Posted inଖେଳ

ନକ୍‌ ଆଉଟରେ ଆମେରିକା, ନେଦରଲାଣ୍ଡ୍ସ, ଇଂଲଣ୍ଡ, ଡେନ୍‌ମାର୍କ

ଡୁନେଡିନ୍‌,୨ା୮(ପି.ଟି.): ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ମହିଳା ଫୁଟବଲ ବିଶ୍ୱକପର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି ଡିଫେଣ୍ଡିଂ ଚାମ୍ପିୟନ ଆମେରିକା ଓ ଗତ ସଂସ୍କରଣର ରନର୍‌ ଅପ୍‌ ନେଦରଲାଣ୍ଡ୍ସ। ଅନ୍ୟପକ୍ଷରେ ଗ୍ରୁପ୍‌ ଡିରୁ ଇଂଲଣ୍ଡ ଓ ଡେନ୍‌ମାର୍କ ମଧ୍ୟ କ୍ୱାର୍ଟରରେ ପ୍ରବେଶ କରିଛନ୍ତି। ଭିଏତ୍‌ନାମ ବିପକ୍ଷରେ ୭-୦ର ବୃହତ୍‌ ବିଜୟ ସହିତ ନେଦରଲାଣ୍ଡ୍ସ ନକ୍‌ଆଉଟରେ ପ୍ରବେଶ କରିଥିବା ବେଳେ ପର୍ତ୍ତୁଗାଲ ସହ ମ୍ୟାଚ୍‌ ଡ୍ର ରଖିଥିଲା ଆମେରିକା। ନେଦରଲାଣ୍ଡ୍ସ ଗ୍ରୁପ୍‌ ଇ’ରେ ଟେବୁଲ ଟପ୍ପର ରହିଥିବା ବେଳେ ଆମେରିକା ଦ୍ୱିତୀୟ ସ୍ଥାନରେ ରହିଛି ।
ନେଦରଲାଣ୍ଡ୍ସର ବୃହତ୍‌ ବିଜୟ: ଭିଏତ୍‌ନାମକୁ ୭-୦ରେ ପରାସ୍ତ କରିବା ସହିତ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି ନେଦରଲାଣ୍ଡ୍ସ। ଗତ ସଂସ୍କରଣର ରନର ଅପ୍‌ ଡଚ୍‌ ଦଳ ସମଗ୍ର ମ୍ୟାଚ୍‌ରେ ପ୍ରାଧାନ୍ୟ ବିସ୍ତାର କରି ଖେଳିବା ସହିତ ମ୍ୟାଚ୍‌ର ୭୩ ପ୍ରତିଶତ ସମୟ ବଲ୍‌କୁ ନିୟନ୍ତ୍ରଣରେ ରଖିଥିଲା। ଭିଏତନାମ ଗୋଲକିପର ଟ୍ରାନ୍‌ ଥି କିମ୍‌ ଥାନ୍ହଙ୍କ କମ୍‌ ଉଚ୍ଚତାର ଫାଇଦା ଉଠାଇ ନେଦରଲାଣ୍ଡ୍ସ ଖେଳାଳି ଗୋଟିଏ ପରେ ଗୋଟିଏ ଗୋଲ ସ୍କୋର କରି ଚାଲିଥିଲା। ପ୍ରଥମାର୍ଦ୍ଧରେ ଦଳ ୫ ଗୋଲ ସ୍କୋର କରିଥିଲା। ଦଳ ପକ୍ଷରୁ ଏସ୍‌ମି ବ୍ରଗ୍ଟ(୧୮ ଓ ୫୭ ମିନିଟ), ଜିଲ୍‌ ରୁର୍ଡ(୨୩ ଓ ୮୩ ମିନିଟ) ଡବଲ୍‌ ଗୋଲ ସ୍କୋର କରିଥିବା ବେଳେ ଲିକେ ମେର୍ଟନ୍ସ(୮ ମିନିଟ), କାଟ୍‌ଜା ସ୍ନୋଏସ୍‌(୧୧ ମିନିଟ) ଓ ଡାନିଏଲ ଭାନ୍‌ ଡେ ଡଙ୍କ (୪୫ ମିନିଟ) ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ୩ ମ୍ୟାଚ୍‌ରୁ ଦୁଇ ବିଜୟ ସହିତ ଦଳ ୭ ପଏଣ୍ଟ ଅର୍ଜନ କରି ନକ୍‌ଆଉଟରେ ପ୍ରବେଶ କରିଛି।
ପଏଣ୍ଟ ବାଣ୍ଟିଲା ଆମେରିକା: ଡିଫେଣ୍ଡିଂ ଚାମ୍ପିୟନ ଆମେରିକା ଅପେକ୍ଷାକୃତ ଦୁର୍ବଳ ପର୍ତ୍ତୁଗାଲ ବିପକ୍ଷରେ ମ୍ୟାଚ୍‌ ଅମୀମାଂସିତ ରଖିଛି। ପ୍ରଥମ ଥର ପାଇଁ ବିଶ୍ୱକପ ଖେଳୁଥିବା ପର୍ତ୍ତୁଗାଲ ମ୍ୟାଚ୍‌ର ୫୬ ପ୍ରତିଶତ ସମୟ ବଲ୍‌କୁ ନିୟନ୍ତ୍ରଣରେ ରଖିଥିଲା। ଏହା ସହିତ ଆମେରିକା କାଉଣ୍ଟର ଆଟାକ୍‌ କରିବାରେ ମଧ୍ୟ ବିଫଳ ହୋଇଥିଲା। ତୃତୀୟ ମ୍ୟାଚ୍‌ରେ ଗୋଟିଏ ବିଜୟ ଓ ଦୁଇଟି ଡ୍ର ସହିତ ଦଳ ୫ ପଏଣ୍ଟ ଅର୍ଜନ କରି ଦ୍ୱିତୀୟ ସ୍ଥାନରେ ରହି ନକ୍‌ଆଉଟକୁ ଯୋଗ୍ୟତା ଅର୍ଜନ କରିଛି। ଆମେରିକାକୁ ୬ଟି କର୍ନର ମିଳିଥିବା ବେଳେ ୧୭ଟି ଶଟ୍‌ ଟାର୍ଗେଟରେ ରହିଥିଲା, ତେବେ ଦଳ ଗୋଲ ସ୍କୋର କରିବାରେ ସଫଳ ହୋଇ ନ ଥିଲା।
ଲରେନ୍‌ ଜେମ୍ସଙ୍କ ଡବଲ୍‌ ଗୋଲ୍‌: ୨୧ ବର୍ଷୀୟ ଫରଓ୍ବାର୍ଡ ଲରେନ୍‌ ଜେମ୍ସଙ୍କ ଡବଲ ଗୋଲ ବଳରେ ଚାଇନାକୁ ୬-୧ ଗୋଲରେ ପରାସ୍ତ କରିଛି ୟୁରୋ କପ୍‌ ଚାମ୍ପିୟନ ଇଂଲଣ୍ଡ। ଇଂଲଣ୍ଡ ପକ୍ଷରୁ ମ୍ୟାଚ୍‌ର ଚତୁର୍ଥ ମିନିଟରେ ସ୍କୋର କରିଥିଲେ ଆଲେସିଆ ରୁଷୋ। ୨୬ ତମ ମିନିଟରେ ଲରେନ୍‌ ହେମ୍ପ ସ୍କୋର କରିବା ସହିତ ଦଳକୁ ୨-୦ରେ ଆଗୁଆ କରିଥିଲେ। ୪୧ ତମ ମିନିଟରେ ମାଞ୍ଚେଷ୍ଟର ୟୁନାଇଟେଡ ଓ ଚେଲ୍‌ସୀ ଷ୍ଟ୍ରାଇକର ଲରେନ୍‌ ଜେମ୍ସ ନିଜର ପ୍ରଥମ ଗୋଲ ସ୍କୋର କରିଥିଲେ। ପ୍ରଥମାର୍ଦ୍ଧରେ ୩-୦ରେ ଆଗୁଆ ରହିବା ପରେ ଦ୍ୱିତୀୟାର୍ଦ୍ଧରେ ମଧ୍ୟ ଇଂଲଣ୍ଡ ଆହୁରି ଦୁଇଟି ଗୋଲ ସ୍କୋର କରିଥିଲା। ମ୍ୟାଚ୍‌ର ୫୭ ମିନିଟରେ ଚାଇନାକୁ ପେନାଲ୍ଟି କର୍ନର ମିଳିଥିବା ବେଳେ ଓ୍ବାଙ୍ଗ ସୁଆଙ୍ଗ ଏହାକୁ ଗୋଲ୍‌ କରିଥିଲେ। ୬୫ ତମ ମିନିଟରେ ଲରେନ୍‌ ବ୍ୟକ୍ତିଗତ ଦ୍ୱିତୀୟ ଗୋଲ ସ୍କୋର କରିଥିବା ବେଳେ କ୍ଲୋଏ କେଲି ୭୭ ଓ ରାଚେଲ୍‌ ଡାଲି ୮୪ ତମ ମିନିଟରେ ଗୋଲ ଦେଇଥିଲେ।
ଡେନମାର୍କ ବନାମ ହାଇତି: ହାଇତିକୁ ୨-୦ରେ ପରାସ୍ତ କରି ନକ୍‌ଆଉଟରେ ପ୍ରବେଶ କରିଛି ଡେନମାର୍କ। ୨୧ ତମ ମିନିଟରେ ପେନାଲ୍ଟି କର୍ନରକୁ ଗୋଲରେ ପରିଣତ କରି ପେରେନିଲ ହାର୍ଡ ସ୍କୋର କରିଥିଲେ। ଇଞ୍ଜୁରୀ ଟାଇମରେ ୯୦+୧୦ ମିନିଟରେ ସାନ୍ନେ ଟ୍ରୋସେଲଗାର୍ଡ ନିଲସେନ୍‌ ଦ୍ୱିତୀୟ ଗୋଲ୍‌ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri