ପ୍ରଥମ ଚି଼କୁନଗୁନିୟା ଭାଇରସ ଟିକାକୁ ମଞ୍ଜୁରୀ ଦେଲା ଆମେରିକା

ନୂଆଦିଲ୍ଲୀ,୧୦/୧୧: ଆମେରିକାର ସ୍ୱାସ୍ଥ୍ୟ ଅଧିକାରୀମାନେ ଗୁରୁବାର ବିଶ୍ୱର ପ୍ରଥମ ଚି଼କୁନଗୁନିୟା ଭାଇରସ ଟିକାକୁ ଅନୁମତି ଦେଇଛନ୍ତି। ଏହି ଭାଇରସ ସଂକ୍ରମିତ ମାଶାଙ୍କ ଦ୍ୱାରା ବ୍ୟାପିଥାଏ, ଯାହାକୁ ଆମେରିକାର ଫୁଡ ଏବଂ ଡ୍ରଗ(ଏଫଡିଏ) ଆଡମିନଷ୍ଟ୍ରେସନ ବିଶ୍ୱ ସ୍ୱାସ୍ଥ୍ୟ ଜଗତ ପାଇଁ ଏକ ସମ୍ଭାବ୍ୟ ସଙ୍କଟ ବୋଲି କହିଥିଲା। ଏଏଫପି ରିପୋର୍ଟ ଅନୁଯାୟୀ ଏହି ଟୀକା ୟୁରୋପର ବଲନେବା ଦ୍ୱାରା ବିକଶିତ କରାଯାଇଛି, ଯାହାକୁ ଇକସିକ୍(Ixchiq) ନାମରେ ବିକ୍ରି କରାଯିବ।

ଏଫଡିଏ କହିଛି, ଇକସିକ୍ ୧୮ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ଅନୁମୋଦିତ ହୋଇଛି ଯେଉଁମାନଙ୍କର ଏକ୍ସପୋଜର ହେବାର ଆଶଙ୍କା ଅଧିକ। ଆମେରିକାର ଔଷଧ ନିୟାମକ ଦ୍ୱାରା ଇକସିକ୍ କୁ ଦିଆଯାଇଥିବା ସବୁଜ ସଂକେତ ଯେଉଁ ଦେଶରେ ଜୀବାଣୁ ଅଧିକ ବ୍ୟାପିଛି ସେହି ଦେଶରେ ଟୀକାକରଣର ଗତି ତ୍ୱରାନ୍ୱିତ ହେବ ବୋଲି ଆଶା କରାଯାଉଛି।

ଚି଼କୁନଗୁନିୟା ଟିକା ସମ୍ବନ୍ଧରେ ଉତ୍ତର ଆମେରିକାର ୩୫୦୦ ଲୋକଙ୍କ ଉପରେ ଦୁଇଟି କ୍ଲିନିକାଲ୍ ପରୀକ୍ଷା କରାଯାଇଥିଲା। ଏହି ଅବଧିରେ ମୁଣ୍ଡବ୍ୟଥା, ଥକାପଣ, ମାଂସପେଶୀ ଏବଂ ଗଣ୍ଠି ଯନ୍ତ୍ରଣା, ଜ୍ୱର ଏବଂ ବାନ୍ତି ଭଳି ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ପରିଲକ୍ଷିତ ହୋଇଥିଲା।

ଚି଼କୁନଗୁନିୟା ରୋଗ (ସିଏଚଆଇକେଡି) ମଶା ଦ୍ୱାରା ବ୍ୟାପୁଥିବା ଚି଼କୁନଗୁନିୟା ଭାଇରସରୁ ହୋଇଥାଏ, ଯେଉଁଥିରେ ଜ୍ୱର ଏବଂ ଗଣ୍ଠିରେ ଦରଜ ଅନୁଭୂତ ହୋଇଥାଏ। ରୋଗୀଙ୍କୁ ମୁଣ୍ଡବିନ୍ଧା, ମାଂସପେଶୀରେ ଦରଜ, ଆଣ୍ଠୁଗଣ୍ଠିରେ ଦରଜ ସମସ୍ୟା ଆସଦଇ ହୋଇଥାଏ। ଏହା ଆଫ୍ରିକା, ଦକ୍ଷିଣ ପୂର୍ବ ଏସିଆ ଏବଂ ଆମେରିକାର କିଛି ସ୍ଥାନରେ ଟ୍ରପିକାଲ୍ ଏବଂ ସବଟ୍ରୋପିକାଲ୍ ଅଞ୍ଚଳର କେତେକ ଅଂଶରେ ଏହା ଅଧିକ ବ୍ୟାପିଥାଏ, ଯାହା ଦ୍ୱାରା ଏହି ରୋଗର ବିଶ୍ୱବ୍ୟାପୀ ବିସ୍ତାର ହୋଇପାରିଥିଲା।

ଗତ ୧୫ ବର୍ଷ ମଧ୍ୟରେ ଚି଼କୁନଗୁନିୟାର ୫ ମିଲିୟନରୁ ଅଧିକ ମାମଲା ରିପୋର୍ଟ ହୋଇଥିବା ଏଫଡିଏ କହିଛି। ବରିଷ୍ଠ ଏଫଡିଏ ଅଧିକାରୀ ପିଟର ମାର୍କସ କହିଛନ୍ତି ଯେ ଚି଼କୁନଗୁନିୟା ଜୀବାଣୁ ସଂକ୍ରମଣ ଗୁରୁତର ଅସୁସ୍ଥତା ତଥା ଦୀର୍ଘସ୍ଥାୟୀ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ, ବିଶେଷକରି ବୟସ୍କ ବୟସ୍କ ତଥା ଚିକିତ୍ସିତ ହେଉଥିବା ରୋଗୀଙ୍କ ପାଇଁ।


Enter your email to get our daily news in your inbox.

All Right Reserved By Dharitri.Com

BRICS ସମ୍ମିଳନୀ ମଧ୍ୟରେ ରାହୁଲ-ପ୍ରିୟଙ୍କାଙ୍କୁ ଭେଟିଲେ ମାଲେସିଆ ପ୍ରଧାନମନ୍ତ୍ରୀ; ବ୍ରେକଫାଷ୍ଟ ସମୟରେ କ’ଣ ଆଲୋଚନା ହେଲା? ଜାଣନ୍ତୁ…

ନୂଆଦିଲ୍ଲୀ,୧୩।୯: ମାଲେସିଆର ପ୍ରଧାନମନ୍ତ୍ରୀ ଅନୱର ଇବ୍ରହିମ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଏମପି ପ୍ରିୟଙ୍କା ଗାନ୍ଧୀଙ୍କ ସହ ଏକ ବ୍ରେକଫାଷ୍ଟ…

ସାରା ଦିନ ସମ୍ମିଳନୀରେ ବ୍ୟସ୍ତ ଥିଲେ ସି ଜିନପିଙ୍ଗ, ହେଲେ କାହିଁକି BRICSର ଭବ୍ୟ ଭୋଜିରେ ଯୋଗ ଦେଲେ ନାହିଁ? ଜାଣନ୍ତୁ ଏହାର ବଡ଼ କାରଣ

ନୂଆଦିଲ୍ଲୀ,୧୩।୯: BRICS ସମ୍ମିଳନୀରେ ଯୋଗ ଦେଇଥିବା ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟ ଏବଂ ବିଶିଷ୍ଟ ଅତିଥିମାନଙ୍କ ପାଇଁ ଶନିବାର ରାତିରେ ରାଜଧାନୀ ନୂଆଦିଲ୍ଲୀସ୍ଥିତ ‘ଭାରତ ମଣ୍ଡପମ’ରେ ଏକ ଅତ୍ୟନ୍ତ…

‘ଗାଡ଼ି ଗଭୀର ଖାଲ ଆଡ଼କୁ ମାଡ଼ିଚାଲିଛି; ବ୍ରେକ ଲଗାଇବାର ସମୟ ଆସିଯାଇଛି’ AIକୁ ନେଇ ଆମେରିକୀୟ ଆଇନ ପ୍ରଣେତାଙ୍କ ଚେତାବନୀ

ଓ୍ବାଶିଂଟନ,୧୩।୯: ଆମେରିକାର ସିନେଟର ବର୍ନି ସାଣ୍ଡର୍ସ ରବିବାର କହିଛନ୍ତି ଯେ AI (କୃତ୍ରିମ ବୁଦ୍ଧିମତ୍ତା) ବିକାଶର ଗତି ମନ୍ଥର କରିବା ପାଇଁ ଡାରିଓ ଆମୋଡେଇ, ସାମ ଅଲ୍ଟମ୍ୟାନ…

୨୪୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଜାହାଜ ନିଖୋଜ; ସର୍ଚ୍ଚ ଅପରେଶନ ଆରମ୍ଭ

ଜାକର୍ତ୍ତା,୧୩।୯: ଜାଭା ସାଗରରେ ରବିବାର ୨୪୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଜାହାଜ ନିଖୋଜ ହୋଇଯାଇଛି। ଅଧିକାରୀଙ୍କ କହିବାନୁସାରେ, ବୋର୍ଣ୍ଣିଓ ଦ୍ୱୀପର ପୂର୍ବ ଜାଭାରୁ ଦକ୍ଷିଣ…

ମୋଦି-ଜିନ୍‌ପିଙ୍ଗ୍‌ ଦ୍ୱିପାକ୍ଷିକ ବୈଠକ: ଚାଇନା ଭାରତ ସହ ତା’ର…

ନୂଆଦିଲ୍ଲୀ,୧୨ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚାଇନା ରାଷ୍ଟ୍ରପତି ସି. ଜିନପିଙ୍ଗ୍‌ଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ଶେଷ ହୋଇଛି। ଭାରତମଣ୍ଡପମରେ ଅନୁଷ୍ଠିତ ଏହି ବୈଠକରେ ବାଣିଜ୍ୟ ସମେତ…

ଆରଟିଆଇ (RTI) ର ବଡ଼ ତଥ୍ୟ, ୭ ବର୍ଷରେ ପ୍ରଧାନମନ୍ତ୍ରୀଙ୍କ ମେକଅପ ପାଇଁ ଖର୍ଚ୍ଚ ହୋଇଛି ଏତିକି କୋଟି ଟଙ୍କା

ଜେରୁଜେଲମ,୧୨।୯: ଇସ୍ରାଏଲରେ, ୨୦୧୯ ମସିହାରୁ ଅଗଷ୍ଟ ୨୦୨୬ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ କେଶ ସଜ୍ଜା (hairstyling) ଏବଂ ମେକଅପ ପାଇଁ ପ୍ରାୟ ୪,୭୦,୦୦୦ ଡଲାର (ପାଖାପାଖି ୪ କୋଟି…

ପ୍ରଧାନମନ୍ତ୍ରୀ ମୋଦି, ପୁଟିନ, ଜିନପିଙ୍ଗ… ବ୍ରିକ୍ସ (BRICS)ର ଏକ ଶକ୍ତିଶାଳୀ ଚିତ୍ର, ବିଶ୍ୱ ପାଇଁ ଦେଉଛି ବଡ଼ ବାର୍ତ୍ତା…

ନୂଆଦିଲ୍ଲୀ,୧୨।୯: ବ୍ରିକ୍ସ (BRICS) ସମ୍ମିଳନୀରୁ ବିଶ୍ୱ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ବହନ କରୁଥିବା ଚିତ୍ର ସାମ୍ନାକୁ ଆସିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ…

ବ୍ରିକ୍ସ ଘୋଷଣାପତ୍ରରେ ଏକପାଖିଆ ଯୁଦ୍ଧକୁ ନିନ୍ଦା, ଭାରତର ବଡ଼ କୂଟନୈତିକ ବିଜୟ କହି…

ନୂଆଦିଲ୍ଲୀ,୧୨ା୯: ବ୍ରିକ୍ସ(BRICS)ଶିଖର ସମ୍ମିଳନୀର ଶେଷ ଅଧିବେଶନରେ ସର୍ବସମ୍ମତିକ୍ରମେ ‘ଦିଲ୍ଲୀ ଘୋଷଣାପତ୍ର ୨୦୨୬’ ଗୃହୀତ ହୋଇଛି। ଏହି ଘୋଷଣାନାମାରେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ କଡ଼ା ନିନ୍ଦା କରାଯାଇଛି, ଯାହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?