କିମ୍‌ଙ୍କ ଗୁପ୍ତଚର ଉପଗ୍ରହକୁ ନେଇ ଚିନ୍ତା ପ୍ରକଟ କଲା ଆମେରିକା…

ଓ୍ବାଶିଂଟନ,୭।୬ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନଙ୍କ ଗୁପ୍ତଚର ଉପଗ୍ରହକୁ ନେଇ ଆମେରିକା ପକ୍ଷରୁ ଉଦବେଗ ପ୍ରକାଶ ପାଇଛି। ବର୍ତ୍ତମାନ ଆମେରିକା ନିଜେ ଗୁପ୍ତଚର ଉପଗ୍ରହ ଉତକ୍ଷେପଣ କରିବାକୁ ଯୋଜନା କରିଛି। ମହାକାଶରେ ରୁଷିଆ ଏବଂ ଚାଇନାର ବଢୁଥିବା ଶକ୍ତିକୁ ପରାସ୍ତ କରିବାକୁ ଆମେରିକା ପ୍ରସ୍ତୁତି ଚଳାଇଛି।

ଏହି କାରଣରୁ ଆମେରିକାର ସ୍ପେସ ଫୋର୍ସ ଆସନ୍ତା କିଛି ମାସ ମଧ୍ୟରେ ଗୁପ୍ତଚର ଉପଗ୍ରହ ଉତକ୍ଷେପଣ କରିବ। ଏହି ଉପଗ୍ରହଗୁଡ଼ିକର ମୁଖ୍ୟ କାର୍ଯ୍ୟ ହେବ ରୁଷିଆ ଏବଂ ଚାଇନାର ପ୍ରତ୍ୟେକ ଗତିବିଧି ଉପରେ ନଜର ରଖିବା। ଜୁଲାଇ ପରେ ଏହି ଉପଗ୍ରହଗୁଡ଼ିକ ଉତକ୍ଷେପଣ କରାଯିବ ବୋଲି କୁହାଯାଉଛି।

ଏହାପୂର୍ବରୁ ଉତ୍ତର କୋରିଆ ଦ୍ୱାରା ଗୁପ୍ତଚର ଉପଗ୍ରହ ଉତକ୍ଷେପଣକୁ ଆମେରିକା ଦୃଢ଼ ସମାଲୋଚନା କରିଥିଲା। ଆମେରିକାର ଜାତୀୟ ସୁରକ୍ଷା ପରିଷଦ ମୁଖପାତ୍ର ଆଡାମ ହଗ କହିଛନ୍ତି ୱାଶିଂଟନ ଉତ୍ତର କୋରିଆର ଗୁପ୍ତଚର ଉପଗ୍ରହ ଉତକ୍ଷେପଣକୁ ନିନ୍ଦା କରିଛି କାରଣ ଏହା ନିଷିଦ୍ଧ ବାଲିଷ୍ଟିକ କ୍ଷେପଣାସ୍ତ୍ର ପ୍ରଯୁକ୍ତିବିଦ୍ୟା ବ୍ୟବହାର କରିଛି। ଏହାଦ୍ୱାରା ଉତ୍ତେଜନା ବୃଦ୍ଧି ପାଇଛି ଏବଂ ଏହି ଅଞ୍ଚଳ ତଥା ଅନ୍ୟାନ୍ୟ ସ୍ଥାନରେ ସୁରକ୍ଷା କ୍ଷୁର୍ଣ୍ଣ ହୋଇଛି। ଫଳରେ ଅନ୍ତର୍ଜାତୀୟସ୍ତରରେ ଅସ୍ଥିରତା ବୃଦ୍ଧି ପାଇବାର ଆଶଙ୍କା ରହିଛି।

ତେବେ ଉତ୍ତର କୋରିଆର ଶାସକ କିମ ଜୋଙ୍ଗ-ଉନଙ୍କ ଭଉଣୀ ଆମେରିକାର ମନ୍ତବ୍ୟକୁ ପଛରେ ପକାଇ ଏହାକୁ ଗ୍ୟାଙ୍ଗଷ୍ଟର ଭଳି କପଟୀ ବୋଲି ଅଭିହିତ କରିଛନ୍ତି। ଏଥି ସହିତ, କିଛି ଦିନ ପୂର୍ବରୁ ଏକ ଖବର ଆସିଥିଲା ଚାଇନାର ଏକ ଉପଗ୍ରହ ମହାକାଶ ଭିତରେ ଥିବା ଏକ ଆମେରିକୀୟ ଉପଗ୍ରହ ଉପରେ ଗୁପ୍ତଚର କରିଥିଲା। ଏହା ଆମେରିକାର ପ୍ରତିରକ୍ଷା ବିଭାଗରେ ଆଲୋଡ଼ନ ସୃଷ୍ଟି କରିଥିଲା। ଏହି ଘଟଣା ପରଠାରୁ ମହାକାଶରେ ଚାଇନା ଏବଂ ରୁଷିଆ ସହିତ କଡ଼ା ପ୍ରତିଯୋଗିତା କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନରେ ଅଟା କେଜି ୮୦୦ ଟଙ୍କା, ରୁଟି ୨୫ ଟଙ୍କା, ଜାଣନ୍ତୁ କାହିଁକି ସବୁ ଏତେ ମହଙ୍ଗା

ନୂଆଦିଲ୍ଲୀ,୧ା୫: ପଡୋଶୀ ଦେଶ ପାକିସ୍ତାନରେ ଖାଦ୍ୟ ସାମଗ୍ରୀ ସହିତ ବିଭିନ୍ନ ଜିନିଷର ଦାମ୍ ଆକାଶ ଛୁଆଁ ରହିଛି।ଯାହାକୁ ନେଇ ଲୋକମାନେ ସରକାରଙ୍କ ବିରୋଧରେ ଖୋଲାଖୋଲି ଭାବେ...

ହାମିଲଟନ ହଲ୍‌କୁ କବ୍‌ଜା କଲେ ବିକ୍ଷୋଭକାରୀ

ନ୍ୟୁୟର୍କ, ୧।୫: ଗତ କିଛିଦିନ ଧରି ପାଲେଷ୍ଟାଇନକୁ ସମର୍ଥନ କରି ଆମେରିକାର ଅନେକ ବିଶ୍ୱବିଦ୍ୟାଳୟରେ ଆନ୍ଦୋଳନ ହେଉଥିବାବେଳେ ମଙ୍ଗଳବାର ଏହା ଉଗ୍ରରୂପ ଧାରଣ କରିଛି। କଲମ୍ବିଆ...

ନେତାନ୍ୟାହୁଙ୍କ ନାଁରେ ଜାରି ହୋଇପାରେ ଆରେଷ୍ଟ ଓ୍ବାରେଣ୍ଟ

ଜେରୁଜେଲମ,୩୦।୪: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଏକ ଭୟଙ୍କର ଯୁଦ୍ଧ ଜାରି ରହିଛି । ଗାଜା ଷ୍ଟ୍ରିପରେ ହୋଇଥିବା ଭୟଙ୍କର ନରସଂହାର ହେତୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ...

ଭାରତ ମହାଶକ୍ତି ହେବାକୁ ଯାଉଛି, କିନ୍ତୁ ଆମେ ଭିକ ମାଗୁଛୁ: ପାକିସ୍ତାନର ପରିସ୍ଥିତିକୁ ନେଇ ଶୀର୍ଷ ନେତାଙ୍କ କ୍ରୋଧ

ଇସଲାମାବାଦ୍‌,୩୦।୪: ପାକିସ୍ତାନର ବରିଷ୍ଠ ନେତା ତଥା ଜାମିୟତ ଉଲେମା-ଇ-ଇସଲାମ (ଏଫ) ର ସଭାପତି ମୌଲାନା ଫଜଲୁର ରେହମାନ ପାକିସ୍ତାନକୁ ଭାରତ ସହ ତୁଳନା କରି କହିଛନ୍ତି,...

ଆମେରିକାରେ ପୁଣି ଗୁଳିକାଣ୍ଡ: ୩ ପୋଲିସ ମୃତ

ନ୍ୟୁୟର୍କ,୩୦।୪: ଆମେରିକାର ଉତ୍ତର କାରୋଲିନାରେ ଗୁଳି ବିନିମୟରେ ତିନି ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ତେବେ ଏହି ମୃତ୍ୟୁକୁ ପୋଲିସ ସର୍ବସାଧାରଣରେ ନିଶ୍ଚିତ କରି...

ଟ୍ରୁଡୋଙ୍କ ଉପସ୍ଥିତିରେ ଖଲିସ୍ତାନୀ ସ୍ଲୋଗାନ

ଟରଣ୍ଟୋ, ୩୦।୪: କାନାଡ଼ାର ଟରଣ୍ଟୋରେ ସୋମବାର ଖାଲ୍‌ସା ଦିବସ ପାଳନ ହେଉଥିବାବେଳେ ଏଥିରେ ବହୁ ସଂଖ୍ୟାରେ ଶିଖ୍‌ ସମ୍ପ୍ରଦାୟର ଲୋକ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ କାନାଡ଼ା...

ଚର୍ମ କର୍କଟ ଟିକାର ହ୍ୟୁମ୍ୟାନ ଟ୍ରାଏଲ୍‌ ଆରମ୍ଭ

ନୂଆଦିଲ୍ଲୀ,୨୯ା୪: ଚର୍ମ କର୍କଟ ରୋଗର ପ୍ରତିକାର ପାଇଁ ବିଶ୍ୱର ପ୍ରଥମ ଟିକା ଉପରେ ହ୍ୟୁମ୍ୟାନ ଟ୍ରାଏଲ୍‌ ଆରମ୍ଭ ହୋଇଛି। ବ୍ରିଟେନ୍‌ର ଜଣେ ରୋଗୀ ଏହି ପରୀକ୍ଷାରେ...

ପ୍ରଳୟଙ୍କରୀ ବନ୍ୟାରେ ୪୨ ମୃତ

ନୈରୋବି,୨୯।୪: କେନ୍ଦ୍ରୀୟ କେନିଆର ମାଇ ମାହୁ ଅଞ୍ଚଳରେ ବ୍ୟାପକ ବନ୍ୟାରେ ମୃତ୍ୟୁ ସଂଖ୍ୟା ୨୦ ରୁ ୪୨କୁ ବୃଦ୍ଧି ପାଇଛି। ଏହାପୂର୍ବରୁ ସିଟିଜେନ ଟେଲିଭିଜନ ସୋମବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri