ୍ଗକୁ ମିଳିବ ବଡ଼ ଚାକିରିର ଅଫର୍‌…

କୌଣସି ବି ଗ୍ରହଣ, ତାହା ଚନ୍ଦ୍ରଗ୍ରହଣ ହେଉ କି ସୂର୍ଯ୍ୟଗ୍ରହଣ, ସବୁବେଳେ କ’ଣ ବର୍ବାଦୀ ନେଇ ଆସିଥାଏ? କାରଣ ପ୍ରାୟତଃ ଆମେ ଗ୍ରହଣ ନାମ ଶୁଣିବା ମାତ୍ରେ…

ପିହୁ ନିଖୋଜ ଘଟଣା,କ୍ରାଇମବ୍ରାଞ୍ଚ ନୁହେଁ ସିବିଆଇ ତଦନ୍ତ ହେଉ:ବିଶ୍ୱ ରଞ୍ଜନ

ବରୀ,୨୫।୮(ମହେନ୍ଦ୍ର ସ୍ବଇଁ): ଯାଜପୁର ଜିଲା ବରୀ ବ୍ଲକ ବିଂଝାରପୁର ଥାନ ମଧୁସୂଦନପୁର ଗ୍ରାମର ବହୁଚର୍ଚ୍ଚିତ କୁନି ଝିଅ ପିହୁ ନିଖୋଜ ଘଟଣାକୁ ନେଇ , ଯାଜପୁର ସାଂସଦ…

୨୧୦ କେଜି ଗଞ୍ଜେଇ ଜବତ, ୮ ଗିରଫ: କନ୍ଧମାଳରୁ ରାଜ୍ୟ ବାହାରକୁ ହେଉଥିଲା ଚାଲାଣ

ଭଞ୍ଜନଗର, ୨୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ ଧରଣର ଗଞ୍ଜେଇ ଚାଲାଣ ମାମଲା ଠାବ କରି ୨୧୦ କେଜି ଗଞ୍ଜେଇ ଜବତ କରିଛି।…

ଆଉ ୭ ଦିନ ପରେ ଘଟିବାକୁ ଯାଉଛି ଏମିତି: ୪ ରାଶିଙ୍କ ଜୀବନରେ ପୁଣି ଫେରିବ ପୁରୁଣା ପ୍ରେମ! ଶୁକ୍ର କରିବେ…

୨ ସେପ୍ଟେମ୍ବର ୨୦୨୬ରେ ଶୁକ୍ର ତୁଳା ରାଶିରେ ପ୍ରବେଶ କରିବେ। ପ୍ରେମ ଓ ସମ୍ପର୍କର କାରକ ଶୁକ୍ରଙ୍କ ନିଜ ରାଶିରେ ପ୍ରବେଶକୁ ଜ୍ୟୋତିଷ ଦୃଷ୍ଟିରୁ ବେଶ ବିଶେଷ…

ଜେଲ ଯିବେ ତରୁଣ ତେଜପାଲ, ସୁପ୍ରିମକୋର୍ଟରୁ ଲାଗିଲା ବଡ଼ ଝଟକା

ନୂଆଦିଲ୍ଲୀ,୨୫।୮: ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ ତେହେଲକା ସମ୍ପାଦକ ତରୁଣ ତେଜପାଲଙ୍କୁ ସୁପ୍ରିମକୋର୍ଟ ତୁରନ୍ତ ଆଶ୍ୱସ୍ତି ଦେବାକୁ ମନା କରିଦେଇଛନ୍ତି। କୋର୍ଟ ତାଙ୍କୁ ଦୁଇ…

ପାଣି ପକାଉଥିବା ବେଳେ ମାରିଲା କରେଣ୍ଟ, ଚାଲିଗଲା ବଳରାମଙ୍କ ଜୀବନ

ପୁରୁଷୋତ୍ତମପୁର,୨୫ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ବିଦ୍ଯୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri