ସଫେଇ ଦେଲେ ଉର୍ବଶୀ

ଏସିଆ କପରେ ଭାରତୀୟ ଦଳର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ଥିଲା। ପାକିସ୍ତାନ ଏବଂ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ ହାରିଯିବା ପରେ ଭାରତ ଫାଇନାଲ ରେସ୍‌ରୁ ବାଦ୍‌ ପଡିଥିଲା। ଏହି ଟୁର୍ନାମେଣ୍ଟ ଆରମ୍ଭରେ ଭାରତ ଟାଇଟଲ ଜିତିବା ପାଇଁ ଏକ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ଭାବରେ ବିବେଚନା କରାଯାଉଥିଲା। ଭାରତୀୟ ପ୍ରଶଂସକମାନେ ସେମାନଙ୍କ ଦଳରୁ ବହୁତ ଆଶା ରଖିଥିଲେ। ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ମଧ୍ୟ ସେମାନଙ୍କ ମଧ୍ୟରୁ ଜଣେ ଥିଲେ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ ଦେଖିବାକୁ ଉର୍ବଶୀ ମଧ୍ୟ ଷ୍ଟାଡିୟମକୁ ଯାଇଥିଲେ।
ଏହି ମ୍ୟାଚ ପରେ ଉର୍ବଶୀ ଏବଂ ପାକିସ୍ତାନ ବୋଲର ନଶୀମ ଶାହାଙ୍କ ହସୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ପ୍ରଶଂସକମାନେ ଉଭୟଙ୍କ ହସୁଥିବା ବିଭିନ୍ନ ମୁହୂର୍ତ୍ତକୁ କ୍ୟାପଚର କରି ଏକ ଭିଡିଓ ପ୍ରସ୍ତୁତ କରିଥିଲେ, ଯାହା ଉର୍ବଶୀ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର କରିଥିଲେ। ଏହା ପରେ ନଶିମଙ୍କୁ ଏନେଇ ପଚରାଯିବାରୁ ସେ ଉର୍ବଶୀ କିଏ ଜାଣିନାହାନ୍ତି ବୋଲି କହିଥିଲେ। ଏବେ ଉର୍ବଶୀ ଏହି ପ୍ରସଙ୍ଗରେ ସ୍ପଷ୍ଟୀକରଣ ଦେଇଛନ୍ତି।
ଉର୍ବଶୀ ଇନଷ୍ଟାଗ୍ରାମ ଷ୍ଟାଟସରେ ଲେଖିଛନ୍ତି, ଦୁଇ ଦିନ ପୂର୍ବେ ମୋ ଟିମ୍‌ ଏକ ସୁନ୍ଦର ଭିଡିଓ ସେୟାର କରିଥିଲେ। ଏହି ଭିହିଓକୁ ପ୍ରଶଂସକମାନେ ଏଡିଟ୍‌ କରିଥିଲେ। ଆମେ ଜାଣି ନ ଥିଲୁ ଅନ୍ୟ କିଏ ଜଡିତ ଅଛନ୍ତି। ମୁଁ ଏ ବିଷୟରେ ଗଣମାଧ୍ୟମକୁ ଅନୁରୋଧ କରୁଛି ଏହାକୁ ନେଇ କୌଣସି ଖବର କର ନାହିଁ। ସମସ୍ତଙ୍କୁ ଧନ୍ୟବାଦ।
ଉର୍ବଶୀ ଇନଷ୍ଟାଗ୍ରାମ କାହାଣୀରେ ନଶିମଙ୍କ ସହ ଶେୟାର କରିଥିବା ଭିଡିଓରେ ସେ ଗୋଟିଏ ଫ୍ରେମରେ ଥିବାବେଳେ ନଶିମ ଅନ୍ୟ ଏକ ଫ୍ରେମରେ ଥିଲେ। ଏହାପରେ ଦୁହିଁଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିଲା।

ऊर्वशी रौतेला


Enter your email to get our daily news in your inbox.

All Right Reserved By Dharitri.Com

ଏକଦା ଆତ୍ମହତ୍ୟା କରିବାକୁ ଭାବିଥିଲେ ମିଥୁନ ଚକ୍ରବର୍ତ୍ତୀ, ଏଇ ଗୋଟିଏ କଥା ବଦଳାଇଦେଇଥିଲା ନିଷ୍ପତ୍ତି

ଅଭିନେତା ମିଥୁନ ଚକ୍ରବର୍ତ୍ତୀ ବଲିଉଡ୍‌କୁ ଅନେକ ହିଟ୍‌ ଫିଲ୍ମ ଦେଇଛନ୍ତି। ଆଜି ମଧ୍ୟ ସୋସିଆଲ ମିଡିଆ ଜରିଆରେ ସେ ତାଙ୍କ ପ୍ରଂଶସକଙ୍କ ସହିତ ଯୋଡି ହୋଇ...

ବଲିଉଡ୍‌ ସିଙ୍ଗର୍‌ଙ୍କ ନାଁରେ ବଳାତ୍କାର ଅଭିଯୋଗ

ବଲିଉଡ୍‌ର ସିଙ୍ଗର ତଥା ସଙ୍ଗୀତକାର ରାହୁଲ ଜୈନଙ୍କ ନାଁରେ ବଳାତ୍କାର ଅଭିଯୋଗ ହୋଇଛି। ଜଣେ ୩୦ ବର୍ଷୀୟା ମହିଳା ‘କଷ୍ଟ୍ୟୁମ ଷ୍ଟାଇଲିଷ୍ଟ’ ଏହି ଅଭିଯୋଗ ଆଣି...

କେବିସି-୧୧: କୃଷକଙ୍କ ପୁଅ ହେଲେ ପ୍ରଥମ କୋଟିପତି

ନୂଆଦିଲ୍ଲୀ,୧୧।୯: ଟେଲି ଦୁନିଆର ଲୋକପ୍ରିୟ ରିଏଲିଟି ଶୋ’ ‘କୌନ ବନେଗା କରୋଡ଼ପତି’ ୧୧ତମ ସଂସ୍କରଣର ପ୍ରଥମ କୋଟିପତି ହୋଇଛନ୍ତି ଜଣେ କୃଷକଙ୍କ ପୁଅ। ବିହାରର ସରୋଜ...

ଦୋହାରେ ପୋହାର ମଜା ନେଲେ ଆଲିଆ

ମୁମ୍ବାଇ: ବିବାହର କିଛି ଦିନ ପରେ ବଲିଉଡ୍‌ର କ୍ୟୁଟେଷ୍ଟ ଅଭିନେତ୍ରୀ ଆଲିଆ ଭଟ୍ଟ ବର୍ତ୍ତମାନ ନିଜ କାର୍ଯ୍ୟକୁ ଫେରିଛନ୍ତି। ନିକଟରେ ଆଲିଆ କର୍ତାରର ରାଜଧାନୀ ଦୋହାର...

ଚର୍ଚ୍ଚାରେ ରାଜକୁମାରଙ୍କ ‘ଲୁଡୋ’ ଲୁକ୍‌, ଲୋକେ କହିଲେ ଆଲିଆଙ୍କ ନକଲ

ବମ୍ବେ: କଳାକାରଟିଏ ନିଜକୁ ଚରିତ୍ରରେ ଢାଳିବା ଲାଗି କିଛି ବି କରିଥାଏ। ବେଶପୋଷାକ ହେଉ ଅବା ଶରୀର ଗଠନ ସବୁ ପରିବର୍ତ୍ତନ କରିବାକୁ ପଡ଼ିଥାଏ। ଏଭଳି...

କରୋନାକୁ ହରାଇ ଘରକୁ ଫେରିଲେ ଅଭିନେତା ଟମ୍‌ ହଙ୍କସ୍‌-ସ୍ତ୍ରୀ ରୀଟା

ଓ୍ବାଶିଂଟନ୍‌,୨୮।୩: କରୋନା ସହିତ ଲଢ଼ି ବିଜୟୀ ହୋଇ ହଲିଉଡ୍‌ ଅଭିନେତା ଟମ୍‌ ହଙ୍କସ୍‌ ଏବଂ ସ୍ତ୍ରୀ ରୀଟା ଓ୍ବିଲସନ୍‌ ହୋଇ ଘରକୁ ଫେରିଛନ୍ତି। ସେମାନଙ୍କଠାରେ କରୋନା...

୨୦ ବର୍ଷ ପୁରୁଣା ଜ୍ୟାକେଟ ପିନ୍ଧିଲେ ସୋନାଲି

ମୁମ୍ବାଇ: ୯୦ ଦଶକର ନାୟିକା ସୋନାଲି ବେନ୍ଦ୍ରେ ଏବେ ଚର୍ଚ୍ଚାରେ । କିଛି ଦିନର ଅସୁସ୍ଥତା ପରେ ଏବେ ସେ ସୁସ୍ଥ ହୋଇ ପ୍ରାୟ ଅଭିନୟ...

କିଛି ଏଭଳି ୟାମି-ଆଦିତ୍ୟଙ୍କ ଲଭ୍‌ଷ୍ଟୋରୀ: କେହି ବି ଟେର୍‌ ପାଇଲେନି; ଶୁଟିଂ ସେଟ୍‌ରୁ…

ବମ୍ବେ: ଲୁଚିଛପି ବିବାହ କରିଛନ୍ତି ବଲିଉଡ୍‌ର ସୁନ୍ଦରୀ ଅଭିନେତ୍ରୀ ୟାମି ଗୌତମ। ଆଦିତ୍ୟ ଧରଙ୍କୁ ସେ ବିବାହ କରିଥିବା ନେଇ ଏକ ପୋଷ୍ଟ କରି ପ୍ରଶଂସକଙ୍କୁ...

Advertisement
Archives

Model This Week