ଚଳିତ ବର୍ଷ ଶେଷ ସୁଦ୍ଧା କରୋନା ନେବ ୩ ଲକ୍ଷ ଲୋକଙ୍କ ଜୀବନ

ଓ୍ବାଶିଂଟନ,୭।୮: ଆମେରିକାରେ କରୋନା ସଂକ୍ରମଣ ଏବେବି କମିବାର ନାଁ ନେଉନି। ଦିନକୁ ଦିନ ଏଠାରେ କରୋନା ସ୍ଥିତି ବିଗିଡିବାରେ ଲାଗିଛି। ଏବେସୁଦ୍ଧା ଆମେରିକାରେ କରୋନା ସଂକ୍ରମଣରେ ପାଖାପାଖି ୧ ଲକ୍ଷ ୬୦ ହଜାରରେ ପହଞ୍ଚି ସାରିଲାଣି। ଏହାକୁ ନଜରରେ ରଖି ୟୁନିଭର୍ସିଟି ଅଫ୍‌ ଓ୍ବାଶିଂଟନର କେତେଜଣ ଗବେଷକ କହିଛନ୍ତି ଆମେରିକାରେ ଚଳିତ ବର୍ଷ ଶେଷ ଅର୍ଥାତ୍‌ ଡିସେମ୍ବର ସୁଦ୍ଧା ୩ ଲକ୍ଷ ଲୋକଙ୍କର କେବଳ କରୋନା ସଂକ୍ରମଣରେ ମୃତ୍ୟୁ ହେବ। ଯଦି ଆମେରିକାବାସୀ ସଠିକ୍‌ ଭାବେ ମାସ୍କ ବ୍ୟବହାର କରନ୍ତି ତେବେ ୭୦ ହଜାର ଲୋକଙ୍କ ଜୀବନ ବଞ୍ଚିଯିବାର ସମ୍ଭାବନା ରହିଛି। ଡାକ୍ତର ଖ୍ରୀଷ୍ଟୋଫର ମରେଙ୍କ ସୂଚନା ଅନୁଯାୟୀ, ଆମେରିକାରେ ଯେତେବେଳେ କରୋନା ସଂକ୍ରମଣ ବୃଦ୍ଧି ହେଉଛି ସେତେବେଳେ ଲୋକେ ମାସ୍କ ପିନ୍ଧିବା ଆରମ୍ଭ କରୁଛନ୍ତି। ପୁଣି ଯେତେବେଳେ ଖବର ଆସୁଛି କି ସଂକ୍ରମଣ କମ୍‌ ହେଉଛି ସେତେବେଳେ ସେମାନେ ମାସ୍କ ପିନ୍ଧିବା ଛାଡି ଦେଉଛନ୍ତି। ଏମିତିକି ଆମେରିକାର ଲୋକେ ସାମାଜିକ ଦୂରତାକୁ ସମ୍ପୂର୍ଣ୍ଣ ଭାବେ ବେଖାତିର କରୁଛନ୍ତି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଏବେ କେବଳ ଆମେରିକାରେ ୪କୋଟି ୮୦ ଲକ୍ଷ ଲୋକ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନାକୁ ବଡ଼ ଝଟକା ଦେଲେ ଟ୍ରମ୍ପ; କାହିଁକି ଏହି ନିଷ୍ପତ୍ତି ନେଲା ଟ୍ରମ୍ପ ପ୍ରଶାସନ? ଜାଣନ୍ତୁ…

ଓ୍ବାଶିଂଟନ,୨୯।୭: ଆମେରିକା ଏପରି ଏକ ନିଷ୍ପତ୍ତି ନେଇଛି ଯାହା ଚାଇନା ପାଇଁ ଏକ ଆଘାତ ସୃଷ୍ଟି କରୁଛି। ଟ୍ରମ୍ପ ପ୍ରଶାସନ ଚାଇନାରୁ ଆମଦାନି ହେଉଥିବା କିଛି ପ୍ରଯୁକ୍ତିବିଦ୍ୟା…

ଜାପାନରେ ଭୟଙ୍କର ଭୂମିକମ୍ପ: ୧୩ ମୃତ ଅନେକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

ଟୋକିଓ,୨୯।୭: ମଙ୍ଗଳବାର, ଜୁଲାଇ ୨୮ରେ ଜାପାନର ଦକ୍ଷିଣ-ପଶ୍ଚିମ ଭାଗରେ ବଡ଼ଧରଣର ଭୂମିକମ୍ପ ଅନୁଭୂତ ହୋଇଥିଲା। ରଏଟର୍ସ ଅନୁଯାୟୀ, ଶକ୍ତିଶାଳୀ ଭୂମିକମ୍ପ ପରେ ପ୍ରଥମେ ଉପକୂଳବର୍ତ୍ତୀ ଅଞ୍ଚଳ ପାଇଁ…

ଭାରତ ଉପରେ ଲାଗୁ ହେବ ୧୦୦% ଶୁଳ୍କ? ଆମେରିକାର ନୂଆ ବିଲ କାହିଁକି ଚିନ୍ତା ସୃଷ୍ଟି କରିଛି? ଜାଣନ୍ତୁ…

ଓ୍ବାଶିଂଟନ,୨୯।୭: ଆମେରିକାର ସିନେଟ ରୁଷିଆ ଉପରେ ଆର୍ଥିକ ଚାପ ବୃଦ୍ଧି କରିବା ପାଇଁ ଏକ ବିଲ ପାସ କରିଛି – ଏହା ଭାରତ ସମେତ ଅନେକ ଦେଶକୁ…

ଆମେରିକା ସହ ଯୁଦ୍ଧକୁ ଡେଇଁଲା ସାଉଦି ଆରବ, ଇରାନ ଉପରେ କଲା ବୋମା ବର୍ଷା

ତେହରାନ,୨୯।୭: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ବିଶ୍ୱର ଅନେକ ଦେଶକୁ ପ୍ରଭାବିତ କରୁଛି। ଏହି ଦୁଇଟି ଦେଶ ସହିତ, ଅନ୍ୟ ଉପସାଗରୀୟ ରାଷ୍ଟ୍ରଗୁଡ଼ିକ ମଧ୍ୟ…

କୁତ୍ରିମ ସୂର୍ଯ୍ୟ ନିର୍ମାଣ ପାଇଁ ଚାଇନା ହେଉଛି ସଜବାଜ: ବିଶ୍ୱର ସର୍ବବୃହତ୍‌ ଚୁମ୍ବକ ପ୍ରସ୍ତୁତି ଶେଷ

ବେଜିଂ,୨୯ା୭:ଚାଇନା ଏହାର ‘କୃତ୍ରିମ ସୂର୍ଯ୍ୟ’ ନିର୍ମାଣ କାର୍ଯ୍ୟକ୍ରମ ପାଇଁ ବିଶ୍ୱର ସର୍ବବୃହତ୍‌ ସୁପରକଣ୍ଡକ୍ଟିଂ ଫ୍ୟୁଜନ୍‌ ଚୁମ୍ବକ ତିଆରି ଓ ପରୀକ୍ଷା ଶେଷ କରିଛି। ଆଣବିକ ଫ୍ୟୁଜନ୍‌ ଜରିଆରେ…

ମହାକାଶରୁ ପାକିସ୍ତାନରେ ଦେଖାଗଲା ଭୟଙ୍କର ଦୃଶ୍ୟ! ବୈଜ୍ଞାନିକ କହିଲେ ୬ କୋଟି ବର୍ଷ ହେଲା…

ନୂଆଦିଲ୍‌ଲୀ,୨୮।୭: ପାକିସ୍ତାନରେ ଏକ ବିଶାଳ ବିଞ୍ଚଣା ଭଳି ଆକୃତି ରହିଛି, ଯାହା ମହାକାଶରୁ ମଧ୍ୟ ସ୍ପଷ୍ଟ ଦେଖାଯାଏ। ନାସାର ଟେରା ସାଟେଲାଇଟ୍ (Terra Satellite) ଏହି ଆକୃତିର…

କୃତିମ ସୂର୍ଯ୍ୟ ତିଆରି କରୁଛି ଚାଇନା, ବିଶ୍ୱର ସବୁଠାରୁ ଶକ୍ତିଶାଳୀ ମ୍ୟାଗନେଟ୍‌ର ପରୀକ୍ଷଣ ସଫଳ

ନୂଆଦିଲ୍‌ଲୀ,୨୮।୭: ପୃଥିବୀରେ ଶକ୍ତିର ସନ୍ଧାନ ମଧ୍ୟରେ ଚୀନ୍ ଏକ ବଡ଼ ସଫଳତା ହାସଲ କରିଛି। ଚୀନ୍ ବିଶ୍ୱର ସବୁଠାରୁ ବଡ଼ ସୁପରକଣ୍ଡକ୍ଟିଂ ଫ୍ୟୁଜନ୍ ମ୍ୟାଗନେଟ୍ (Superconducting Fusion…

ଥରହର… ୭.୧ ତୀବ୍ରତାର ଭୂକମ୍ପ ଝଟକା, ସୁନାମି ଆଲର୍ଟ ଜାରି

ଟୋକିଓ,୨୮।୭: ଜାପାନର କ୍ୟୁଶୁ ଅଞ୍ଚଳରେ ବଡ଼ ଧରଣର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ୭.୧ ରହିଥିବା ବେଳେ ୩.୨୮ ଫୁଟ ଉଚ୍ଚତା ପର୍ଯ୍ୟନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri