ଏସିଆରେ ଚାଇନା ପ୍ରତି ଥିବା ସମର୍ଥନ ହ୍ରାସ କରିବାକୁ ଉଦ୍ୟମ କରୁଛି ଆମେରିକା…

ବେଜିଂ, ୧୨।୬ : ଚାଇନା ପ୍ରତିରକ୍ଷା ମନ୍ତ୍ରୀ ଆମେରିକା ବିରୋଧରେ ବଡ଼ ଧରଣର ଅଭିଯୋଗ କରିଛି। ଆମେରିକା ଜାଣିଶୁଣି ଚାଇନାର ସାମ୍ରଦିକ ସୀମାରେ ପାଟ୍ରୋଲିଂ ସହିତ ଆମ ଅଞ୍ଚଳର କାର୍ଯ୍ୟରେ ହସ୍ତକ୍ଷେପ ଏବଂ ଦକ୍ଷିଣ ଚୀନ ସାଗରରେ ଯୁଦ୍ଧ ଜାହାଜ ଏବଂ ଯୁଦ୍ଧ ବିମାନ ପଠାଇ ଉତ୍ତେଜନା ସୃଷ୍ଟି କରୁଛି ବୋଲି ସିଙ୍ଗାପୁରରେ ଶାଙ୍ଗରି-ଲା ଆଲୋଚନା ସମୟରେ ଚାଇନା ପ୍ରତିରକ୍ଷା ମନ୍ତ୍ରୀ ଜେନେରାଲ ୱେଇ ଫେଙ୍ଗେ ରବିବାର ଅଭିଯୋଗ କରିଛନ୍ତି।

ଏସିଆ-ପ୍ରଶାନ୍ତ ମହାସାଗରରେ ଥିବା ଦେଶଗୁଡିକର ଚାଇନା ପ୍ରତି ସମର୍ଥନକୁ ହ୍ରାସ କରିବାରେ ଆମେରିକା ଯୋଜନାବଦ୍ଧ ଭାବେ କାର୍ଯ୍ୟ କରୁଥିବା ସେ କହିଛନ୍ତି। ଆମେରିକା ପ୍ରତିରକ୍ଷା ସଚିବ ଓଲିଉଡ ଅଷ୍ଟିନ ଚାଇନା ବିରୋଧରେ ଦେଇଥିବା ଅନ୍ତବ୍ୟ ଆପତ୍ତିଜନକ ବୋଲି ଫେଙ୍ଗେ କହିଛନ୍ତି।

ଇଣ୍ଡୋ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଥିବା ଦେଶମାନଙ୍କ ସହ ବହୁପକ୍ଷୀୟ ସହଭାଗୀତାର ଆବଶ୍ୟକତା ଉପରେ ଅଷ୍ଟିନ ଗୁରୁତ୍ୱାରୋପ କରିଥିଲେ, ଯାହା ଚାଇନାକୁ ଏକ ଘରିକିଆ କରିବାକୁ ଏକ ପ୍ରୟାସ ବୋଲି ଫେଙ୍ଗେ କହିଛନ୍ତି। ଫେଙ୍ଗେ କହିଛନ୍ତି ଯେ କୌଣସି ଦେଶ ଅନ୍ୟମାନଙ୍କ ଉପରେ ନିଜର ଦାବି ଜୋର ଜବରଦସ୍ତ ଲଦିଦେବା ଉଚିତ ନୁହେଁ କିମ୍ବା ବହୁପକ୍ଷୀୟତା ନାମରେ ଅନ୍ୟମାନଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ଦେବା ଉଚିତ ନୁହେଁ।

ଆମ ଅଞ୍ଚଳର ଦେଶଗୁଡ଼ିକୁ ହାଇଜାକ୍‌ କରିବା ଏବଂ ଏକ ନିର୍ଦ୍ଦିଷ୍ଟ ଦେଶକୁ ଟାର୍ଗେଟ କରିବା ପାଇଁ ମୁକ୍ତ ଏବଂ ଖୋଲା ଇଣ୍ଡୋ-ପାସିଫିକ ନାମରେ ଏକ ସ୍ବତନ୍ତ୍ର ଗୋଷ୍ଠୀ ଗଠନ ପାଇଁ ରଣନୀତି କରିବା ଠିକ୍‌ ନୁହେଁ ବୋଲି ଫେଙ୍ଗେ କହିଛନ୍ତି। ଗତ ବର୍ଷ ଚାଇନା ହାଇପରସୋନିକ କ୍ଷେପଣାସ୍ତ୍ର ପରୀକ୍ଷା କରୁଥିବା ନେଇ ଅଷ୍ଟିନ ଅଭିଯୋଗ କରିଥିଲେ।

ରବିବାର ପରୀକ୍ଷା ବିଷୟରେ ଏକ ପ୍ରଶ୍ନର ଉତ୍ତର ଦେଇ ଫେଙ୍ଗେ କହିଛନ୍ତି ଯେ, ଏପର୍ଯ୍ୟନ୍ତ ହାଇପରସୋନିକ କ୍ଷେପଣାସ୍ତ୍ର ସମ୍ପୂର୍ଣ୍ଣ ମିଥ୍ୟା। ସେ କହିଥିଲେ ଯେ ହାଇପରସୋନିକ ଅସ୍ତ୍ରଶସ୍ତ୍ର ପାଇଁ ଅନେକ ଦେଶ ଅସ୍ତ୍ରଶସ୍ତ୍ର ବିକଶିତ କରୁଛନ୍ତି ଏବଂ ମୁଁ ଭାବୁଛି ଚାଇନା ମଧ୍ୟ ସେପରି କରୁଛି। ଚାଇନା ଏହାର ସାମରିକ ବିକାଶ କରିବା ନିଶ୍ଚିତ। ମୁଁ ଭାବୁଛି ଏହା ଏକ ସ୍ବାଭାବିକ ପଦକ୍ଷେପ।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

ବିମାନକୁ କ୍ରାଶ କରିବାକୁ….ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ, ବିଶ୍ବରେ ହଇଚଇ!

ଦୁବାଇରୁ ଇସ୍ରାଏଲ ଯାଉଥିବା ଏକ ଫ୍ଲାଇଦୁବାଇ ବିମାନରେ ହୋଇଥିବା ଅଘଟଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ବିମାନ ଇସ୍ରାଏଲ ନିକଟରେ ପହଞ୍ଚିବା…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ବିଶ୍ୱ ରେକର୍ଡ ଭାଙ୍ଗିଲେ ଗିଲ୍, ଏହି ଖେଳାଳିଙ୍କୁ ପଛରେ ପକାଇ କଲେ…

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ୍ ନିଜ ନାମରେ ଆଉ ଏକ ବଡ଼ ବିଶ୍ୱ ରେକର୍ଡ ଯୋଡ଼ିଛନ୍ତି । ଗୁଆହାଟୀର ବାରସାପାରା…

ମହାସଂଯୋଗ! ଅକ୍ଟୋବର ଆରମ୍ଭରୁ ଚମକିବ ୫ଟି ରାଶିର ଭାଗ୍ୟ! ବୁଧ-ଅରୁଣଙ୍କ କୃପାରୁ ହେବେ ମାଲାମାଲ୍ !

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଗୋଚର ଓ ବିଶେଷ ସଂଯୋଗର ଏକ ବଡ଼ ଗୁରୁତ୍ୱ ରହିଛି । ୩୦ ସେପ୍ଟେମ୍ବର ୨୦୨୬ ସକାଳ ୮ଟା ୫୬ ମିନିଟ୍‌ରେ ବୁଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?